କମ୍‌ ଖର୍ଚ୍ଚରେ ଜୀବନ ରକ୍ଷା

ପିଟର ସିଙ୍ଗର

 

୨୦୨୧ରେ ବିଶ୍ୱର ମ୍ୟାଲେରିଆଜନିତ ମୃତ୍ୟୁସଂଖ୍ୟା ଥିଲା ୬,୧୯,୦୦୦। ଏଥିରେ ୫ ବର୍ଷରୁ କମ୍‌ ଶିଶୁଙ୍କ ସଂଖ୍ୟା ୭୭% ଥିଲାବେଳେ ଏହାର ୯୬% ଥିଲେ ଆଫ୍ରିକାରେ। କିନ୍ତୁ ଅନେକ ଦଶନ୍ଧିର ଗବେଷଣା ଏବଂ ଉତ୍‌ଥାନ ପତନ ପରେ ଏବେ ଏକ ମ୍ୟାଲେରିଆ ଟିକା ପ୍ରସ୍ତୁତ କରାଯାଇଛି। ଆର୍‌ ୨୧/ମାଟ୍ରିକ୍ସ-ଏମ୍‌ (କେବଳ ଆର୍‌ ୨୧ ନାମରେ ଜଣାଶୁଣା) ନାମକ ଏହି ଟିକା ୭୦-୭୮% କେସ୍‌ରେ ପ୍ରଭାବଶାଳୀ ହୋଇଥିବା ଦେଖାଯାଇଛି। ମ୍ୟାଲେରିଆର ସୁରକ୍ଷିତ ସ୍ତରରେ ପହଞ୍ଚତ୍ବାକୁ ହେଲେ ତା’ ପୂର୍ବରୁ ୩ଟି ଡୋଜ୍‌ ଦରକାର ଏବଂ ଏକ ବର୍ଷ ପରେ ଏକ ବୁଷ୍ଟର ଆବଶ୍ୟକ। ଏହି ଟିକା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରାଯାଇଛି ଓ ଏହା ଶସ୍ତା। ପ୍ରତି ଡୋଜ୍‌ ୨-୪ ଡଲାର ବ୍ୟୟରେ ତିଆରି କରାଯାଇପାରିବ ଏବଂ ଏହା ଅନ୍ୟ ଶିଶୁ ଟିକାଗୁଡ଼ିକ ତୁଳନାରେ ମଧ୍ୟ ଶସ୍ତା। ଆର୍‌୨୧ ଯୋଗାଇବା ଏବଂ ଦେବା ଖର୍ଚ୍ଚକୁ ନେଲେ ଏହାର ମୂଲ୍ୟ ପ୍ରାୟ ୫ ଡଲାର ହୋଇପାରେ। ଏବେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଯେଉଁ ଅଞ୍ଚଳରେ ମ୍ୟାଲେରିଆ ବିରୋଧରେ ଲଢ଼େଇ ଜାରି ରହିଛି, ସେଠାରେ ସମସ୍ତ ପିଲାଙ୍କୁ ଟିକା ଦିଆଗଲେ ୧ ଲକ୍ଷ ପିଲାରେ ୬୦୦ ଜଣଙ୍କ ଜୀବନ ରକ୍ଷା ହୋଇପାରିବ। ଏହା ବ୍ୟତୀତ ସେହି ଅଞ୍ଚଳରେ ୨ ଲକ୍ଷ କ୍ଲିନିକାଲ କେସ୍‌ ଦୂର କରାଯାଇପାରିବ।
ଚଳିତ ଅକ୍ଟୋବରରେ ଆର୍‌୨୧କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁମୋଦନ କରିଥିଲା। ଏହାକୁ ଏବେ ଡବ୍ଲ୍ୟୁଏଚ୍‌ଓର ପୂର୍ବଯୋଗ୍ୟତା (ବ୍ୟବହାର ପାଇଁ ଆବଶ୍ୟକ ଅନୁମତି) ପର୍ଯ୍ୟାୟ ଦେଇ ଯିବାକୁ ହେବ ଏବଂ ଡବ୍ଲ୍ୟୁଏଚ୍‌ଓର ଟିକା ବିଶେଷଜ୍ଞକୁ ନେଇ ଗଠିତ ଷ୍ଟ୍ରାଟେଜିକ ଆଡ୍‌ଭାଇଜରି ଗ୍ରୁପ୍‌ର ସ୍ବୀକୃତି ହାସଲ କରିବାକୁ ପଡ଼ିବ। ଏହା ପରେ ଅନ୍ତର୍ଜାତୀୟ ସ୍ତରରେ ଏହା ଉପଲବ୍ଧ ହେବ। ୫ ମାସରୁ ୩ ବର୍ଷ ବୟସ ମଧ୍ୟରେ ଥିବା ପିଲାମାନେ ଆର୍‌୨୧ ନେବାକୁ ଯୋଗ୍ୟ। ଆଫ୍ରିକୀୟ ଦେଶଗୁଡ଼ିକର ମ୍ୟାଲେରିଆପ୍ରବଣ ଅଞ୍ଚଳରେ ପାଖାପାଖି ୮ କୋଟି ଶିଶୁ ଅଛନ୍ତି। ୨୦୨୪ରେ ଏହିସବୁ ପିଲାଙ୍କୁ ତିନି ଡୋଜ୍‌ ଟିକା ଦେବାକୁ ହେଲେ ୨୪ କୋଟି ଟିକା ଆବଶ୍ୟକ ହେବ। ପରେ ୨୦୨୫ରେ ଆଉ ୮ କୋଟି ବୁଷ୍ଟର ଦରକାର। ଏହାସହିତ ଏବେ ପ୍ରତିବର୍ଷ ଜନ୍ମ ନେଉଥିବା ପାଖାପାଖି ୩ କୋଟି ପିଲାଙ୍କ ପାଇଁ ୧୨ କୋଟି ଟିକା ଦରକାର ହେବ। ଏଭଳି ଟିକାକରଣ ଦ୍ୱାରା ବର୍ଷକୁ ପ୍ରାୟ ୪ ଲକ୍ଷ ୫୦ ହଜାର ଜୀବନ ବଞ୍ଚାଯାଇପାରିବ।
୩,୩୦୦ ଡଲାରରେ ଜୀବନ ରକ୍ଷା ପୂରା ଶସ୍ତା ତଥା ଲାଭଦାୟକ। ଆମେରିକାରେ ୬୫ ବର୍ଷରୁ ଊର୍ଦ୍ଧ୍ୱ କିଡ୍‌ନୀ ରୋଗୀ (କିଡ୍‌ନୀ ପ୍ରତିରୋପଣ ନ ହେଲେ ମୃତ୍ୟୁର ଆଶଙ୍କା ରହିଛି)ଙ୍କ ଡାଇଲିସିସ୍‌ ଖର୍ଚ୍ଚ ମେଡିକେୟାର ବହନ କରୁଛି। ୧୫ ବର୍ଷ ପୂର୍ବେ ଷ୍ଟାନ୍‌ଫୋର୍ଡ ଏବଂ ହ୍ବାରଟନର ଅର୍ଥନୀତିଜ୍ଞମାନେ ଆକଳନ କରିଥିଲେ ଯେ, ବର୍ଷସାରା ଏଭଳି ଉତ୍ତମ ଚିକିତ୍ସା ସେବା ଯୋଗାଇବାର ହାରାହାରି ମୂଲ୍ୟ ଥିଲା ୧୨୯,୦୦୦ ଡଲାର। ମୂଲ୍ୟବୃଦ୍ଧି ଯୋଗୁ ଏହା ଏବେ ୧୮୨,୦୦୦ ଡଲାରରେ ପହଞ୍ଚିଛି ଏବଂ କେବଳ ଆଉ ଗୋଟିଏ ବର୍ଷ ଅଧିକ ବଞ୍ଚିବା ଲାଗି ଏହି ଖର୍ଚ୍ଚ ହେଉଛି। ଏହା ତୁଳନାରେ ଆକଳନ କଲେ ଜାଣିପାରିବା ଯେ, ମ୍ୟାଲେରିଆ ଟିକାକରଣ ଦ୍ୱାରା ଯେଉଁ ପିଲାମାନଙ୍କ ଜୀବନ ରକ୍ଷା ହେବ ସେମାନଙ୍କ ଲାଇଫ୍‌ ଏକ୍ସପେକ୍ଟାନ୍‌ସି ୫୦ ବର୍ଷ ଏବଂ ପ୍ରତିବର୍ଷ ଖର୍ଚ୍ଚ ହେବ ମାତ୍ର ୬୬ ଡଲାର। ଆମେରିକାକୁ ବାଦ୍‌ଦେଲେ ବୈଶ୍ୱିକ ମାନକରେ ଯଦି ବିଚାର କରାଯାଏ, ତେବେ ଗୋଟିଏ ଜୀବନ ବଞ୍ଚାଇବା ଲାଗି ୩,୩୦୦ ଡଲାର (୫୦ ବର୍ଷ ପାଇଁ ଜଣଙ୍କ ପିିଛା ୬୬ ଡଲାର) ବ୍ୟୟ କରିବା ସମ୍ପୂର୍ଣ୍ଣ ଲାଭଦାୟକ। ସେବା କ୍ଷେତ୍ରରେ କମ୍‌ ଖର୍ଚ୍ଚରେ ସବୁଠୁ ଭଲ ପରିଣାମ ଉପରେ ଅନୁଧ୍ୟାନ କରୁଥିବା ଗିଭ୍‌ ଓ୍ବେଲ୍‌ ସଂସ୍ଥା ଅନୁଯାୟୀ ଗୋଟିଏ ଜୀବନ ବଞ୍ଚାଇବାକୁ ହେଲେ ପାଖାପାଖି ୩,୫୦୦-୫,୫୦୦ ଡଲାର ଖର୍ଚ୍ଚ ହେବ। ଉଦାହରଣ ସ୍ବରୂପ, ‘ଦ ଲାଇଫ୍‌ ୟୁ କ୍ୟାନ୍‌ ସେଭ’ର ସବୁଠୁ ଅଗ୍ରଣୀ ସେବା ସଂସ୍ଥା ‘ଏଗ୍‌ନେଷ୍ଟ ମ୍ୟାଲେରିଆ ଫାଉଣ୍ଡେଶନ’ ପିଲାମାନଙ୍କୁ ମ୍ୟାଲେରିଆରୁ ରକ୍ଷା କରିବା ଲାଗି ମଶାରି ଯୋଗାଉଛି। ଯଦିଓ ମଶାରିର ମୂଲ୍ୟ ବହୁତ କମ୍‌, ତେବେ ଜୀବନ ରକ୍ଷା ଲାଗି ସେଗୁଡ଼ିକୁ ଅତ୍ୟଧିକ ପରିମାଣରେ ବାଣ୍ଟିବାରେ ୪,୦୦୦ ଡଲାରରୁ ଅଧିକ ଖର୍ଚ୍ଚ ହେଉଛି।
କୋଭିଡ୍‌-୧୯ ଟିକା ପ୍ରଥମେ ଉପଲବ୍ଧ ହେଲାବେଳେ ନିୟାମକ ପ୍ରକ୍ରିୟାରେ ସେଗୁଡ଼ିକୁ ପାଇବା ଲାଗି ସରକାର ଅଧିକ ପ୍ରାଥମିକତା ଦେଉଥିଲେ। ସାଧାରଣତଃ, ଏକ ନୂଆ ଟିକାର ବ୍ୟବହାରକୁ ବୈଧୀକରଣ କରିବା ଲାଗି ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ ଆଡ୍‌ମିନିଷ୍ଟ୍ରେଶନ ପ୍ରାୟ ୧୦ ମାସ ସମୟ ନେଇଥାଏ, କିନ୍ତୁ ଫାଇଜର ଟିକା ବ୍ୟବହାରକୁ ମାତ୍ର ୨୧ ଦିନରେ ଏହା ସ୍ବୀକୃତି ଦେଇଥିଲା ଏବଂ ୧୯ ଦିନରେ ମର୍ଡେନାର ଟିକାକୁ ବ୍ୟବହାର ଲାଗି ଅନୁମତି ଦେଇଥିଲା। ସାଧାରଣତଃ ଡବ୍ଲ୍ୟୁଏଚ୍‌ଓ ଏକ ଟିକାକୁ ଅନୁମୋଦନ କରିବା ପରେ ତାହାକୁ ବ୍ୟବହାର ପାଇଁ ଅନୁମତି ଦେବାକୁ ୨୭୦ ଦିନ ଲାଗିଥାଏ। ଏହା ଅତ୍ୟଧିକ ବିଳମ୍ବ। ଏଣୁ ଡବ୍ଲ୍ୟୁଏଚ୍‌ଓ ଏହାର ପ୍ରକ୍ରିୟାକୁ ଗତିଶୀଳ କରିବା ଉଚିତ ଏବଂ କେତେ ଶୀଘ୍ର ଏହାକୁ ବ୍ୟବହାର ଲାଗି ଅନୁମତି ଦେବ ତାହା ମଧ୍ୟ ଜନସାଧାରଣଙ୍କୁ ଜଣାଇବା ଦରକାର।
‘ଓ୍ବାନ୍‌ ଡେ ସୁନର’ ପ୍ରତିଷ୍ଠା ହୋଇଥିଲା, ଯେଉଁଥିରେ ଟିକା ବିକାଶକୁ ତ୍ୱରାନ୍ବିତ କରିବା ଲାଗି ସ୍ବେଚ୍ଛାସେବୀମାନେ ଯୋଗ ଦେଇଥିଲେ। ମାର୍ଚ୍ଚ ୨୦୨୦ରେ ଯେତେବେଳେ ଏହି ସଂସ୍ଥା ଗଠନ କରାଯାଇଥିଲା, ସେତେବେଳେ ଏହାର ଲକ୍ଷ୍ୟ ଥିଲା କୋଭିଡ୍‌ ପ୍ରତିରୋଧୀ ଟିକା କେମିତି ଗୋଟିଏ ଦିନ ଶୀଘ୍ର ପାଇବ ଓ ଅନେକ ହଜାର ଜୀବନ ବଞ୍ଚାଇବ। ଏହି ସଙ୍ଗଠନର ଅନେକ କର୍ମଚାରୀ ଏବଂ ଅଧିକ ପ୍ରତିଶତ ସ୍ବେଚ୍ଛାସେବୀ ଲୋକମାନଙ୍କ ପାଇଁ ବିନା ଲାଭରେ କାମ କରିଥିଲେ। ସଙ୍ଗଠନର ମୂଳ ଲକ୍ଷ୍ୟ ବ୍ୟାପକ ହୋଇଛି। ଏହା ଜୀବନ ରକ୍ଷାକାରୀ ଗବେଷଣାର ପ୍ରଭାବୀ ବିକାଶକୁ ଏବଂ ଏହାର ଉତ୍ପାଦର ତ୍ୱରିତ ଓ ସମବଣ୍ଟନକୁ ଉତ୍ସାହିତ କରୁଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଓ୍ବାନ୍‌ ଡେ ସୁନର ଆଫ୍ରିକା ମହାଦେଶରେ ଟିକାକରଣକୁ ଉତ୍ସାହିତ କରିବା ଲାଗି ‘ଓ୍ବାନ୍‌ ଡେ ଆଫ୍ରିକା’ ଗଠନ କରିଛି। ଆଫ୍ରିକାର ବୈଜ୍ଞାନିକ କ୍ଷମତା ଓ ଏହାର ଦକ୍ଷତା ଦୃଢ଼ କରି ସେଠାରେ ଟିକା ଉତ୍ପାଦନ କରିବା ପାଇଁ ଏଭଳି ପଦକ୍ଷେପ ନେଇଛି।
କିନ୍ତୁ ଓ୍ବାନ୍‌ ଡେ ଆଫ୍ରିକା ସାମ୍ପ୍ରତିକ ସ୍ଥିତିକୁ ନେଇ ଚିନ୍ତିତ। ଡବ୍ଲ୍ୟୁଏଚ୍‌ଓ ଓ ବିଭିନ୍ନ ଦେଶର ସରକାର କୋଭିଡ୍‌-୧୯ ଟିକାର ଆବଶ୍ୟକତାକୁ ଯେଭଳି ଜରୁରୀ ମନେକରି ଶୀଘ୍ର ଉପଲବ୍ଧ କରାଇଥିଲେ, ସେଭଳି ନୂଆ ମ୍ୟାଲେରିଆ ଟିକାର କାର୍ଯ୍ୟଦକ୍ଷତା ଓ ସୁରକ୍ଷାର ଗୁରୁତ୍ୱ ଉପରେ ଶୀଘ୍ର ବିଚାର କରୁନାହାନ୍ତି। ପରିଣାମ ସ୍ବରୂପ, ୨୦୨୪ରେ ଯେତେ ସମ୍ଭବ ସେତେ ଅଧିକ ଆର୍‌୨୧ ଟିକା ଉତ୍ପାଦନ କରି ଯଥାଶୀଘ୍ର ପିଲାଙ୍କୁ ଟିକା ଦେବାକୁ ଦାବି କରୁଛି। ମ୍ୟାଲେରିଆ ପୀଡ଼ିତଙ୍କ ସଂଖ୍ୟା କମାଇବା ସହ ଅନେକ ହଜାର ଜୀବନ ବଞ୍ଚାଇବା ପାଇଁ ଏହି ସଙ୍ଗଠନ ଦୃଢ଼ ସ୍ବର ଉଠାଇଛି। କିନ୍ତୁ କେତେକ ଅତ୍ୟାବଶ୍ୟକ ବିଷୟରେ ବିବାଦ ବା ଦ୍ୱନ୍ଦ୍ୱ ରହୁଛି। ଟିକା ବ୍ୟବହାର ପାଇଁ ଅନୁମତି ଦେବାବୁ ଡବ୍ଲ୍ୟୁଏଚ୍‌ଓ କେତେ ସମୟ ନେବ ଏବଂ ଆବଶ୍ୟକ ଟିକା କେତେ ପରିମାଣର ଶୀଘ୍ର ପ୍ରସ୍ତୁତ କରାଯିବ ତାହା ନିଶ୍ଚିତ ହୋଇ ପାରୁନାହିଁ। କିନ୍ତୁ ଗୋଟିଏ ବିଷୟ ସ୍ପଷ୍ଟ ହୋଇଯିବ ଯେ, ପ୍ରତ୍ୟେକଙ୍କ ପାଇଁ ବହୁତ କମ୍‌ ଅର୍ଥାତ୍‌ ୩,୩୦୦ ଡଲାର ଖର୍ଚ୍ଚ କରି ଆଫ୍ରିକୀୟ ପିଲାମାନଙ୍କ ଜୀବନ ବଞ୍ଚାଇବାରେ ବିଫଳତା ପ୍ରତ୍ୟେକ ମାନବ ଜୀବନର ସମାନ ମୂଲ୍ୟବୋଧ ବିଷୟରେ ଆମେ ଯାହା ଗଳା ଫଟେଇ କହୁଛୁ ତାହାକୁ ଫମ୍ପା କରିଦେବ।
ପ୍ରାଧ୍ୟାପକ (ବାୟୋଏଥିକ୍ସ), ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?