ନବାଗତା ସତ୍ତ୍ୱେ ବିବାଦରେ ରହିଆସୁଛନ୍ତି ସୈଫ ଲଳନା: କେବେ ଭାଇଙ୍କ ସହ ବିକିନି ପିନ୍ଧି ତ କେବେ ଡ୍ରଗ୍ସ ସେବନକୁ ନେଇ…

ବମ୍ବେ: ସୈଫ ଲଳନା ସାରା ଯେଉଁଆଡେ ବିବାଦ ସେହିଆଡେ। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। ଖୁବ୍‌ କମ୍‌ ଦିନ ହେଲା ବଲିଉଡ୍‌ରେ ପାଦ ଦେଇଥିବା ଏହି ନବାଗତା ଏକାଧିକ ବିବାଦକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। କେବେ ଭାଇଙ୍କ ସହ ବିକିନିକୁ ନେଇ ତ କେବେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଡ୍ରଗ୍ସ ନେଉଥିବା କାରଣରୁ ତାଙ୍କୁ ସମାଲୋଚନା କରାଯାଇଛି। ଆଜି ସାରାଙ୍କ ୨୬ତମ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କର ୫ଟି ସେଭଳି ଚର୍ଚ୍ଚିତ ବିବାଦ ବିଷୟରେ…

ଭାଇ ଇବ୍ରାହିମ ଅଲ୍ଲୀ ଖାନ୍‌ଙ୍କ ସହ ବିକିନି ପିନ୍ଧି ଇନ୍‌ଷ୍ଟାଗ୍ରାମରେ ଅନେକ ଫଟୋ ଶେୟାର କରିଛନ୍ତି। ବିଶେଷକରି ଭାଇଙ୍କ ଜନ୍ମଦିନରେ ସେ ଏଭଳି ଫଟୋ ପୋଷ୍ଟ କରିଥିଲେ। ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ଏଭଳି ସ୍ବଭାବ ପସନ୍ଦ ଆସି ନ ଥିଲା। ଲୋକମାନେ ତାଙ୍କୁ ଲଜ୍ଜାର ସବୁ ସୀମା ପାର କରିଥିବା କହିବାକୁ ପଛାଇ ନ ଥିଲେ।

ରିୟା ଚକ୍ରବର୍ତ୍ତୀ ଏନ୍‌ସିବିକୁ ସାରାଙ୍କ ବିଷୟରେ ବଡ଼ କଥା କହିଥିଲେ। ୨୦୧୮ରେ ଥାଇଲାଣ୍ଡ ଗସ୍ତ ବେଳେ ସାରା ସୁଶାନ୍ତଙ୍କ ସହ ମିଶି ଡ୍ରଗ୍ସ ନେଇଥିଲେ। ଏହାପରେ ଏନ୍‌ସିବି ସାରାଙ୍କୁ ସମନ କରି ପଚରାଉଚରା କରିଥିଲେ।

ସାରା କରନ୍‌ଙ୍କ ଲୋକପ୍ରିୟ ଶୋ’ କଫି ଉଇଥ୍‌ କରନ୍‌ରେ କାର୍ତ୍ତିକ ଆର୍ୟନଙ୍କୁ ନିଜର କ୍ରଶ୍‌ ବୋଲି କହିଥିଲେ। ସେତେବେଳେ ସେ ତାଙ୍କ ସହ ଡେଟ୍‌ରେ ଯିବାକୁ ଚାହୁଁଥିବା କହିଥିଲେ। ଏଭଳି ବୟାନ ବେଶ୍‌ ଚର୍ଚ୍ଚାରେ ରହିଥିଲା।

ଗତବର୍ଷ ମାର୍ଚ୍ଚରେ ମା’ ଅମୃତା ସିଂହଙ୍କ ସହ ସାରା କାଶି ବିଶ୍ୱନାଥ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ହେଲେ ଅନେକଙ୍କୁ ତାହା ପସନ୍ଦ ଆସି ନ ଥିଲା। କେବଳ ମୋଟା ଅଙ୍କର ଦକ୍ଷିଣା ପାଇଁ ପୂଜକ ମାନେ ତାଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦେଇଥିବା କୁହାଯାଇଥିଲା।

ସେହିଭଳି କିଛି ଦିନ ପୂର୍ବେ ସାରା ଆସାମର କାମାକ୍ଷାଦେବୀ ମନ୍ଦିରକୁ ଯାଇଥିଲେ। ସେଠାରେ ସେ ଉଠାଇଥିବା ଫଟୋ ବେଶ୍‌ ଭାଇରାଲ ହୋଇଥିଲା। ଲୋକେ ତାଙ୍କର ଧର୍ମକୁ ନେଇ ପ୍ରଶ୍ନ କରିଥିଲେ। ସେ ହିନ୍ଦୁ ନା ମୁସଲମାନ ବୋଲି କହିଥିଲେ। ଅନେକ ଦିନ ଧରି ଏହି ମାମଲା ଚର୍ଚ୍ଚାରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri