Advertisement
Posted inଜାତୀୟ

ପ୍ରାର୍ଥୀଙ୍କୁ ଭୋଟର ତାଲିକା ଯୋଗାଣ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କୁ ନିର୍ବାଚନ କମିଶନ ଭୋଟର ତାଲିକାର ଦୁଇଟି କପି ଯୋଗାଇବା ବ୍ୟବସ୍ଥା ଭୋଟର ପଞ୍ଜିକରଣ ନିୟମାବଳୀ, ୧୯୬୦ରେ ରହିଛି। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ଏହା ଉପରେ କେନ୍ଦ୍ର ଓ ଅନ୍ୟ ପକ୍ଷଙ୍କୁ ଜବାବ ମଗାଯାଇଛି। ଭୋଟର ତାଲିକା ଛାପିବାରେ ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଥିବାରୁ ଏହାର ବିକଳ୍ପ ବାହାର କରିବା ଲାଗି ଦୁଇଜଣ ଆଇନଜୀବୀ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଭୋଟର ତାଲିକା ଛାପିବା ଏବଂ ସେଗୁଡ଼ିକୁ ପ୍ରାର୍ଥୀମାନଙ୍କୁ ମାଗଣାରେ ଯୋଗାଇବାରେ ପ୍ରାୟ ୪୭.୮୪ କୋଟି ଟଙ୍କା ସରକାରଙ୍କୁ ବ୍ୟୟ କରିବାକୁ ପଡ଼ୁଛି ବୋଲି ସେମାନେ ଦର୍ଶାଇଥିଲେ। ପ୍ରଧାନ ବିଚାରପତି ୟୁ.ୟୁ. ଲଲିତ ଏବଂ ଜଷ୍ଟିସ ବେଲା ଏମ୍‌ ତ୍ରିବେଦୀଙ୍କ ଖଣ୍ଡପୀଠ ଏନେଇ କେନ୍ଦ୍ର ସରକାର ଏବଂ ମୁଖ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପତ୍ତି କେତେ…

ନୂଆଦିଲ୍ଲୀ,୯।୮: ମୋଟ ୨.୨୩ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶେଷକରି ବ୍ୟାଙ୍କରେ ଜମା ଆକାରରେ ଏହି ଟଙ୍କା ରହିଛି। ତେବେ ଏନେଇ...

ଭାଜପା ଏମ୍‌ପିଙ୍କ ସନ୍ଦେହ ଜନକ ମୃତ୍ୟୁ: ଘରେ ଫାଶୀରେ ଝୁଲୁଥିଲେ

ନୂଆଦିଲ୍ଲୀ,୧୭।୩: ହିମାଚଳପ୍ରଦେଶର ମଣ୍ଡି ଲୋକ ସଭା ଆସନର ଭାଜପା ଏମ୍‌ପି ରାମସ୍ବରୂପ ଶର୍ମାଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀର ବାସ ଭବନରେ ରାମସ୍ବରୂପଙ୍କ ମୃତଦେହକୁ ଘର ଭିତରେ...

କମିବାର ନାଁ ନେଉନାହିଁ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୧୮।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫...

ଭାଜପା ଗଡ଼ରେ ୫ଶହ କି.ମି. ପଦଯାତ୍ରା କରିବେ ରାହୁଲ

ବେଙ୍ଗାଲୁରୁ,୩୦।୯: ଗୋଟିଏ ପଟେ ଦିଲ୍ଲୀ କଂଗ୍ରେସରେ ରାଜନୈତିକ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ଅନ୍ୟପଟେ ‘ଭାରତ ଯୋଡୋ ଯାତ୍ରା’ ଶୁକ୍ରବାର କର୍ନାଟକରେ ପ୍ରବେଶ କରିଛି। କଂଗ୍ରେସ...

କେରଳରେ ଚିହ୍ନଟ ହେଲେ ତୃତୀୟ କରୋନାଭାଇରସ ପଜିଟିଭ

ଥିରୁଭାନନ୍ଥପୁରମ,୩।୨: ଡରାଇଲାଣି କରୋନାଭଇରସ। କେରଳରେ କରୋନାଭାଇରସରେ ଆକ୍ରାନ୍ତ ଥିବା ତୃତୀୟ ବ୍ୟକ୍ତିଙ୍କର ଚିହ୍ନଟ କରାଯାଇଛି। ଏହାପୂର୍ବରୁ ୨ଜଣଙ୍କ ନିକଟରେ କରୋନାଭାଇରସ ପଜିଟିଭ ମିଳିବା ପରେ ଏମାନଙ୍କର...

ଦୈନିକ ସଂକ୍ରମଣରେ ୩୦ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ,୫।୧୦ : ଦେଶରେ କରୋନା ଆତଙ୍କ ଥମିବାର ନା ଧରୁନି। ବୁଧବାର (ଅକ୍ଟୋବର ୫) ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪...

ଭାରତ-ଶ୍ରୀଲଙ୍କା ନୌସେନାର ୩୨ତମ ବୈଠକ: ସାମୁଦ୍ରିକ ଆହ୍ବାନର ମୁକାବିଲା ଲାଗି ଆଲୋଚନା…

ନୂଆଦିଲ୍ଲୀ,୫।୧୧ : ଭାରତ ଓ ଶ୍ରୀଲଙ୍କା ଭାରତ ମହାସାଗରରେ ଦୁଇ ଦେଶର ନୌବାହିନୀ ଏବଂ ତଟରକ୍ଷୀ କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ସାମୁଦ୍ରିକ ଆହ୍ବାନର ମୁକାବିଲା ପାଇଁ...

ଉତ୍ତରପ୍ରଦେଶ-ବିହାର: ୭୦ ବର୍ଷର ସୀମା ବିବାଦ; ଫସଲ ଅମଳ ବେଳେ ଗର୍ଜୁଛି ବନ୍ଧୁକ

ପାଟନା/ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶ-ବିହାର ସୀମାରେ ଥିବା ବଲିଆ ଜିଲାରେ ଦୀର୍ଘ ୭୦ ବର୍ଷ ଧରି ଲାଗି ରହିଛି ସୀମା ବିବାଦ। ଇତିମଧ୍ୟରେ କେତେ ସରକାର ଗଲେଣି କେତେ...

Advertisement
Archives

Model This Week