Posted inଖେଳ

IND vs ENG: ଇଂଲଣ୍ଡ ଉପରେ ଲାଗିଲା ୭୪ ରନ୍‌ର ‘ପେନାଲ୍ଟି’! ସେମିଫାଇନାଲରେ ଗୋଟିଏ ଭୁଲ ପାଇଁ ହାତରୁ ମ୍ୟାଚ୍‌ ଗଲା 

ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍‌ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ପ୍ରଦର୍ଶନ ଦେଖିବାକୁ ମିଳିଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୩ ରନର ଏକ ବିଶାଳ ସ୍କୋର ଛିଡ଼ା କରିଛି। ତେବେ ଏହି ଐତିହାସିକ ସ୍କୋର ପଛରେ ଇଂଲଣ୍ଡର ଏକ ବଡ଼ ଭୁଲ ମଧ୍ୟ ରହିଛି, ଯାହା ସେମାନଙ୍କୁ ୭୪ ରନର ପେନାଲ୍ଟି ବା ‘ଦଣ୍ଡ’ ସଦୃଶ ମହଙ୍ଗା ପଡ଼ିଛି।

ଭାରତୀୟ ଇନିଂସର ଦ୍ୱିତୀୟ ଓଭରରେ ଅଭିଷେକ ଶର୍ମା ଶସ୍ତାରେ ଆଉଟ ହେବା ପରେ ଇଂଲଣ୍ଡ ଚାପ ପକାଇବାକୁ ଚେଷ୍ଟା କରିଥିଲା। ତୃତୀୟ ଓଭରରେ ଜୋଫ୍ରା ଆର୍ଚ୍ଚରଙ୍କ ବଲରେ ବିସ୍ଫୋରକ ବ୍ୟାଟର ସଞ୍ଜୁ ସାମସନ ମିଡ୍‌-ଅନ୍‌ ଉପରେ ଏକ ସଟ୍‌ ଖେଳିବାକୁ ଚେଷ୍ଟା କରିଥିଲେ। ଇଂଲଣ୍ଡ ଅଧିନାୟକ ହ୍ୟାରୀ ବ୍ରୁକ୍‌ ସେଠାରେ ଫିଲ୍ଡିଂ କରୁଥିଲେ ଏବଂ ବଲ୍‌ ସିଧା ତାଙ୍କ ହାତକୁ ଆସିଥିଲା। ସେହି ସମୟରେ ସଞ୍ଜୁ ମାତ୍ର ୧୫ ରନ୍‌ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ବ୍ରୁକ୍‌ଙ୍କ ହାତରୁ ବଲ ଖସି ପଡ଼ିଥିଲା ଏବଂ ସଞ୍ଜୁଙ୍କୁ ଏକ ବଡ଼ ଜୀବନଦାନ ମିଳିଥିଲା।

ଏହି ଜୀବନଦାନ ପରେ ସଞ୍ଜୁ ସାମସନ ଇଂଲଣ୍ଡ ବୋଲରଙ୍କୁ ଆଉ କୌଣସି ସୁଯୋଗ ଦେଇ ନ ଥିଲେ। ସେ ମାତ୍ର ୨୬ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ଷ୍ଟାଡିୟମର ଚାରିଆଡ଼େ ଛକା-ଚୌକାର ବର୍ଷା କରିଥିଲେ। ଶେଷରେ ୧୪ତମ ଓଭରରେ ସେ ଯେତେବେଳେ ଆଉଟ ହେଲେ, ସେତେବେଳକୁ ସେ ୪୨ ବଲରେ ୮୯ ରନର ଏକ ମାରାଥନ ଇନିଂସ ଖେଳି ସାରିଥିଲେ। ଅର୍ଥାତ କ୍ୟାଚ୍‌ ଛାଡ଼ିବା ପରେ ସେ ଇଂଲଣ୍ଡ ବିପକ୍ଷରେ ଅତିରିକ୍ତ ୭୪ ରନ ଯୋଡ଼ିଥିଲେ, ଯାହା ଇଂଲଣ୍ଡ ପାଇଁ ଏକ ବଡ଼ ‘ପେନାଲ୍ଟି’ ସଦୃଶ ଥିଲା।

କେବଳ ସଞ୍ଜୁ ନୁହଁନ୍ତି, ଦଳର ଅନ୍ୟ ବ୍ୟାଟରମାନେ ମଧ୍ୟ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ସଞ୍ଜୁଙ୍କ ୮୯ ରନ୍‌ ସହ ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମାଙ୍କ ଛୋଟ କିନ୍ତୁ ବିସ୍ଫୋରକ ଇନିଂସ ଭାରତକୁ ୨୫୩ ରନର ପାହାଡ଼ ସଦୃଶ ସ୍କୋରରେ ପହଞ୍ଚାଇଥିଲା। ୱାଙ୍ଖେଡେର ମଇଦାନରେ ଏତେ ବଡ଼ ଲକ୍ଷ୍ୟ ହାସଲ କରିବା ଇଂଲଣ୍ଡ ପାଇଁ ଏକ ପ୍ରକାର ଅସମ୍ଭବ ମନେ ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri