Posted inଜାତୀୟ

ସଞ୍ଜୟ-ଏକନାଥଙ୍କ ଫୋନ୍‌ ଟ୍ୟାପିଂ ନେଇ ରାଜନୈତିକ ତାତି ବଢ଼ିଲା…

ମୁମ୍ବାଇ, ୨୦।୪ : ମହାରାଷ୍ଟ୍ରର ନେତାଙ୍କ ଫୋନ ଟ୍ୟାପ ବିଷୟକୁ ନେଇ ଏବେ ରାଜନୈତିକସ୍ତରରେ ତାତି ବଢ଼ିବା ଆରମ୍ଭ ହୋଇଛି। ମୁମ୍ବାଇ ପୋଲିସର ସୂତ୍ରରୁ ପ୍ରକାଶ ଯେ ଶିବସେନା ନେତା ସଞ୍ଜୟ ରାଉତ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ନେତା ଏକନାଥ ଖଡସେଙ୍କ ଫୋନ ଆଣ୍ଟି ସୋସିଆଲ ଏଲିମେଣ୍ଟ(ସାମାଜିକ ବିରୋଧୀ ତତ୍ତ୍ୱ) ଦର୍ଶାଇ ଟ୍ୟାପ କରାଯାଉଥିଲା। ତଦନ୍ତ ସମୟରେ ମିଳିଥିବା ତତ୍କାଳୀନ ଏସ୍‌ଆଇଡି ଚିଠିରେ ଏହା ଉଲ୍ଲେଖ କରାଯାଇଥିବା ଜଣାପଡ଼ିଛି। ସେମାନଙ୍କ ଫୋନକୁ ଟ୍ୟାପ କରିବା ପାଇଁ ଏସ୍‌ଆଇଡି ଦ୍ୱାରା ଏସିଏସ୍‌ଙ୍କୁ ଦିଆଯାଇଥିବା ଆବେଦନ ସଞ୍ଜୟ ଏବଂ ଏକନାଥଙ୍କ ବଦଳରେ ଅନ୍ୟ ନାମ ବ୍ୟବହାର କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା।

ସେମାନଙ୍କୁ ଆଣ୍ଟି ସୋସିଆଲ ଏଲିମେଣ୍ଟ ଭାବେ ଅଭିହିତ କରାଯାଇଥିଲା। ଫଳରେ ଏସିଏସ୍‌ ସେମାନଙ୍କର ଘର ଫୋନ ଟ୍ୟାପ କରିବାକୁ ଅନୁମତି ଦେଇଥିଲେ। ଏହା ପରେ, ଏକନାଥଙ୍କ ଫୋନ ୬୭ ଦିନ ପାଇଁ ଏବଂ ସଞ୍ଜୟଙ୍କ ଫୋନ ୬୦ଦିନ ପାଇଁ ଟ୍ୟାପ କରାଯାଇଥିଲା । ମୁମ୍ବାଇର କୋଲାବା ପୋଲିସ ଷ୍ଟେଶନରେ ବେଆଇନ ଭାବେ ଫୋନ ଟ୍ୟାପ କରିବା ଅଭିଯୋଗରେ ମହାରାଷ୍ଟ୍ରର ପୂର୍ବତନ ଏସଆଇଡି ମୁଖ୍ୟ ରଶ୍ମୀ ଶୁକ୍ଲାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଫଆଇଆର ଅନୁଯାୟୀ, ଶୁକ୍ଲା ଏସଆଇଡିର ମୁଖ୍ୟ ଥିବାବେଳେ ଶିବସେନା ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ଏବଂ ଏନସିପି ନେତା ଏକନାଥ ଖାଡସେଙ୍କ ଫୋନ ବେଆଇନ ଭାବେ ଟ୍ୟାପ ହୋଇଥିଲା।

ସୂତ୍ରରୁ ପ୍ରକାଶ ଯେ, ଯାଞ୍ଚ୍‌ ବେଳେ ପୋଲିସ ଜାଣିବାକୁ ପାଇଥିଲେ ଯେ ସଞ୍ଜୟଙ୍କ ଫୋନକୁ ୬୦ ଦିନ ଧରି ଟ୍ୟାପ କରାଯାଉଥିଲା। ଏଥି ସହିତ, ରାଷ୍ଟ୍ରବାଦୀ କଂଗ୍ରେସ ଦଳର ନେତା ଏକନାଥ ଖାଡସେଙ୍କ ଫୋନକୁ ୬୭ ଦିନ ଧରି ଟ୍ୟାପ କରି ରଖାଯାଇଥିଲା।
ସୂତ୍ରରୁ ପ୍ରକାଶ ଯେ, ନିୟମ ଅନୁଯାୟୀ, ଯଦି ଜରୁରୀକାଳୀନ ପରିସ୍ଥିତି ଉପୁଜେ, ତେବେ ଏପରି ପରିସ୍ଥିତିରେ ଫୋନ ପ୍ରଥମ ୭ ଦିନ ପାଇଁ ଏବଂ ଦ୍ୱିତୀୟ ଥର ଏସିଏସ୍‌ ହୋମଙ୍କ ଅନୁମତି ସହିତ ୬୦ ଦିନ କିମ୍ବା ଅଧିକ କିମ୍ବା କମ ସମୟ ପାଇଁ ଟ୍ୟାପ ହୋଇପାରେ। ମୁମ୍ବାଇ ପୋଲିସ ଦାବି କରିଛି ଯେ ସଞ୍ଜୟଙ୍କ ଫୋନ ଥରେ ଟ୍ୟାପ ହୋଇଥିଲା, ଯାହା ପ୍ରାୟ ୬୦ ଦିନ ଧରି ଟ୍ୟାପ ହୋଇ ରହିଥିଲା।

ଏହି ସମୟରେ, ଏକନାଥଙ୍କ ଫୋନକୁ ଦୁଇଥର ଟ୍ୟାପ କରି ରଖାଯାଇଥିଲା ମୁମ୍ବାଇ ପୋଲିସ ତତ୍କାଳୀନ ଏସିଏସ ହୋମ କୁମାରଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରିଛି। କୁମାର ତାଙ୍କ ବୟାନରେ କହିଛନ୍ତି ଯେ ଏସଆଇଡି ଆଧାରରେ ଫୋନ ଟ୍ୟାପ କରିବା ଅନୁରୋଧରେ ଏଭଳି କରାଯାଇଥିଲା। ତେବେ ଏକନାଥ ଖାଡସେ ଏବଂ ସଞ୍ଜୟ ରାଉତଙ୍କ ନାମ ସେଠାରେ ନଥିଲା।

ସୂତ୍ରରୁ ପ୍ରକାଶ ଯେ, ଏସଆଇଡି ପକ୍ଷରୁ ଅନୁରୋଧ ଭୁଲ ନାମରେ ଦାଖଲ କରାଯାଇଥିଲା। ଯାହାଦ୍ୱାରା କେହି ଜାଣିବେ ନାହିଁ ଯେ ଏକନାଥ କିମ୍ବା ସଞ୍ଜୟଙ୍କ ଫୋନ ଟ୍ୟାପ ହୋଇଛି। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୧୦ ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri