ସ୍କୁଲ ଅଧ୍ୟକ୍ଷା ନିଖୋଜ: ସନ୍ଦେହରେ ମନ୍ତ୍ରୀ

ବଲାଙ୍ଗୀର ଅଫିସ/ଟିଟିଲାଗଡ ୧୯। ୧୦ (ଡି.ଏନ.ଏ.): କଳାହାଣ୍ଡି ଜିଲା କେଗଁା ଥାନା ଅନ୍ତର୍ଗତ ମହାଲିଙ୍ଗର ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାକୁ ୧୧ ଦିନ ବିତିଯାଇଥିଲେ ବି ତାଙ୍କର ପତ୍ତା ମିଳିନାହିଁ। ଏଭଳି ସ୍ଥଳେ ନିଖୋଜ ମାମଲାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ରବିବାର ରାତିରେ ଟିଟିଲାଗଡ଼ ପୋଲିସ ବାରାକ୍‌ରୁ ଫେରାର ହୋଇଯାଇଛନ୍ତି। ଏଥିରୁ ମମିତାଙ୍କ ନିଖୋଜ ପଛରେ ସୁଚିନ୍ତିତ ଯୋଜନା ରହିଥିବା ସନ୍ଦେହ କରାଯାଉଛି। ଏହାସହ ଗୋବିନ୍ଦଙ୍କୁ କୋର୍ଟଚାଲାଣ କରା ନ ଯାଇ କାହିଁକି ୪ ଦିନ ଧରି ଅଟକ ରଖାଯାଇଥିଲା, ଏହି ଘଟଣାରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ଗୋବିନ୍ଦଙ୍କ ସହ ନେତା ଓ ମନ୍ତ୍ରୀଙ୍କ ଘନିଷ୍ଠ ସମ୍ପର୍କ ଥିବା ନେଇ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା କେତେ ସତ, ସେନେଇ ଅନେକ ପ୍ରଶ୍ନ ଉଠୁଛି। ଏଭଳି ସ୍ଥଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ଦ୍ଦେଶରେ ପୋଲିସ ଗୋବିନ୍ଦଙ୍କୁ ଖସାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ମମିତାଙ୍କ ବାପା ସୁଚନ୍ଦ୍ର ମେହେର। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମମିତାଙ୍କ ସ୍କୁଲକୁ ଅନେକ ନେତା ଓ ମନ୍ତ୍ରୀ ଆସନ୍ତି। ସେଠାରେ ଅନୈତିକ କାର୍ଯ୍ୟ ଚାଲିଥିବାବେଳେ ମମିତା ତାହାକୁ ବିରୋଧ କରୁଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରାଯାଇଥିଲା। ମୋ ଝିଅକୁ ହତ୍ୟା କରାଯାଇଛି ବୋଲି ସୁଚନ୍ଦ୍ର ଅଭିଯୋଗ କରିଛନ୍ତି। ଏପରି କି ସ୍କୁଲ ସଭାପତି ମନ୍ତ୍ରୀଙ୍କୁ ଡାକୁଥିଲେ। ଝିଅମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନ୍ତ୍ରୀ ଆସୁଥିଲେ ବୋଲି ସୁଚନ୍ଦ୍ର ସାଂଘାତିକ ଅଭିଯୋଗ କରିଛନ୍ତି। ବିରୋଧୀ ଭାଜପା ଓ କଂଗ୍ରେସ ମଧ୍ୟ ଏହାକୁ ନେଇ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଅପରପକ୍ଷରେ ମନ୍ତ୍ରୀ ମିଶ୍ର ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ଆଇନ ତା ବାଟରେ ଯିବ। ଆମର ଆଇନ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ରହିଛି। ଯେକେହି ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡବିଧାନ ହେବ। ଭଦ୍ର ସମାଜରେ ବିରୋଧୀଙ୍କ ରଦି ଚର୍ଚ୍ଚା ଗ୍ରହଣୀୟ ନୁହେଁ। ସବୁକଥାକୁ ଅତିରଞ୍ଜିତ କରିବା ଠିକ୍‌ ନୁହେଁ। ଏବେ ଇଲେକ୍ଟ୍ରୋନିକ୍ସ ଯୁଗରେ ସବୁ କଥା ସାମ୍ନାକୁ ଆସିବ, କିଛି ଲୁଚି ରହିବ ନାହିଁ ବୋଲି ମନ୍ତ୍ରୀ ମିଶ୍ର କହିଛନ୍ତି।
ବଲାଙ୍ଗୀର ଜିଲା ତୁରେକେଲା ଥାନା ଝରଣୀ ଗ୍ରାମର ମମିତା ଗତ ୮ ତାରିଖରୁ ନିଖୋଜ ହୋଇଯାଇଛନ୍ତି। ମମିତାଙ୍କ ମା’ ତୁଳସୀ ମେହେରଙ୍କ କହିବାନୁଯାୟୀ, ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଗତ ୭ତାରିଖରେ ମମିତାଙ୍କୁ ଫୋନ୍‌ କରିଥିଲେ। ମିଟିଂ ଥିବା କହି ସ୍କୁଲକୁ ଆସିବାକୁ କହିଥିଲେ। ୮ ତାରିଖ ସକାଳେ ଝରଣୀରୁ ମମିତା ମହାଲିଙ୍ଗ ଅଭିମୁଖେ ବାହାରିଥିଲେ।
ଝରଣୀରୁ କଣ୍ଟାବାଞ୍ଜି ଆସିବା ପରେ ସକାଳ ପ୍ରାୟ ୫.୪୫ରେ କଣ୍ଟାବାଞ୍ଜି ବସ୍‌ଷ୍ଟାଣ୍ଡରୁ ମମିତା ମହାଲିଙ୍ଗ ଅଭିମୁଖେ ଯାଉଥିବା ବସ୍‌ରେ ବସିଥିଲେ। ସେଠାରୁ ୩୧ କିଲୋମିଟର ଦୂର ସିନ୍ଧେକେଲା ଥାନା ଚାନ୍ଦୋତରାରେ ପହଞ୍ଚତ୍ବା ପରେ ଗୋବିନ୍ଦଙ୍କ କହିବାମୁତାବକ ବସ୍‌ରୁ ଓହ୍ଳାଇ ଏକ କାର୍‌ରେ ବସିଥିଲେ। ଉକ୍ତ କାର୍‌ରେ ସ୍କୁଲ ସଭାପତି ସାହୁ ମମିତାଙ୍କୁ କୁଆଡ଼େ ଅପହରଣ କରି ନେଇଛନ୍ତି ବୋଲି ତୁଳସୀ କହିଛନ୍ତି। ଏନେଇ ମମିତାଙ୍କ ଭାଇ ବଣ୍ଟି ମେହେର ଗତ ୧୩ ତାରିଖରେ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ସିନ୍ଧେକେଲା ଥାନା ପୋଲିସ ଏ ସଂକ୍ରାନ୍ତରେ ଆଇପିସି ଦଫା ୩୬୬(ଅପହରଣ)ରେ ଏକ ମାମଲା (୯୭/୨୦୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୧୪ ତାରିଖରେ ସିନ୍ଧେକେଲା ପୋଲିସ ଗୋବିନ୍ଦଙ୍କୁ ପଚରାଉଚରା ପାଇଁ ଥାନାକୁ ଆଣି ଅଟକ ରଖିଥିଲା। ସନ୍ଦେହ ବଢ଼ିବାରୁ ଭୁବନେଶ୍ୱରରେ ଗୋବିନ୍ଦଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ପୋଲିସ ଯୋଜନା କରିଥିଲା। ଅଧିକ ପଚରାଉଚରା କରିବା ପାଇଁ ଗୋବିନ୍ଦଙ୍କୁ ରବିବାର ସିନ୍ଧେକେଲା ଥାନାରୁ ଅଣାଯାଇ ଟିଟିଲାଗଡ଼ ଥାନା ପଛପଟ ବାରାକ୍‌ରେ ରଖାଯାଇଥିଲା। ୪ଜଣ ପୋଲିସ ସୁରକ୍ଷା କର୍ମୀ ଏବଂ ଜଣେ ପୋଲିସ ଅଧିକାରୀ ତାଙ୍କ ଦାୟିତ୍ୱରେ ରହିଥିଲେ। ହେଲେ ରାତି ପ୍ରାୟ ୯ଟାରେ ହାତ ଧୋଇ ଆସୁଛି କହି ଗୋବିନ୍ଦ ସେଠାରୁ ଚମ୍ପଟ୍‌ ମାରିଥିଲେ। ଏହି ଖବର ଜଣାପଡ଼ିବା ପରେ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକରଙ୍କ ନିର୍ଦ୍ଦେଶରେ ଟିଟିଲାଗଡ଼ ସହର ଏବଂ ଆଖପାଖ ଅଞ୍ଚଳରେ ନାକାବନ୍ଦୀ କରାଯିବା ସହ ବିଭିନ୍ନ ସ୍ଥାନରେ ଯାଞ୍ଚ ଓ ଚଢ଼ାଉ କରାଯାଇଥିଲା। ଗୋବିନ୍ଦଙ୍କୁ ଠାବ କରିବା ପାଇଁ ଏସ୍‌ପି କୁଶଲକର ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ହେଲେ ଖବର ଲେଖା ହେବା ପର୍ଯ୍ୟନ୍ତ ଗୋବିନ୍ଦଙ୍କ କୌଣସି ପତ୍ତା ମିଳିନାହିଁ। ଏ ସଂକ୍ରାନ୍ତରେ ଏସ୍‌ପି ଗଣମାଧ୍ୟମକୁ କହିଛନ୍ତି ଯେ, ତିନିଜଣ ପୋଲିସ କର୍ମଚାରୀ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ କନଷ୍ଟେବଳ ରବୀନ୍ଦ୍ର ଝିଲେନି, ଦୟା ଜାନୀ ଓ ରାକେଶ ବିଶ୍ୱାଳ। ଏହାଛଡ଼ା ସ୍ବତନ୍ତ୍ର ଟିମ୍‌ ଗୋବିନ୍ଦଙ୍କୁ ଖୋଜା ଜାରି ରଖିଥିବା ଏସ୍‌ପି କହିଛନ୍ତି।
ଅପରପକ୍ଷରେ ଗତ ୮ ତାରିଖଠାରୁ ମମିତାଙ୍କ ସହ ପରିବାର ଲୋକେ ଯୋଗାଯୋଗ କରିପାରିନାହାନ୍ତି। ତାଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ ଅଫ୍‌ ରହିଛି। ସୋମବାର ଗଣମାଧ୍ୟମ ସମ୍ମୁଖରେ ତୁଳସୀ କହିଛନ୍ତି ଯେ, ଗୋବିନ୍ଦ ସାହୁ ତାଙ୍କ ଝିଅକୁ ଅପହରଣ କରିଛନ୍ତି। ମମିତା ଏବେ ଜୀବିତ କି ମୃତ ଜଣାନାହିଁ। ପୋଲିସ ବାବୁ (ଏସ୍‌ଡିପିଓ) କହୁଥିଲେ ଝିଅ ଆସିଯିବ। ହେଲେ ଝିଅର ପତ୍ତା ମିଳୁନାହିଁ। ତାକୁ ତୁରନ୍ତ ଖୋଜି ଅଣାଯାଉ ବୋଲି ତୁଳସୀ ଆକୁଳ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ମମିତାଙ୍କ ଭାଇ ବଣ୍ଟି ଉକ୍ତ ବିଦ୍ୟାଳୟରେ ଯୌନ କାରବାର ଚାଲିଥିବା ସନ୍ଦେହ କରିଛନ୍ତି। ଏହା ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ସ୍କୁଲ ସଭାପତି ଗୋବିନ୍ଦଙ୍କ ଭିତିରି ସମ୍ପର୍କ ଥିବା ଏବଂ ଉକ୍ତ ସ୍କୁଲକୁ ମନ୍ତ୍ରୀ ବାରମ୍ବାର ଆସୁଥିବା ବଣ୍ଟି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?