ରାଜ୍ୟରେ ପୁଣି ୪୩୪ କରୋନା ପଜିଟିଭ୍‌ ଚିହ୍ନଟ, ୫ ମୃତ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ରାଜ୍ୟରେ ପୁଣି ୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୪୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୮୫ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ୧୭ରେ ପହଞ୍ଚିଛି। ଗୁରୁବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳ ଜିଲାରୁ ସର୍ବାଧିକ ୪୪ଜଣ ଥିବା ଜଣାପଡିଛି। ସେହିପରି ସୁନ୍ଦରଗଡ ୪୧, ମୟୁରଭଞ୍ଜ ୨୭, ବରଗଡ ୨୩, ଭଦ୍ରକ ୮, ବାଲେଶ୍ୱର ୧୦, ଯାଜପୁର ୧୬, ରାୟଗଡାରୁ ୧, ନବରଙ୍ଗପୁର ୨, କେନ୍ଦ୍ରାପଡା ୮, କୋରାପୁଟ ୬, ଜଗତସିଂହପୁର ୯, ଢେଙ୍କାନାଳରୁ ୨, ଝାରସୁଗୁଡା ୭, ସମ୍ବଲପୁର ୮, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହପରି ରାଜ୍ୟରେ ଗୁରୁବାର କରୋନା ଆଉ ୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୭୫୫କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୫ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩ ଏବଂ ଭୁବନେଶ୍ୱର, ନୟାଗଡରୁ ଜଣେ ଲେଖାଏ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁଡ଼ା ମାଂସ, ଅଣ୍ଡା ଖାଇବା ନିରାପଦ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କୁକୁଡ଼ା ମାଂସ ଓ ଅଣ୍ଡା ଦ୍ୱାରା ମନୁଷ୍ୟକୁ କରୋନା ଭାଇରସ୍‌ (କୋଭିଡ୍‌-୧୯) ବ୍ୟାପୁଥିବା ନେଇ ଅନେକ ଗୁଜବ ଓ ମିଛ ଖବର ପ୍ରଚାରିତ ହେଉଛି।...

କରୋନା ସଂକ୍ରମଣ ପରେ ୯ ମାସ ପର୍ଯ୍ୟନ୍ତ ରୁହେ ଆଣ୍ଟିବଡ଼ି …

ରୋମ୍‌,୨୨।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀନ ଟିକାକରଣ ଅଭିଯାନ ବିଭିନ୍ନ ଦେଶରେ ଜାରି...

ଲେମ୍ବୁ ଚାଷ ଦେଇଛି ଆତ୍ମସନ୍ତୋଷ

ସିମୁଳିଆ, ୩୧ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ଅଧୀନ କଇଁଶୀ ଗ୍ରାମର ସୁରେନ୍ଦ୍ର ପ୍ରସାଦ ସେନାପତି(୬୫) ଲେମ୍ବୁଚାଷ କରି ବାର୍ଷିକ ୮୦ହଜାର ଟଙ୍କା ଆୟ...

ଉଦୟପୁର ବେଶିଲ୍‌ ଇଣ୍ଟରନ୍ୟାଶନାଲରେ ଏନଫୋର୍ସମେଣ୍ଟ ଟିମ୍‌

ଭୋଗରାଇ, ୬।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁରସ୍ଥିତ ବେଶିଲ ଇଣ୍ଟରନ୍ୟାଶନାଲ ଭଗ୍ନପ୍ରାପ୍ତ ପଞ୍ଚତାରକା ହୋଟେଲରେ କେନ୍ଦ୍ରୀୟ ଏନଫୋର୍ସମେଣ୍ଟର ଗୌହାଟି ଇଡି ଆସିଷ୍ଟାଣ୍ଟ କମିଶନର ଚନ୍ଦ୍ରମଣି...

ଏକାମ୍ର ଜମି ଜିଏ ବିଭାଗକୁ ଯିବା ପ୍ରସଙ୍ଗରେ ବିରୋଧୀ କ୍ଷୁବ୍ଧ

ଭୁବନେଶ୍ୱର, ୪।୧୧(ବ୍ୟୁରୋ) : ରାଜଧାନୀର ଶୋଭା ବର୍ଦ୍ଧନ ଏବଂ ଉଦ୍ୟାନ କୃଷିର ପ୍ରଗତି ପାଇଁ ୧୯୮୦ ଦଶକରେ କଂଗ୍ରେସ ସରକାର ୨୬ ଏକର ପରିମିତ ଏକାମ୍ର...

ରାଜ୍ୟରେ ନିଯୁକ୍ତି ପାଇବେ ୭,୫୪୦ ଶିକ୍ଷୟିତ୍ରୀ-ଶିକ୍ଷକ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ରାଜ୍ୟର ୪,୮୪୮ଟି ସରକାରୀ ହାଇସ୍କୁଲରେ ନିଯୁକ୍ତି ପାଇବେ ୭,୫୪୦ ଶିକ୍ଷୟିତ୍ରୀ ଓ ଶିକ୍ଷକ। ଏନେଇ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ...

ମହାପ୍ରଭୁଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି: ସୁପ୍ରିମକୋର୍ଟଙ୍କୁ ଦିଆଯିବ ସ୍ବତ୍ୱଲିପି ତଥ୍ୟ

ପୁରୀ ଅଫିସ, ୨୧ା୧୨: ମହାପ୍ରଭୁଙ୍କ ରତ୍ନଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛିି। ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି...

ଶୀତଳ ଭଣ୍ଡାର ନାହିଁ, ଆଳୁଚାଷ ପ୍ରଭାବିତ

ଜଗତ୍‌ସିଂହପୁର ଅଫିସ, ୨୧ା୯: ଆଳୁ ଓଡ଼ିଶାର ଏକ ପ୍ରମୁଖ ପରିବା ଭାବେ ଜଣାଶୁଣା। ଅଧିକାଂଶ ପରିବାର ଆଳୁ ଉପରେ ନିର୍ଭରଶୀଳ। କିନ୍ତୁ ଏହାର ଉତ୍ପାଦନ ଓଡ଼ିଶାରେ...

Advertisement
Archives

Model This Week