ନବାଗତା ସତ୍ତ୍ୱେ ବିବାଦରେ ରହିଆସୁଛନ୍ତି ସୈଫ ଲଳନା: କେବେ ଭାଇଙ୍କ ସହ ବିକିନି ପିନ୍ଧି ତ କେବେ ଡ୍ରଗ୍ସ ସେବନକୁ ନେଇ…

ବମ୍ବେ: ସୈଫ ଲଳନା ସାରା ଯେଉଁଆଡେ ବିବାଦ ସେହିଆଡେ। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। ଖୁବ୍‌ କମ୍‌ ଦିନ ହେଲା ବଲିଉଡ୍‌ରେ ପାଦ ଦେଇଥିବା ଏହି ନବାଗତା ଏକାଧିକ ବିବାଦକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। କେବେ ଭାଇଙ୍କ ସହ ବିକିନିକୁ ନେଇ ତ କେବେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଡ୍ରଗ୍ସ ନେଉଥିବା କାରଣରୁ ତାଙ୍କୁ ସମାଲୋଚନା କରାଯାଇଛି। ଆଜି ସାରାଙ୍କ ୨୬ତମ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କର ୫ଟି ସେଭଳି ଚର୍ଚ୍ଚିତ ବିବାଦ ବିଷୟରେ…

ଭାଇ ଇବ୍ରାହିମ ଅଲ୍ଲୀ ଖାନ୍‌ଙ୍କ ସହ ବିକିନି ପିନ୍ଧି ଇନ୍‌ଷ୍ଟାଗ୍ରାମରେ ଅନେକ ଫଟୋ ଶେୟାର କରିଛନ୍ତି। ବିଶେଷକରି ଭାଇଙ୍କ ଜନ୍ମଦିନରେ ସେ ଏଭଳି ଫଟୋ ପୋଷ୍ଟ କରିଥିଲେ। ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ଏଭଳି ସ୍ବଭାବ ପସନ୍ଦ ଆସି ନ ଥିଲା। ଲୋକମାନେ ତାଙ୍କୁ ଲଜ୍ଜାର ସବୁ ସୀମା ପାର କରିଥିବା କହିବାକୁ ପଛାଇ ନ ଥିଲେ।

ରିୟା ଚକ୍ରବର୍ତ୍ତୀ ଏନ୍‌ସିବିକୁ ସାରାଙ୍କ ବିଷୟରେ ବଡ଼ କଥା କହିଥିଲେ। ୨୦୧୮ରେ ଥାଇଲାଣ୍ଡ ଗସ୍ତ ବେଳେ ସାରା ସୁଶାନ୍ତଙ୍କ ସହ ମିଶି ଡ୍ରଗ୍ସ ନେଇଥିଲେ। ଏହାପରେ ଏନ୍‌ସିବି ସାରାଙ୍କୁ ସମନ କରି ପଚରାଉଚରା କରିଥିଲେ।

ସାରା କରନ୍‌ଙ୍କ ଲୋକପ୍ରିୟ ଶୋ’ କଫି ଉଇଥ୍‌ କରନ୍‌ରେ କାର୍ତ୍ତିକ ଆର୍ୟନଙ୍କୁ ନିଜର କ୍ରଶ୍‌ ବୋଲି କହିଥିଲେ। ସେତେବେଳେ ସେ ତାଙ୍କ ସହ ଡେଟ୍‌ରେ ଯିବାକୁ ଚାହୁଁଥିବା କହିଥିଲେ। ଏଭଳି ବୟାନ ବେଶ୍‌ ଚର୍ଚ୍ଚାରେ ରହିଥିଲା।

ଗତବର୍ଷ ମାର୍ଚ୍ଚରେ ମା’ ଅମୃତା ସିଂହଙ୍କ ସହ ସାରା କାଶି ବିଶ୍ୱନାଥ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ହେଲେ ଅନେକଙ୍କୁ ତାହା ପସନ୍ଦ ଆସି ନ ଥିଲା। କେବଳ ମୋଟା ଅଙ୍କର ଦକ୍ଷିଣା ପାଇଁ ପୂଜକ ମାନେ ତାଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦେଇଥିବା କୁହାଯାଇଥିଲା।

ସେହିଭଳି କିଛି ଦିନ ପୂର୍ବେ ସାରା ଆସାମର କାମାକ୍ଷାଦେବୀ ମନ୍ଦିରକୁ ଯାଇଥିଲେ। ସେଠାରେ ସେ ଉଠାଇଥିବା ଫଟୋ ବେଶ୍‌ ଭାଇରାଲ ହୋଇଥିଲା। ଲୋକେ ତାଙ୍କର ଧର୍ମକୁ ନେଇ ପ୍ରଶ୍ନ କରିଥିଲେ। ସେ ହିନ୍ଦୁ ନା ମୁସଲମାନ ବୋଲି କହିଥିଲେ। ଅନେକ ଦିନ ଧରି ଏହି ମାମଲା ଚର୍ଚ୍ଚାରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri