କମ୍‌ ଖର୍ଚ୍ଚରେ ଜୀବନ ରକ୍ଷା

ପିଟର ସିଙ୍ଗର

 

୨୦୨୧ରେ ବିଶ୍ୱର ମ୍ୟାଲେରିଆଜନିତ ମୃତ୍ୟୁସଂଖ୍ୟା ଥିଲା ୬,୧୯,୦୦୦। ଏଥିରେ ୫ ବର୍ଷରୁ କମ୍‌ ଶିଶୁଙ୍କ ସଂଖ୍ୟା ୭୭% ଥିଲାବେଳେ ଏହାର ୯୬% ଥିଲେ ଆଫ୍ରିକାରେ। କିନ୍ତୁ ଅନେକ ଦଶନ୍ଧିର ଗବେଷଣା ଏବଂ ଉତ୍‌ଥାନ ପତନ ପରେ ଏବେ ଏକ ମ୍ୟାଲେରିଆ ଟିକା ପ୍ରସ୍ତୁତ କରାଯାଇଛି। ଆର୍‌ ୨୧/ମାଟ୍ରିକ୍ସ-ଏମ୍‌ (କେବଳ ଆର୍‌ ୨୧ ନାମରେ ଜଣାଶୁଣା) ନାମକ ଏହି ଟିକା ୭୦-୭୮% କେସ୍‌ରେ ପ୍ରଭାବଶାଳୀ ହୋଇଥିବା ଦେଖାଯାଇଛି। ମ୍ୟାଲେରିଆର ସୁରକ୍ଷିତ ସ୍ତରରେ ପହଞ୍ଚତ୍ବାକୁ ହେଲେ ତା’ ପୂର୍ବରୁ ୩ଟି ଡୋଜ୍‌ ଦରକାର ଏବଂ ଏକ ବର୍ଷ ପରେ ଏକ ବୁଷ୍ଟର ଆବଶ୍ୟକ। ଏହି ଟିକା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରାଯାଇଛି ଓ ଏହା ଶସ୍ତା। ପ୍ରତି ଡୋଜ୍‌ ୨-୪ ଡଲାର ବ୍ୟୟରେ ତିଆରି କରାଯାଇପାରିବ ଏବଂ ଏହା ଅନ୍ୟ ଶିଶୁ ଟିକାଗୁଡ଼ିକ ତୁଳନାରେ ମଧ୍ୟ ଶସ୍ତା। ଆର୍‌୨୧ ଯୋଗାଇବା ଏବଂ ଦେବା ଖର୍ଚ୍ଚକୁ ନେଲେ ଏହାର ମୂଲ୍ୟ ପ୍ରାୟ ୫ ଡଲାର ହୋଇପାରେ। ଏବେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଯେଉଁ ଅଞ୍ଚଳରେ ମ୍ୟାଲେରିଆ ବିରୋଧରେ ଲଢ଼େଇ ଜାରି ରହିଛି, ସେଠାରେ ସମସ୍ତ ପିଲାଙ୍କୁ ଟିକା ଦିଆଗଲେ ୧ ଲକ୍ଷ ପିଲାରେ ୬୦୦ ଜଣଙ୍କ ଜୀବନ ରକ୍ଷା ହୋଇପାରିବ। ଏହା ବ୍ୟତୀତ ସେହି ଅଞ୍ଚଳରେ ୨ ଲକ୍ଷ କ୍ଲିନିକାଲ କେସ୍‌ ଦୂର କରାଯାଇପାରିବ।
ଚଳିତ ଅକ୍ଟୋବରରେ ଆର୍‌୨୧କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁମୋଦନ କରିଥିଲା। ଏହାକୁ ଏବେ ଡବ୍ଲ୍ୟୁଏଚ୍‌ଓର ପୂର୍ବଯୋଗ୍ୟତା (ବ୍ୟବହାର ପାଇଁ ଆବଶ୍ୟକ ଅନୁମତି) ପର୍ଯ୍ୟାୟ ଦେଇ ଯିବାକୁ ହେବ ଏବଂ ଡବ୍ଲ୍ୟୁଏଚ୍‌ଓର ଟିକା ବିଶେଷଜ୍ଞକୁ ନେଇ ଗଠିତ ଷ୍ଟ୍ରାଟେଜିକ ଆଡ୍‌ଭାଇଜରି ଗ୍ରୁପ୍‌ର ସ୍ବୀକୃତି ହାସଲ କରିବାକୁ ପଡ଼ିବ। ଏହା ପରେ ଅନ୍ତର୍ଜାତୀୟ ସ୍ତରରେ ଏହା ଉପଲବ୍ଧ ହେବ। ୫ ମାସରୁ ୩ ବର୍ଷ ବୟସ ମଧ୍ୟରେ ଥିବା ପିଲାମାନେ ଆର୍‌୨୧ ନେବାକୁ ଯୋଗ୍ୟ। ଆଫ୍ରିକୀୟ ଦେଶଗୁଡ଼ିକର ମ୍ୟାଲେରିଆପ୍ରବଣ ଅଞ୍ଚଳରେ ପାଖାପାଖି ୮ କୋଟି ଶିଶୁ ଅଛନ୍ତି। ୨୦୨୪ରେ ଏହିସବୁ ପିଲାଙ୍କୁ ତିନି ଡୋଜ୍‌ ଟିକା ଦେବାକୁ ହେଲେ ୨୪ କୋଟି ଟିକା ଆବଶ୍ୟକ ହେବ। ପରେ ୨୦୨୫ରେ ଆଉ ୮ କୋଟି ବୁଷ୍ଟର ଦରକାର। ଏହାସହିତ ଏବେ ପ୍ରତିବର୍ଷ ଜନ୍ମ ନେଉଥିବା ପାଖାପାଖି ୩ କୋଟି ପିଲାଙ୍କ ପାଇଁ ୧୨ କୋଟି ଟିକା ଦରକାର ହେବ। ଏଭଳି ଟିକାକରଣ ଦ୍ୱାରା ବର୍ଷକୁ ପ୍ରାୟ ୪ ଲକ୍ଷ ୫୦ ହଜାର ଜୀବନ ବଞ୍ଚାଯାଇପାରିବ।
୩,୩୦୦ ଡଲାରରେ ଜୀବନ ରକ୍ଷା ପୂରା ଶସ୍ତା ତଥା ଲାଭଦାୟକ। ଆମେରିକାରେ ୬୫ ବର୍ଷରୁ ଊର୍ଦ୍ଧ୍ୱ କିଡ୍‌ନୀ ରୋଗୀ (କିଡ୍‌ନୀ ପ୍ରତିରୋପଣ ନ ହେଲେ ମୃତ୍ୟୁର ଆଶଙ୍କା ରହିଛି)ଙ୍କ ଡାଇଲିସିସ୍‌ ଖର୍ଚ୍ଚ ମେଡିକେୟାର ବହନ କରୁଛି। ୧୫ ବର୍ଷ ପୂର୍ବେ ଷ୍ଟାନ୍‌ଫୋର୍ଡ ଏବଂ ହ୍ବାରଟନର ଅର୍ଥନୀତିଜ୍ଞମାନେ ଆକଳନ କରିଥିଲେ ଯେ, ବର୍ଷସାରା ଏଭଳି ଉତ୍ତମ ଚିକିତ୍ସା ସେବା ଯୋଗାଇବାର ହାରାହାରି ମୂଲ୍ୟ ଥିଲା ୧୨୯,୦୦୦ ଡଲାର। ମୂଲ୍ୟବୃଦ୍ଧି ଯୋଗୁ ଏହା ଏବେ ୧୮୨,୦୦୦ ଡଲାରରେ ପହଞ୍ଚିଛି ଏବଂ କେବଳ ଆଉ ଗୋଟିଏ ବର୍ଷ ଅଧିକ ବଞ୍ଚିବା ଲାଗି ଏହି ଖର୍ଚ୍ଚ ହେଉଛି। ଏହା ତୁଳନାରେ ଆକଳନ କଲେ ଜାଣିପାରିବା ଯେ, ମ୍ୟାଲେରିଆ ଟିକାକରଣ ଦ୍ୱାରା ଯେଉଁ ପିଲାମାନଙ୍କ ଜୀବନ ରକ୍ଷା ହେବ ସେମାନଙ୍କ ଲାଇଫ୍‌ ଏକ୍ସପେକ୍ଟାନ୍‌ସି ୫୦ ବର୍ଷ ଏବଂ ପ୍ରତିବର୍ଷ ଖର୍ଚ୍ଚ ହେବ ମାତ୍ର ୬୬ ଡଲାର। ଆମେରିକାକୁ ବାଦ୍‌ଦେଲେ ବୈଶ୍ୱିକ ମାନକରେ ଯଦି ବିଚାର କରାଯାଏ, ତେବେ ଗୋଟିଏ ଜୀବନ ବଞ୍ଚାଇବା ଲାଗି ୩,୩୦୦ ଡଲାର (୫୦ ବର୍ଷ ପାଇଁ ଜଣଙ୍କ ପିିଛା ୬୬ ଡଲାର) ବ୍ୟୟ କରିବା ସମ୍ପୂର୍ଣ୍ଣ ଲାଭଦାୟକ। ସେବା କ୍ଷେତ୍ରରେ କମ୍‌ ଖର୍ଚ୍ଚରେ ସବୁଠୁ ଭଲ ପରିଣାମ ଉପରେ ଅନୁଧ୍ୟାନ କରୁଥିବା ଗିଭ୍‌ ଓ୍ବେଲ୍‌ ସଂସ୍ଥା ଅନୁଯାୟୀ ଗୋଟିଏ ଜୀବନ ବଞ୍ଚାଇବାକୁ ହେଲେ ପାଖାପାଖି ୩,୫୦୦-୫,୫୦୦ ଡଲାର ଖର୍ଚ୍ଚ ହେବ। ଉଦାହରଣ ସ୍ବରୂପ, ‘ଦ ଲାଇଫ୍‌ ୟୁ କ୍ୟାନ୍‌ ସେଭ’ର ସବୁଠୁ ଅଗ୍ରଣୀ ସେବା ସଂସ୍ଥା ‘ଏଗ୍‌ନେଷ୍ଟ ମ୍ୟାଲେରିଆ ଫାଉଣ୍ଡେଶନ’ ପିଲାମାନଙ୍କୁ ମ୍ୟାଲେରିଆରୁ ରକ୍ଷା କରିବା ଲାଗି ମଶାରି ଯୋଗାଉଛି। ଯଦିଓ ମଶାରିର ମୂଲ୍ୟ ବହୁତ କମ୍‌, ତେବେ ଜୀବନ ରକ୍ଷା ଲାଗି ସେଗୁଡ଼ିକୁ ଅତ୍ୟଧିକ ପରିମାଣରେ ବାଣ୍ଟିବାରେ ୪,୦୦୦ ଡଲାରରୁ ଅଧିକ ଖର୍ଚ୍ଚ ହେଉଛି।
କୋଭିଡ୍‌-୧୯ ଟିକା ପ୍ରଥମେ ଉପଲବ୍ଧ ହେଲାବେଳେ ନିୟାମକ ପ୍ରକ୍ରିୟାରେ ସେଗୁଡ଼ିକୁ ପାଇବା ଲାଗି ସରକାର ଅଧିକ ପ୍ରାଥମିକତା ଦେଉଥିଲେ। ସାଧାରଣତଃ, ଏକ ନୂଆ ଟିକାର ବ୍ୟବହାରକୁ ବୈଧୀକରଣ କରିବା ଲାଗି ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ ଆଡ୍‌ମିନିଷ୍ଟ୍ରେଶନ ପ୍ରାୟ ୧୦ ମାସ ସମୟ ନେଇଥାଏ, କିନ୍ତୁ ଫାଇଜର ଟିକା ବ୍ୟବହାରକୁ ମାତ୍ର ୨୧ ଦିନରେ ଏହା ସ୍ବୀକୃତି ଦେଇଥିଲା ଏବଂ ୧୯ ଦିନରେ ମର୍ଡେନାର ଟିକାକୁ ବ୍ୟବହାର ଲାଗି ଅନୁମତି ଦେଇଥିଲା। ସାଧାରଣତଃ ଡବ୍ଲ୍ୟୁଏଚ୍‌ଓ ଏକ ଟିକାକୁ ଅନୁମୋଦନ କରିବା ପରେ ତାହାକୁ ବ୍ୟବହାର ପାଇଁ ଅନୁମତି ଦେବାକୁ ୨୭୦ ଦିନ ଲାଗିଥାଏ। ଏହା ଅତ୍ୟଧିକ ବିଳମ୍ବ। ଏଣୁ ଡବ୍ଲ୍ୟୁଏଚ୍‌ଓ ଏହାର ପ୍ରକ୍ରିୟାକୁ ଗତିଶୀଳ କରିବା ଉଚିତ ଏବଂ କେତେ ଶୀଘ୍ର ଏହାକୁ ବ୍ୟବହାର ଲାଗି ଅନୁମତି ଦେବ ତାହା ମଧ୍ୟ ଜନସାଧାରଣଙ୍କୁ ଜଣାଇବା ଦରକାର।
‘ଓ୍ବାନ୍‌ ଡେ ସୁନର’ ପ୍ରତିଷ୍ଠା ହୋଇଥିଲା, ଯେଉଁଥିରେ ଟିକା ବିକାଶକୁ ତ୍ୱରାନ୍ବିତ କରିବା ଲାଗି ସ୍ବେଚ୍ଛାସେବୀମାନେ ଯୋଗ ଦେଇଥିଲେ। ମାର୍ଚ୍ଚ ୨୦୨୦ରେ ଯେତେବେଳେ ଏହି ସଂସ୍ଥା ଗଠନ କରାଯାଇଥିଲା, ସେତେବେଳେ ଏହାର ଲକ୍ଷ୍ୟ ଥିଲା କୋଭିଡ୍‌ ପ୍ରତିରୋଧୀ ଟିକା କେମିତି ଗୋଟିଏ ଦିନ ଶୀଘ୍ର ପାଇବ ଓ ଅନେକ ହଜାର ଜୀବନ ବଞ୍ଚାଇବ। ଏହି ସଙ୍ଗଠନର ଅନେକ କର୍ମଚାରୀ ଏବଂ ଅଧିକ ପ୍ରତିଶତ ସ୍ବେଚ୍ଛାସେବୀ ଲୋକମାନଙ୍କ ପାଇଁ ବିନା ଲାଭରେ କାମ କରିଥିଲେ। ସଙ୍ଗଠନର ମୂଳ ଲକ୍ଷ୍ୟ ବ୍ୟାପକ ହୋଇଛି। ଏହା ଜୀବନ ରକ୍ଷାକାରୀ ଗବେଷଣାର ପ୍ରଭାବୀ ବିକାଶକୁ ଏବଂ ଏହାର ଉତ୍ପାଦର ତ୍ୱରିତ ଓ ସମବଣ୍ଟନକୁ ଉତ୍ସାହିତ କରୁଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଓ୍ବାନ୍‌ ଡେ ସୁନର ଆଫ୍ରିକା ମହାଦେଶରେ ଟିକାକରଣକୁ ଉତ୍ସାହିତ କରିବା ଲାଗି ‘ଓ୍ବାନ୍‌ ଡେ ଆଫ୍ରିକା’ ଗଠନ କରିଛି। ଆଫ୍ରିକାର ବୈଜ୍ଞାନିକ କ୍ଷମତା ଓ ଏହାର ଦକ୍ଷତା ଦୃଢ଼ କରି ସେଠାରେ ଟିକା ଉତ୍ପାଦନ କରିବା ପାଇଁ ଏଭଳି ପଦକ୍ଷେପ ନେଇଛି।
