Posted inଭଦ୍ରକ

ସଧବାଙ୍କ ଶୁଭ ମନାସେ ସାବିତ୍ରୀଆଡ଼ି

ଭଦ୍ରକ ଅଫିସ,୩୦ା୫: ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ କେଉଁ ଆବହମାନ କାଳରୁ ସଧବାମାନେ ସ୍ବାମୀଙ୍କ ଶୁଭ ମନାସି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ସ୍ବାମୀଙ୍କ ଦୀର୍ଘାୟୁ କାମନା ତଥା ଶାନ୍ତିପୂର୍ଣ୍ଣ ଦାମ୍ପତ୍ୟ ଜୀବନ ନିର୍ବାହ ପାଇଁ ସଧବାମାନେ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିବା ସହ ଶଙ୍ଖା, ଶାଢ଼ି ଅର୍ପଣ ପୂର୍ବକ ୨୧ ପ୍ରକାର ଫଳ ମୂଳରେ ଭୋଗ ନୈବେଦ୍ୟ ଲଗାଇଥାନ୍ତି ଏହି ପୀଠରେ। ଉକ୍ତ ପବିତ୍ର ପୀଠ ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଓଡ଼ଙ୍ଗ ପଞ୍ଚାୟତ ତୋଟାସାହି ସାବିତ୍ରୀଆଡ଼ି ନାମରେ ପରିଚିତ। ସୋମବାର ସାବିତ୍ରୀ ଓଷା ପାଇଁ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। କୋଭିଡ୍‌ କଟକଣା ହଟିବା ପରେ ଚଳିତବର୍ଷ ବହୁ ସଧବା ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବେଚ୍ଛାସେବୀ ଓ ବିଭିନ୍ନ ସଙ୍ଗଠନ ନିୟୋଜିତ ରହିବା ସହ ମନ୍ଦିର ଭିତରକୁ ଧାଡ଼ିରେ ପ୍ରବେଶ ନିମନ୍ତେ ବ୍ୟାରିକେଡ୍‌, ପାନୀୟ ଜଳ ଓ ବିଶ୍ରାମସ୍ଥଳ ବ୍ୟବସ୍ଥା କରାଯାଇଛି।
ସାବିତ୍ରୀ ବ୍ରତ ଦିନ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲାରୁ ହଜାର ହଜାର ସଧବା ପୂଜାର୍ଚ୍ଚନା ପାଇଁ ଏଠାକୁ ଆସିଥାନ୍ତି। ସାବିତ୍ରୀଆଡ଼ି ସଧବାଙ୍କ ଶୁଭ ମନାସିଥାଏ। ପୀଠରେ ୫ଦିନ ଧରି ପ୍ରତ୍ୟହ ସନ୍ଧ୍ୟାରେ କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ବନ୍ତ ଥାନା ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଏ। ପୂଜକ ଜୟକୃଷ୍ଣ ପଣ୍ଡାଙ୍କ ରଚିତ ‘ସାବିତ୍ରୀ ବ୍ରତ’ ପୁସ୍ତକରୁ ଏହି ପୀଠର ମହାମତ୍‌ୟ ବିଷୟରେ ଜାଣିବାକୁ ମିଳିଥାଏ। କୋଭିଡ୍‌ କଟକଣା ଯୋଗୁ ଗତ ଦୁଇବର୍ଷ ଧରି କେବଳ ପୂଜାର୍ଚ୍ଚନା କରାଯାଉଥିଲା।
ପୁରାଣ ଅନୁସାରେ ସତ୍ୟ ଯୁଗରେ ଦ୍ୟୁମତ୍‌ସେନ୍‌ ନାମକ ଜଣେ ଧାର୍ମିକ ରାଜା ଏଠାରେ ରାଜତ୍ୱ କରୁଥିଲେ। ଜାମ୍ବବ ନାମକ ରାକ୍ଷସ ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି ରାଣୀ ଶବ୍ୟା ଏବଂ ଶିଶୁପୁତ୍ର ସତ୍ୟବାନଙ୍କୁ ବନ୍ଦୀ କରି ନେଇଯାଇଥିଲେ। ପ୍ରଜାମାନେ ବ୍ୟଥିତ ହୋଇ ଭଗବାନଙ୍କୁ ଆକୁଳ ପ୍ରାର୍ଥନା କରିବାରୁ ଭଗବାନ ମାଧବ ରୂପରେ ଏଠାରେ ଜନ୍ମନେଇ ରାକ୍ଷସକୁ ହତ୍ୟା କରିଥିଲେ, ଯେଉଁ ସ୍ଥାନ ବର୍ତ୍ତମାନ ତୋଟାସାହି ନାମରେ ନାମିତ ହୋଇଛି। ରାଜାଙ୍କ ପୁତ୍ର ସତ୍ୟବାନ ରାଜ୍ୟଭାର ଗ୍ରହଣ କରିଥିଲେ। ଏଠାକାର ଏକ ତେନ୍ତୁଳି ବୃକ୍ଷ ମୂଳେ ମା’ ସାବିତ୍ରୀ ଓ ସତ୍ୟବାନଙ୍କ ମୁଗୁନି ପଥର ମୂର୍ତ୍ତି ସହ ପାର୍ଶ୍ୱଦେବତା ଭାବେ ମହାବଳୀ ହନୁମାନ ପୂଜା ପାଇ ଆସୁଛନ୍ତି। ଏହି ପ୍ରାଚୀନ ପୀଠର ଉନ୍ନତି ଦାୟିତ୍ୱ ସରକାର ହାତକୁ ନେଲେ ଏହାର ପ୍ରସିଦ୍ଧି ବ୍ୟାପକ ହୋଇପାରନ୍ତା ବୋଲି ଓଡ଼ଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ କିଶୋର କିଙ୍କର ପଢ଼ିଆରୀ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଙ୍କେତ ଟପିଲା ବୈତରଣୀ, ସାଳନ୍ଦୀ ନଦୀ: ଭଦ୍ରକରେ ପୁଣି ବନ୍ୟା

ଭଦ୍ରକ,୨୫।୯(ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ବୁଡାଉ ଥିବା ୨ ପ୍ରମୁଖ ନଦୀରେ ଶୁକ୍ରବାର ପୁଣି ବନ୍ୟା ଆସିଛି l ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?