ସରାଇ ଆପ୍‌ ସୁରକ୍ଷିତ

ସରାଇ ଆପ୍‌ ହ୍ୟାକ୍‌ ହୋଇପାରିବ ନାହିଁ କି ? ଯଦି ଏହି ଆପ୍‌ ଦ୍ୱାରା କୌଣସି ନିରୀହ ଯାତ୍ରୀ କିମ୍ବା ବ୍ୟବସାୟୀ ପ୍ରତିନିଧିଙ୍କ ତଥ୍ୟ ଲିକ୍‌ ହୋଇଯାଏ, ତେବେ କ’ଣ ହେବ ?
ଡିସିପି: ପୂର୍ବରୁ ଅନେକ ହୋଟେଲ ସେମାନଙ୍କ ଅତିଥିଙ୍କ ତଥ୍ୟ ହାର୍ଡ କପି କିମ୍ବା ଇମେଲ ଜରିଆରେ ଥାନାକୁ ପଠାଉଥିଲେ। ସେ ସମୟରେ ମଧ୍ୟ ତଥ୍ୟ ଲିକ୍‌ ହେବାର ଭୟ ଥିଲା। ମାତ୍ର ବର୍ତ୍ତମାନର ବ୍ୟବସ୍ଥା ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହୋଇଥିବାରୁ ଏହା ଦ୍ୱାରା କୌଣସି ତଥ୍ୟ ଲିକ୍‌ର ସମ୍ଭାବନା ନାହିଁ।
କୋଭିଡ୍‌ ସମୟରେ ପର୍ଯ୍ୟଟନ ଶିଳ୍ପ ଖରାପ ସମୟ ଦେଇ ଗତି କରୁଛି। କେହି ଟଙ୍କା ରୋଜଗାର କରିପାରୁ ନାହାନ୍ତି। ଯଦି ଆପଣ ହୋଟେଲ ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କିମ୍ବା ଅଟକ ରଖନ୍ତି, ତେବେ ଏହା ସେମାନଙ୍କୁ ହଇରାଣ କରିବା ଭଳି ହେବ ନାହିଁ କି?
ଡିସିପି : ଅତିଥିଙ୍କ ତଥ୍ୟ ନ ଦେବା ଅଭିଯୋଗରେ କାହାକୁ ଗିରଫ କରାଯାଉ ନାହିଁ। ଯଦି ସେମାନେ ଅତିଥିଙ୍କ ତଥ୍ୟ ଡିଜିଟାଲ ମାଧ୍ୟମରେ ପଠାନ୍ତି, ତେବେ ପୋଲିସକୁ ହୋଟେଲ ଯାଞ୍ଚ କରିବାକୁ ପଡ଼ିବ ନାହିଁ। ତେଣୁ ସେମାନେ ଆଗ୍ରହର ସହ ହୋଟେଲ୍‌କୁ ଆସୁଥିବା ଅତିଥିଙ୍କ ତଥ୍ୟ ଦେବା ଉଚିତ୍‌।
ଆପଣ କିପରି ଭାବି ପାରୁଛନ୍ତି ଯେ, ହୋଟେଲ ମ୍ୟାନେଜର କିମ୍ବା ମାଲିକ ପ୍ରତ୍ୟେକ ଅତିଥିଙ୍କ ତଥ୍ୟ ଯାଞ୍ଚ କରିପାରିବେ?
ଡିସିପି: ଆମେ ସେମାନଙ୍କୁ ଅଧିକ କିଛି ମାଗୁ ନାହୁଁ। ପ୍ରାୟତଃ ହୋଟେଲ କର୍ତ୍ତୃପକ୍ଷ ଅତିଥିଙ୍କଠାରୁ ଫଟୋ ସହିତ ପରିଚୟ ପତ୍ର ମାଗିଥାନ୍ତି। ସେମାନେ ପ୍ରଦାନ କରୁଥିବା ପରିଚୟପତ୍ରରେ ଥିବା ଫଟୋକୁ ଅତିଥିଙ୍କ ସହିତ ମେଳ କରିବା ସହିତ ମୋବାଇଲ ନମ୍ବର ମଧ୍ୟ ଯାଞ୍ଚ କରିବାକୁ ଆମେ ଅନୁରୋଧ କରୁଛୁ।
ସରାଇ ଆପ୍‌ ମାଧ୍ୟମରେ ଦିଆଯାଇଥିବା ସମସ୍ତ ଅତିଥିଙ୍କ ତଥ୍ୟଙ୍କୁ ଯାଞ୍ଚ କରିବାକୁ କମିଶନରେଟ ପୋଲିସ ପାଖରେ ପର୍ଯ୍ୟାପ୍ତ ପରିମାଣରେ ମାନବସମ୍ବଳ ରହିଛି କି?
ଡିସିପି: ଏହି ନୂଆ ଟେକ୍‌ନୋଲୋଜି ଦ୍ୱାରା ହୋଟେଲ ଯାଞ୍ଚ ପାଇଁ ଆବଶ୍ୟକ ପଡୁଥିବା ମାନବସମ୍ବଳ ହ୍ରାସ ପାଇବ।
ଟୁଇନ୍‌ସିଟିର ସମସ୍ତ ସିସିଟିଭିକୁ ତଦାରଖ କରିବା ପାଇଁ ପର୍ଯ୍ୟାପ୍ତ କର୍ମଚାରୀ ଅଛନ୍ତି କି?
ଡିସିପି: ସମସ୍ତ ସିସିଟିଭିକୁ ୨୪ ଘଣ୍ଟା ତଦାରଖ କରିବା ଦରକାର ନାହିଁ। ଅଧିକାଂଶ କ୍ଷେତ୍ରରେ ଘଟଣା ଘଟିବା ପରେ ସିସିଟିଭି ଫୁଟେଜ୍‌ର ଆବଶ୍ୟକତା ପଡ଼ିଥାଏ।
ଲୋକଙ୍କ ମତରେ ରାଜ୍ୟର ଥାନାଗୁଡ଼ିକରେ ଆବଶ୍ୟକ ଠାରୁ କମ୍‌ ସଂଖ୍ୟକ କର୍ମଚାରୀ ଅଛନ୍ତି। ଆପଣ କିପରି ଭାବୁଛନ୍ତି ଯେ, ଠିକ୍‌ ଭାବରେ କାର୍ଯ୍ୟ ସମ୍ପାଦନ ହୋଇପାରିବ ?
ଡିସିପି: ଆମକୁ ଏହି କ୍ଷେତ୍ରରେ ଟେକ୍‌ନୋଲୋଜି ଓ ପ୍ରୋଗ୍ରାମିଂ ସାହାଯ୍ୟ କରିବ। ଆମକୁ ସବୁକିଛି ମାନୁଆଲି କରିବାର ଆବଶ୍ୟକ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୪.୧୮ କୋଟିର ଔଷଧ ଖତ

ଭୁବନେଶ୍ୱର,୨୭। ୭(ବ୍ୟୁରୋ): ରାଜ୍ୟ ସରକାର ନିରାମୟ ଯୋଜନାରେ ଲୋକଙ୍କୁ ସରକାରୀ ହସ୍ପିଟାଲରେ ମାଗଣାରେ ଔଷଧ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ତେବେ ଓଡ଼ିଶା ରାଜ୍ୟ ଔଷଧ...

୬ ଇନ୍‌ଷ୍ଟ୍ରକ୍ଟର ତିଆରି କଲେ ରୋବଟ୍‌

କଟକ ଅଫିସ,୨୯ା୪: କରୋନା ଭୂତାଣୁ ବିପକ୍ଷରେ ସାରା ବିଶ୍ୱ ଲଢେଇ କରୁଛି। ଜିତିବାର ଆଶା ସମସ୍ତଙ୍କ ମନରେ ରହିଛି। ଏହି ଭୂତାଣୁ ବିଶ୍ୱରେ ନିଜ କାୟା...

ଚାଲି ଚାଲି ଯାଅନି, ନିକଟସ୍ଥ ଥାନାକୁ ଜଣାଅ: ଡିଜିପି

ଭୁବନେଶ୍ୱର,୧୫।୫(ବ୍ୟୁରୋ)-କରୋନା ମୁକାବିଲା ପାଇଁ ଦେଶରେ ଲକଡାଉନ ଜାରି ରହିଛି। ଏପରିସ୍ଥିତିରେ ସାରା ଦେଶରେ ବହୁ ଶ୍ରମିକ ଚାଲିଚାଲି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଚାଲିଚାଲି ଯାଉଥିବା...

ଧାର ଟଙ୍କାକୁ କେନ୍ଦ୍ରକରି ମହିଳାଙ୍କୁ ମାଡ, ଅଭିଯୁକ୍ତ ଗିରଫ

ଆସିକା,୧୭ା୭(ଡି.ଏନ୍‌.ଏ.)- ଆସିକାଥାନାର କୋଟିନଡା ଫାଣ୍ଡି ଅନ୍ତର୍ଗତ ତରାସିଙ୍ଗ ଗ୍ରାମରେ ଗତ ରବିବାର ବାକିଆ ଟଙ୍କାକୁ କେନ୍ଦ୍ରକରି ଜଣେ ମହିଳାଙ୍କୁ ଗଁା ଦାଣ୍ଡରେ ଟଣାଓଟରା କରିବା ସହ...

ଶାରୀଶୁଆ ଖଣିରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌: ୫ ଖଣି ମାଫିଆଙ୍କୁ ବାନ୍ଧିଲା; ଟ୍ରକ୍‌, ଟ୍ରାକ୍ଟର ଜବତ

ଖଇରା,୨୩।୨(ଡି.ଏନ୍‌.ଏ.): କଟକ କ୍ରାଇମ ବ୍ରାଞ୍ଚର ଏକ ଟିମ୍‌ ରବିବାର ବାଲେଶ୍ବର ଜିଲା ଖଇରା ତହସିଲର ଶାରୀଶୁଆ ପାହାଡରେ ୧୪୪ ଧାରା ଥିବା ବିଭିନ୍ନ ଖଣିରେ ଚଢାଉ...

ଆସନ୍ତା ୨୨ରୁ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ବର,୨୦।୯(ବ୍ୟୁରୋ): ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ...

ପଞ୍ଚଭୂତରେ ଲୀନ ହେଲେ ମନମୋହନ ମହାପାତ୍ର

ପୁରୀ ଅଫିସ୍‌, ୧୪।୧: ବିଶିଷ୍ଟ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପୁରୀ ସ୍ବର୍ଗଦ୍ୱାରଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି।...

ଯାଜପୁରରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ତତ୍ପର

ଯାଜପୁର ଟାଉନ,୪।୪: (ଡି.ଏନ.ଏ)- ଯାଜପୁର ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ। ଶୁକ୍ରବାର ରାତିରୁ ବ୍ରହ୍ମବରଦା ଅଞ୍ଚଳକୁ...

Advertisement
Archives

Model This Week