କିନ୍ତୁ ଓ୍ବାନ୍‌ ଡେ ଆଫ୍ରିକା ସାମ୍ପ୍ରତିକ ସ୍ଥିତିକୁ ନେଇ ଚିନ୍ତିତ। ଡବ୍ଲ୍ୟୁଏଚ୍‌ଓ ଓ ବିଭିନ୍ନ ଦେଶର ସରକାର କୋଭିଡ୍‌-୧୯ ଟିକାର ଆବଶ୍ୟକତାକୁ ଯେଭଳି ଜରୁରୀ ମନେକରି ଶୀଘ୍ର ଉପଲବ୍ଧ କରାଇଥିଲେ, ସେଭଳି ନୂଆ ମ୍ୟାଲେରିଆ ଟିକାର କାର୍ଯ୍ୟଦକ୍ଷତା ଓ ସୁରକ୍ଷାର ଗୁରୁତ୍ୱ ଉପରେ ଶୀଘ୍ର ବିଚାର କରୁନାହାନ୍ତି। ପରିଣାମ ସ୍ବରୂପ, ୨୦୨୪ରେ ଯେତେ ସମ୍ଭବ ସେତେ ଅଧିକ ଆର୍‌୨୧ ଟିକା ଉତ୍ପାଦନ କରି ଯଥାଶୀଘ୍ର ପିଲାଙ୍କୁ ଟିକା ଦେବାକୁ ଦାବି କରୁଛି। ମ୍ୟାଲେରିଆ ପୀଡ଼ିତଙ୍କ ସଂଖ୍ୟା କମାଇବା ସହ ଅନେକ ହଜାର ଜୀବନ ବଞ୍ଚାଇବା ପାଇଁ ଏହି ସଙ୍ଗଠନ ଦୃଢ଼ ସ୍ବର ଉଠାଇଛି। କିନ୍ତୁ କେତେକ ଅତ୍ୟାବଶ୍ୟକ ବିଷୟରେ ବିବାଦ ବା ଦ୍ୱନ୍ଦ୍ୱ ରହୁଛି। ଟିକା ବ୍ୟବହାର ପାଇଁ ଅନୁମତି ଦେବାବୁ ଡବ୍ଲ୍ୟୁଏଚ୍‌ଓ କେତେ ସମୟ ନେବ ଏବଂ ଆବଶ୍ୟକ ଟିକା କେତେ ପରିମାଣର ଶୀଘ୍ର ପ୍ରସ୍ତୁତ କରାଯିବ ତାହା ନିଶ୍ଚିତ ହୋଇ ପାରୁନାହିଁ। କିନ୍ତୁ ଗୋଟିଏ ବିଷୟ ସ୍ପଷ୍ଟ ହୋଇଯିବ ଯେ, ପ୍ରତ୍ୟେକଙ୍କ ପାଇଁ ବହୁତ କମ୍‌ ଅର୍ଥାତ୍‌ ୩,୩୦୦ ଡଲାର ଖର୍ଚ୍ଚ କରି ଆଫ୍ରିକୀୟ ପିଲାମାନଙ୍କ ଜୀବନ ବଞ୍ଚାଇବାରେ ବିଫଳତା ପ୍ରତ୍ୟେକ ମାନବ ଜୀବନର ସମାନ ମୂଲ୍ୟବୋଧ ବିଷୟରେ ଆମେ ଯାହା ଗଳା ଫଟେଇ କହୁଛୁ ତାହାକୁ ଫମ୍ପା କରିଦେବ।
ପ୍ରାଧ୍ୟାପକ (ବାୟୋଏଥିକ୍ସ), ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri