ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିଆଣି ଜୀବନ ବଞ୍ଚାଇଲେ

ନନ୍ଦପୁର, ୩୧ା୮ (ଶଙ୍କର ପୂଜାରୀ)ଥମୁନି ଜନନୀ ଜନ୍ତ୍ରଣା। ରାସ୍ତାଘାଟ ନ ଥିବାରୁ ଗ୍ରାମବାସୀଙ୍କୁ ମିଳିପାରୁନି ମୌଳିକ ସୁବିଧା ସହ ଆବଶ୍ୟକ ସମୟରେ ଚିକିତ୍ସା ସେବା। ଜରୁରୀ ସମୟରେ ଭାରରେ ଓ ଷ୍ଟ୍ରେଚରରେ ବୁହା ହେଉଛନ୍ତି ରୋଗୀ। ଏଭଳି ଏକ ଘଟଣା ନନ୍ଦପୁର ବ୍ଲକର ହାତୀବାରୀ ପଞ୍ଚାୟତର ଗିରିଲିଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ୧୦୮ କର୍ମଚାରୀଙ୍କ ମାନବିକତା ପାଇଁ ବଞ୍ଚତ୍ୟାଇଛି ଜଣେ ଗର୍ଭବତୀଙ୍କ ଜୀବନ।

ଖବରରୁ ଜଣାପଡିଛି, ଗିରିଲିଗୁଡା ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କ ସ୍ବାମୀ ଗିରି ପାଙ୍ଗୀ ତାଙ୍କ ସ୍ତ୍ରୀ କୌଶଲ୍ୟା ପ୍ରସବକାଳୀନ ଯନ୍ତ୍ରଣା ଭୋଗୁଥିବା ନେଇ ନନ୍ଦପୁର ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ। ଏହି ସମୟରେ ନନ୍ଦପୁର ସ୍ବାସ୍ଥ୍ୟକେନ୍ଦ୍ର ଆମ୍ବୁଲାନ୍ସ ଅନ୍ୟ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଯାଇଥିବାରୁ ଲମତାପୁଟ ୧୦୮କୁ ଗିରିଲିଗୁଡା ଗ୍ରାମକୁ ଯାଇ ଗର୍ଭବତୀଙ୍କୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅନୁସାରେ ଲମତାପୁଟ ଆମ୍ବୁଲାନ୍ସର ୩ଜଣ କର୍ମଚାରୀ ଗିରିଲିଗୁଡାରେ ପହଁଞ୍ଚତ୍ଥିଲେ। ତେବେ ଗ୍ରାମକୁ ୧କି.ମି. ପର୍ଯ୍ୟନ୍ତ ଆଗକୁ ରାସ୍ତା ନ ଥିବାରୁ ସେଠାରେ ଗାଡ଼ି ରଖି ଗାଡ଼ିରେ ଥିବା ଷ୍ଟ୍ରେଚର ଧରି କର୍ମଚାରୀ ଚାଳକ ନାଗାର୍ଜୁନ ନାୟକ, ଫାର୍ମାସିଷ୍ଟ ଲୋକନାଥ ଖେମୁଣ୍ଡୁ ଓ ସହାୟକ ପ୍ରତୀକ ଦୋରା ଗ୍ରାମକୁ ଯାଇଥିଲେ। ସେଠାରୁ ସ୍ବାମୀ ଓ ପରିଜନଙ୍କ ସହାୟତାରେ ସେମାନେ ଖାଲଖମା ରାସ୍ତା ଓ ବିଲହୁଡ଼ା ଦେଇ ଗର୍ଭବତୀ କୌଶଲ୍ୟାଙ୍କୁ ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ। ସେଠାରୁ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଶିଶୁ କନ୍ୟାଟିଏ ଜନ୍ମ ଦେଇଥିଲେ। ବର୍ତ୍ତମାନ ମା ଓ ଛୁଆ ସୁସ୍ଥ ଥିବା ଡାକ୍ତର ଦୁବରାଜ ମୁର୍ମୁ କହିଛନ୍ତି। ୧୦୮ର ୩ କର୍ମଚାରୀଙ୍କ ଏଭଳି ମାନବିକତା ପୂର୍ଣ୍ଣ କାର୍ଯ୍ୟପାଇଁ ସ୍ବାମୀ ଗିରି, ସ୍ତ୍ରୀ କୌଶଲ୍ୟା କୃତଜ୍ଞତା ଜଣାଇଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ମୁର୍ମୁଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଗିରିଲିଗୁଡା ଗ୍ରାମବାସୀ ପ୍ରଶଂସା କରିଛନ୍ତି। ଗ୍ରାମକୁ କେବେ ରାସ୍ତା ନିର୍ମାଣ ହେବ ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସନ୍ତୋଷ ପାତ୍ରଙ୍କୁ ପଚାରିବାରୁ ସେ କହିଲେ, ଗ୍ରାମ ସମ୍ମୁଖରେ ଥିବା ଜମି ରାସ୍ତା ନିର୍ମାଣରେ ବାଧକ ସାଜିଛି। ଗ୍ରାମବାସୀ ଉକ୍ତ ଜମି ଦେଇ ରାସ୍ତା ନିର୍ମାଣ କରିବାକୁ ଯଦି ଅନୁମତି ଦେବେ ତା’ହେଲେ ରାସ୍ତା ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri