ମତ ବଦଳାଇଲେ ସଞ୍ଜୟ

ପୁରୀ ଅଫିସ,୮ା୬: ପୁରୀ ପୋଲିସ ଏବଂ ଅବକାରୀ ବିଭାଗ ଅଧୀକ୍ଷକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ମଙ୍ଗଳବାର ନିଜ ମତ ବଦଳାଇଛନ୍ତି। ସଞ୍ଜୟ ନିଜ ଭୁଲ ସ୍ବୀକାର କରିବା ସହ ମାନସିକ ଓ ଶାରୀରିକ ଅସୁସ୍ଥତା କାରଣ ଦର୍ଶାଇ ୧୫ଦିନିଆ ଛୁଟି ଆବେଦନ କରିଛନ୍ତି। ତେବେ ଅସୁସ୍ଥତା କାରଣରୁ ପଣ୍ଡାଙ୍କୁ ତୁରନ୍ତ ଛୁଟି ମଞ୍ଜୁର କରାଯାଇଛି। ସେ ପୁରୀ ଛାଡ଼ି ଭୁବନେଶ୍ୱର ଚିକିତ୍ସା ପାଇଁ ଯାଇଛନ୍ତି। ଛୁଟି ଆବେଦନ ସହ ମାନସିକ ରୋଗୀ ହୋଇଥିବା ପ୍ରମାଣପତ୍ର ମଧ୍ୟ ସେ ଦାଖଲ କରିଛନ୍ତି ବୋଲି ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଅମରେନ୍ଦ୍ର ଜେନା କହିଛନ୍ତି। ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଇନ୍‌ସପେକ୍ଟର ସଞ୍ଜୟ ଗୁରୁତର ଅଭିଯୋଗ ଆଣିବା ପରେ ପ୍ରଶାସନିକସ୍ତରରେ ତାଙ୍କ କାର୍ଯ୍ୟ ରେକର୍ଡ ଯାଞ୍ଚ କରାଯାଇଥିଲା। ଆଉ ଏହାର ୨୪ଘଣ୍ଟା ମଧ୍ୟରେ ସଞ୍ଜୟ ନିଜେ କହିଥିବା କଥାକୁ ଭୁଲ୍‌ ବୋଲି କହି ନିଜର ମାନସିକ ସ୍ଥିତି ଠିକ୍‌ ନ ଥିବା କହିବା ସହଜରେ ସାଧାରଣରେ ଗ୍ରହଣୀୟ ହୋଇପାରିନାହିଁ। ମଙ୍ଗଳବାର ସକାଳୁ ୨ଟି ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଇନ୍‌ସପେକ୍ଟର ସଞ୍ଜୟ କହିଛନ୍ତି ଯେ, ମୋ ଦ୍ୱାରା ଏକ ଅପ୍ରୀତିକର ଘଟଣା ଘଟିଛି। କରୋନା ସମୟରେ ମୋର ଶାରୀରିକ ଓ ମାନସିକ ସ୍ଥିତି ଖରାପ ଥିଲା। ମୁଁ ଦେଇଥିବା ମନ୍ତବ୍ୟ ମୋ ମାନସିକ ଅସୁସ୍ଥତାର ପ୍ରତିଫଳନ। ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଓ ପୁରୀ ପୋଲିସ ଦକ୍ଷତାର ସହ କାର୍ଯ୍ୟ କରୁଛନ୍ତି। ୨୦୨୦ ଅକ୍ଟୋବରରୁ ଡାକ୍ତର ନୀଳମାଧବ ରଥଙ୍କ ପାଖରେ ଚିକିତ୍ସିତ ଥିଲି। ଗତ ମାସେ ହେବ ଔଷଧ ନ ମିଳିବାରୁ ମୁଁ ଖାଇପାରି ନ ଥିଲି। ତେଣୁ ମାନସିକ ଅସୁସ୍ଥତା ଯୋଗୁ ମୋ ପାଟିରୁ ଭୁଲ କଥା ବାହାରି ଯାଇଛି। ପୁରୀ ପୋଲିସ, ଅବକାରୀ ବିଭାଗର ସବୁ ଅଧିକାରୀଙ୍କୁ ସମ୍ମାନ କରେ। ମୋର ମାନସିକତା ଯୋଗୁ ମୁଁ ଏଭଳି ଦୁର୍ବ୍ୟବହାର କରିଛି। ଆଉ ଏକ ଭିଡିଓରେ ସଞ୍ଜୟଙ୍କ ସ୍ତ୍ରୀ ଏଲିନା କହିଛନ୍ତି ଯେ, କୋଭିଡ୍‌ ସମୟରୁ ସ୍ବାମୀ ଗୁରୁତର ଥିଲେ। ଏହାପରେ ସେ ଡିପ୍ରେଶନ୍‌ ଭିତରକୁ ଚାଲିଯାଇଥିଲେ। ତାଙ୍କର ନିଦ ମଧ୍ୟ ସମ୍ପୂର୍ଣ୍ଣ ରୂପେ କମିଯାଇଥିଲା। ଲଗାତର ୧୫ ଦିନ ସେ ଶୋଇ ନ ଥିଲେ। ସେବେଠାରୁ ତାଙ୍କ ମାନସିକ ଚିକିତ୍ସା କରାଯାଉଥିଲା। ବର୍ଷେ ହେଲା ସେ ମେଡିସିନ୍‌ ଖାଉଥିବାବେଳେ ଗତ ମାର୍ଚ୍ଚରୁ ମେଡିସିନ୍‌ ଖାଇ ନ ଥିଲେ। ତେଣୁ ଏଭଳି ମନଇଚ୍ଛା ପ୍ରତିକ୍ରିୟା ରଖିଛନ୍ତି। ତାଙ୍କୁ କ୍ଷମା କରାଯାଉ। ଅନ୍ୟପକ୍ଷରେ ସମ୍ପୃକ୍ତ ଦୁଇଟି ଭିଡିଓରେ କେହି ଜଣେ କ୍ୟାମେରାର ପଛପାର୍ଶ୍ୱରୁ ପ୍ରମ୍ପଟିଂ କରୁଥିବା ଜଣାପଡ଼ୁଛି। ପୋଲିସ ସହଯୋଗିତାରେ ଅବକାରୀ ବିଭାଗ କାର୍ଯ୍ୟ କରୁଛି ବୋଲି କହିବା ପାଇଁ ପଛ ପାର୍ଶ୍ୱରେ ଥିବା ବ୍ୟକ୍ତି ତାଙ୍କୁ କହୁଥିବା ଭିଡିଓରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି। ସଞ୍ଜୟ ଓ ତାଙ୍କ ସ୍ତ୍ରୀଙ୍କ ଭିଡିଓ ସୋସିଆଲ ମିଡିଆକୁ ଆସିବା ପରେ ପୋଲିସ ଓ ଅବକାରୀ ବିଭାଗର ଭୂମିକା ସନ୍ଦେହଘେରକୁ ଆସିଛି। କ୍ୟାମେରା ପଛରେ କିଏ ପ୍ରମ୍ପଟିଂ କରୁଥିଲେ ଓ କାହା ଚାପରେ ରହି ପଣ୍ଡା ଏଭଳି ପ୍ରତିକ୍ରିୟା ଦେଇଛନ୍ତି ତାହା ଏବେ ସନ୍ଦେହ ଘେରରେ। ଅନ୍ୟପକ୍ଷରେ ଅଧୀକ୍ଷକ ଜେନା କହିଛନ୍ତି ଯେ, ଇନ୍ସପେକ୍ଟର ପଣ୍ଡା ଜଣେ ମାନସିକ ରୋଗୀ। ତାଙ୍କୁ ଚାପ ଦିଆଯାଇନାହିଁ। ସେ ମାନସିକ ରୋଗୀ ହୋଇଥିବା ହେତୁ ତାଙ୍କ ଉପରେ ବିଭାଗ ତରଫରୁ କୌଣସି ଚାପ ପକାଯାଉନାହିଁ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉନାହିଁ। ସେ ସୁସ୍ଥ ମାନସିକ ସ୍ଥିତିକୁ ଫେରି କାର୍ଯ୍ୟକ୍ଷେତ୍ରରେ ଯୋଗଦେବେ। ଉଲ୍ଲେଖଯୋଗ୍ୟ ଯେ, ସୋମବାର ରାତ୍ର ୯ଟାରେ ସଞ୍ଜୟ ଅବକାରୀ କାର୍ଯ୍ୟାଳୟ ଛାଡ଼ି ଚାଲିଯାଇଥିଲେ। ପୋଲିସ ବିଭାଗର ଚାପରେ ସଞ୍ଜୟ ମନ୍ତବ୍ୟ ବଦଳାଇଥିବା ଆଲୋଚନା ହେଉଛି। ରଥଯାତ୍ରା ପୂର୍ବରୁ ପୋଲିସ ନିଜ ଛବି ସୁଧାରିବା ପାଇଁ ଏଭଳି କରିଥିବା ସାଧାରଣରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ଯୋଗଦେଲେ ରାଜନାରାୟଣ ମହାପାତ୍ର

ଭୁବନେଶ୍ୱର,୧୭ା୪(ଅନିଲ ଦାସ)- ଯାଜପୁର ଜିଲା ଅନ୍ତର୍ଗତ ବଡ଼ଚଣା ନିର୍ବାଚନମଣ୍ଡଳୀର ପିସିସି ସମ୍ପାଦକ ତଥା କ୍ୟାପ୍‌ଟେନ ରାଜନାରାୟଣ ମହାପାତ୍ରଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ...

ଭୁବନେଶ୍ୱର ବିମାନବନ୍ଦରରୁ କେଜିଏ ସୁନା ଜବତ, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର,୧୭।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗ ଚଢ଼ାଉ କରି ଜଣେ ଯାତ୍ରୀଙ୍କଠାରୁ ୧ କେଜି ସୁନା ଜବତ କରିଛି।...

‘ପଶ୍ଚିମ ଓଡିଶାବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି ନବୀନ’: ବିରୋଧୀ

ଭୁବନେଶ୍ୱର,୧୭।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ତେବେ ଏହାକୁ ନେଇ ବିରୋଧୀ ଦଳ ସମାଲୋଚନା କରିଛନ୍ତି ।...

ଓଡ଼ିଶା କଂଗ୍ରେସର ୨୬ଜଣିଆ ନିର୍ବାଚନ ପରିଚାଳନା କମିଟି, ତାଲିକାରେ ଏହି ବଡ଼ ନେତା

ଭୁବନେଶ୍ୱର,୧୭।୪: ଓଡ଼ିଶା ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ତାଲିକା ବୁଧବାର ଜାରି ହୋଇଛି। ଏହି...

କଟକ-ବାରବାଟୀରେ ଭାଜପାର ବଡ଼ ଗେମ୍‌, ଏହି ଅଭିନେତାଙ୍କୁ ମିଳପାରେ ଚାନ୍ସ!

ଭୁବନେଶ୍ୱର,୧୭।୪: ଅନୁଭବ ମହାନ୍ତିଙ୍କୁ ଭାଜପା କଟକ-ବାରବାଟୀରୁ ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି। ଅନ୍ୟପଟେ କେନ୍ଦ୍ରାପଡା ଏମପି ହୋଇଥିବାରୁ ଏହି ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁରରୁ...

ରାମନବମୀ ଅବସରରେ ମୋଟର ସାଇକେଲ ରାଲିରେ ଦୁଇ ରାଜନୈତିକ ଦଳର ସମର୍ଥକ ଶ୍ରେୟ ନେବା ପ୍ରୟାସ

ପଟ୍ଟାଙ୍ଗି,୧୭।୦୪(ଶରତ ଧଳ)ସାରା ରାଜ୍ୟରେ ରାମନବମୀକୁ ନେଇ ରାମ ଓ ହନୁମାନ ମନ୍ଦିର ମାନଙ୍କରେ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଯୁବ ଗୋଷ୍ଠୀଙ୍କ କ୍ଷେତ୍ରରରେ ଏହାକୁ ନେଇ...

କଣ୍ଟାବାଂଜିରୁ ମୁଖ୍ୟମନ୍ତ୍ରୀ ଲଢିବାର ବଡ଼ କାରଣ!

ଭୁବନେଶ୍ୱର,୧୭।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୯ଜଣ ବିଧାୟକଙ୍କ ନାଁ ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା ହେଲା,...

ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି, ଆହୁରି ୨ ରୁ ୪ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର, ୧୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ବାୟୁମଣ୍ଡଳର ନିମ୍ନଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri