Posted inଜାତୀୟ

ମାର୍ଚ୍ଚ ୩୧ ଯାଏ ସ୍କୁଲ-କଲେଜ ବନ୍ଦ

ଚଣ୍ଡିଗଡ଼,୧୯।୩: ପୁଣି ଥରେ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଦେଶର ୬ଟି ରାଜ୍ୟରେ ଦ୍ରୁତଗତିରେ ମାମଲା ବଢ଼ୁଥିବା ନଜର ଆସୁଥିବା ବେଳେ ସେଥିରେ ପଞ୍ଜାବ ରହିଛି। ବିଶେଷକରି ଚଣ୍ଡିଗଡ଼ରେ ବଢ଼ୁଥିବା ସଂକ୍ରମଣ ସମସ୍ତଙ୍କୁ ଭୟଭୀତ କରାଇବା ଆରମ୍ଭ କଲାଣି। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

ପଞ୍ଜାବର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, କୋଭିଡ-୧୯ର ବଢ଼ୁଥିବା ସଂକ୍ରମଣକୁ ନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ଏଥିରେ ଅଧିକ ସଂକ୍ରମିତ ୧୧ ଜିଲାରେ ରାତି ୯ଟାରୁ କଫ୍ୟୁ ଲାଗୁ କରାଯାଇଛି। ଏହାଛଡ଼ା ମେଡିକାଲ କଲେଜ ବ୍ୟତିତ ସମସ୍ତ ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

ତେବେ ସାରା ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯ହଜାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ପଞ୍ଜାବର ୧୧ ଜିଲାରୁ ପ୍ରତ୍ୟେହ ଶହେରୁ ଅଧିକ ମାମଲା ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚାଞ୍ଚଲ୍ୟ! ନିଜ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଲେ ସ୍ବାମୀ, ଏହି କାରଣକୁ ନେଇ….

ବଲାଙ୍ଗୀର,୨୪।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ମାଝିପଡାରେ ଗୁରୁବାର ଏକ ହୃଦୟବିଦାରକ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି…

ଦିବ୍ୟାଙ୍ଗ ସ୍ବାମୀଙ୍କୁ କାନ୍ଧରେ ବସାଇ ୧୮୦ କିଲୋମିଟର ଚାଲିଲେ ସ୍ତ୍ରୀ: ପ୍ରେମ-ବିଶ୍ୱାସର ଅନନ୍ୟ ଉଦାହରଣ

ଲକ୍ଷ୍ନୌ,୨୪।୭: କାଉଡି ଯାତ୍ରାକୁ କେବଳ ଧାର୍ମିକ ବିଶ୍ୱାସର ପର୍ବ ଭାବରେ ବର୍ଣ୍ଣନା କରାଯାଏ। ଏହି ତୀର୍ଥଯାତ୍ରା ବିଶ୍ୱାସ, ତ୍ୟାଗ, ଧର୍ଯ୍ୟ ଏବଂ ମାନବୀୟ ସମ୍ପର୍କର ଗଭୀରତାକୁ ମଧ୍ୟ…

ନଇଁଲେ ମୋଦି ସରକାର! ଅଧରାତିରେ କାହିଁକି କଲେ ଭିଡିଓ, କଣ ରହିଛି ବଡ଼ ଚାଲ୍ ଜାଣନ୍ତୁ

ନୂଆଦିଲ୍ଲୀ,୨୪।୭: ୨୩ ଜୁଲାଇ, ୨୦୨୬ ରାତି ୧୧:୫୨ ସମୟରେ… NEET ପେପର୍ ଲିକ୍ ବିରୋଧରେ CJP ଦେଶବ୍ୟାପୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିଲା। ସେହି ମୁହୂର୍ତ୍ତରେ, ପ୍ରଧାନମନ୍ତ୍ରୀ…

ମେଡିକାଲରେ ପଶି ଭଙ୍ଗାରୁଜା, ମୁଖ୍ୟ ଅଭିଯୁକ୍ତ ଗିରଫ, ପୂର୍ବରୁ ରହିଛି ଏସବୁ କେସ୍‌…

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ): ଗଞ୍ଜାମ ବଡ଼ ବଜାରସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଅସାମାଜିକ ଯୁବକ ମେଡିକାଲ ଭିତରେ ପଶି ମେଡିକାଲ ଅଫିସର ଏବଂ ଆୟୁଷ ଡାକ୍ତରଙ୍କ…

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେ ନା ନାହିଁ? ଜାଣନ୍ତୁ ସୋନମ ଓ୍ବାଙ୍ଗଚୁକଙ୍କୁ କ’ଣ ପ୍ରତିଶ୍ରୁତି ଦେଲେ ସରକାର

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ ବିରୋଧରେ ଅନଶନରେ ବସିଥିବା କର୍ମୀ ସୋନମ ୱାଙ୍ଗଚୁକ ଗୁରୁବାର ରାତିରେ ତାଙ୍କର ଅନଶନ ଶେଷ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା…

ପ୍ରଶ୍ନପତ୍ର ଲିକ୍‌ ମାମଲାରେ ହଠାତ୍‌ ସକ୍ରିୟ ହେଲେ ରାଘବ ଚଢ଼ା, ଶେୟାର କଲେ ଖାସ୍‌ ସନ୍ଦେଶ…ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୪।୭: ଛଅ ଜଣ ରାଜ୍ୟ ସଭା ସାଂସଦଙ୍କ ସହିତ ଆମ ଆଦମୀ ପାର୍ଟି (AAP) ଛାଡ଼ି ଭାଜପାରେ ଯୋଗଦେବା ପରେ ରାଘବ ଚଢ଼ାଙ୍କୁ ନେଇ ଗଣମାଧ୍ୟମଠାରୁ ଦୂରେଇ…

ରାତି ଅଧରେ ଭିଡିଓ ଛାଡ଼ିବା ପରେ ଦିଲ୍ଲୀ ପୋଲିସକୁ କଡ଼ା ନିର୍ଦ୍ଦେଶ ଦେଲେ ମୋଦି ସରକାର, ଜନ୍ତରମନ୍ତରରେ ଆରେଷ୍ଟ ହେବେ…

ନୂଆଦିଲ୍ଲୀ,୨୪।୭: ଗତ କିଛି ଦିନ ଧରି ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରମାନେ ପ୍ରତିବାଦ କରୁଛନ୍ତି। ଏହା ମଧ୍ୟରେ, ଆଜି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର…

ଅମିତ ଶାହାଙ୍କ ବୈଠକ, ନଡ୍ଡାଙ୍କ ଚିଠି, ସୋନମଙ୍କ ପତ୍ନୀଙ୍କୁ ଫୋନ…, ଜାଣନ୍ତୁ ୱାଙ୍ଗଚୁକଙ୍କ ଅନଶନ ଶେଷ ପଛର ଇନସାଇଡ଼ ଷ୍ଟୋରୀ

ନୂଆଦିଲ୍ଲୀ,୨୪।୭: NEET ପେପର୍‌ ଲିକ ମାମଲାକୁ ନେଇ ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ରଙ୍କ ପ୍ରତିବାଦ ଏବଂ ୨୬ ଦିନ ଧରି ଅନଶନରେ ଥିବା ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri