Posted inଖେଳ

ରୋହିତଙ୍କ ସର୍ଟରେ ଝୁମିଲେ ସାରା

ମୁମ୍ବାଇ,୧୮ ।୫: ଇଣ୍ଡିଆନ ପ୍ରମିୟର ଲିଗ(ଆଇପିଏଲ)୨୦୨୨ରେ ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଥିଲା । ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ ଶର୍ମା ଏହି ମ୍ୟାଚରେ ୪୮ ରନ କରିଥିବା ବେଳେ ତାଙ୍କର ସର୍ଟ ଦର୍ଶକଙ୍କୁ ପାଗଳ କରିଥିଲା । ଏହି ସମୟରେ ସାରା ତେନ୍ଦୁଲକରଙ୍କ ରିଆକ୍ସନ ବି ଦେଖିବାକୁ ମିଳିଥିଲା । ଯାହାର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।
ସୂଚନାଯୋଗ୍ୟ, ପୂର୍ବତନ କ୍ରିକେଟର ସଚ୍ଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ବି ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ହେଉଥିବା ମ୍ୟାଚ ଦେଖିବାକୁ ପହଞ୍ଚିଥିଲେ । ସେ ବାଲକୋନିରେ ଠିଆ ହୋଇଥିବା ବେଳେ ନିଜ ଟିମ୍‌କୁ ଚିୟର କରୁଥିଲେ । ଯେତେବେଳେ ରୋହିତ ଶର୍ମା ୬ ମାରିଥିଲେ ସେତେବେଳେ ସାରା ତେନ୍ଦୁଲକର ଝୁମି ଉଠିଥିଲେ ଓ ଟିମ୍‌କୁ ଜବରଦସ୍ତ ଚିୟର କରିଥିଲେ । ଏହି ସମୟରେ ସାରାଙ୍କ ରିଆକ୍ସନ ଟେଲିଭିଜନ ସ୍କ୍ରିନରେ ଦେଖିବାକୁ ମିଳିଥିଲା । ଏହାସହ ସେହି ମୁହୂର୍ତ୍ତର କିଛି ଫଟୋ ବି ଏବେ ଭାଇରାଲ ହେବାରେ ଲାଗିଛି । ଏହା ପୂର୍ବରୁ ବି ମୁମ୍ବାଇ ଇଣ୍ଡିଆନ୍ସର କିଛି ମ୍ୟାଚ ଦେଖିବାକୁ ସାରା ଷ୍ଟାଡିୟମ ପହଞ୍ଚିଥିବା ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟକୁ ନେଇ ଚର୍ଚ୍ଚା ‘ଖାଲି ତିଖିରୀ ନା ସବୁ’

ଭୁବନେଶ୍ୱର,୨୦।୬(ସୁନିତ୍‌ ମିଶ୍ର): ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶୁକ୍ରବାର ପ୍ରଦୀପ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି,…

ଟ୍ରେନରେ ବିନା ଟିକେଟରେ ଯାତ୍ରା କଲେ ଦେବାକୁ ହେଲେ ଏତିକି ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୨୦।୬: ରେଳ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୁଦ୍ଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳସ୍ୱରୂପ, ରେଳ ସମ୍ପର୍କିତ ଅପରାଧ ଏବଂ…

ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣା: ଆଉ ଜଣେ ଗିରଫ

ମହାକାଳପଡ଼ା, ୨୦।୬( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ପୋଲିସକୁ ଆଉ…

ପରକୀୟା ପ୍ରୀତି ପାଇଁ ରାଜଧାନୀରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର, ୨୦/୬: ରାଜଧାନୀ ଭୁବନେଶ୍ୱରରେ ପରକୀୟା ପ୍ରୀତିକୁ କେନ୍ଦ୍ର କରି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣ ଶ୍ରୀ ସାଇ ବିହାର ଅଞ୍ଚଳରେ…

ଆଦିବାସୀଙ୍କ ଧର୍ମପୀଠରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂଜାର୍ଚ୍ଚନା, ରାଷ୍ଟ୍ରପତିଙ୍କ ସହ ଏକାଠି କଲେ ଦର୍ଶନ

ବାରିପଦା, ୨୦।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀ ସମାଜର ଆସ୍ଥା ଓ ପରମ୍ପରାର ପ୍ରତୀକ ପାହାଡ଼ପୁରସ୍ଥିତ ଗୋଷାଣୀ ପୀଠରେ ପହଞ୍ଚି…

ରାଜ୍ୟସ୍ତରୀୟ କିରୁଗୀ ଓ ଟାଏକୋଣ୍ଡ ପ୍ରତିଯୋଗିତାରେ ସୀମାନ୍ତ ତାରକାଙ୍କ ସଫଳତା

ପାତ୍ରପୁର/ଦିଗପହଣ୍ଡି, ୧୯।୬ (ଉମା ଚରଣ ନେପାକ/ଅଶେଷ ନାଥ ମିଶ୍ର): କଟକସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କିରୁଗୀ ଓ ଟାଏକୋଣ୍ଡ ପ୍ରତିଯୋଗିତାରେ ସୀମାନ୍ତ ତାରକାମାନେ…

୬୦ ବର୍ଷରେ ସାତଫେରା, ହୋଟେଲ ନୁହେଁ କି ମଣ୍ଡପ ନୁହେଁ, ଏଇଠି ଏହିଦିନ ଗୌରୀଙ୍କୁ ତୃତୀୟ ବିବାହ କରିବେ ଆମିର, ଜାଣନ୍ତୁ ତାରିଖ

ମୁମ୍ବାଇ,୨୦।୬: ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ପୁଣି ଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଶିରୋନାମାରେ ଅଛନ୍ତି। ପ୍ରକୃତରେ, ଅଭିନେତା ଏବଂ ତାଙ୍କ ପ୍ରେମିକା ଗୌରୀ…

ମା’ଙ୍କ iPhone ଧରିଥିଲା କୁନି ପୁଅ, ବୋଟିଂ ସମୟରେ କରିଦେଲା ଏମିତି କାଣ୍ଡ, ୟୁଜର୍ସ ଦେଖି…

ପିଲାମାନଙ୍କ ଦୁଷ୍ଟାମୀର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହୁଏ, କିନ୍ତୁ ଏଥର ଜଣେ କୁନି ପିଲା ଏମିତି କାରନାମା କରିଛି ଯାହା ୟୁଜର୍ସଙ୍କୁ ଚକିତ କରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri