ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲେ

ବାରଙ୍ଗ,୨୬।୬(ଡି.ଏନ୍‌.ଏ.): ପ୍ରେମ ପାଇଁ ନିଜ ମଥାର ସିନ୍ଦୂର ପୋଛିଲା ସ୍ତ୍ରୀ। ଭୁଲିଗଲା ସାତଜନ୍ମର ସମ୍ପର୍କକୁ। ପ୍ରେମିକ ସହ ମିଶି ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ବାମୀକୁ ହତ୍ୟା କଲା। ବାରଙ୍ଗ ଥାନା ଅନ୍ତର୍ଗତ ନେତଲଗଁା ନିକଟ କାଜୁ ଜଙ୍ଗଲରୁ ବୁଧବାର ଗୋପାଳ ନାୟକଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କରି ଏହି ସୂଚନା ଦେଇଛି କମିଶନରେଟ ପୋଲିସ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଗୋପାଳଙ୍କ ସ୍ତ୍ରୀ ଝୁମୁରୀ ନାୟକ ଓ ତାଙ୍କ ପ୍ରେମିକ ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଜଗନ୍ନାଥ ଜେନାଙ୍କୁ ପୋଲିସ ଶନିବାର ଗିରଫ କରିଛି। ଏଥିସହ ଉଭୟଙ୍କୁ ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳକୁ ନେଇଥିଲା। ସେଠାରେ ଗୋପାଳଙ୍କୁ କିଭଳି ହତ୍ୟା କରିଥିଲେ ତାହାର ଡେମୋ ସେମାନେ ଦେଖାଇଥିଲେ।
ଅତିରିକ୍ତ ଡିସିପି ପ୍ରମୋଦ ରଥ ଘଟଣା ସମ୍ପର୍କରେ ଖବରଦାତା ସମ୍ମିଳନୀ ଜରିଆରେ ଦେଇଥିବା ସୂଚନା ଅନୁଯାୟୀ, ବାରଙ୍ଗ ଗୋଡ଼ିସାହି ଫାଣ୍ଡି ଅଧୀନ ଓମ୍‌ଫେଡ୍‌ ପଛପଟ କାଜୁ ଜଙ୍ଗଲରୁ ବୁଧବାର ଏକ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ମୃତଦେହଟି ବାଙ୍କୀ ଗୟଳବାଙ୍କ ଗ୍ରାମରେ ଘରଜ୍ୱାଇଁ ଭାବେ ରହୁଥିବା ଜଟଣୀ ନୂଆଗଁାର ଗୋପାଳ ନାୟକଙ୍କ ବୋଲି ଜଣାପଡ଼ିଥିଲା। ମୃତଦେହ ନିକଟରେ ମହିଳାଙ୍କ ଗୋଟିଏ ଚପଲ ଓ ଏକ ରକ୍ତଛିଟା ଲାଗିଥିବା ପଥର ମିଳିଥିଲା। ତେବେ ଗୋପାଳଙ୍କ ଭାଇ ଗୋବିନ୍ଦ ଗତ ୨୧ ତାରିଖରେ ଭାଇ ନିଖୋଜ ଥିବା ନେଇ ଫାଣ୍ଡିରେ ଅଭିଯୋଗ କରିଥିଲେ। ହେଲେ ମୃତଦେହ ମିଳିବା ପରେ ଗୋପାଳଙ୍କୁ ତାଙ୍କ ସ୍ତ୍ରୀ ଝୁମୁରୀ ହତ୍ୟା କରିଥିବା ପୁନର୍ବାର ଅଭିଯୋଗ କରିବା ପରେ ବାରଙ୍ଗ ପୋଲିସ ଏକ ହତ୍ୟା ମାମଲା ରୁଜୁକରି ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ତଦନ୍ତ ଚଳାଇଥିଲା। ଅନ୍ୟପଟେ ସ୍ତ୍ରୀ ଝୁମୁରୀ ଗତ ୨୩ ତାରିଖରେ ସ୍ବାମୀ ମୃତ ଖବର ପାଇ ଫାଣ୍ଡିରେ ପହଞ୍ଚତ୍ଥିଲେ। ଏହାପରେ ପୋଲିସ ଝୁମୁରୀଙ୍କୁ ପଚରାଉଚରା କରିବା ପରେ ସେ ଦୋଷ ମାନିଥିଲେ। ପ୍ରେମ ପାଇଁ ପ୍ରେମିକ ସହ ମିଶି ସ୍ବାମୀଙ୍କ ଜୀବନ ନେଇଥିବା କଥା ପୋଲିସ ଆଗରେ ବଖାଣିଥିଲେ ା
ସୂଚନାଥାଉ କି, ପୂର୍ବରୁ ପାରିବାରିକ କଳହକୁ ନେଇ ଗୋପାଳ ଗାଳିଗୁଲଜ, ମାର୍‌ପିଟ କରୁଥିବାରୁ ଝୁମୁରୀ ନିକଟସ୍ଥ ତାଙ୍କ ସାଙ୍ଗ ଘରେ ଆଶ୍ରୟ ନେଉଥିଲେ। ସେ ପାଖରେ ରହୁଥିବା ଜଗନ୍ନାଥ ସହ ଦେଖାହୋଇ ପ୍ରେମସମ୍ପର୍କ ବଢ଼ିଥିଲା। ଏପରି କି ଗତ ୨୧ ତାରିଖରେ ଝୁମୁରୀ ଓ ଜଗନ୍ନାଥ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟେ ତ୍ରିଶୂଳିଆ ଛକରେ ଥିବା ଜାଣି ଗୋପାଳ ଏକ ସ୍କୁଟି ଧରି ସେଠାରେ ପହଞ୍ଚତ୍ଥିଲେ। ସେଠାରେ ୩ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ସ୍ଥାନୀୟ ଲୋକମାନେ ହସ୍ତକ୍ଷେପ କରି ଗଁାକୁ ଯାଇ ଭଦ୍ରଲୋକଙ୍କ ଉପସ୍ଥିତିରେ ଘଟଣା ସମାଧାନ କରିଥିଲେ। ଏହାପରେ ୩ ଜଣ ଯାକ ସେହି ସ୍କୁଟିରେ ସେଠାରୁ ଆସିଥିଲେ। ହେଲେ ବାଟରେ ଗୋପାଳଙ୍କୁ ମାରିବା ପାଇଁ ଉଭୟେ ଯୋଜନା କରିଥିଲେ। ଶ୍ରୀ ଶ୍ରୀ ୟୁନିଭର୍‌ସିଟି ପାଖ ଓମ୍‌ଫେଡ୍‌ ନିକଟରେ ପହଞ୍ଚତ୍ବାବେଳେ ଝୁମୁରୀ ସ୍କୁଟି ରୋକିବାକୁ ସ୍ବାମୀଙ୍କୁ କହିବା ସହ ଏକ ଜରୁରୀ କଥା ଅଛି କହି କାଜୁ ଜଙ୍ଗଲକୁ ନେଇଥିଲେ। ସେଠାରେ ପୁଣି ପାଟିତୁଣ୍ଡ ହେବାରୁ ପ୍ରେମିକ ଜଗନ୍ନାଥ ସହ ମିଶି ଝୁମୁରୀ ଏକ ପଥରରେ ଗୋପାଳଙ୍କ ଶରୀରକୁ ଛେଚି ହତ୍ୟା କରିଥିଲେ। ହତ୍ୟା କରିବା ପରେ ଭୟରେ ସେହି ସ୍ଥାନରୁ ଉଭୟ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri