କେସିଙ୍ଗା ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟକଳାପ ବିରୋଧରେ ସରପଞ୍ଚ ସଂଘର ଗଣଧାରଣା ପାଇଁ ନିଷ୍ପତ୍ତି, ଜିଲାପାଳଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୧୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟ କଳାପ ବିରୋଧରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣା ଦେବାପାଇଁ ସରପଞ୍ଚ ସଙ୍ଘ ପକ୍ଷରୁ ଜିଲାପାଳଙ୍କୁ ୫ଦଫା ଦାବିକୁ ନେଇ ମଙ୍ଗଳବାର ସଙ୍ଘର ଉପ ସଭାନେତ୍ରୀ ତଥା ଚାଞ୍ଚେର ଗ୍ରାମ ପଞ୍ଚାୟତ ସରପଞ୍ଚ ଅଞ୍ଜୁ କୁମାରଙ୍କ ସମେତ ସଂଘ ପକ୍ଷରୁ ଦାବି ଜଣାଇଛନ୍ତି। କେସିଙ୍ଗା ବ୍ଲକ ଲୋକ ପ୍ରତିନିଧ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ଜନସାଧାରଣଙ୍କର ବିଭିନ୍ନ ସମସ୍ୟା ଓ ଦାବୀ ଅନୁସାରେ ଆସନ୍ତା .୧୭ ତାରିଖରେ ନିମ୍ନ ଲିଖିତ ଦାବୀ ଗୁଡିକ ପୂରଣ କରିବା ପାଇଁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ ଯିବାପାଇଁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଥିବା ଉପସଭାନେତ୍ରୀ ଅଞ୍ଜୁ କୁମାର ପ୍ରକାଶ କରିଛନ୍ତି।

ସମଗ୍ର କେସିଙ୍ଗା ବ୍ଲକ ର ୨୬ଟି ଗ୍ରାମ ପଞ୍ଚାୟତରେ ଆମ ଓଡିଶା ନବିନ ଓଡିଶା ସଚେତନ କାର୍ଯ୍ୟକ୍ରମ, ରଥ ପରିକ୍ରମା ଏବଂ ନୂଆଁ ଓ ଯୋଜନାର ଲକ୍ଷ ଲକ୍ଷ ଟଙ୍କା ହେରଫେର କରି ବ୍ଲକ କର୍ତ୍ତୃପକ୍ଷ ଟଙ୍କା ଆତ୍ମସାତ କରିଛନ୍ତି। ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ସଂଘ ପକ୍ଷରୁ ଦାବି କରାଯାଇଛି।ଏହା ସହ ସରକାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ୨ଲକ୍ଷ ପଚାଶ ହଜାର ଟଙ୍କାର ଖେଳ ସାମଗ୍ରୀ ଯୋଗାଇ ଦେବା ପାଇଁ ଆମ ଓଡିଶା ନବିନ ଓଡିଶା ଯୋଜନାର ପକ୍ଷରୁ ଟେଣ୍ଡର କରାଯାଇ ଥିଲା। ବ୍ଲକ କର୍ତ୍ତୃପକ୍ଷ ନିଜର ମନମୁତାବିକ ଟେଣ୍ଡର କରିଥିଲେ। କିନ୍ତୁ ଖେଳ ସାମଗ୍ରୀ ଗୁଡିକ ବ୍ଲକର ଗ୍ରାମ ପଞ୍ଚାୟତମାନଙ୍କୁ ଠିକ୍ ଭାବେ ଯୋଗାଇ ଦିଆଯାଇ ନାହିଁ ।

ବ୍ଲକ ପ୍ରଶାସନ ସରପଞ୍ଚ, ସମିତି ସଭ୍ୟମାନଙ୍କୁ ଅଣଦେଖା କରି ଠିକ୍ ସମୟରେ ସମିତି ବୈଠକ ନକରିବା ଠିକାଦାରମାନଙ୍କୁ ହଇରଣା କରି ବିଲମ୍ବରେ ବିଲ କରିବା,ମନେରେଗା ଯୋଜନାରେ ଆଜିକୁ ପ୍ରାୟ ଅଢେଇ ବର୍ଷ ହେଲା କୌଣସି କାମକୁ ମଞ୍ଜୁରୀ ନକରିବା, ପଦବୀର ଅପବ୍ୟବହାର ଏବଂ ମନମୁଖୀ କାଯ୍ୟ କରିବା, ଅସାଧୁ ଉପାୟରେ ଅତ୍ୟଧିକ ପିସି କାରବାର କରି ଟଙ୍କା ଆତ୍ମସାତ କରିବା ଆଦି ଅଭିଯୋଗରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ଦାବି ଜଣାଇଛନ୍ତି। ୫ଟି ଯୋଜନାରେ ହାଇସ୍କୁଲ ମାନଙ୍କର କାର୍ଯ୍ୟ ଶେଷ କରିଥିବା ଠିକାଦାରମାନଙ୍କୁ ଆଜିକୁ ପ୍ରାୟ ଦୁଇ ବର୍ଷ ହେଲା ଜାଣି ଶୁଣି ଟଙ୍କା ଦେବାରେ ଅବହେଲା କରି ହଇରାଣ କରୁଛନ୍ତି ଏବଂ ଜନସାଧାରଣଙ୍କର ଅଭିଯୋଗ ଠିକ୍ ସମୟରେ ବ୍ଲକ କର୍ତ୍ତୃପକ୍ଷ ଅଫିସ ମଧ୍ୟ ଆସୁ ନାହାନ୍ତି। ଏଣୁ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ସଂଘ ଦାବୀ ଜଣାଇଛନ୍ତି।

ଏଣୁ ଜିଲାପାଳ କଳାହାଣ୍ଡି, କେସିଙ୍ଗା ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟ କଳାପ ଏବଂ ଉନ୍ନୟନ ଯୋଜନା ଗୁଡିକର ଟଙ୍କା ଆତ୍ମସାତ କରିବା ଅଭିଯୋଗର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ନିଷ୍ପତି ନ ନେବା ପର୍ଯ୍ୟନ୍ତ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣ ଦେବା ପାଇଁ ସଂଘର ଉପ ସଭା ନେତ୍ରୀ ଅଞ୍ଜୁ କୁମାର ଚେତାବନୀ ଦେଇଛନ୍ତି।

ଏ ସଂକ୍ରାନ୍ତରେ କେସିଙ୍ଗା ସରପଞ୍ଚ ସଙ୍ଘ ତଥା ଜିଲା ସରପଞ୍ଚ ସଙ୍ଘର ସଭାପତି ସୁବୋଧ ରଣାଙ୍କୁ ପଚାରିବାରୁ ସଙ୍ଘ ଯାହା ନିଷ୍ପତ୍ତି ନେଇଛି,ତାକୁ ଆମେ ମାନି ନେଇ ଗଣଧାରଣାରେ ସମ୍ପୁର୍ଣ୍ଣ ସହଯୋଗ କରିବୁ ବୋଲି ପ୍ରକାଶ କରିଛନ୍ତି।।ଏ ନେଇ କେସିଙ୍ଗା ବିଡିଓ ପଦ୍ମନାଭ ପୁରୋହିତଙ୍କୁ ପଚାରିବାରୁ ”ମୁଁ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା କରି ନାହିଁ” ,ତଦନ୍ତ ସାପେକ୍ଷ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?