Posted inଜାତୀୟ

ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋ: ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨୧।୯: କଂଗ୍ରେସର ଭାରତ ଯୋଡୋ ଯାତ୍ରା କ୍ରମାଗତ ଭାବରେ ଚର୍ଚ୍ଚାରେ ଅଛି। ଏହି ଯାତ୍ରାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଭାରତ ଯୋଡ ଯାତ୍ରାର ୧୪ତମ ଦିନରେ ଗୋଟିଏ ପୋଷ୍ଟରରେ ସ୍ବାଧୀନତା ସଂଗ୍ରାମର ହିରୋ ବିନାୟକ ଦାମୋଦର ସାଭରକର ଫଟୋ ରହିଥିଲା। ଏହି ପୋଷ୍ଟରଟି ଏର୍ନାକୁଲମରେ ଲଗାଯାଇଥିଲା। ପୋଷ୍ଟରଟି ସୋସିଆଲ ମିଡିଆରେ ଶେୟାର ହେବା ମାତ୍ରେ କଂଗ୍ରେସ ଭୁଲ ବୁଝି ସାଭରକରଙ୍କ ଫଟୋ ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଲଗାଇଥିଲା।
ତେବେ ସେତେବେଳକୁ ବିଳମ୍ବ ହୋଇଥିଲା। ବହୁ ଭାଜପା ନେତା ଏହି ପୋଷ୍ଟର ସହିତ କଂଗ୍ରେସକୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ଭାଜପା ମୁଖପାତ୍ର ଶେହଜାଦ ପୁନାୱାଲା ଟୁଇଟ୍‌ କରି କହିଛନ୍ତି, ରାହୁଲ ଜୀ, ଯେତେ ଚେଷ୍ଟା କଲେ ମଧ୍ୟ ଇତିହାସ ଏବଂ ସତ୍ୟ ବାହାରକୁ ଆସେ। ସାଭରକର ବୀର ଥିଲେ! ଲୁଚକାଳିମାନେ ‘ଭୟଭୀତ’ ଅଛନ୍ତି।
ସୂଚନାଯୋଗ୍ୟ,ସାଭରକରଙ୍କ ବିଷୟରେ କଂଗ୍ରେସ ଏବଂ ଭାଜପାର ଭିନ୍ନ ମତ ରହିଛି। ଭାଜପା ତାଙ୍କୁ ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ ବୋଲି ବିବେଚନା କରୁଥିବାବେଳେ କଂଗ୍ରେସ ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଅବଦାନ ଉପରେ ପ୍ରଶ୍ନ କରିଛି। କଂଗ୍ରେସ କହିଛି ଯେ, ଜଣେ ବ୍ୟକ୍ତି ଯିଏ ବ୍ରିଟିଶମାନଙ୍କୁ କ୍ଷମା ମାଗୁଛି ସେ ଜଣେ ସ୍ବାଧୀନତା ସଂଗ୍ରାମୀ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସିଡିଏସ୍‌ ବିପିନ୍‌ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣା କିପରି ହେଲା ? ରିପୋର୍ଟ ରାଜନାଥଙ୍କୁ ପ୍ରଦାନ…

ନୂଆଦିଲ୍ଲୀ, ୫।୧ : ଦେଶର ପ୍ରଥମ ସିଡିଏସ୍‌ ବିପିନ୍‌ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣା ରିପୋର୍ଟ ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଅବଗତ କରାଯାଇଛି। ୮ ଡିସେମ୍ବର...

ଛୋଟା ରାଜନଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ

ମୁମ୍ବାଇ,୪।୧: ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ସ୍ବତନ୍ତ୍ର ସିବିଆଇ କୋର୍ଟ ରାଜନଙ୍କୁ ଏହି ଦଣ୍ଡାଦେଶ କରିଛନ୍ତି। ୨୦୧୫ରେ ପନଓ୍ବେଲ ସ୍ଥିତ...

ଅନୁପ୍ରବେଶ ଅପେକ୍ଷାରେ ୩୦୦ ଆତଙ୍କବାଦୀ

ନୂଆଦିଲ୍ଲୀ/ଶ୍ରୀନଗର,୨୭ା୪: କରୋନା ମହାମାରୀକୁ ଅଣଦେଖା କରି ପାକିସ୍ତାନ ଭାରତ ଭିତରକୁ ଆତଙ୍କବାଦୀ ପଠାଇ କ୍ଷତି କରିବା ଲାଗି ପ୍ରୟାସ କରୁଛି। ପ୍ରାୟ ୩୦୦ ଆତଙ୍କବାଦୀ ‘ପିଓକେ’ର...

ଆଜି ଦେଶର ୪୪ଟି ସ୍ଥାନରେ ଆୟୋଜିତ ହେବ ରୋଜଗାର ମେଳା, ୭୦ ହଜାରରୁ ଅଧିକନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପ୍ରାୟ ୭୦ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଶୁକ୍ରବାର...

ଝାଡ଼ଖଣ୍ଡରେ ଲାଗୁ ହେବ ପୁରୁଣା ପେନସନ ସ୍କିମ, ସଙ୍କଟ ମଧ୍ୟରେ ସେପ୍ଟେମ୍ବର ୫ରେ ବିଧାନସଭାର ବିଶେଷ ଅଧିବେଶନ

ରାଞ୍ଚି,୨ ।୯: ଝାଡ଼ଖଣ୍ଡରେ ଗୁରୁବାର ହୋଇଥିବା କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ପୁରୁଣା ପେନସନ ବ୍ୟବସ୍ଥ।।କୁ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି...

ସଲମାନ ଖାନ୍‌ଙ୍କ ସୁରକ୍ଷା ବଢିଲା

ମୁମ୍ବାଇ,୬।୬: ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ଦିଆଯିବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ସଲମାନଙ୍କୁ ରବିବାର ଏକ ଚିଠି ମାଧ୍ୟମରେ...

ପଞ୍ଜାବ କ୍ୟାବିନେଟରେ ନୂଆ ମନ୍ତ୍ରୀଙ୍କୁ ମିଳିଲା ବିଭାଗ

ଚଣ୍ଡିଗଡ଼,୫।୭: ପଞ୍ଜାବରେ ମଙ୍ଗଳବାର ସମସ୍ତ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି। ଏଥିରେ କେତେକ ପୁରୁଣା ମନ୍ତ୍ରୀଙ୍କ ବିଭାଗକୁ ପରିବର୍ତ୍ତନ କରାଯାଇଛି। ଇତିମଧ୍ୟରେ କ୍ୟାବିନେଟରେ ସୋମବାର ସାମିଲ...

ପାଣିରେ ଚାଲିବ ଟ୍ରାକ୍ଟର

ଲୁଧିଆନା,୨୦।୧: ଆଗାମୀ ଦିନରେ ଡିଜେଲ୍‌ ବଦଳରେ ଟ୍ରାକ୍ଟର ପାଣିରେ ଚାଲିବ। ପଞ୍ଜାବ ଲୁଧିଆନାର ଜିମ୍ପପେକ୍ସ୍‌ ବାୟୋ ଟେକ୍ନୋଲୋଜିର ମିହିର ଜୟ ସିଂ ଏପରି ଏକ କିଟ୍‌...

Advertisement
Archives

Model This Week