ତଟକ୍ଷୟ ଛଡ଼ାଇନେଲା ସାତଭାୟାବାସୀଙ୍କ ବାସ,ଚାଷ

କେନ୍ଦ୍ରାପଡ଼ା,୧୭ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ଅଞ୍ଚଳରେ ବିଶ୍ୱତାପନ ଯୋଗୁ ସମୁଦ୍ର ତଟକ୍ଷୟ ସାତଭାୟାବାସୀଙ୍କ ବାସ ଓ ଚାଷକୁ ଛଡ଼ାଇ ନେଇଛି। ଜୀବନ ଜୀବିକା ପାଇଁ କର୍ମ ଅନ୍ବେଷଣରେ ଅଧିକାଂଶ ସାତଭାୟାର ଯୁବବର୍ଗ କେରଳ, ସୁରଟ, ଆନ୍ଧ୍ରପ୍ରଦେଶ ଆଦିକୁ ଯାଉଛନ୍ତି। ତଟକ୍ଷୟରୁ ରକ୍ଷା ପାଇଁ ଏହି ବ୍ଲକ ଗୁପ୍ତିସ୍ଥିତ ବଗପାଟିଆକୁ ସେମାନେ ସ୍ଥାନାନ୍ତର ହୋଇଛନ୍ତି। ତେବେ ଅର୍ଥାଭାବ ଗୃହର ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ବାଧା ସୃଷ୍ଟି କରିଛି। ସ୍ଥାନାନ୍ତର ହୋଇଥିବା ୫୭୧ ପରିବାରଙ୍କୁ ଜମି ସହ ଗୃହ ନିର୍ମାଣ ପାଇଁ ଅନୁଦାନ ମିଳିଛି। ୧୪୮ ପରିବାର ସ୍ବତ୍ୱ ହାସଲ ତହସିଲ ନିର୍ଦ୍ଦେଶନାମା ପାଇଥିଲେ ମଧ୍ୟ ଜମି ଚିହ୍ନଟରୁ ବଞ୍ଚତ୍ତ ହୋଇଛନ୍ତି। ସେହିପରି ଅବଶିଷ୍ଟ ୯୯ ପରିବାର ଜଙ୍ଗଲ ଜମି ପାଇଁ ନିଜର ବାସସ୍ଥାନ ପରିଚୟ ପତ୍ରରୁ ବଞ୍ଚତ୍ତ ହୋଇଛନ୍ତି।
ସାତଭାୟାରୁ ବଗପାଟିଆକୁ ସ୍ଥାନାନ୍ତର ହୋଇଥିବା ସ୍ମିତା ଦାସ କହିଛନ୍ତି, ସମୁଦ୍ର ତଟକ୍ଷୟ ସାତଭାୟାବାସୀଙ୍କ ବାସ, ଚାଷକୁ ଉଜାଡ଼ିଦେଲା। ଜୀବନ ଜୀବିକାକୁ ନେଇ ଅଞ୍ଚଳବାସୀ ଏବେବି ଚିନ୍ତାରେ ଅଛନ୍ତି। ପ୍ରାୟ ୮୦% ଯୁବକ କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ଯିବାକୁ ବାଧ୍ୟ ହୋଇଛନ୍ତି। ଶତାଧିକ ମହିଳା ଏବେ ଜୀବିକା ମିଶନର ବିଭିନ୍ନ ଯୋଜନାରେ ସାମିଲ ପାଇଁ ଆବେଦନ ପତ୍ର ଦେଇଛନ୍ତି। ସେଥିମଧ୍ୟରୁ ସେ ଛେଳିପାଳନ ଋଣ ପାଇଁ ଦରଖାସ୍ତ ଦେଇଛନ୍ତି। ଗ୍ରାମର ଚୁଲ୍‌ବୁଲି ପରିଡ଼ା କହିଛନ୍ତି, ସାତଭାୟାର ବରାହୀପୁରରୁ ବଗପାଟିଆକୁ ସ୍ଥାନାନ୍ତର ପରେ ଘର ଚଳାଇବା କଷ୍ଟ ହେଉଛି। ସେଠାରେ ଚାଷ ସହିତ ମଇଁଷି ପାଳନ, ମାଛ, କଙ୍କଡ଼ା ଆଦି ଗ୍ରାମ୍ୟ ଅର୍ଥନୀତିକୁ ସରଳ କରିଥିଲା। ଏବେ ପରିବାର ଲୋକ ବାହାରୁ ପଠାଉଥିବା ୩ରୁ ୪ ହଜାର ଟଙ୍କା ଖାଇବା ଖର୍ଚ୍ଚ ମଧ୍ୟ କୁଳାଉନାହିଁ। ପରିବାର ସଦସ୍ୟଙ୍କ ଘର, ସ୍ବାସ୍ଥ୍ୟ, ଶିକ୍ଷା, ବସ୍ତ୍ର ଆଦି ପାଇଁ ସ୍ଥାନାନ୍ତର ବଗପାଟିଆବାସୀ ଏବେବି ସଂଗ୍ରାମ କରୁଛନ୍ତି। ଚାରିଘରିଆ ଗଁାର ଜିତନ ମଣ୍ଡଳ କହିଛନ୍ତି, ଜଙ୍ଗଲ ଜମି ହୋଇଥିବାରୁ ଗ୍ରାମରେ ଥିବା ୯୯ ପରିବାରଙ୍କୁ ଅଦ୍ୟାବଧି ପଟ୍ଟା ମିଳିନାହିଁ। କୌଣସି ସରକାରୀ ଯୋଜନାରେ ସାମିଲ ପାଇଁ ବାସସ୍ଥାନ ପ୍ରମାଣ ପତ୍ର ଆବଶ୍ୟକ। ଜମି ପଟ୍ଟା ନ ଥିବାରୁ ସରକାରୀ ଯୋଜନାରୁ ସେମାନେ ବଞ୍ଚତ୍ତ ହୋଇଛନ୍ତି। ବଗପାଟିଆର ତ୍ରିଲୋଚନ ସ୍ବାଇଁ କହିଛନ୍ତି, ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଫଳରେ ସାତଭାୟାରୁ ୫୭୧ ପରିବାର ସ୍ଥାନାନ୍ତର ହୋଇଛନ୍ତି। ୧୪୮ ପରିବାରକୁ ବଗପାଟିଆରେ ରହିବାକୁ ଜମି ପ୍ରଦାନ କରାଯାଇଛି। ଏହି ଜମି ଚିହ୍ନଟକରଣ ସହ ନୂତନ ପଟ୍ଟାଧାରୀ ଦଖଲକୁ ଆସିନାହାନ୍ତି। ଏବେବି ୯୯ ପରିବାର ଜମି ପଟ୍ଟା ଅପେକ୍ଷାରେ ଅଛନ୍ତି। ଏ ନେଇ ବହୁବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଶାନ୍ତିଲତା ସ୍ବାଇଁ କହିଛନ୍ତି, ସ୍ଥାନାନ୍ତର ଲୋକଙ୍କ ଘର ପାଇଁ ୧୦ ଡିସିମିଲ ଜମି ପ୍ରଦାନ କରାଯାଉଛି। ସାତଭାୟା ଅଞ୍ଚଳର ଚାଷ ଜମି ହରାଇଛନ୍ତି। ପରିବାରର ପ୍ରତିପୋଷଣ ପାଇଁ ଏବେବି ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ମହିଳା ସାତଭାୟା ଅଞ୍ଚଳକୁ ଯାଇ ମାଛ, କଙ୍କଡ଼ା ଆଦି ଧରିବାକୁ ପଡୁଛି। କେତେଜଣ ଯୁବତୀ କର୍ମ ଅନ୍ବେଷଣରେ କେରଳ, ବାଙ୍ଗାଲୋର, ହାଇଦ୍ରାବାଦ ଅଞ୍ଚଳକୁ ଯାଉଛନ୍ତି। ମମତା ରାଉତ କହିଛନ୍ତି, ବଗପାଟିଆରେ ସରକାରଙ୍କ ପକ୍ଷରୁ ଜମି ଓ ଘର ପାଇଁ ଟଙ୍କା ମିଳିଛି। ସେହି ଟଙ୍କା ଜମି ସମତୁଲରେ ଯାଇଛି। ଏଥିପାଇଁ ଘର ନିର୍ମାଣ ବେଳେ ଟଙ୍କାର ଅଭାବ ଯୋଗୁ ଅଧା ହୋଇଛି। ପୂର୍ବରୁ ଏଠାରେ ଚିଙ୍ଗୁଡି ଘେରି ଥିଲା। ପୋଖରୀ ପୋତା ଯାଇଛି। ଚିଙ୍ଗୁଡି ଘେରିର ରାସାୟନିକ ପ୍ରଭାବ ଏବେବି ଯାଇନାହିଁ। ଏଥିପାଇଁ ଗ୍ରାମବାସୀଙ୍କଠାରେ ଚର୍ମରୋଗ ଦେଖିବାକୁ ମିଳୁଛି। ସେହିପରି ପାନୀୟଜଳ ପାଇଁ ପାଇପ୍‌, ଶିକ୍ଷା ପାଇଁ ସ୍କୁଲ ନିର୍ମାଣ ହୋଇଥିଲେ ମଧ୍ୟ ଭଲ ବଜାରଟିଏ ନାହିଁ। କରୁଣାକର ସ୍ବାଇଁ କହିଛନ୍ତି, ସ୍ଥାନାନ୍ତର ସ୍ଥାନୀୟ ଅଧିବାସୀଙ୍କ ଜୀବନ ବଞ୍ଚାଇଛି। ସାତଭାୟା ଅର୍ଥ ୭ଟି ଗ୍ରାମ। ବେଣୁପୁର, ମୋହନପୁର, ଗୋବିନ୍ଦପୁର, ସାନସାହିପୁର, ବଡ଼ଗହୀରମଥା, ବାଲିସାହି ଓ ରବୀନ୍ଦ୍ରପଲ୍ଲୀ। ତଟକ୍ଷୟ ଯୋଗୁ ଏସବୁ ନାମ ସମୁଦ୍ର ଗର୍ଭରେ ଲୀନ ହୋଇଛି। ୧୯୭୧ ବାତ୍ୟା ପ୍ରଭାବ ପାଇଁ ତଟକ୍ଷୟ ସମସ୍ୟା ଅଧିକ ଜଣାପଡ଼ିଲା। ଫଳରେ ଏହି ଅଞ୍ଚଳର ଲୋକ ନୂଆ ଭାବେ ଗଠନ ହୋଇଥିବା ସାତଭାୟା, କାହ୍ନୁପୁର, ମଗରକନ୍ଦା, ବରାହୀପୁର ଆଦିକୁ ସ୍ଥାନାନ୍ତର ହୋଇଥିଲେ। ଏସବୁ ଅଞ୍ଚଳକୁ ସମୁଦ୍ର ସମ୍ପୂର୍ଣ୍ଣ ଭାବେ ଗିଳି ଦେଇଛି। ୧୯୯୯ ମହାବାତ୍ୟା ବହୁ ଜୀବନ ନଷ୍ଟ କରିଛି। ପ୍ରାୟ ୫ ଦଶନ୍ଧି ଆନ୍ଦୋଳନ ପରେ ସ୍ଥାନୀୟ ଅଧିବାସୀ ବଗପାଟିଆକୁ ସ୍ଥାନାନ୍ତର ହୋଇଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ବନ୍ୟା, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଅନୂ୍ୟନ ୩୬.୯ ପ୍ରତିଶତରେ ସାମୁଦ୍ରିକ ତଟକ୍ଷୟ ହେଉଛି। ତଟାଞ୍ଚଳର ସୁରକ୍ଷା ଅଭାବରୁ ୪୮ କିଲୋମିଟର କେନ୍ଦ୍ରାପଡ଼ା ଜିଲା ତଟାଞ୍ଚଳରୁ ୨୮ କିମିରେ ତଟକ୍ଷୟ ଜାରି ରହିଛି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବଗପାଟିଆ ଏକ ଆଦର୍ଶ ଗ୍ରାମରେ ପରିଣତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ହେଉଛି। ନିକଟରେ ମହିଳାଙ୍କୁ ସ୍ବାବଲମ୍ବୀ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ଏଠାକାର ମୁଖ୍ୟ ମନ୍ଦିର ଓ ବଗପାଟିଆର ପରିବେଶର ଉନ୍ନତୀକରଣ ପାଇଁ ଅନୁଦାନ ଆସିଛି। ପର୍ଯ୍ୟଟକଙ୍କ ପାଇଁ ଆଗାମୀଦିନରେ ଏହି ଗ୍ରାମ ଆକର୍ଷଣ ପାଲଟିବ। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ନୋଟ୍‌ ଦେଇ କିଣୁଥିଲେ ବାଇକ୍, ଧରିଲା ବରଗଡ଼ ପୋଲିସ

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଜାଲ ନୋଟ୍ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସୂଚନୀ ଅନୁଯାୟୀ, ବରଗଡ ବ୍ୟାଙ୍କ…

ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ମନ୍ତ୍ରୀ: ଏହି ୭ ଜିଲାରେ ଭୀଷଣ ବର୍ଷା! ରେଡ୍‌ ୱାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୨।୯: ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ନବରଙ୍ଗପୁର ଜିଲାପାଳଙ୍କ ବଡ଼ ଘୋଷଣା: ସରକାରୀ ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଉଛି। ଫଳରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?