Posted inଜାତୀୟ

ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ,୨୬।୬: ରାଜଧାନୀ ଦିଲ୍ଲୀରେ ପୁଣିଥରେ ସ୍କୁଲ ଖୋଲିବାକୁ ନେଇ ଶୁକ୍ରବାର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଅଧିକାରୀମାନଙ୍କ ସହ ଏକ ବୈଠକର ଆୟୋଜନ କରିଥିଲେ। ଏଥିରେ ଲକ୍‌ଡାଉନ ସମୟରେ ବିଭିନ୍ନ ମାଧ୍ୟମରେ କିପରି ଶିକ୍ଷାଦାନ କରାଯାଉଥିଲା ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଭିନ୍ନ ଶ୍ରେଣୀ ପାଇଁ କିପରି ବିଶେଷ ଭାବେ ଯୋଜନା ପ୍ରସ୍ତୁତ କରାଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହାପରେ ଏବେ ଦିଲ୍ଲୀରେ କରୋନା ସ୍ଥିତିକୁ ଦେଖି ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ ନ ଖୋଲିବାକୁ ନେଇ ସମସ୍ତେ ସହମତି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଏବେ ରାଜଧାନୀରେ କରୋନା ସଂକ୍ରମଣ ସଂଖ୍ୟା ୭୦ ହଜାର ଅତିକ୍ରମ କରିଥିବା ବେଳେ ଆଗାମି ଦିନରେ ଏହା ଆହୁରି ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ତେଣୁ ଯେପର୍ଯ୍ୟନ୍ତ ସ୍ଥିତି ନିୟନ୍ତ୍ରଣକୁ ନ ଆସିଛି ସେ ପର୍ଯ୍ୟନ୍ତ ଲୋକଙ୍କ ମନରୁ କରୋନା ଚିନ୍ତା ଦୂରେଇବା କଷ୍ଟକର ବ୍ୟାପାର।


Enter your email to get our daily news in your inbox.

All Right Reserved By Dharitri.Com

ମାଗଣା କରୋନା ଭ୍ୟାକ୍ସିନକୁ ନେଇ ଭାଜପା ଉପରେ ବର୍ଷିଲେ ଶିବସେନା ନେତା

ମୁମ୍ବାଇ,୨୩ ।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ସବୁଦଳ ପ୍ରାୟ ସେମାନଙ୍କର ସଂକଳ୍ପ ପତ୍ର ଜାରି କରିଥିବା ବେଳେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା)ର ଘୋଷଣାକୁ...

ତୋଗଲକାବାଦ୍‌ ହିଂସା: ଭୀମ ସେନା ମୁଖ୍ୟଙ୍କ ସମେତ ୯୧ ଗିରଫ

ନୂଆଦିଲ୍ଲୀ, ୨୨।୮: ତୋଗଲକାବାଦ୍‌ ହିଂସାରେ ଦିଲ୍ଲୀ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ସମ୍ପୃକ୍ତ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ ଓରଫ୍‌...

କରୋନାରେ ସଂକ୍ରମିତ ହେଲେ ପୋଲିସ ଅଧିକାରୀ

ଭୋପାଳ,୭।୪: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକଡାଉନ୍‌ ଘୋଷଣା କରାଯିବା ସମୟରେ କିନ୍ତୁ କାର୍ଯ୍ୟରେ ହେଳା କରୁ ନାହାନ୍ତି ପୋଲିସ। ଡାକ୍ତର, ନର୍ସଙ୍କ ପରି...

ବିକାଶ ବିଜ୍ଞାପନ ଚିତ୍ର ନେଇ ଅଡୁଆରେ ମୁଖ୍ୟମନ୍ତ୍ରୀ..

ଲକ୍ଷ୍ନୌ,୧୨।୯: ବିକାଶର ଭୁଲ୍‌ ବିଜ୍ଞାପନ ଚିତ୍ର ନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏବେ ଅଡୁଆରେ ପଡ଼ିଛନ୍ତି। ଏନେଇ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ...

ଟ୍ରାକ୍ଟର ମାର୍ଚ୍ଚକୁ ସ୍ଥଗିତ ରଖିଲା କୃଷକ ସଙ୍ଗଠନ

ନୂଆଦିଲ୍ଲୀ,୨୭ ।୧୧: ସଂସଦରେ ବିଲ ଉପସ୍ଥାପନ ହେବାର ଦୁଇ ଦିନ ପୂର୍ବରୁ କୃଷକମାନେ ବଡ ନିଷ୍ପତ୍ତି ନେଇଛନ୍ତି । ଶନିବାର କୃଷକ ସଙ୍ଗଠନ ପକ୍ଷରୁ ସଂସଦ...

ଲିଙ୍ଗଗତ ସମାନତା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଏହାକୁ ଉପେକ୍ଷା କରାଯାଇ ପାରିବ ନାହିଁ…

ନୂଆଦିଲ୍ଲୀ, ୨୩।୨ : ପ୍ରତିଟି କ୍ଷେତ୍ରରେ ଲିଙ୍ଗଗତ ସମାନତା ଉପଲବ୍ଧ କରାଇବା ଆବଶ୍ୟକ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହାକୁ ଉପେକ୍ଷା କରାଯାଇ ପାରିବ ନାହିଁ...

ନିର୍ଭୟା ମାମଲା: ବିନୟଙ୍କୁ ଝଟ୍‌କା, ସୁପ୍ରିମକୋର୍ଟରେ ଖାରଜ ହେଲା ଆବେଦନ

ନୂଆଦିଲ୍ଲୀ,୧୪।୨: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ବିନୟ ଶର୍ମାଙ୍କ ଆବେଦନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ରାଷ୍ଟ୍ରପତି ବିନୟଙ୍କ କ୍ଷମା ଆବେଦନକୁ ଖାରଜ କରିବା ପରେ...

କନ୍ୟା ଖୋଜିବା ପାଇଁ ପୋଲିସ ଚାକିରି ଛାଡିଦେଲେ

ହାଇଦ୍ରାବାଦ,୧୨।୯: ହାଇଦ୍ରାବାଦ୍‌ର ଚାର୍‌ମିନାର୍‌ରେ ଜଣେ ପୋଲିସ୍‌ କନଷ୍ଟେବଳ ନିଜ ପାଇଁ କନ୍ୟା ଖୋଜିବା ପାଇଁ ପୋଲିସ ଚାକିରି ଛାଡିଦେଇଛନ୍ତି। କନଷ୍ଟେବଳ ଚାକିରି ଯୋଗୁ ତାଙ୍କୁ ଝିଅ...

Advertisement
Archives

Model This Week