ଅଭିନୟଠାରୁ ଅଧିକ ବିବାଦକୁ ନେଇ ଚର୍ଚ୍ଚାରେ ଥାନ୍ତି ଏହି ଅଭିନେତା; ଏବେ ୧୩୭ କୋଟି ସମ୍ପତ୍ତିର ମାଲିକ

ବମ୍ବେ: ବଲିଉଡ୍‌ର ମୁନ୍ନାଭାଇ କହିଲେ ଅଭିନେତା ସଞ୍ଜୟ ଦତ୍ତଙ୍କୁ ବୁଝାଯାଏ। ୮୦ ଦଶକରୁ ଅଭିନୟ ଦୁନିଆରେ ଆକ୍ଟିଭ୍‌ ଥିବା ସଞ୍ଜୁ ବାବା ନିଜର କର୍ମ, ବ୍ୟକ୍ତିଗତ ଏବଂ ବିବାଦକୁ ନେଇ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ। ଆଜି ସେ ତାଙ୍କର ୬୨ତମ ଜନ୍ମଦିନ ପାଳନ କରୁଥିବା ବେଳେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

୧୯୮୧ରେ ଫିଲ୍ମ ‘ରକି’ରୁ ଡେବ୍ୟୁ କରିଥିଲେ ସଞ୍ଜୟ। ଏହାପରେ ସେ ଶହେରୁ ଅଧିକ ଫିଲ୍ମରେ କାମ କରି ସାରିଲେଣି। ଅଭିନେତା ହେବା ସାଙ୍ଗକୁ ସେ ଜଣେ ପ୍ରଯୋଜକ ମଧ୍ୟ। ତାଙ୍କର ନିଜର ପ୍ରଯୋଜନା ସଂସ୍ଥା ସଞ୍ଜୟ ଦତ୍ତ ପ୍ରଡକ୍ସନ ପ୍ରାଇଭେଟ୍‌ ଲିମିଟେଡ୍‌ ରହିଛି। ମୋଟ ସମ୍ପତ୍ତି ଦେଖିଲେ ଅଭିନେତା ୧୩୭ କୋଟି ସମ୍ପତ୍ତିର ମାଲିକ। ଗୋଟିଏ ଫିଲ୍ମ ପାଇଁ ସେ ଛଅରୁ ଆଠ କୋଟି ଟଙ୍କା ପାଉଣା ନେଇଥାନ୍ତି। ଏହାଛଡ଼ା ସେ ଅନେକ ବିଜ୍ଞାପନରୁ ଆୟ ମଧ୍ୟ କରିଥାନ୍ତି।

ମୁମ୍ବାଇରେ ଅନେକ ଘର ରହିଛି ସଞ୍ଜୁବାବାଙ୍କର। ନରଗିସ ଦତ୍ତ ରୋଡ୍‌ ପାଲି ହିଲ୍ସରେ ତାଙ୍କର ଏକ ଭବ୍ୟ ବଙ୍ଗଳା ରହିଛି। ୨୦୦୯ରେ ଏହି ଘରକୁ କିଣିଥିଲେ ସେ। ଏବେ ଏହି ଘରର ମୂଲ୍ୟ ୪୦ କୋଟି ହେବ ବୋଲି କୁହାଯାଏ। ଦାମୀ ଗାଡ଼ିର ମଧ୍ୟ ମାଲିକ ସଞ୍ଜୟ ଦତ୍ତ। ତାଙ୍କ ପାଖରେ ଦଶରୁ ଅଧିକ କାର୍‌ ରହିଛି। ଏମାନଙ୍କର ମୂଲ୍ୟ କୋଟିରେ।

ଆଗାମୀ ଦିନରେ ରିଲିଜ ବିଷୟରେ କଥା ହେଲେ ସଞ୍ଜୟ ଏବେ ଫିଲ୍ମ ‘ଭୁଜ ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ନଜର ଆସିବେ। ଫିଲ୍ମରେ ସେ ୧୯୬୫ ଏବଂ ୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟର ହିରୋ ରଣଛୋଡ଼ ଦାଶ ପାଗୀଙ୍କ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri