ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିଆଣି ଜୀବନ ବଞ୍ଚାଇଲେ

ନନ୍ଦପୁର, ୩୧ା୮ (ଶଙ୍କର ପୂଜାରୀ)ଥମୁନି ଜନନୀ ଜନ୍ତ୍ରଣା। ରାସ୍ତାଘାଟ ନ ଥିବାରୁ ଗ୍ରାମବାସୀଙ୍କୁ ମିଳିପାରୁନି ମୌଳିକ ସୁବିଧା ସହ ଆବଶ୍ୟକ ସମୟରେ ଚିକିତ୍ସା ସେବା। ଜରୁରୀ ସମୟରେ ଭାରରେ ଓ ଷ୍ଟ୍ରେଚରରେ ବୁହା ହେଉଛନ୍ତି ରୋଗୀ। ଏଭଳି ଏକ ଘଟଣା ନନ୍ଦପୁର ବ୍ଲକର ହାତୀବାରୀ ପଞ୍ଚାୟତର ଗିରିଲିଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ୧୦୮ କର୍ମଚାରୀଙ୍କ ମାନବିକତା ପାଇଁ ବଞ୍ଚତ୍ୟାଇଛି ଜଣେ ଗର୍ଭବତୀଙ୍କ ଜୀବନ।

ଖବରରୁ ଜଣାପଡିଛି, ଗିରିଲିଗୁଡା ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କ ସ୍ବାମୀ ଗିରି ପାଙ୍ଗୀ ତାଙ୍କ ସ୍ତ୍ରୀ କୌଶଲ୍ୟା ପ୍ରସବକାଳୀନ ଯନ୍ତ୍ରଣା ଭୋଗୁଥିବା ନେଇ ନନ୍ଦପୁର ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ। ଏହି ସମୟରେ ନନ୍ଦପୁର ସ୍ବାସ୍ଥ୍ୟକେନ୍ଦ୍ର ଆମ୍ବୁଲାନ୍ସ ଅନ୍ୟ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଯାଇଥିବାରୁ ଲମତାପୁଟ ୧୦୮କୁ ଗିରିଲିଗୁଡା ଗ୍ରାମକୁ ଯାଇ ଗର୍ଭବତୀଙ୍କୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅନୁସାରେ ଲମତାପୁଟ ଆମ୍ବୁଲାନ୍ସର ୩ଜଣ କର୍ମଚାରୀ ଗିରିଲିଗୁଡାରେ ପହଁଞ୍ଚତ୍ଥିଲେ। ତେବେ ଗ୍ରାମକୁ ୧କି.ମି. ପର୍ଯ୍ୟନ୍ତ ଆଗକୁ ରାସ୍ତା ନ ଥିବାରୁ ସେଠାରେ ଗାଡ଼ି ରଖି ଗାଡ଼ିରେ ଥିବା ଷ୍ଟ୍ରେଚର ଧରି କର୍ମଚାରୀ ଚାଳକ ନାଗାର୍ଜୁନ ନାୟକ, ଫାର୍ମାସିଷ୍ଟ ଲୋକନାଥ ଖେମୁଣ୍ଡୁ ଓ ସହାୟକ ପ୍ରତୀକ ଦୋରା ଗ୍ରାମକୁ ଯାଇଥିଲେ। ସେଠାରୁ ସ୍ବାମୀ ଓ ପରିଜନଙ୍କ ସହାୟତାରେ ସେମାନେ ଖାଲଖମା ରାସ୍ତା ଓ ବିଲହୁଡ଼ା ଦେଇ ଗର୍ଭବତୀ କୌଶଲ୍ୟାଙ୍କୁ ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ। ସେଠାରୁ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଶିଶୁ କନ୍ୟାଟିଏ ଜନ୍ମ ଦେଇଥିଲେ। ବର୍ତ୍ତମାନ ମା ଓ ଛୁଆ ସୁସ୍ଥ ଥିବା ଡାକ୍ତର ଦୁବରାଜ ମୁର୍ମୁ କହିଛନ୍ତି। ୧୦୮ର ୩ କର୍ମଚାରୀଙ୍କ ଏଭଳି ମାନବିକତା ପୂର୍ଣ୍ଣ କାର୍ଯ୍ୟପାଇଁ ସ୍ବାମୀ ଗିରି, ସ୍ତ୍ରୀ କୌଶଲ୍ୟା କୃତଜ୍ଞତା ଜଣାଇଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ମୁର୍ମୁଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଗିରିଲିଗୁଡା ଗ୍ରାମବାସୀ ପ୍ରଶଂସା କରିଛନ୍ତି। ଗ୍ରାମକୁ କେବେ ରାସ୍ତା ନିର୍ମାଣ ହେବ ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସନ୍ତୋଷ ପାତ୍ରଙ୍କୁ ପଚାରିବାରୁ ସେ କହିଲେ, ଗ୍ରାମ ସମ୍ମୁଖରେ ଥିବା ଜମି ରାସ୍ତା ନିର୍ମାଣରେ ବାଧକ ସାଜିଛି। ଗ୍ରାମବାସୀ ଉକ୍ତ ଜମି ଦେଇ ରାସ୍ତା ନିର୍ମାଣ କରିବାକୁ ଯଦି ଅନୁମତି ଦେବେ ତା’ହେଲେ ରାସ୍ତା ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?