ସଂସ୍କାର ପାଠ

ମା’ ପେଟରୁ ହିଁ ପିଲାଟିଏ ଶିଖିଥାଏ
ପ୍ରଥମ ପାଠ। ଜନ୍ମ ହେଲାମାତ୍ରେ ପରିବାର
ପାଲଟେ ତା’ର ପ୍ରଥମ ପାଠଶାଳା। ମା, ବାପା,ଭଉଣୀ ଭାଇଙ୍କଠାରୁ ଆରମ୍ଭ ହୋଇଥିବା ଏ ସଂସ୍କାର ଜୀବନର ଶେଷ ଯାଏ ଚାଲିଥାଏ। ଜୀବନର ନୀତି ନୈତିକତା ପାଇଁ ନୈତିକ ଶିକ୍ଷା ବି ବେଶ୍‌ ଜରୁରୀ। ଆରମ୍ଭରୁ ଗପ,
ଗୀତ ଆଉ କାହାଣୀ ମାଧ୍ୟମରେ
ଦିଆଯାଉଥିବା ଶିକ୍ଷା ଏବେ
ପାଠ୍ୟକ୍ରମରେ ସାମିଲ
ହେଲାଣି…

ସିଲାବସ ପାଠ ପଢ଼ିବା ଆଗରୁ ପିଲାଙ୍କୁ ପରିବାରରୁ ମିଳେ ନୈତିକତାର ପାଠ। ନୈତିକ ଗୁଣ ହିଁ ସେମାନଙ୍କର ଚରିତ୍ର ଆଉ ସଂସ୍କାରର ପରିଚୟ ଦେଇଥାଏ। ଆଉ ପିଲାଙ୍କୁ ନୈତିକତାର ଶିକ୍ଷା ଦେବା କ୍ଷେତ୍ରରେ ମା’ମାନଙ୍କର ହିଁ ଭୂମିକା ସବୁଠୁ ଅଧିକ।
ଗପ,ଗୀତରେ ଶିକ୍ଷା: ମାଆମାନେ ପିଲାମାନଙ୍କୁ ସବୁଦିନେ ଶୋଇବାବେଳେ ବିଭିନ୍ନ ପ୍ରକାରର ଗପ କହିବା ସହିତ ଗୀତ ବି ଶୁଣାନ୍ତି। ଆଉ ଏଇ ଗପ ଓ ଗୀତ ମାଧ୍ୟମରେ ହିଁ ସେମାନଙ୍କୁ ବିଭିନ୍ନ ପ୍ରକାର ନୀତିଶିକ୍ଷା ଦେଇଥାନ୍ତି। ଗପ କି ଗୀତ ଶୁଣିବା ପାଇଁ ସାଧାରଣତଃ ପିଲାମାନେ ଭଲପାନ୍ତି। ଏହି ମାଧ୍ୟମ ହିଁ ସେମାନଙ୍କ ଉପରେ ବେଶି ପ୍ରଭାବ ପକାଇଥାଏ। ମାଆମାନଙ୍କ ବ୍ୟତୀତ ଜେଜେ କିମ୍ବା ଜେଜମାମାନେ ମଧ୍ୟ ସୁନ୍ଦର କାହାଣୀ ଓ କଥା ମାଧ୍ୟମରେ ଜୀବନର ନୈତିକ ଶିକ୍ଷା ଦେଇଥାନ୍ତି।
ପରିବାର ସହ: ପରିବାରରେ ସମସ୍ତଙ୍କ ସହିତ ଏକାଠି ରହିବା ମଧ୍ୟ ଏକ ନୈତିକ ଶିକ୍ଷାର ମାଧ୍ୟମ। କାହିଁକିନା ଯୌଥ ପରିବାରରେ ସମସ୍ତଙ୍କ ସହିତ ରହିବା ସମୟରେ କାହା ପ୍ରତି କିଭଳି ବ୍ୟବହାର କରିବାକୁ ହୁଏ ସେନେଇ ଶିକ୍ଷା ମିଳିଥାଏ। ପିଲାଙ୍କୁ ଶିଷ୍ଟାଚାର ଶିକ୍ଷା, ନମ୍ର ବ୍ୟବହାର ଆଉ ସହିଷ୍ଣୁତା ଆଦି ଗୁଣ ମଧ୍ୟ ଶିକ୍ଷା ମିଳିଥାଏ।
ସମାଜ ସଂସ୍କାର: ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ବ୍ୟକ୍ତିଙ୍କୁ ସମାଜର ସବୁ ସ୍ଥାନରେ ଆଦର ମିଳିଥାଏ। ଉତ୍ତମ ଚରିତ୍ରର ବ୍ୟକ୍ତିଙ୍କ ବ୍ୟବହାରରେ ସମସ୍ତେ ଖୁସି ହୋଇଥାନ୍ତି। ଖାଲି ସେତିକି ନୁହେଁ ପ୍ରତ୍ୟେକ ସ୍ଥାନରେ ସେ ତା’ ମହତ ଗୁଣ ଆଚରଣରେ ସମାଜ ପାଇଁ ମଧ୍ୟ ଉଦାହରଣ ସାଜିପାରନ୍ତି।
ଏମାନେ ଯାହା କରନ୍ତି
ନୈତିକ ଶିକ୍ଷା ନିହାତି ଜରୁରୀ:
ମୋ ମତରେ ପିଲା ଭଲ ପାଠ ପଢୁ କି ନ ପଢୁ କିନ୍ତୁ ଆଗ ଭଲ ମଣିଷଟେ ହେବା ଦରକାର। ସମସ୍ତଙ୍କୁ ଭଲ ବ୍ୟବହାର କରିବା, ସତ୍ୟ ଆଚରଣ, ସାଧୁତା, ପରିଶ୍ରମ ଆଦି ବିଭିନ୍ନ ଗୁଣ ପିଲାମାନେ ଛୋଟବେଳରୁ ପରିବାରରୁ ହିଁ ଶିକ୍ଷା କରିଥାନ୍ତି। ମୁଁ ସବୁବେଳେ ମୋ ପିଲାଙ୍କୁ ଏସବୁ ନୀତି ଶିକ୍ଷା ଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥାଏ। ତା ଛଡା ଘରେ ଅନ୍ୟମାନେ ବି ପିଲାଙ୍କୁ ନୀତିଶିକ୍ଷା ଦେଇ ଚରିତ୍ରବାନ୍‌ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିଥାନ୍ତି।
-ମୀନାଲିନ୍‌ ଗରାବଡୁ
ଗୃହିଣୀ, ଜୟରାମ ସିଂହ କମ୍ପ୍ଲେକ୍ସ, କାଡୁଗୋଡି, ବେଙ୍ଗାଲୁରୁ
ସମସ୍ତେ ପ୍ରଶଂସା କରନ୍ତି
ମୋ ପୁଅ ଏବେ ପାଠ ପଢି ଇଞ୍ଜିନିୟର ଚାକିରି କଲାଣି ଆଉ ଝିଅ ଏବେ ଲ ପଢୁଛି। ଭଲ ପାଠ ସାଙ୍ଗକୁ ସେମାନଙ୍କର ଉତ୍ତମ ଚରିତ୍ର ଗଠନ ନିମନ୍ତେ ମୁଁ ଢେର୍‌ ପ୍ରୟାସ କରିଛି। ଅବଶ୍ୟ ସାହିପଡ଼ିଶାଠାରୁ ଆରମ୍ଭକରି ବନ୍ଧୁବାନ୍ଧବ ସମସ୍ତେ ସେମାନଙ୍କ ଆଚରଣରେ ଖୁବ୍‌ ଖୁସି। ସମସ୍ତେ ସେଥିପାଇଁ ଆମର ଲାଳନପାଳନକୁ ବେଶ୍‌ ପ୍ରଶଂସା କରନ୍ତି। ଆଉ ପିଲାଙ୍କର ଏଭଳି ଗୁଣ ପାଇଁ ପ୍ରଶଂସା ଶୁଣି ଆମେ ବେଶ୍‌ ଗର୍ବିତ।
-ଆରତୀ ପାଣି
ଗୃହିଣୀ, ବାସନ୍ତି କଲୋନୀ, ଉଦିତ ନଗର, ରାଉରକେଲା
ସର୍ବପ୍ରଥମେ ନୈତିକତା
ପିଲାଙ୍କୁ ପାଠ ସାଙ୍ଗକୁ ସଂସ୍କାରୀ କରି ଗଢ଼ିବା ନିହାତି ଜରୁରୀ। ନୈତିକତା ନ ଥିଲେ ପିଲାମାନେ ଯେତେ ଭଲ ପାଠ ପଢ଼ି ଯେତେ ଅଧିକ ଅର୍ଥ ରୋଜଗାର କଲେ ତା’ର କିଛି ମୂଲ୍ୟ ନ ଥାଏ। ଅମୃତରେ ଭରାଥିବା ପାତ୍ରରେ ଟୋପାଏ ବିଷ ଯେମିତି ସବୁ କିଛି ନଷ୍ଟ କରିଦିଏ ସେମିତି ନୈତିକ ଗୁଣର ଅଭାବରେ ଜଣେ ବ୍ୟକ୍ତି ସବୁ ସ୍ଥାନରେ ନିନ୍ଦାର ପାତ୍ର ହୋଇଥାନ୍ତି। ଏଥିପାଇଁ ମୁଁ ପିଲାଙ୍କୁ ଯଥାସମ୍ଭବ ନୈତିକ ଶିକ୍ଷା ଦେବାକୁ ଚେଷ୍ଟା କରିଥାଏ।
-ପ୍ରତିଭା ଦାସ ମହାପାତ୍ର
ଶିକ୍ଷୟିତ୍ରୀ, ସତ୍ୟବିହାର, ରସୁଲଗଡ଼, ଭୁବନେଶ୍ୱର
ଆଚରଣରେ ପ୍ରଭାବ
ମୁଁ ମୋର ଦୁଇ ପିଲାଙ୍କୁ ନୈତିକ ଶିକ୍ଷା ଦେବାକୁ ସବୁ ସମୟରେ ଚେଷ୍ଟା କରିଥାଏ। ଏଥିପାଇଁ ମୁଁ ତାକୁ ପ୍ରତିଥର ସ୍କୁଲ ଛୁଟି ସମୟରେ ଗାଁରେ ସମସ୍ତଙ୍କ ସହ ରହିବା ପାଇଁ ପଠାଇଥାଏ। ଘରେ ଥିଲେ ପ୍ରତିଦିନ ପ୍ରାର୍ଥନା କରିବାକୁ କୁହେ। ଏହା ସହିତ ମୋତେ ଘରର ବିଭିନ୍ନ କାମରେ ସାହାଯ୍ୟ କରିବାକୁ ଶିଖାଏ। ଖାଲି ସେତିକି ନୁହେଁ ମୁଁ କିଭଳି ବଡ଼ମାନଙ୍କୁ ସମ୍ମାନ ଦେବା ସହ ଭଲ ବ୍ୟବହାର କରୁଛି ତା’ ମଧ୍ୟ ତାକୁ ଉଦାହରଣ ଦିଏ। ଖାଲି ସେତିକି ନୁହେଁ ପିଲାଙ୍କୁ ସଂସ୍କାରୀ କରିବା ପାଇଁ ମୁଁ ସେମାନଙ୍କୁ ଭୁବନେଶ୍ୱରରେ ରହୁଥିଲେ ବି ସରସ୍ବତୀ ଶିଶୁମନ୍ଦିରରେ ପାଠ ପଢାଉଛି।
-ପ୍ରଭାସିନୀ ବେହେରା
ଗୃହିଣୀ, କଳିଙ୍ଗ ନଗର, ପାତ୍ରପଡ଼ା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?