Posted inଜାତୀୟ

ନିର୍ବାଚନ ସମୟରେ କାହିଁକି ମନେ ପଡିଲେ ସନ୍ଥ ରବିଦାସ

ଚଣ୍ଡିଗଡ଼,୧୭ ।୨: ସନ୍ଥ ରବିବାସଙ୍କ ଜୟନ୍ତି ପ୍ରତିବର୍ଷ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଚଳିତ ବର୍ଷ ଉତ୍ତର ପ୍ରଦେଶ ଓ ପଞ୍ଜାବରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ରବିଦାସଙ୍କ ଜୟନ୍ତି ଚର୍ଚ୍ଚାକୁ ଆସିଛି । କାରଣ ଚଳିତ ଥରର ନିର୍ବାଚନ ଦଳିତଙ୍କ ହାତରେ ରହିଛି । ଏସବୁ ରାଜ୍ୟରେ ଦଳିତଙ୍କ ସଂଖ୍ୟା ପ୍ରାୟ ୩୨ ପ୍ରତିଶତ ଥିବା ବେଳେ ରବିଦାସଙ୍କୁ ମାନୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି ।
ସେଥିପାଇଁ ଯେତେବେଳେ ନିର୍ବାଚନ ସମୟରେ ସନ୍ଥ ରବିଦାସଙ୍କ ଜୟନ୍ତି ଆସିଲା ସେତେବେଳେ କୌଣସି ରାଜନୈତିକ ଦଳ ଏହାକୁ ହାତଛଡା କଲେ ନାହିଁ । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଏହା ଆରମ୍ଭ ହେଲା । ଦିଲ୍ଲୀରେ ସକାଳୁ ସକାଳୁ ମୋଦି ରବିଦାସ ଧାମ ପହଞ୍ଚି ସନ୍ଥ ରବିଦାସଙ୍କୁ ଦର୍ଶନ କରିବା ସହ ସେଠାରେ ଏକ ମୂର୍ତ୍ତି ଭେଟି ଦେଇଥିଲେ । ସେଠାରେ ଆୟୋଜିତ ହୋଇଥିବା ଭଜନ କିର୍ତ୍ତନରେ ବି ମୋଦି ସାମିଲ ହୋଇଥିଲେ । ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀ, ଅରବିନ୍ଦ କେଜରିୱାଲ ବି ସନ୍ଥ ରବିଦାସଙ୍କ ଜୟନ୍ତିରେ ମନ୍ଦିର ପହଞ୍ଚିଥିଲେ । ସୂଚନାଯୋଗ୍ୟ, ପଞ୍ଜାବରେ ୧୪ ଫେବୃୟାରୀରେ ବିଧାନସଭା ନିର୍ବାଚନ ହେବାକୁ ଥିଲା । ହେଲେ ୧୬ ତାରିଖରେ ସନ୍ଥ ରବିଦାସଙ୍କ ଜୟନ୍ତି ଥିବାରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଅନୁରୋଧ କ୍ରମେ ଏହି ନିର୍ବାଚନକୁ ୨୦ ଫେବୃୟାରୀକୁ ଘୁଞ୍ଚାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଇପ୍‌ ଲାଇନରେ ତେଲ ଯିବ ନେପାଳ

ନୂଆଦିଲ୍ଲୀ,୧୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୋତିହାରି-ଅମଲେଖଗଞ୍ଜ(ନେପାଳ) ପେଟ୍ରୋଲିୟମ୍‌ ଉତ୍ପାଦନ ପାଇପ୍‌ ଲାଇନ୍‌ର ଉଦ୍‌ଘାଟନ କରିଛନ୍ତି। ଏହା ଦକ୍ଷିଣ ଏସିଆର ପ୍ରଥମ କ୍ରସ୍‌-ବର୍ଡର ପେଟ୍ରୋଲିୟମ ଉତ୍ପାଦନ...

୨୫ ବର୍ଷ ତଳେ ମୋଦିଙ୍କ ସହ ଯାଇଥିଲେ ଆମେରିକା ଏବେ ହେବେ କ୍ୟାବିନେଟ୍‌ ମନ୍ତ୍ରୀ

ନୂଆଦିଲ୍ଲୀ,୩୦।୫: ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ତେଲେଙ୍ଗାନାର ସିକନ୍ଦରାବାଦ ଲୋକ ସଭା ଆସନ ଏମ୍‌ପି ଜି.କିଶନ୍‌ ରେଡ୍ଡୀ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ପାଖକୁ ଫୋନ୍‌ କଲ୍‌...

ବାଗଜାନ ଗ୍ୟାସ କୂଅ ଅଗ୍ନିକାଣ୍ଡ ଘଟଣାରେ ୨ଅଗ୍ନିଶମ କର୍ମଚାରୀ ମୃତ

ଗୁଆହାଟି,୧୦।୬: ଆସାମ ତିନିସୁକିଆ ଜିଲାର ବାଗଜାନ ସ୍ଥିତ ତୈଳ କୂଅରେ ଘଟିଥିବା ଅଗ୍ନିକାଣ୍ଡ ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। ଅଏଲ୍‌ ଇଣ୍ଡିଆ କମ୍ପାନୀର ବାଗଜାନ...

ବାପାଙ୍କ ପରେ କଂଗ୍ରେସ ନେତାଙ୍କ ଝିଅଙ୍କୁ ଇଡିର ନୋଟିସ୍‌

ନୂଆଦିଲ୍ଲୀ,୧୦।୯: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଡି.କେ. ଶିବକୁମାରଙ୍କ ଝିଅଙ୍କୁ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।...

ସୀମା ଶାନ୍ତ: ଭିତରେ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ, ୯ା୬: କମାଣ୍ଡର ସ୍ତରୀୟ ଆଲୋଚନା ପରେ ଭାରତ-ଚାଇନା ସୀମା ଶାନ୍ତ ରହିଛି। ଲଦାଖ ସୀମାରେ ଚାଇନା ଓ ଭାରତୀୟ ସୈନ୍ୟଙ୍କ ମାସେ ହେଲା ଲାଗି...

ତେଲେଙ୍ଗାନାରେ ସିବିଆଇକୁ ପ୍ରବେଶ ମନା…

ନୂଆଦିଲ୍ଲୀ,୩୦।୧୦ : କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ସିବିଆଇ ପାଇଁ ତେଲେଙ୍ଗାନା ସରକାର ସହମତି ପ୍ରତ୍ୟାହାର କରି ନେଇଛନ୍ତି। ଏବେ ସିବିଆଇ ରାଜ୍ୟର କୌଣସି ଘଟଣାର ତଦନ୍ତ...

‘ଭୟଭୀତ ଅଛି ଭାଜପା, ଆମେ ଭିକ ମାଗିବାକୁ ଯିବୁନାହିଁ’

ଶ୍ରୀନଗର,୧୪।୧୨: ନ୍ୟାଶନାଲ କନ୍‌ଫରେନ୍ସ ଉପାଧ୍ୟକ୍ଷ ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କେନ୍ଦ୍ର ଭାଜପା ସରକାର ଉପରେ ବର୍ଷିଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗ...

ବିଯୁକ୍ତ ୨୦ ଡିଗ୍ରୀ ସେଲସିୟସରେ ଯୋଗ କଲେ ଯବାନ

ନୂଆଦିଲ୍ଲୀ, ୨୧।୬: ଆଜି ସାରା ବିଶ୍ୱରେ ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ବହୁ...

Advertisement
Archives

Model This Week