ଅଭିନୟଠାରୁ ଅଧିକ ବିବାଦକୁ ନେଇ ଚର୍ଚ୍ଚାରେ ଥାନ୍ତି ଏହି ଅଭିନେତା; ଏବେ ୧୩୭ କୋଟି ସମ୍ପତ୍ତିର ମାଲିକ

ବମ୍ବେ: ବଲିଉଡ୍‌ର ମୁନ୍ନାଭାଇ କହିଲେ ଅଭିନେତା ସଞ୍ଜୟ ଦତ୍ତଙ୍କୁ ବୁଝାଯାଏ। ୮୦ ଦଶକରୁ ଅଭିନୟ ଦୁନିଆରେ ଆକ୍ଟିଭ୍‌ ଥିବା ସଞ୍ଜୁ ବାବା ନିଜର କର୍ମ, ବ୍ୟକ୍ତିଗତ ଏବଂ ବିବାଦକୁ ନେଇ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ। ଆଜି ସେ ତାଙ୍କର ୬୨ତମ ଜନ୍ମଦିନ ପାଳନ କରୁଥିବା ବେଳେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

୧୯୮୧ରେ ଫିଲ୍ମ ‘ରକି’ରୁ ଡେବ୍ୟୁ କରିଥିଲେ ସଞ୍ଜୟ। ଏହାପରେ ସେ ଶହେରୁ ଅଧିକ ଫିଲ୍ମରେ କାମ କରି ସାରିଲେଣି। ଅଭିନେତା ହେବା ସାଙ୍ଗକୁ ସେ ଜଣେ ପ୍ରଯୋଜକ ମଧ୍ୟ। ତାଙ୍କର ନିଜର ପ୍ରଯୋଜନା ସଂସ୍ଥା ସଞ୍ଜୟ ଦତ୍ତ ପ୍ରଡକ୍ସନ ପ୍ରାଇଭେଟ୍‌ ଲିମିଟେଡ୍‌ ରହିଛି। ମୋଟ ସମ୍ପତ୍ତି ଦେଖିଲେ ଅଭିନେତା ୧୩୭ କୋଟି ସମ୍ପତ୍ତିର ମାଲିକ। ଗୋଟିଏ ଫିଲ୍ମ ପାଇଁ ସେ ଛଅରୁ ଆଠ କୋଟି ଟଙ୍କା ପାଉଣା ନେଇଥାନ୍ତି। ଏହାଛଡ଼ା ସେ ଅନେକ ବିଜ୍ଞାପନରୁ ଆୟ ମଧ୍ୟ କରିଥାନ୍ତି।

ମୁମ୍ବାଇରେ ଅନେକ ଘର ରହିଛି ସଞ୍ଜୁବାବାଙ୍କର। ନରଗିସ ଦତ୍ତ ରୋଡ୍‌ ପାଲି ହିଲ୍ସରେ ତାଙ୍କର ଏକ ଭବ୍ୟ ବଙ୍ଗଳା ରହିଛି। ୨୦୦୯ରେ ଏହି ଘରକୁ କିଣିଥିଲେ ସେ। ଏବେ ଏହି ଘରର ମୂଲ୍ୟ ୪୦ କୋଟି ହେବ ବୋଲି କୁହାଯାଏ। ଦାମୀ ଗାଡ଼ିର ମଧ୍ୟ ମାଲିକ ସଞ୍ଜୟ ଦତ୍ତ। ତାଙ୍କ ପାଖରେ ଦଶରୁ ଅଧିକ କାର୍‌ ରହିଛି। ଏମାନଙ୍କର ମୂଲ୍ୟ କୋଟିରେ।

ଆଗାମୀ ଦିନରେ ରିଲିଜ ବିଷୟରେ କଥା ହେଲେ ସଞ୍ଜୟ ଏବେ ଫିଲ୍ମ ‘ଭୁଜ ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ନଜର ଆସିବେ। ଫିଲ୍ମରେ ସେ ୧୯୬୫ ଏବଂ ୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟର ହିରୋ ରଣଛୋଡ଼ ଦାଶ ପାଗୀଙ୍କ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ମାଉସୀ ପଦ୍ମିନୀ କୋହ୍ଲାପୁରେଙ୍କ ଅଭିନେତା ପୁଅ ପ୍ରିୟାଙ୍କ ଶର୍ମା ନିଜ ବିବାହକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ଆଗାମୀ ବର୍ଷ...

ଏବେ ରାନୁ ମଣ୍ଡଳଙ୍କ ନାଁ ଶୁଣିଲେ ପ୍ରଚଣ୍ଡ ରାଗୁଛନ୍ତି ହିମେଶ

ମୁମ୍ବାଇ: ବଲିଉଡ୍‌ କମ୍ପୋଜର, ଗାୟକ ତଥା ଅଭିନେତା ହିମେଶ ରେଶମିୟା ନିଜର କଠୋର ଆଭିମୁଖ୍ୟ ପାଇଁ ବେଶ୍‌ ଜଣାଶୁଣା। ମ୍ୟୁଜିକ୍‌ ଶୋ’ ସମୟରେ ହେଉ କି...

ଅନୁଷ୍କାଙ୍କ ବୋଲ୍ଡ ଅନ୍ଦାଜ୍‌

ଅଭିନେତ୍ରୀ ଅନୁଷ୍କା ଶର୍ମା ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରଶଂସକଙ୍କ ସହ ପ୍ରାୟତଃ ନିଜର ଫଟୋ ଶେୟାର କରିବା ସହ କାର୍ଯ୍ୟ ସମ୍ବନ୍ଧୀୟ ଅପଡେଟ...

ରୋହିତ ସେଟ୍ଟି ଆହତ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟି ତାଙ୍କ ଅପକମିଂ ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ଶୁଟିଂ ସମୟରେ ଆହତ ହୋଇଛନ୍ତି । ତାଙ୍କ ହାତରେ...

ବଙ୍ଗାଳି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ୨୪ ବର୍ଷ ବୟସରେ ପରଲୋକ

କୋଲକାତା: ମନୋରଞ୍ଜନ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ବଙ୍ଗାଳି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କର ପରଲୋକ ହୋଇଛି । ବ୍ରେନ୍ ଷ୍ଟ୍ରୋକ୍ ଯୋଗୁ କୋଲକାତାର...

ସନି ଲିଓନିଙ୍କୁ ଉର୍ଫିଙ୍କ ତେର୍ଚ୍ଛା ବାଣ

ମୁମ୍ବାଇ: ଆଜିକାଲି ଉର୍ଫି ଜାଭେଦ ରିୟାଲିଟି ଶୋ’ ‘ସ୍ପ୍ଲିଟ୍‌ସଭିଲା୧୪’ ରେ ନିଜର କମାଲ ଦେଖାଉଛନ୍ତି। ଶୋ’ର ଅନ୍ୟ ପ୍ରତିଯୋଗୀମାନଙ୍କୁ ଉର୍ଫି କଡ଼ା ଟକ୍କର ଦେଉଛନ୍ତି। ଏହି...

ମୋଦିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଏବଂ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ମତାମତ ଦିଅନ୍ତି। ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ...

ଗୋଟିଏ ସମୟରେ ତିନିଜଣଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ ଅକ୍ଷୟ କୁମାର, ଗୋଟିଏ ମନ୍ଦିରରେ ଲୁଚିଛପି କରିଥିଲେ ନିର୍ବନ୍ଧ; ରବୀନା ଜାଣିବା ପରେ…

ବମ୍ବେ: ବଲିଉଡ୍‌ର ଖିଲାଡି କିଙ୍ଗ ଅକ୍ଷୟ କୁମାର ବାସ୍ତବ ଜୀବନରେ ବଡ ଖେଳାଳି ଥିବା କୁହାଯାଏ। ତାଙ୍କ ଜୀବନରେ ଅନେକ ନାୟିକାଙ୍କ ଏଣ୍ଟ୍ରି ହୋଇଛି। କଥା...

Advertisement
Archives

Model This Week