ବି.ଟେକ୍‌ ପାଇଁ ପରିବାଚାଷ

ମହାକାଳପଡ଼ା,୨୯ା୪(ଡି.ଏନ.ଏ.): ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ପାଇଁ ବହୁ ଘାତପ୍ରତିଘାତ ସହିବାକୁ ହୁଏ। ବିଭିନ୍ନ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ। ଅକ୍ଳାନ୍ତ ପରିଶ୍ରମ ପରେ ସଫଳତା ମିଳେ। ଏହି କେଇ ପଦ କଥାକୁ ମନ୍ତ୍ର ଭାବେ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ତୋଫାନ ମାନ୍ନା। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତ ଅଧୀନ ବେତବେଲାରୀ ଗ୍ରାମର ଗୌତମ ମାନ୍ନାଙ୍କ ପୁଅ ତୋଫାନ ପରିବା ଚାଷ କରି ନିଜର ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଭୁବନେଶ୍ୱରର ଏକ ଘରୋଇ ବୈଷୟିକ ମହାବିଦ୍ୟାଳୟରେ ଶେଷବର୍ଷର ଛାତ୍ର ତୋଫାନଙ୍କ ପରିବାରର ଆର୍ଥିକ ସ୍ଥିତି ସେମିତି ଭଲ ନୁହେଁ। ପିଲାଟି ଦିନରୁ ବହୁ କଷ୍ଟ କରି ସେ ପାଠ ପଢ଼ିଥିଲେ। ଲକ୍ଷ୍ୟ ଥିଲା ଜଣେ ଇଞ୍ଜିନିୟର ହେବେ। ସେହି ଆଶା ପୂରଣ ପାଇଁ ସେ ନିଜ ଘରଠାରୁ ୪ କି.ମି. ଦୂର କିଆବାରିଆଠାରେ ଅଢ଼େଇ ଏକର ଜମିକୁ ଭାଗସୂତ୍ରରେ ଆଣି ପରିବା ଚାଷ କରୁଛନ୍ତି। ଏବେ ତାଙ୍କ କ୍ଷେତରେ ଭେଣ୍ଡି, ପୋଇ, ବାଇଗଣ, ମକା, ବରୁଗୁଡ଼ି, ଝୁଡଙ୍ଗ, ସୂର୍ଯ୍ୟମୁଖୀ, ଗାଜର, ଧନିଆ ଓ ଲଙ୍କା ଆଦି ଫସଲ ହୋଇଛି। ଜଳସେଚନ ସୁବିଧା ନ ଥିଲେ ମଧ୍ୟ ନିକଟରେ ଥିବା ଖାଲରୁ ପମ୍ପ୍‌ ଯୋଗେ ପାଣି ମଡ଼ାଇ ସେ ପରିବା ଚାଷକୁ ଆଗେଇ ନେଇଛନ୍ତି। ବୈଶାଖର ଗ୍ରୀଷ୍ମ ପ୍ରବାହକୁ ଖାତିର ନ କରି ତୋଫାନ ନିଜ ଭବିଷ୍ୟତର ସୁନେଲି ସ୍ବପ୍ନକୁ ସାକାର କରିବାକୁ ଲାଗିଛନ୍ତି। ତାଙ୍କ କ୍ଷେତରୁ ପ୍ରତିଦିନ ବାହାରୁ ଥିବା ପରିବାକୁ ସେ ରାମନଗର, ଛପାଲି, ବେଣାକନ୍ଧା, ଜଗରୀଜୋର ବଜାରରେ ବିକ୍ରି କରୁଛନ୍ତି। ସେହି ଟଙ୍କାକୁ ସେ ସଞ୍ଚୟ କରି ରଖୁଛନ୍ତି। ସେ ପଢ଼ୁଥିବା କଲେଜର ବାର୍ଷିକ ଦେୟ ୮୦ ହଜାର ଟଙ୍କା। କଲେଜ ଖୋଲିଲେ ଟଙ୍କା ଜମା କରିବାକୁ ପଡ଼ିବ। ସେଥିପାଇଁ ତୋଫାନ ପରିବାର ସଦସ୍ୟଙ୍କ ସହ ମିଶି ଏହି ପରିଶ୍ରମ କରୁଛନ୍ତି ବୋଲି କହିଛନ୍ତି। ତାଙ୍କୁ ଏହି କାମରେ ବାପା ଗୌତମ ମଧ୍ୟ ସାହାଯ୍ୟ କରୁଛନ୍ତି। ଏ ସମ୍ପର୍କରେ ତୋଫାନଙ୍କ ବାପା କୁହନ୍ତି, ବହୁ କଷ୍ଟରେ ମୂଲମଜୁରି ଲାଗି ପୁଅକୁ ପାଠ ପଢ଼ାଉଛି। ତୋଫାନ ଏବେ ବି.ଟେକ୍‌ର ଶେଷ ବର୍ଷର ଛାତ୍ର। ପ୍ରତିବର୍ଷ ତା’ର ପାଠପଢ଼ା ଖର୍ଚ୍ଚ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ସେଥିପାଇଁ ଆମ ପରିବାର ସଦସ୍ୟମାନେ ଅକ୍ଳାନ୍ତ ପରିଶ୍ରମ କରୁଛୁ। ପରିବା ଚାଷରୁ ଯାହା ଆୟ ହେଉଛି ସେଥିରୁ ସିଂହଭାଗ ପୁଅର ପଢ଼ାଖର୍ଚ୍ଚରେ ବ୍ୟୟ ହେଉଛି। ଅଳ୍ପ କିଛି ଟଙ୍କାରେ ଆମ ପରିବାର ଚଳୁଛି। ଏବେ କଲେଜ ଛୁଟି ଥିବାରୁ ପୁଅ ଆମ ସହ ମିଶି ଚାଷ କାମ କରୁଛି। ପରିବା ନେଇ ହାଟ ବଜାରରେ ବିକ୍ରି କରୁଛି। ଠାକୁରଙ୍କ ଦୟାରୁ ସେ ପାଠପଢ଼ା ଶେଷ କରି ଚାକିରି ପାଇଲେ ଆମ ଦୁଃଖ ସରିବ ବୋଲି ଗୌତମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri