Posted inଭଦ୍ରକ

‘ମୋ ସ୍ବାମୀଙ୍କୁ ବଞ୍ଚାଇ ଦିଅ’

ଆରଡ଼ି,୨୨ା୫(ଡି.ଏନ.ଏ.): କରୋନା ମହାମାରୀ, ବନ୍ୟା, ବାତ୍ୟା ଆଦି ସମୟରେ ସେ ଗଁା ଗଁା ବୁଲି ଖାଦ୍ୟ ଯୋଗାଉଥିଲେ। ଲୋକଙ୍କ ସେବା କରୁଥିଲେ। ଏଥିସହ ସେ ବହୁ ଗରିବ ଲୋକଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିଛନ୍ତି। ଆଉ ଆଜି ତାଙ୍କ ଚିକିତ୍ସା ପାଇଁ ସହାୟତା ଲୋଡ଼ିଛନ୍ତି ପରିବାର ଲୋକେ। ସେ ହେଲେ ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଆରଡ଼ି ଗ୍ରାମର ସମର ପାଢ଼ୀ (୪୦)। ସମରଙ୍କୁ ଲିଭର ଜଣ୍ଡିସ ହୋଇଛି। ତାଙ୍କ ଲିଭର ସଂକ୍ରମିତ ହୋଇ ଅଚଳ ହେବା ଭଳି ପରିସ୍ଥିତି ଉପୁଜିଛି। ପରିବାର ଲୋକେ ଓଡ଼ିଶାର ବିଭିନ୍ନ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଇ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ ବି କୌଣସି ସୁଫଳ ମିଳିପାରି ନାହିଁ। ବୁଧବାର ତାଙ୍କୁ ହାଇଦ୍ରାବାଦସ୍ଥିତ ଗ୍ଲୋବାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାକାର ଡାକ୍ତର ଲିଭର ପ୍ରତିରୋପଣ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ପ୍ରାୟ ୪୫ ଲକ୍ଷ ଟଙ୍କା ଆବଶ୍ୟକ। ଜମିବାଡ଼ି ସହ ଅନ୍ୟାନ୍ୟ ଜିନିଷ ବିକି ତାଙ୍କର ଚିକିତ୍ସା ଚାଲିଛି। ଆଉ ତାଙ୍କ ପାଖରେ ସମ୍ବଳ ନାହିଁ ବୋଲି ସମରଙ୍କ ସ୍ତ୍ରୀ ସସ୍ମିତା ପାଢ଼ୀ କହିଛନ୍ତି। ଏଥିସହ ତାଙ୍କ ସ୍ବାମୀଙ୍କ ଜୀବନ ବଞ୍ଚାଇବାକୁ ଆର୍ଥିକ ସହାୟତା ଲାଗି ସେ ଓଡ଼ିଶାବାସୀଙ୍କୁ ହାତଯୋଡ଼ି ସୋସିଆଲ ମିଡିଆ ମାଧ୍ୟମରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଙ୍କେତ ଟପିଲା ବୈତରଣୀ, ସାଳନ୍ଦୀ ନଦୀ: ଭଦ୍ରକରେ ପୁଣି ବନ୍ୟା

ଭଦ୍ରକ,୨୫।୯(ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ବୁଡାଉ ଥିବା ୨ ପ୍ରମୁଖ ନଦୀରେ ଶୁକ୍ରବାର ପୁଣି ବନ୍ୟା ଆସିଛି l ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?