Posted inଫୁରସତ

ଏସ୍‌ବିଆଇରେ ଚାକିରି କରିବାକୁ ଚାହୁଁଥିଲେ, ଗ୍ରାଜୁଏଶନ୍‌ ପାସ୍‌ଙ୍କ ପାଇଁ ୩୮୫୦ ପଦବୀ ଖାଲି, ଲିଖିତ ପରୀକ୍ଷା ନାହିଁ

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଅଫିସର ପଦବୀ ପାଇଁ ଗ୍ରାଜୁଏଶ୍‌ନ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କ ଲାଗି ସୁବର୍ଣ୍ଣ ନିଯୁକ୍ତି ସୁଯୋଗ ଆଣିଦେଇଛି। ପାଖାପାଖି ୪୦୦୦ ନିଯୁକ୍ତି ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି ଏସ୍‌ବିଆଇ। ଏଥିପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ବିଭିନ୍ନ ରାଜ୍ୟରେ ଏସବିଆଇ ଶାଖାରେ ନିଯୁକ୍ତି ଦିଆଯିବ।
କେଉଁ ରାଜ୍ୟରେ, କେତେ ଅଧିକାରୀ ପଦବୀରେ ନିଯୁକ୍ତି ପାଇବେ, ସବିଶେଷ ତଥ୍ୟ ଦେଖନ୍ତୁ-
ଗୁଜୁରାଟ – ୭୫୦
କର୍ଣ୍ଣାଟକ – ୭୫୦
ମଧ୍ୟପ୍ରଦେଶ – ୨୯୬
ଛତିଶଗଡ – ୧୦୪
ତାମିଲନାଡୁ – ୫୫୦
ତେଲେଙ୍ଗାନା – ୫୫୦
ରାଜସ୍ଥାନ – ୩୦୦
ମହାରାଷ୍ଟ୍ର (ମୁମ୍ବାଇକୁ ବାଦ ଦେଇ) – ୫୧୭
ଗୋଆ – ୩୩
ପୋଷ୍ଟଗୁଡିକର ମୋଟ ସଂଖ୍ୟା – ୩୮୫୦

ଶିକ୍ଷାଗତ ଯୋଗ୍ୟତା – ଯେକୌଣସି ସ୍ବୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ବୟସ ସୀମା – ପ୍ରାର୍ଥୀମାନେ ୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ୩୦ ବର୍ଷରୁ ଅଧିକ ହୋଇ ନ ଥିବେ। ସଂରକ୍ଷଣ ନିୟମ ଅନୁଯାୟୀ ବୟସ ନିର୍ଦ୍ଧାରଣ କରାଯିବ।

ଆବେଦନ ସୂଚନା
୨୭ ଜୁଲାଇ ୨୦୨୦ରେ ଏସ୍‌ବିଆଇ ଅଫିସର ପଦବୀ ୨୦୨୦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହି ଅନୁଯାୟୀ, ଏହି ନିଯୁକ୍ତି ପ୍ରକ୍ରିୟାରେ ଯୋଗଦେବା ପାଇଁ ଏସବିଆଇ କ୍ୟାରିୟର ୱେବସାଇଟ ପରିଦର୍ଶନ କରି ଅନଲାଇନରେ ଆବେଦନ କରିବାକୁ ପଡିବ। SBI officer recruitment notification 2020ରେ ଅଧିକ ତଥ୍ୟ ଉପଲବ୍ଧ ରହିଛି।
ଅନଲାଇନ ଆବେଦନ ପାଇଁ ଆରମ୍ଭ ତାରିଖ – ଜୁଲାଇ ୨୭ ୨୦୨୦
ଅନଲାଇନ ଆବେଦନ ବନ୍ଦ ତାରିଖ – ୧୬ ଅଗଷ୍ଟ ୨୦୨୦
ଚୟନ ପ୍ରକ୍ରିୟା:
ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ ସର୍ଟଲିଷ୍ଟିଂ ଏବଂ ଆବେଦନ ଆଧାରରେ ସାକ୍ଷାତକାର ମାଧ୍ୟମରେ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri