୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଖୋଲିବନି ସ୍କୁଲ

ଲକ୍ଷ୍ନୌ, ୨୧।୯: ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ କୌଣସି ସ୍କୁଲ କଲେଜ ଖୋଲିବନି। ଏନେଇ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଡ. ଦିନେଶ ଶର୍ମା ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସ୍କୁଲ କଲେଜର ୫୦ ପ୍ରତିଶତ ଶିକ୍ଷକ ଏବଂ ଅଧ୍ୟାପକଙ୍କୁ ଶିକ୍ଷାଦାନ ପାଇଁ ଡକାଯିବାର ଆଶା ରହିଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍‌ଲକ୍‌ ପ୍ରକ୍ରିୟା ୪ରେ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସେପ୍ଟେମ୍ବର ୨୧ରୁ ସ୍କୁଲରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରାଯିବା ନିମନ୍ତେ ଅନୁମତି ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ରାଜ୍ୟ ସ୍ଥିତି ଏବେ ବି ସୁଧୁରିନି। ତେଣୁ ସ୍କୁଲ କଲେଜ ଖୋଲା ଯିବାର ସମ୍ଭାବନା ନାହିଁ। ସୂଚନାଯୋଗ୍ୟ, ହରିୟାଣା, ଜମ୍ମୁ-କଶ୍ମୀର, ବିହାର, ହିମାଚଳପ୍ରଦେଶ, ଗୁଜରାଟରେ ସେପ୍ଟେମ୍ବର ୨୧ ଠାରୁ ସ୍କୁଲ ଖୋଲଯିବକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। ତେବେ କାହାକୁ ସ୍କୁଲ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଛାତ୍ରୀଛାତ୍ରମାନେ ସ୍ବଇଛାରେ ଅଭିଭାବକଙ୍କ ଅନୁମତି ପତ୍ର ନେଇ ସ୍କୁଲ ଆସିବାକୁ କେନ୍ଦ୍ର ସରକାର ମାର୍ଗଦର୍ଶିକା ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ଗୀତ ଗାଇଲେ ବର୍ଷା ହୁଏ

ଜୟପୁର, ୨୩।୮: ରାଜସ୍ଥାନରେ ବର୍ଷାଭାବ ବେଳେ ଚାଷୀ ହାତରେ ଛତା ଧରି ବିଲକୁ ଯାଇ ରାଗ ମେଘ ମଲ୍ଲାର ଗୀତ ଗାଇଲେ ବର୍ଷା ହୋଇଥାଏ। ଏକଥା...

ଭୂସ୍ଖଳନରେ ୭୧ ମୃତ

ମୁମ୍ବାଇ, ୨୪।୭: ଦୁଇଦିନ ଧରି ଲଗାଣ ବର୍ଷା ଫଳରେ ମହାରାଷ୍ଟ୍ରର ରାଇଗଡ଼, ରତ୍ନଗିରି ଏବଂ ସତାରା ଜିଲାରେ ଭୂସ୍ଖଳନ ଘଟି ୭୧ ଜଣଙ୍କ ମୃତ୍ୟୁ ହୋଇଛି।...

ରାଜଧାନୀରେ ଲଗାଯିବ ୫୦୦ ତ୍ରିରଙ୍ଗା…

ନୂଆଦିଲ୍ଲୀ, ୪।୬ : ଏକ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ଅଗଷ୍ଟ ୧୫ ସୁଦ୍ଧା ଦିଲ୍ଲୀରେ ୫୦୦ ତ୍ରିରଙ୍ଗା ଲଗାଯିବ।...

କରୋନା ସଂକ୍ରମଣ: ଜୁନ୍‌ ଶେଷ ବେଳକୁ ରାଜଧାନୀରେ ସ୍ଥିତି ହେବ ଅଣାୟତ!

ନୂଆଦିଲ୍ଲୀ,୭।୬: କରୋନା ସଂକ୍ରମଣ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତରେ ମଧ୍ୟ ବେଳକୁ ବେଳ ସ୍ଥିତି ଅଣାୟତ ହେବାରେ ଲାଗିଛି।...

‘ଆଦି ମହୋତ୍ସବ’ ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ‘ଆଦି ମହୋତ୍ସବ’ର ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ...

ହସି-ହସି ପଢ଼ିବା ଶିଖିଲେ ମେଲାନିଆ

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସ୍ତ୍ରୀ ମେଲାନିଆ ଦିଲ୍ଲୀର ନାନକପୁରା ସ୍ଥିତି ମଙ୍ଗଳବାର ସର୍ବୋଦୟ କୋ-ଏଡ୍‌ ସିନିଅର ସେକେଣ୍ଡାରୀ ସ୍କୁଲରେ ଅନୁଷ୍ଠିତ ହୋଇଥିବା ହ୍ୟାପିନେସ୍‌...

ମଧ୍ୟ ପ୍ରଦେଶରେ ଫିଲ୍ମ କେରଲା ଷ୍ଟୋରି ହେଲା ଟ୍ୟାକ୍ସ ଫ୍ରି

ଭୋପାଳ,୬।୫: ବହୁ ବିବାଦ ମଧ୍ୟରେ ଫିଲ୍ମ ‘ଦି କେରଲା ଷ୍ଟୋରି’ ଶୁକ୍ରବାର ହଲ୍‌ରେ ରିଲିଜ୍‌ ହୋଇଛି। ରିଲିଜ ପୂର୍ବରୁ ଅନେକ ରାଜନୈତିକ ଦଳ ଏବଂ ଏକ...

ଶ୍ରୀନଗର ପହଞ୍ଚିଲେ ୟୁରୋପିଆନ୍‌ ପ୍ରତିନିଧି ଦଳ

ଜମ୍ମୁ,୨୯।୧୦: ୟୁରୋପିଆନ୍‌ ୟୁନିୟନର ୨୮ ଜଣ ସାଂସଦ ଜମ୍ମୁ-କଶ୍ମୀର ଗସ୍ତକୁ ନେଇ ମଙ୍ଗଳବାର ଶ୍ରୀନଗରରେ ପହଞ୍ଚିଛନ୍ତି। ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା...

Advertisement
Archives

Model This Week