ଅତଡ଼ା ଖସୁଛି, ସାନମଙ୍ଗ ପଞ୍ଚାୟତବାସୀ ଆତଙ୍କିତ

କେନ୍ଦ୍ରାପଡ଼ା ଅଫିସ, ୨୯ା୪: କେନ୍ଦ୍ରାପଡ଼ା ଜିଲା ଦେଇ ୭ ନଦୀ, ୨୭ ଶାଖା ନଦୀ ପ୍ରବାହିତ ହୋଇ ସମୁଦ୍ରରେ ମିଶିଛି। ଏଥିମଧ୍ୟରୁ କାଣୀ ଓ ବ୍ରାହ୍ମଣୀ ନଦୀର ଗତିପଥ ବଦଳୁଥିବାରୁ ପଠା ଏବଂ ବନ୍ଧ କଡ଼ରୁ ମାଟି ଅତଡାମାନ ଖସିବାରେ ଲାଗିଛି। ଫଳରେ ବନ୍ଧ ପାର୍ଶ୍ୱବର୍ତ୍ତୀ ଗଁାର ଲୋକେ ଚିନ୍ତାରେ ପଡିଛନ୍ତି। ଏହିକ୍ରମରେ ବ୍ରାହ୍ମଣୀ ନଦୀ ବନ୍ଧରୁ ଅତଡ଼ା ଖସୁଥିବାରୁ ଆଳି ବ୍ଲକ ସାନମଙ୍ଗ ପଞ୍ଚାୟତବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପଞ୍ଚାୟତର ୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସହ ନଦୀ କୂଳର ଅର୍ଜୁନପୁର ଓ ପଞ୍ଚପଡା ଗ୍ରାମବାସୀଙ୍କୁ ବନ୍ୟା ଭୟ ଘାରିଛି। ଗତ ୟାସ୍‌ ବାତ୍ୟାରେ ଏହି ନଦୀର କେତେକ ସ୍ଥାନରେ ଅତଡା ଖସିଥିଲା। ଏ ନେଇ ବିଭାଗୀୟ ଅଧିକାରୀ ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସୁଫଳ ମିଳିପାରିନାହିଁ।
ଏ ସମ୍ପର୍କରେ ପୂର୍ବତନ ସରପଞ୍ଚ ପ୍ରତିରଞ୍ଜନ ଘଡାଇ କହିଛନ୍ତି, ବ୍ରାହ୍ମଣୀ ନଦୀ ଏବେ ଗଁା ମୁହଁା ହୋଇଛି। ପ୍ରତିବର୍ଷ ନଦୀ ପଠାରୁ ଅତଡା ଖସୁଥିବାରୁ ଗ୍ରାମ ଆଡକୁ ମାଡି ଚାଲିଛି। ନଦୀକୂଳବର୍ତ୍ତୀ ଗ୍ରାମର ଲୋକେ ଏବେ ସଙ୍କଟାପର୍ଣ୍ଣ ସ୍ଥିତିରେ ରହିଥିବାରୁ ବନ୍ଧ କଡ଼ରେ ପଥର ପ୍ୟାକିଂ କରାଯିବା ଦରକାର ପଡିଛି। ଏ ସମ୍ପର୍କରେ ପ୍ରଶାସନିକ ଅଧିକାରୀ ସବୁ ଜାଣି ନୀରବଦ୍ରଷ୍ଟା ସାଜିଛନ୍ତି। ଗ୍ରାମର ଅଧିକାଂଶ ଘର ନଦୀ ଗର୍ଭରେ ଲୀନ ହେବା ପୂର୍ବରୁ ବନ୍ଧକୁ ସୁଦୃଢ କରାଯିବା ଜରୁରୀ ହୋଇପଡ଼ିଛି। ଅର୍ଜୁନପୁର ଗଁାର ବାସୁଦେବ ଜେନା କହିଛନ୍ତି, ନଦୀର ଦିଗ ପରିବର୍ତ୍ତନ ଯୋଗୁ ବହୁ ଚାଷଜମି ଓ ଘରବାଡି ନଦୀ ଗର୍ଭକୁ ଚାଲିଗଲାଣି। ଦୀର୍ଘ ଗୋଟିଏ ଦଶନ୍ଧି ଧରି ଏହି ସମସ୍ୟା ଜାରି ରହିଛି। ଫଳରେ ଗ୍ରାମର ୩ଟି ମନ୍ଦିର ଓ ୨ଟି ସ୍କୁଲ ଇତିମଧ୍ୟରେ ନଦୀଗର୍ଭକୁ ଚାଲିଯାଇଛି। ସେହିପରି ବାସୁଦେବଙ୍କ ଘରଠାରୁ ମାତ୍ର ୭୦ ମିଟର ଦୂରରେ ରହିଥିବାରୁ ପ୍ରତିବର୍ଷ ବନ୍ୟା ସମୟରେ ରାତ୍ରି ଉଜାଗର ରହିବାକୁ ପଡୁଛି ବୋଲି ସେ ପ୍ରକାଶ କରିଛନ୍ତି। ପଞ୍ଚପଡାର ଅବସରପ୍ରାପ୍ତ ଶିକ୍ଷକ ଜୀବନ ପ୍ରସାଦ ଦାଶ ଓ ସାନମଙ୍ଗର କ୍ଷୀରୋଦ କୁମାର ବେହେରା କହିଛନ୍ତି, ବ୍ରାହ୍ମଣୀ ନଦୀରେ ଗତବର୍ଷ ଭୀଷଣ ବନ୍ୟା ଆସିଥିଲା। ଏହି ସମୟରେ ନଦୀପଠାରୁ ବଡ ଅଂଶ ଅତଡା ଖସି ଗର୍ଭକୁ ଚାଲିଯାଇଛି। ଏ ସମ୍ପର୍କରେ ସ୍ଥାନୀୟ ଅଧିବାସୀ ଗତ ୫ ବର୍ଷ ଧରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି। ହେଲେ କେହି ସେମାନଙ୍କ ସମସ୍ୟାର ସମାଧାନ କରୁନାହାନ୍ତି। ଚାଷଜମି ନଦୀକୁ ଚାଲି ଯାଉଥିବାରୁ ଚାଷୀ ବର୍ଷକର ଆହର ସଂଗ୍ରହ କରିପାରୁନାହିଁ। ଚାଷୀ ମୁଣ୍ଡରେ ହାତ ଦେଇ ଅସହାୟ ଭାବେ ସବୁ କିଛି ଦେଖିବା ସାର ହେଉଛି। ନିର୍ବାଚନ ସମୟରେ ରାଜନେତାଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ଏହାର ସମାଧାନ କରାଯିବ ବୋଲି କେବଳ ପ୍ରତିଶ୍ରୁତି ମିଳୁଛି। ମୌସୁମୀ ପୂର୍ବରୁ ନଦୀବନ୍ଧରେ ପଥର ପ୍ୟାକିଂ ନ ହେଲେ ଗ୍ରାମବାସୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚଳାଇଥିବା କହିଛନ୍ତି। କାଣୀ ଓ ବ୍ରାହ୍ମଣୀ ନଦୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଦୁଃଖ ପାଲଟି ଥିବା ସେମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଆଳିର ଲୁଣା ତଟବନ୍ଧ ନିର୍ବାହୀଯନ୍ତ୍ରୀ ସରୋଜକାନ୍ତ ମହାନ୍ତି କହିଛନ୍ତି, ସମସ୍ୟା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷ ଅବଗତ ଅଛନ୍ତି। ଅର୍ଜୁନପୁରଠାରେ ୮୧୦ ମିଟର ବନ୍ଧକୁ ପଥର ପ୍ୟାକିଂ କରାଯିବା ବ୍ୟବସ୍ଥା ହୋଇଛି। ଏଥିପାଇଁ ୩.୬୮ କୋଟି ଟଙ୍କା ବ୍ୟୟ ମଞ୍ଜୁରି ହୋଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri