Posted inଜାତୀୟ

ସଞ୍ଜୟ-ଏକନାଥଙ୍କ ଫୋନ୍‌ ଟ୍ୟାପିଂ ନେଇ ରାଜନୈତିକ ତାତି ବଢ଼ିଲା…

ମୁମ୍ବାଇ, ୨୦।୪ : ମହାରାଷ୍ଟ୍ରର ନେତାଙ୍କ ଫୋନ ଟ୍ୟାପ ବିଷୟକୁ ନେଇ ଏବେ ରାଜନୈତିକସ୍ତରରେ ତାତି ବଢ଼ିବା ଆରମ୍ଭ ହୋଇଛି। ମୁମ୍ବାଇ ପୋଲିସର ସୂତ୍ରରୁ ପ୍ରକାଶ ଯେ ଶିବସେନା ନେତା ସଞ୍ଜୟ ରାଉତ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ନେତା ଏକନାଥ ଖଡସେଙ୍କ ଫୋନ ଆଣ୍ଟି ସୋସିଆଲ ଏଲିମେଣ୍ଟ(ସାମାଜିକ ବିରୋଧୀ ତତ୍ତ୍ୱ) ଦର୍ଶାଇ ଟ୍ୟାପ କରାଯାଉଥିଲା। ତଦନ୍ତ ସମୟରେ ମିଳିଥିବା ତତ୍କାଳୀନ ଏସ୍‌ଆଇଡି ଚିଠିରେ ଏହା ଉଲ୍ଲେଖ କରାଯାଇଥିବା ଜଣାପଡ଼ିଛି। ସେମାନଙ୍କ ଫୋନକୁ ଟ୍ୟାପ କରିବା ପାଇଁ ଏସ୍‌ଆଇଡି ଦ୍ୱାରା ଏସିଏସ୍‌ଙ୍କୁ ଦିଆଯାଇଥିବା ଆବେଦନ ସଞ୍ଜୟ ଏବଂ ଏକନାଥଙ୍କ ବଦଳରେ ଅନ୍ୟ ନାମ ବ୍ୟବହାର କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା।

ସେମାନଙ୍କୁ ଆଣ୍ଟି ସୋସିଆଲ ଏଲିମେଣ୍ଟ ଭାବେ ଅଭିହିତ କରାଯାଇଥିଲା। ଫଳରେ ଏସିଏସ୍‌ ସେମାନଙ୍କର ଘର ଫୋନ ଟ୍ୟାପ କରିବାକୁ ଅନୁମତି ଦେଇଥିଲେ। ଏହା ପରେ, ଏକନାଥଙ୍କ ଫୋନ ୬୭ ଦିନ ପାଇଁ ଏବଂ ସଞ୍ଜୟଙ୍କ ଫୋନ ୬୦ଦିନ ପାଇଁ ଟ୍ୟାପ କରାଯାଇଥିଲା । ମୁମ୍ବାଇର କୋଲାବା ପୋଲିସ ଷ୍ଟେଶନରେ ବେଆଇନ ଭାବେ ଫୋନ ଟ୍ୟାପ କରିବା ଅଭିଯୋଗରେ ମହାରାଷ୍ଟ୍ରର ପୂର୍ବତନ ଏସଆଇଡି ମୁଖ୍ୟ ରଶ୍ମୀ ଶୁକ୍ଲାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଫଆଇଆର ଅନୁଯାୟୀ, ଶୁକ୍ଲା ଏସଆଇଡିର ମୁଖ୍ୟ ଥିବାବେଳେ ଶିବସେନା ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ଏବଂ ଏନସିପି ନେତା ଏକନାଥ ଖାଡସେଙ୍କ ଫୋନ ବେଆଇନ ଭାବେ ଟ୍ୟାପ ହୋଇଥିଲା।

ସୂତ୍ରରୁ ପ୍ରକାଶ ଯେ, ଯାଞ୍ଚ୍‌ ବେଳେ ପୋଲିସ ଜାଣିବାକୁ ପାଇଥିଲେ ଯେ ସଞ୍ଜୟଙ୍କ ଫୋନକୁ ୬୦ ଦିନ ଧରି ଟ୍ୟାପ କରାଯାଉଥିଲା। ଏଥି ସହିତ, ରାଷ୍ଟ୍ରବାଦୀ କଂଗ୍ରେସ ଦଳର ନେତା ଏକନାଥ ଖାଡସେଙ୍କ ଫୋନକୁ ୬୭ ଦିନ ଧରି ଟ୍ୟାପ କରି ରଖାଯାଇଥିଲା।
ସୂତ୍ରରୁ ପ୍ରକାଶ ଯେ, ନିୟମ ଅନୁଯାୟୀ, ଯଦି ଜରୁରୀକାଳୀନ ପରିସ୍ଥିତି ଉପୁଜେ, ତେବେ ଏପରି ପରିସ୍ଥିତିରେ ଫୋନ ପ୍ରଥମ ୭ ଦିନ ପାଇଁ ଏବଂ ଦ୍ୱିତୀୟ ଥର ଏସିଏସ୍‌ ହୋମଙ୍କ ଅନୁମତି ସହିତ ୬୦ ଦିନ କିମ୍ବା ଅଧିକ କିମ୍ବା କମ ସମୟ ପାଇଁ ଟ୍ୟାପ ହୋଇପାରେ। ମୁମ୍ବାଇ ପୋଲିସ ଦାବି କରିଛି ଯେ ସଞ୍ଜୟଙ୍କ ଫୋନ ଥରେ ଟ୍ୟାପ ହୋଇଥିଲା, ଯାହା ପ୍ରାୟ ୬୦ ଦିନ ଧରି ଟ୍ୟାପ ହୋଇ ରହିଥିଲା।

ଏହି ସମୟରେ, ଏକନାଥଙ୍କ ଫୋନକୁ ଦୁଇଥର ଟ୍ୟାପ କରି ରଖାଯାଇଥିଲା ମୁମ୍ବାଇ ପୋଲିସ ତତ୍କାଳୀନ ଏସିଏସ ହୋମ କୁମାରଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରିଛି। କୁମାର ତାଙ୍କ ବୟାନରେ କହିଛନ୍ତି ଯେ ଏସଆଇଡି ଆଧାରରେ ଫୋନ ଟ୍ୟାପ କରିବା ଅନୁରୋଧରେ ଏଭଳି କରାଯାଇଥିଲା। ତେବେ ଏକନାଥ ଖାଡସେ ଏବଂ ସଞ୍ଜୟ ରାଉତଙ୍କ ନାମ ସେଠାରେ ନଥିଲା।

ସୂତ୍ରରୁ ପ୍ରକାଶ ଯେ, ଏସଆଇଡି ପକ୍ଷରୁ ଅନୁରୋଧ ଭୁଲ ନାମରେ ଦାଖଲ କରାଯାଇଥିଲା। ଯାହାଦ୍ୱାରା କେହି ଜାଣିବେ ନାହିଁ ଯେ ଏକନାଥ କିମ୍ବା ସଞ୍ଜୟଙ୍କ ଫୋନ ଟ୍ୟାପ ହୋଇଛି। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୧୦ ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?