ପହଲଗାମ୍‌ରୁ ସତ୍ୟବାଦୀ ଫେରିଲେ ୮ ପର୍ଯ୍ୟଟକ

ସାକ୍ଷୀଗୋପାଳ,୨୫ା୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଜମ୍ମୁ-କଶ୍ମୀରର ପହଲଗାମ୍‌ ପରିଭ୍ରମଣରେ ଯାଇଥିବା ସତ୍ୟବାଦୀର ୮ ଜଣ ପର୍ଯ୍ୟଟକ ସୁରକ୍ଷିତ ଫେରି ଆସିଛନ୍ତି। ସେମାନେ ହେଲେ ଦୀପକ ଶତପଥୀ, ପ୍ରଶାନ୍ତ ପାଣି, ତୋଫାନ ବେହେରା, ସ୍ବରୂପ ଜେନା, ପୂଜା ସୁନ୍ଦରାୟ, ବର୍ଷାରାଣୀ ସେଠୀ, ପ୍ରଶାନ୍ତ କୁମାର ସେଠୀ, ସାତଭିକ୍‌ ଜେନା।

ସମସ୍ତ ପର୍ଯ୍ୟଟକ ଗତ ୨୨ ତାରିଖରେ ପହଲଗାମ ପରିଭ୍ରମଣ କରୁଥିଲେ। ପୂର୍ବାହ୍ନରେ ହଠାତ୍‌ ବର୍ଷା ହୋଇଥିବାବେଳେ ୩ ବର୍ଷର ଶିଶୁ ସାତଭିକ୍‌ଙ୍କ ବାନ୍ତି ହୋଇଥିଲା। ଫଳରେ ସମସ୍ତ ପର୍ଯ୍ୟଟକ ହୋଟେଲକୁ ଫେରିଯାଇଥିଲେ। ଏହି ସମୟରେ ଗୁଳି ଫୁଟିବା ଶବ୍ଦ ଓ କ୍ରନ୍ଦନ ରୋଳ, ଚିତ୍କାର ଓ ସେନାବାହିନୀର ସାଇରନ ଧାଁ ଧାଉଡ଼ ଦେଖି  ଭୟଭୀତ ହୋଇଯାଇଥିଲେ। ଗାଡ଼ିଚାଳକ ଅନନ୍ତ ନାଗ, ସୋପିୟାନ, ରାଜୌରୀ ଓ ପୁଞ୍ଚ୍‌ ଦେଇ ୧୬ ଘଣ୍ଟା ପରେ ରାତି ୩ଟା ସମୟରେ ସେମାନଙ୍କୁ ଜମ୍ମୁ ରେଳ ଷ୍ଟେଶନରେ ପହଞ୍ଚାଇଥିଲେ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହାୟତାରେ ଜମ୍ମୁରୁ ରେଳ ଯୋଗେ ଦିଲ୍ଲୀରେ ୨୩ ତାରିଖ ରାତି ୯ଟା ସମୟରେ ପହଞ୍ଚି ଥିଲେ। ପରେ ପୁରୀ ଏମ୍‌ପି ଡ. ସମ୍ବିତ ପାତ୍ରଙ୍କ ବାସଭବନରେ ରହିଥିଲେ। ଏମ୍‌ପି ପାତ୍ରଙ୍କ ସହିତ ସେମାନେ ଭୁବନେଶ୍ୱରରୁ ପୁରୀ ଆସିଥିଲେ। ପରେ ପୁରୀଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ୍‌ କରି ସେମାନେ ସାକ୍ଷୀଗୋପାଳରେ ସୁରକ୍ଷିତ ପହଞ୍ଚି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ…

୪୭ ବର୍ଷରେ କମାଲ କଲେ ଏହି ବୋଲର: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: ମାତ୍ର ୮ ବର୍ଷର କ୍ୟାରିୟର ପରେ ଇମ୍ରାନ ତାହିର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାର କିଛି ବର୍ଷ ପରେ ମଧ୍ୟ ତାଙ୍କ ସ୍ପିନ ବୋଲିଂର…

ଗୋଚର ଜମି ଜବରଦଖଲ ମାମଲା: ଅଭିଯୋଗକାରୀଙ୍କୁ ମିଳୁଛି ଧମକ, ପୀଡ଼ିତ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ…

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମରେ ସରକାରୀ ଗୋଚର ଜମି ଜବରଦଖଲ କରି କିଛି ବ୍ୟକ୍ତି ଧାନଚାଷ କରୁଥିବା ଅଭିଯୋଗ…

ରାଜନୀତିରେ ବଡ଼ ହଲଚଲ: ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ TMCର ବିଦ୍ରୋହୀ, କହିଲେ- ଆପଣ ଲଢ଼ିଲେ ଆମେ…

କୋଲକାତା,୧୦।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି। ନନ୍ଦୀଗ୍ରାମରୁ ମମତା ବାନାର୍ଜୀ ନିର୍ବାଚନ ଲଢ଼ନ୍ତୁ ବୋଲି…

ଫ୍ୟାନ୍ସି ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ବଲାଙ୍ଗିର,୧୦।୯(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବଜାରପଡ଼ା ନିକଟରେ ଥିବା ଏକ ଫ୍ୟାନ୍ସି ଷ୍ଟୋରରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଦୋକାନ ଭିତରେ ଥିବା…

ହାତୀକୁ ଧକ୍କା ଦେଲା ଟ୍ରେନ୍‌: ଚାଲିଗଲା ଜୀବନ

ମୁନିଗୁଡ଼ା/ବିଷମକଟକ,୧୦।୯(ନନ୍ଦ କିଶୋର ପଟ୍ଟନାୟକ/ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲାର ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବିଷମକଟକ ବ୍ଲକର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରେନ ଇଞ୍ଜିନ ଧକ୍କାରେ ଏକ ଦନ୍ତା…

ଗାଁ ରାସ୍ତାରେ ଆଣ୍ଠୁଏ ପାଣି: କପା-ଧାନ ଚାଷ ନଷ୍ଟ ଆଶଙ୍କା

କେସିଙ୍ଗା,୧୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ଯୋଗୁ ସମଗ୍ର…

‘ମୋତେ ଲାଜ ଲାଗୁଛି’, ଏମିତି କାହିଁକି କହିଲେ ନୀତିନ ଗଡକରୀ, ଯାହାକୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍‌ଲୀ,୧୦।୯: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମୁମ୍ୱାଇ-ଗୋଆ ହାଇୱେ ପ୍ରକଳ୍ପରେ ହୋଇଥିବା ବିଳମ୍ୱକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଗୋଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri