Posted inଖେଳ

ଜାଡେଜାଙ୍କ ହେଲ୍‌ମେଟ୍‌ରେ ବାଜିଥିଲା ବାଉନ୍‌ସର, ଡ୍ରେସିଂ ରୁମ୍‌ ଆସିବା ପରେ ମୁଣ୍ଡ ବୁଲାଉଥିଲା: ସାମ୍‌ସନ

ନୂଆଦିଲ୍ଲୀ,୫।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ କନ୍‌କସନ ସବ୍‌ଷ୍ଟିଚ୍ୟୁଟ୍‌ ହିସାବରେ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସାମିଲ ହୋଇଥିଲେ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ। ମିଳିଥିବା ସୁଯୋଗର ଲାଭ ଉଠାଇ ଚହଲ ଦମ୍‌ଦାର ବୋଲିଂ କରି ଭାରତ ଜିତିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏପରିକି ତାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚନା କରାଯାଇଥିଲା। ମ୍ୟାଚ୍‌ ପରେ ଭାରତୀୟ ଖେଳାଳି ସଞ୍ଜୁ ସାମସନ୍‌ ଭର୍ଚୁଆଲ ମିଡିଆ କନ୍‌ଫରେନ୍ସରେ ଯୋଗଦେଇ ଖବରଦାତାଙ୍କୁ ଜାଡେଜାଙ୍କ ବିଷୟରେ କହିଛନ୍ତି, ଅନ୍ତିମ ଓଭରର ଦ୍ୱିତୀୟ ବଲ୍‌ରେ ଅଷ୍ଟ୍ରେଲିଆ ଯୁବ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଏକ ବାଉନ୍‌ସର ଜାଡେଜାଙ୍କ ହେଲମେଟ୍‌ରେ ବାଜିଥିଲେ। ଏହା ପରେ ସେ ବ୍ୟାଟିଂ ଜାରି ରଖିଥିଲେ ହେଁ ରନ୍‌ ନେବା ବେଳେ ସଂଘର୍ଷ କରୁଥିବାର ଦେଖାଯାଇଥିଲା। ଡ୍ରେସିଂ ରୁମ୍‌କୁ ଆସିବା ସମୟରେ ତାଙ୍କ ମୁଣ୍ଡ ବୁଲାଉଥିଲା। ଏଣୁ ଦଳର ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କ ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି। ଏବେ କନ୍‌କସନ୍‌ ପ୍ରୋଟୋକଲ ଅନୁଯାୟୀ ଖେଳାଳି ଏକ ସପ୍ତାହ ପାଇଁ ଆରାମ କରିପାରିବେ। ଏଣୁ ସେ ଆଗାମୀ ଦୁଇ ମ୍ୟାଚ୍‌ରେ ଖେଳିପାରିବେ ନାହିଁ ବୋଲି ସାମସନ କହିଛନ୍ତି। ଏହାଛଡ଼ା ସାମସନ ଚହଲଙ୍କ ପ୍ରଶଂସା କରି କହିଛନ୍ତି, ସେ ଭାରତ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଖେଳାଳିମାନଙ୍କ ଜୋସ୍‌ ବହୁତ ଭଲ ଅଛି। ଏଣୁ ତାଙ୍କୁ ଯେତେବେଳେ ବି ଖେଳିବାକୁ କହିଲେ ସେ ପ୍ରସ୍ତୁତ ରହୁଛନ୍ତି। ଚହଲ ମିଳିଥିବା ସୁଯୋଗର ଲାଭ ଉଠାଇଲେ ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଉ ପଦକଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଲଭ୍‌ଲିନା

ଟୋକିଓ,୨୭।୭: ଟୋକିଓ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ କେବଳ ଗୋଟିଏ ପଦକ ପାଇଛି। ମୀରବାଇ ଚାନୁ ଭାରୋତ୍ତୋଳନରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ। ସେବେଠାରୁ ପ୍ରତ୍ୟେକ...

ଆଉ ଏକ ବଡ଼ ଉପଲବ୍ଧି ହାସଲ କଲେ କୋହଲି

ଦୁବାଇ,୧୯।୧୦: ଦୁବାଇର ମ୍ୟାଡାମ ତୁଷାଦ ସଂଗ୍ରହାଳୟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ନୂତନ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଏହି ନୂତନ ପ୍ରତିମୂର୍ତ୍ତିରେ କୋହଲିଙ୍କୁ...

ଛେତ୍ରୀ, ମନୀଷା ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ,୧୦ା୮(ପି.ଟି.): ଭାରତ ପୁରୁଷ ଫୁଟ୍‌ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ମଙ୍ଗଳବାର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଦ୍ୱାରା ବର୍ଷର ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ...

ହାତରେ ତ୍ରିରଙ୍ଗା ଧରି ଶୁଭେଚ୍ଛା ଜଣାଇଲେ ଭାରତୀୟ ଖେଳାଳି

ଆଜି ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ପରେ ଲାଲକିଲ୍ଲାରେ ତ୍ରିରଙ୍ଗା...

ମା’ଙ୍କ ପାଇଁ ଚିନ୍ତାରେ ବାବର

ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୧୨ ପର୍ଯ୍ୟାୟରେ ଅପରାଜେୟ ଧାରା ଜାରି ରଖିଥିବା ପାକିସ୍ତାନ ଅଧିନାୟକ ବାବର ଆଜାମ ଏବେ ମାନସିକ ଚାପରେ ଅଛନ୍ତି। ଚିରପ୍ରତିଦ୍ୱନ୍ଦ୍ୱୀ...

ଭାଙ୍ଗି ପଡ଼ିଛନ୍ତି ପାକିସ୍ତାନୀ ଖେଳାଳି; ଉପଅଧିନାୟକ ଭୋ-ଭୋ ହୋଇ କାନ୍ଦିବା ଭିଡିଓ ଭାଇରାଲ

ପର୍ଥ,୨୯।୧୦: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ୱକପ୍‌ ୨୦୨୨ରେ ଖରାପ ପ୍ରଦର୍ଶନକୁ ନେଇ ସମାଲୋଚିତ ହେଉଛି ପାକିସ୍ତାନ। ଭାରତ ପରେ ଜିମ୍ବାଓ୍ବେ ଭଳି ଦୁର୍ବଳ ଦଳ ବିପକ୍ଷରେ...

ଟୁର୍ନାମେଣ୍ଟ ଅଧାରୁ ପଦ ଛାଡ଼ିଲେ ଜାଡେଜା, ପୁଣି ଚେନ୍ନାଇ ମଙ୍ଗ ସମ୍ଭାଳିବେ…

ମୁମ୍ବାଇ,୩୦।୪: ଟୁର୍ନାମେଣ୍ଟ ଅଧାରୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ିଲେ ରବିନ୍ଦ୍ର ଜାଡେଜା। ଫଳରେ ପୁଣି ଥରେ ଚେନ୍ନାଇର ଦାୟିତ୍ୱ ମହେନ୍ଦ୍ର ସିଂହ ଧୋନୀ...

ଟସ୍‌ ଜିତି ବୋଲିଂ କରିବ ରାଜସ୍ଥାନ

ମୁମ୍ବାଇ,୨୪ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶନିବାର ୧୮ ତମ ମ୍ୟାଚରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ରୟାଲ୍ସ ଅଧିନାୟକ...

Advertisement
Archives

Model This Week