ଦାଦନ ଦୁଃଖ: ଗାଁରେ ପହଞ୍ଚିଲା ଶ୍ରମିକଙ୍କ ମୃତଦେହ

ନୂଆପଡ଼ା,୩୦ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲାରେ ପୁଣି ଏକ ଦାଦନ ଦୁଃଖର ଚିତ୍ର ସାମ୍ନାକୁ ଆସିଛି। କାମ ଅନ୍ବଷଣରେ ବାହାର ରାଜ୍ୟକୁ ଯାଇଥିବା ଜଣେ ଶ୍ରମିକଙ୍କ ମୃତଦେହ ଶୁକ୍ରବାର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଏପରି ଘଟଣା ବୋଡେନ ବ୍ଲକ ରୋକାଲ ପଞ୍ଚାୟତ ଜୟବାହାଲ ଗଁାରେ ଦେଖିବାକୁ ମିଳିଛି। ମୃତକ ହେଲେ ଶନି ସାଗର(୪୯)। ସୂଚନା ଅନୁଯାୟୀ, ଶନି ବୋଡେନ ଅଞ୍ଚଳର କେତେଜଣଙ୍କ ସହ ମିଶି ନୂଆଁଖାଇ ପରେ ତାମିଲନାଡୁର ତ୍ରିପୁରାକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସେ ଏକ ଘରୋଇ କମ୍ପାନୀରେ ଇଟା ଯୋଡେଇ କାମ କରୁଥିଲେ।

ଗତ ୨୬ ତାରିଖରେ ସେ ପରିବାର ଲୋକଙ୍କ ସହ କଥାହୋଇ ଘରକୁ ଗଲେ ଧାନ କଟା ଆରମ୍ଭ କରିବୁ ବୋଲି କହି ଅପରାହ୍ନ ୨ଟାରେ ଟ୍ରେନ ଚଢି ଗଁା ଅଭିମୁଖେ ବାହାରିଥିଲେ। ହେଲେ ୨୮ ତାରିଖ ସୁଦ୍ଧା ଗାଁରେ ପହଞ୍ଚି ନ ଥିଲେ। ପରିବାର ଲୋକେ ଯୋଗାଯୋଗ କରିବାରୁ ଗ୍ୟାଙ୍ଗ କୁଲିମାନେ ଫୋନ୍‌ ରିସିଭ କରିଥିଲେ। ସେମାନେ କହିଥିଲେ, ଶନି ଆନ୍ଧ୍ରପ୍ରଦେଶର ତିରୁପତି ଇଲୁର ରେଳ ଷ୍ଟେଶନ ସମ୍ମୁଖରେ ରେଳଧାରଣାରେ ମୁମୂର୍ଷୁ ଅବସ୍ଥାରେ ପଡିଥିଲେ। ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲୁ। ହେଲେ ସେଠାରେ ମୃତ ଘୋଷଣା କରିଛନ୍ତି ବୋଲି ଜଣାଇଥିଲେ। ଏହା ପରେ ପରିବାର ଲୋକେ ଆନ୍ଧ୍ରପ୍ରଦେଶ ଯାଇ ମୃତଦେହ ଶୁକ୍ରବାର ଗଁାକୁ ଆଣିଛନ୍ତି। ଶନି ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ବର୍ତ୍ତମାନ ସ୍ତ୍ରୀ, ୨ ଝିଅ ଓ ପୁଅ ଦୁଃଖରେ ଭାଙ୍ଗିପଡିଛନ୍ତି। ଏହି ଖବର ପାଇ ଜିଲା ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆ ତାଙ୍କ ଘରେ ପହଞ୍ଚି ସମବେଦନା ଜଣାଇବା ସହ ଗାଡି ଖର୍ଚ୍ଚ ଓ ଅନ୍ତିମ ସତ୍କାର କରିବା ପାଇଁ ପରିବାର ଲୋକଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରିଥିଲେ।

ଗଁା ମଶାଣିରେ ଶିନଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୁଅ ଓମ୍‌ ସାଗର ମୁଖାଗ୍ନୀ ଦେଇଥିଲେ। ଏହି ସମୟରେ ଜିଲା ଶ୍ରମ ଅଧିକାରୀ ଧରୁଆଙ୍କ ସମେତ ବୋଡେନ ବିଡିଓ ଚିନ୍ମୟ ସାଗର, ରୋକାଲ ସରପଞ୍ଚ ଠାକୁର ବାଗ, ୱାର୍ଡମେମ୍ବର, ଗ୍ରାମବାସୀ, ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସୀମାରେ ଆନ୍ଧ୍ରପ୍ରଦେଶର ବେଆଇନ ନିର୍ବାଚନୀ ପ୍ରଚାର: ଗାଡ଼ି ଅଟକାଇଲେ ପଟ୍ଟାଙ୍ଗି ତହସିଲଦାର, ପୋଲିସକୁ…

ପଟ୍ଟାଙ୍ଗି,୩୦।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମା ଭିତରେ ପ୍ରବେଶ କରି ବେଆଇନ ଭାବେ ପ୍ରଚାର କରୁଥିବା ଆନ୍ଧ୍ରପ୍ରଦେଶର ଏକ ପ୍ରଚାର ଗାଡ଼ିକୁ ସ୍ଥାନୀୟ…

ବାତ୍ୟା ପରିସ୍ଥିତି ଅନୁଧ୍ୟାନ କଲେ ପୂର୍ବତନ ବିଧାୟକ

ଗଞ୍ଜାମ, ୩୦।୧୦ (ବିଦ୍ୟାଧର ସାହୁ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସମଗ୍ର ଗଞ୍ଜାମ ଜିଲା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବେଳକୁ ବେଳ ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ…

PNB ଗ୍ରାହକଙ୍କୁ ବଡ଼ ଝଟ୍‌କା: ନଭେମ୍ୱର ୧ରୁ ଏଟିଏମ୍‌ ଟଙ୍କା ଉଠାଣରେ ଲାଗିବ ଭାରୀ ଚାର୍ଜ

ନୂଆଦିଲ୍ଲୀ,୩୦।୧୦: ଦୀପାବଳି ପୂର୍ୱରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ନିଜର ଭିସା (Visa) ଏବଂ ରୁପେ (RuPay) କ୍ରେଡିଟ କାର୍ଡ଼ର ନିୟମ ଓ ଚାର୍ଜରେ ବଡ଼ ଧରଣର…

୧୯ ବର୍ଷରୁ କମ୍‌ ଭାରତୀୟ ଏସିଆ କପ୍‌ ଦଳରେ ସ୍ଥାନ ପାଇଲେ ଡ୍ରାଭିଡ୍‌, ସେହ୍ବାଗଙ୍କ ପୁଅ

ନୂଆଦିଲ୍ଲୀ,୩୦ା୧୦: ଆସନ୍ତା ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଓମାନର ମସ୍କଟଠାରେ ଏସିସି ପୁରୁଷ ୧୯ ବର୍ଷରୁ କମ୍‌ ଏସିଆନ କପ୍‌ ଖେଳାଯିବ। ଏଥିଲାଗି ଘୋଷିତ ଭାରତୀୟ ଦଳରେ…

ସିଂହ ରାଶିରେ ବୃହସ୍ପତିଙ୍କ ଚଳନ: ୪ ରାଶି ପାଇଁ ବଡ଼ ଖୁସି ଖବର, ଫିଟିବ ଧନ-ଚାକିରି ଓ ବିବାହ ଯୋଗ!

୩୧ ଅକ୍ଟୋବର ୨୦୨୬ ତାରିଖ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବାକୁ ଯାଉଛି। ଏହି ଦିନ ଦେବଗୁରୁ ବୃହସ୍ପତି ରାଶି ପରିବର୍ତ୍ତନ କରି ସିଂହ ରାଶିରେ ପ୍ରବେଶ…

ମାସକୁ ୧୮ ଲକ୍ଷ! ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଦରମା ପିଏମ ମୋଦିଙ୍କଠାରୁ ଅଧିକ ନା କମ?

ନୂଆଦିଲ୍ଲୀ,୩୦।୧୦: ଇସ୍ରାଏଲ ସଂସଦ ‘ନେସେଟ’ର ୧୨୦ଟି ଆସନର ର୍ନିବାଚନ ଫଳାଫଳ ଘୋଷଣା ହୋଇସାରିଛି। ବେଞ୍ଜାମିନ ନେତାନ୍ୟାହୁଙ୍କ ‘ଲିକୁଡ ପାର୍ଟି’ ୨୭ଟି ଆସନ ଜିତି ସବୁଠାରୁ ବଡ଼ ଦଳ…

ବ୍ଲକସ୍ତରୀୟ ମତ୍ସ୍ୟ, ପ୍ରାଣୀସମ୍ପଦ ମେଳା, ସମ୍ମାନିତ ହେଲେ ସଫଳ ଚାଷୀ

କର୍ଲାମୁଣ୍ଡା/ରିଷିଡ଼ା,୩୦ା୧୦(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଶୁକ୍ରବାର…

ତାଲିଯୋଡ଼ି ବ୍ରିଜ୍‌ ଧୋଇଯିବା ଘଟଣା : ଏମ୍‌ପିଙ୍କ ପ୍ରତିନିଧି ମଣ୍ଡଳୀର ସ୍ଥିତି ଅନୁଧ୍ୟାନ

ଦାରିଙ୍ଗବାଡ଼ି, ୩୦।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକେ ଏବେ ବହୁ ହଇରାଣ ହେଉଛନ୍ତି। ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ପଞ୍ଚାୟତର ବାଡ଼ାବାଙ୍ଗା ରାସ୍ତାଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?