Posted inଜାତୀୟ

ସରକାରୀ ଅଧିକାରୀଙ୍କୁ ତାଲିବାନୀଙ୍କ ସହ ତୁଳନା କଲେ କୃଷକ ନେତା

ଚଣ୍ଡିଗଡ଼,୨୯।୮: କୃଷକଙ୍କ ମୁଣ୍ଡକୁ ମାରି ପଠାଇଦେବା ପାଇଁ ପୋଲିସକର୍ମୀଙ୍କୁ ଜଣେ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ସେମାନେ ଆମକୁ ଖଲିସ୍ତାନୀ କହୁଛନ୍ତି। ଯଦି ତୁମେ ଆମକୁ ଖଲିସ୍ତାନୀ ଓ ପାକିସ୍ତାନୀ କହିବ, ତେବେ ଆମେ କହିବୁ ସରକାରୀ ତାଲିବାନୀ ପୂରା ଦେଶକୁ ମାଡ଼ି ବସିଛନ୍ତି। ସେମାନେ ସରକାରୀ ତାଲିବାନ୍‌। ଏଭଳି ସ୍ବରରେ କର୍ନାଲ ଏସ୍‌ଡିଏମ୍‌ ଆୟୂଷ ସିହ୍ନାଙ୍କୁ ସମାଲୋଚନା କରିଛନ୍ତି ଭାରତୀୟ କିଷାନ ୟୁନିଅନ (ବିକେୟୁ) ନେତା ରାକେଶ ଟିକାଏତ୍‌।

ଆନ୍ଦୋଳନରତ କୃଷକଙ୍କୁ ସମ୍ବୋଧନ ଦେଇ ଟିକାଏତ୍‌ କହିଛନ୍ତି, ଏଭଳି ସରକାରୀ ଅଧିକାରୀଙ୍କୁ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ପୋଷ୍ଟିଂ ଦିଆଯିବା ଉଚିତ୍‌।

ଉଲ୍ଲେଖଯୋଗ୍ୟ, ଭାଜପା ନେତାଙ୍କ ଏକ ବୈଠକକୁ ବିରୋଧ କରି କୃଷକମାନେ ହରିୟାଣାର କର୍ନାଲଠାରେ ଆନ୍ଦୋଳନ କରୁଥିଲେ। ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମୀଙ୍କୁ କୃଷକଙ୍କ ମୁଣ୍ଡ ଫଟାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏସ୍‌ଡିଏମ୍‌ ଆୟୂଷ। ପୋଲିସ କର୍ମୀଙ୍କୁ ନିର୍ଦ୍ଦେଶ ଦେବାର ବେଳର ଭିଡିଓ ଭାଇରାଲ ହେବା ପରେ ଭାଜପା ଏମ୍‌ପି ବରୁଣ ଗାନ୍ଧୀଙ୍କ ସମେତ ବହୁ ଜାତୀୟ ରାଜନେତା ଏହି ଘଟଣାକୁ ନିନ୍ଦା କରିଥିଲେ। ତେବେ ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌତାଲା ରବିବାର ଏସ୍‌ଡିଏମ୍‌ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାକୁନ୍‌ କୁକୁରଠାରୁ କୋଭିଡ୍‌ର ଉତ୍ପତ୍ତି

ନୂଆଦିଲ୍ଲୀ,୧୮ା୩: ଚାଇନାର ଉହାନ ମାର୍କେଟରୁ ରାକୁନ୍‌ ନାମକ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଲୋମଶ କୁକୁରଠାରୁ ମାରାତ୍ମକ କୋଭିଡ୍‌-୧୯ ମହାମାରୀର ଉତ୍ପତ୍ତି ହୋଇଥିଲା ବୋଲି ଭୂତାଣୁ ବିଶେଷଜ୍ଞମାନଙ୍କର...

ମଣିପୁର ପ୍ରସଙ୍ଗ, ସଞ୍ଜୟ ସିଂଙ୍କ ନିଲମ୍ବନକୁ ନେଇ ଇଣ୍ଡିଆ ଏକଜୁଟ, ସାରା ରାତି ସ୍ଥାନେ ସ୍ଥାନେ ଧାରଣାରେ ବସିଲେ ବିରୋଧୀ ଏମପି

ନୂଆଦିଲ୍ଲୀ,୨୫।୭: ମଣିପୁରରେ ଜାରି ରହିଥିବା ହିଂସାକୁ ନେଇ ଚର୍ଚ୍ଚା ପ୍ରସଙ୍ଗରେ ପାର୍ଲାମେଣ୍ଟ ବାହାରେ ଓ ଭିତରେ ସରକାର ତଥା ବିରୋଧୀଙ୍କ ମଧ୍ୟରେ ତୁତୁମେମେ ଲାଗି ରହିଛି।...

‘ଇଣ୍ଡିଆ ମେଣ୍ଟ କହୁଛି ସନାତନ ଧର୍ମକୁ ଶେଷ କରିଦିଅ’, ସୋନିଆ-ରାହୁଲଙ୍କୁ ଜବାବ ମାଗିଲେ ଶିବରାଜ

ଭୋପାଳ,୧୮।୯: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୁଣି ଇଣ୍ଡିଆ ମେଣ୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ଉପରେ ଅଭିଯୋଗ କରି ଶିବରାଜ କହିଛନ୍ତି,...

କଙ୍ଗନାଙ୍କ ପଦ୍ମଶ୍ରୀ ଫେରାଇ ନିଅନ୍ତୁ କେନ୍ଦ୍ର ସରକାର: ନୱାବ ମଲିକ

ମୁମ୍ବାଇ,୧୨ ।୧୧: କଂଗ୍ରେସ ପରେ ଏବେ ବଲିଉଡ୍‌୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ସରକାରଙ୍କ ବହୁ ଚର୍ଚ୍ଚିତ ମନ୍ତ୍ରୀ ତଥା ଏନ୍‌ସିପି ନେତା...

ମିଳିଥିଲା ଗ୍ରୀନ ସିଗନାଲ: କହିଲେ କରୋମଣ୍ଡଳ ଲୋକୋ ପାଇଲଟ…

ବାହାନଗା,୫।୬ : ଓଡିଶାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଏବଂ ଏଥିରେ ୨୭୫ ଜଣଙ୍କର ମୃତ୍ୟୁ ସମଗ୍ର ଦେଶକୁ ଚକିତ କରିଛି। ଦୁର୍ଘଟଣା ପରେ ଦୁର୍ଘଟଣାର...

ନିର୍ବାଚନରେ ଲିକୁଡ ପାର୍ଟିର ବିପୁଳ ବିଜୟ, ନେତନ୍ୟାହୁ ପୁଣି ପ୍ରଧାନମନ୍ତ୍ରୀ, ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ/ତେଲ ଆଭିବ,୪ ।୧୧: ଇସ୍ରାଏଲର ସାଧାରଣ ନିର୍ବାଚନରେ ରାଜନୈତିକ ଦଳ ‘ଲିକୁଡ’କୁ ବିପୁଳ ବିଜୟ ମିଳିଛି । ଏହାସହ ବେନଜାମିନ ନେତନ୍ୟାହୁ ପୁଣିଥରେ ଇସ୍ରାଏଲର ଶାସନ...

ଅରୁଣାଚଳ ପ୍ରଦେଶରେ ଚାଇନାର ଅନୁପ୍ରବେଶ ଉଦ୍ୟମ: ନାଳରେ ତିଆରି କଲା କାଠ ପୋଲ

ଇଟାନଗର,୪।୯: ଅରୁଣାଚଳ ପ୍ରଦେଶରେ ପୁଣି ଥରେ ଚାଇନା ଅନୁପ୍ରବେଶ ଉଦ୍ୟମ କରିଥିବା ଜଣାପଡ଼ିଛି। ଚାଇନାର ଡ୍ରାଗନ ସେନା ଅଞ୍ଜଓ୍ବା ଜିଲାର ଚାଗଲଗମ ଗାଁ ନିକଟରେ ଥିବା...

କଳା ତାଲିକାଭୁକ୍ତ ହେବେ ୩୦୦ ବିଦେଶୀ

ନୂଆଦିଲ୍ଲୀ,୧ା୪(ପି.ଟି.): ମାଲେସିଆ, ଥାଇଲାଣ୍ଡ ସମେତ ୧୬ଟି ଦେଶରୁ ପର୍ଯ୍ୟଟନ ଭିଜାରେ ଆସି ନିଜାମୁଦ୍ଦିନ ଧର୍ମସଭାରେ ଯୋଗଦେଇଥିବା ପାଖାପାଖି ୩୦୦ ବିଦେଶୀଙ୍କୁ କଳାତାଲିକାଭୁକ୍ତ କରିପାରେ ଭାରତ। ଏମାନେ...

Advertisement
Archives

Model This Week