Posted inଜାତୀୟ

ସୃତି ହେଗ୍‌ଡେ ଭାରତର ପ୍ରଥମ ମିସ୍‌ ୟୁନିଭର୍ସାଲ ପେଟିଟ୍‌ କ୍ରାଉନ୍‌

ବେଙ୍ଗାଲୁରୁ,୧୮ା୭: କର୍ନାଟକର ହୁବୁଳିସ୍ଥିତ ଏକ ହସ୍ପିଟାଲରେ ୨୦୧୮ରୁ ଡାକ୍ତର ଭାବେ କାର୍ଯ୍ୟରତ ସୃତି ହେଗ୍‌ଡେ ଭାରତର ପ୍ରଥମ ମିସ୍‌ ୟୁନିଭର୍ସାଲ ପେଟିଟ୍‌ କ୍ରାଉନ୍‌ ଜିତିଛନ୍ତି। ଏହି ବିଜୟକୁ ନେଇ ସୃତିଙ୍କ ପରିବାର ଓ ଦେଶବାସୀ ଉଲ୍ଲସିତ ହୋଇଛନ୍ତି।

ମହିଳାମାନଙ୍କୁ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସୁଯୋଗ ଦେବା ପାଇଁ ୨୦୦୯ରୁ ଆମେରିକାର ଫ୍ଲୋରିଡାସ୍ଥିତ ଥାମ୍ପାରେ ପ୍ରତିବର୍ଷ ମିସ୍‌ ୟୁନିଭର୍ସାଲ ପେଟିଟ୍‌ ଆୟୋଜିତ ହୋଇଆସୁଛି। ଜୁନ୍‌ ୧୦ରେ ସୃତି ଭାରତର ପ୍ରଥମ ମିସ୍‌ ୟୁନିଭର୍ସ ପେଟିଟ୍‌ ହେବାରେ ସୌଭାଗ୍ୟ ଲାଭ କରିଥିଲେ। ଏହି ଅବସରରେ ସୃତି କହିଛନ୍ତି, ଏହା ମୋ ପାଇଁ ସହଜ ନ ଥିଲା। ଜଣେ ଡାକ୍ତର ହେବା କେତେ କଷ୍ଟସାଧ୍ୟ ତାହା ମୁଁ ଅନୁଭବ କରିଥିଲି। ତେବେ ଉଭୟ କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବାକୁ ପ୍ରଥମେ ଚେଷ୍ଟା କରିଥିଲି ବୋଲି ସୃତି କହିଛନ୍ତି। ମୁକୁଟ ପରିଧାନ କରିବାବେଳେ ସୃତି କହିଥିଲେ, ସେ ବିଜୟିନୀ ହେବା ନେଇ ସେତେଟା ଭାବି ନ ଥିଲେ ବୋଲି ତ୍ୱଚାରୋଗ ବିଜ୍ଞାନ (ଡେର୍ମାଟୋଲୋଜି)ର ଏମ୍‌ଡି ଛାତ୍ରୀ ତଥା ମଡେଲ ଓ ଡ୍ୟାନ୍ସର ସୃତି ପ୍ରକାଶ କରିଛନ୍ତି। ୟୁନିଭର୍ସାଲ ପେଟିଟ୍‌ ପିଜେଣ୍ଟରେ ଭାଗନେବା ପାଇଁ ମହିଳାଙ୍କ ଉଚ୍ଚତା ୫ ଫୁଟ୍‌ ୬ ଇଞ୍ଚ (୧୬୭.୫ ସେ.ମି.)ରୁ କମ୍‌ ହୋଇଥିବା ଆବଶ୍ୟକ ବୋଲି ଏହାର ଓ୍ବେବ୍‌ସାଇଟ୍‌ରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବଡ଼ ଘୋଷଣା କଲେ ସରକାର; ଏତିକି ମାସ ଯାଏ WFH କରିବେ ୫୦% କର୍ମଚାରୀ, ଗାଡ଼ି ପାର୍କିଂ…

ନୂଆଦିଲ୍ଲୀ,୧।୭: ଶୀତକାଳୀନ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ମାଷ୍ଟର ପ୍ଲାନ ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ନଭେମ୍ବର ୧ ରୁ ଫେବୃଆରୀ ୨୮…

WhatsAppର ନୂଆ ଫିଚର୍ସରୁ ବଢ଼ୁଛି ସାଇବର ଠକେଇ! ରୋକିବାକୁ କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ,୧।୭:  ଦେଶରେ ସାଇବର ଅପରାଧ ବୃଦ୍ଧି ପାଉଥିବା ଘଟଣା ଉପରେ ରୋକ ​​ଲଗାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ପଦକ୍ଷେପର…

ମୋଦି କ୍ୟାବିନେଟ୍‌ରେ ବଡ଼ ବୈଠକ: ରାସନ ସମେତ ୪ଟି ବଡ଼ ନିଷ୍ପତ୍ତି ସମ୍ଭବ, ସିଧାସଳଖ ପ୍ରଭାବିତ ହେବେ ସାଧାରଣ ଜନତା!

ନୂଆଦିଲ୍ଲୀ,୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବୁଧବାର ଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦେଶହିତ, ଆର୍ଥିକ ସୁଧାର…

ବଙ୍ଗରେ ଟିଏମସି ଏମପି ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡାମାଡ଼, ଭାଜପା…

କୋଲକାତା,୧।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡା ମାଡ଼ ହୋଇଛି । ବୁଧବାର ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗର ଏକ ରେଷ୍ଟୁରାଣ୍ଟ ବାହାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri