Posted inଖେଳ

୧୯ ବର୍ଷରୁ କମ୍‌ ଭାରତୀୟ ଏସିଆ କପ୍‌ ଦଳରେ ସ୍ଥାନ ପାଇଲେ ଡ୍ରାଭିଡ୍‌, ସେହ୍ବାଗଙ୍କ ପୁଅ

ନୂଆଦିଲ୍ଲୀ,୩୦ା୧୦: ଆସନ୍ତା ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଓମାନର ମସ୍କଟଠାରେ ଏସିସି ପୁରୁଷ ୧୯ ବର୍ଷରୁ କମ୍‌ ଏସିଆନ କପ୍‌ ଖେଳାଯିବ। ଏଥିଲାଗି ଘୋଷିତ ଭାରତୀୟ ଦଳରେ କର୍ନାଟକର ଅନଭୟ ଡ୍ରାଭିଡ୍‌ ଓ ଦିଲ୍ଲୀର ଆର୍ଯ୍ୟବୀର ସେହ୍ବାଗ ସ୍ଥାନ ପାଇଛନ୍ତି।

ସେମାନେ ହେଲେ ଯଥାକ୍ରମେ ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଡ୍ରାଭିଡ୍‌ ଓ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ। ନିକଟରେ ଶେଷ ହୋଇଥିବା ଭିନୁ ମଙ୍କଡ ଟ୍ରଫିରେ ଉଭୟ ଅନଭୟ ଓ ଆର୍ଯ୍ୟବୀରଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଥିଲା। ୧୭ ବର୍ଷୀୟ ଅନଭୟ ଗତ ଜୁଲାଇରେ ହମ୍ବନଟୋଟାଠାରେ ଶ୍ରୀଲଙ୍କା ବିପକ୍ଷ ୟୁଥ ଦିନିକିଆରେ ୬୭ ବଲରେ ୮୭ ରନର ଇନିଂସ ଖେଳି ନିଜ ଦକ୍ଷତାର ପରିଚୟ ଦେଇଥିଲେ।

ସେହିଭଳି ୧୯ ବର୍ଷୀୟ ଆର୍ଯ୍ୟବୀର ମଙ୍କଡ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ୧୪୩ ବଲରେ ୧୭୩ ରନ କରିଥିଲେ। ଲକ୍ଷ୍ୟ ରାଇଚନ୍ଦାନିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଗ୍ରୁପ୍‌-ଏ’ରେ ୟୁଏଇ, ନେପାଳ ଓ ପାକିସ୍ତାନ ସହ ସ୍ଥାନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ପରିସ୍ଥିତି ଅନୁଧ୍ୟାନ କଲେ ପୂର୍ବତନ ବିଧାୟକ

୩୦।୧୦ (ବିଦ୍ୟାଧର ସାହୁ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସମଗ୍ର ଗଞ୍ଜାମ ଜିଲ୍ଲା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବେଳକୁ ବେଳ ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଗଞ୍ଜାମ…

PNB ଗ୍ରାହକଙ୍କୁ ବଡ଼ ଝଟ୍‌କା: ନଭେମ୍ୱର ୧ରୁ ଏଟିଏମ୍‌ ଟଙ୍କା ଉଠାଣରେ ଲାଗିବ ଭାରୀ ଚାର୍ଜ

ନୂଆଦିଲ୍ଲୀ,୩୦।୧୦: ଦୀପାବଳି ପୂର୍ୱରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ନିଜର ଭିସା (Visa) ଏବଂ ରୁପେ (RuPay) କ୍ରେଡିଟ କାର୍ଡ଼ର ନିୟମ ଓ ଚାର୍ଜରେ ବଡ଼ ଧରଣର…

ଦାଦନ ଦୁଃଖ: ଗାଁରେ ପହଞ୍ଚିଲା ଶ୍ରମିକଙ୍କ ମୃତଦେହ

ନୂଆପଡ଼ା,୩୦ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲାରେ ପୁଣି ଏକ ଦାଦନ ଦୁଃଖର ଚିତ୍ର ସାମ୍ନାକୁ ଆସିଛି। କାମ ଅନ୍ବଷଣରେ ବାହାର ରାଜ୍ୟକୁ ଯାଇଥିବା ଜଣେ ଶ୍ରମିକଙ୍କ ମୃତଦେହ ଶୁକ୍ରବାର…

ସିଂହ ରାଶିରେ ବୃହସ୍ପତିଙ୍କ ଚଳନ: ୪ ରାଶି ପାଇଁ ବଡ଼ ଖୁସି ଖବର, ଫିଟିବ ଧନ-ଚାକିରି ଓ ବିବାହ ଯୋଗ!

୩୧ ଅକ୍ଟୋବର ୨୦୨୬ ତାରିଖ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବାକୁ ଯାଉଛି। ଏହି ଦିନ ଦେବଗୁରୁ ବୃହସ୍ପତି ରାଶି ପରିବର୍ତ୍ତନ କରି ସିଂହ ରାଶିରେ ପ୍ରବେଶ…

ମାସକୁ ୧୮ ଲକ୍ଷ! ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଦରମା ପିଏମ ମୋଦିଙ୍କଠାରୁ ଅଧିକ ନା କମ?

ନୂଆଦିଲ୍ଲୀ,୩୦।୧୦: ଇସ୍ରାଏଲ ସଂସଦ ‘ନେସେଟ’ର ୧୨୦ଟି ଆସନର ର୍ନିବାଚନ ଫଳାଫଳ ଘୋଷଣା ହୋଇସାରିଛି। ବେଞ୍ଜାମିନ ନେତାନ୍ୟାହୁଙ୍କ ‘ଲିକୁଡ ପାର୍ଟି’ ୨୭ଟି ଆସନ ଜିତି ସବୁଠାରୁ ବଡ଼ ଦଳ…

ବ୍ଲକସ୍ତରୀୟ ମତ୍ସ୍ୟ, ପ୍ରାଣୀସମ୍ପଦ ମେଳା, ସମ୍ମାନିତ ହେଲେ ସଫଳ ଚାଷୀ

କର୍ଲାମୁଣ୍ଡା/ରିଷିଡ଼ା,୩୦ା୧୦(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଶୁକ୍ରବାର…

ତାଲିଯୋଡ଼ି ବ୍ରିଜ୍‌ ଧୋଇଯିବା ଘଟଣା : ଏମ୍‌ପିଙ୍କ ପ୍ରତିନିଧି ମଣ୍ଡଳୀର ସ୍ଥିତି ଅନୁଧ୍ୟାନ

ଦାରିଙ୍ଗବାଡ଼ି, ୩୦।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକେ ଏବେ ବହୁ ହଇରାଣ ହେଉଛନ୍ତି। ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ପଞ୍ଚାୟତର ବାଡ଼ାବାଙ୍ଗା ରାସ୍ତାଠାରୁ…

ଛତ୍ରପୁର ନିର୍ବାଚନମଣ୍ଡଳୀର ବନ୍ୟାଞ୍ଚଳ ବୁଲି ସ୍ଥିତି ପରଖିଲେ ବ୍ରହ୍ମପୁର ଏମ୍.ପି

ଛତ୍ରପୁର, ୩୦।୧୦ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବାବେଳେ ବ୍ରହ୍ମପୁର ଏମ୍.ପି ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଶୁକ୍ରବାର ଛତ୍ରପୁର ନିର୍ବାଚନମଣ୍ଡଳୀର ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?