Posted inଖେଳ

୨୦୨୨ ଆଇପିଏଲ୍‌ ପୂର୍ବରୁ ଆର୍‌ସିବିର ବଡ଼ ଘୋଷଣା

ବାଙ୍ଗାଲୋର,୯।୧୧: ୨୦୨୨ ଆଇପିଏଲ୍‌ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପକ୍ଷରୁ କୋଚ୍‌ ପଦ ନେଇ ବଡ଼ ଘୋଷଣା କରାଯାଇଛି। ମଙ୍ଗଳବାର ଆରିସିବି ଆଗାମୀ ଦୁଇ ବର୍ଷ ପାଇଁ ସଞ୍ଜୟ ବାଙ୍ଗରଙ୍କୁ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଇଛି। ତେବେ ମାଇକ ହେସୋନ ଆରସିବିର ନିର୍ଦ୍ଦେଶକ ଭାବେ କାମ କରିବେ।

ଆଇପିଏଲ ୨୦୨୧ରେ ସଞ୍ଜୟ ବାଙ୍ଗର ଆରସିବିର ବ୍ୟାଟିଂ ପରାମର୍ଶଦାତା ଭାବେ କାମ କରୁଥିଲେ। ଏହାପୂର୍ବରୁ ସେ ଟିମ ଇଣ୍ଡିଆର ବ୍ୟାଟିଂ କୋଚ୍‌ ଥିଲେ। ଟିମ ଇଣ୍ଡିଆ ସହ କାର୍ଯ୍ୟକାଳ ଶେଷ ହେବା ପରେ ସେ ଆରସିବି କ୍ୟାମ୍ପରେ ଯୋଗଦେଇଥିଲେ।

ଖୁବଶୀଘ୍ର ଆଇପିଏଲ୍‌ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ପ୍ରତି ଦଳ ୪ ଜଣ ଖେଳାଳିଙ୍କୁ ରଖି ବାକି ସମସ୍ତଙ୍କୁ ରିଲିଜ କରିବେ। ଏପରି ସ୍ଥିତିରେ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି ଆର୍‌ସିବି। ବାଙ୍ଗର ଆରସିବି ପାଇଁ କେଉଁମାନଙ୍କୁ ରଖୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିବ। ଅପରପକ୍ଷେ ଆସନ୍ତାବର୍ଷ ବିରାଟ କୋହଲି ଆରସିବିର ନେତୃତ୍ୱ ନେବେନାହିଁ। ଏଣୁ ଦଳ କାହାକୁ ଅଧିନାୟକ କରୁଛି ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରୀଡ଼ା ଖବରଦାତା ସମୀର ଗୋସ୍ବାମୀଙ୍କ ପରଲୋକ

କୋଲକାତା, ୧୯।୪ (ପି.ଟି.): ଜଣାଶୁଣା ତଥା ଅଭିଜ୍ଞ କ୍ରୀଡ଼ା ଖବରଦାତା ସମୀର ଗୋସ୍ବାମୀ ୬୫ ବର୍ଷ ବୟସରେ ଶନିବାର ପରଲୋକ ଗମନ କରିଛନ୍ତି। ସେ ହୃଦ୍‌ଘାତ୍‌ରେ...

କାନ୍ଦି କାନ୍ଦି ବର୍ସିଲୋନାରୁ ବିଦାୟ ନେଲେ ମେସି

ବାର୍ସିଲୋନା,୮।୮: ଏଫ୍‌ସି ବର୍ସିଲୋନା କ୍ଲବ ଛାଡ଼ୁଥିବା ରବିବାର କୋହଭରା କଣ୍ଠରେ ସ୍ପଷ୍ଟ କରିଛନ୍ତି ଲିଓନେଲ ମେସି। ଆର୍ଜେଣ୍ଟିନାର ଷ୍ଟାରଙ୍କୁ ଦରମା ଦେବା ଲାଗି ସ୍ପାନିଶ କ୍ଲବ...

ଦକ୍ଷିଣ ଆଫ୍ରିକା ସେମିରେ

କେପ୍‌ଟାଉନ୍‌,୨୩ା୨(ପି.ଟି.): ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି ଆୟୋଜକ ଦଳ। ଅନ୍ତିମ ଗ୍ରୁପ୍‌ ମ୍ୟାଚରେ ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ...

ପୋଲାର୍ଡ, ରୋହିତ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବ ଆଗରେ ୧୯୨ ରନ ଟାର୍ଗେଟ୍‌ ରଖିଲା ମୁମ୍ବାଇ

ଆବୁଧାବି, ୧।୧୦: ଚଳିତ ଆଇପିଏଲ୍‌ର ତ୍ରୟୋଦଶ ମୁକାବିଲାରେ ଗୁରୁବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି।...

ବିଜୟ ଆଶା ନ ଥିଲା: ରୋହିତ

ମେଲବୋର୍ନ,୨୩।୧୦: ଏକ ରୋମାଞ୍ଚକର ମ୍ୟାଚରେ ଭାରତ ପାକିସ୍ତାନକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ମୋ...

ଯୁବିଙ୍କ ଦମ୍‌ରେ ଜିତିଲା ଟରୋଣ୍ଟୋ

ନୂଆଦିଲ୍ଲୀ,୨୮।୭(ପିଟି)- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ (ଯୁବି) ବିସ୍ଫୋରକ ବ୍ୟାଟିଂ ଯୋଗୁ ଟରୋଣ୍ଟୋ ନ୍ୟାଶନାଲ୍ସ ଚଳିତ ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ରେ ପ୍ରଥମ ବିଜୟ...

ଭାରତକୁ ୨୭୦ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୨୨।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆରେ ଚେନ୍ନାଇରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଭାରତକୁ ୨୭୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। କଙ୍ଗାରୁ...

ସାଇନା, ପ୍ରଣୟ ପଜିଟିଭ, ପରେ ନେଗେଟିଭ

ବ୍ୟାଙ୍କକ୍‌, ୧୩ା୧ (ପି.ଟି.)-ଭାରତର ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ ଏଚଏସ୍‌ ପ୍ରଣୟଙ୍କର ମଙ୍ଗଳବାର ହୋଇଥିବା କୋଭିଡ୍‌ ଟେଷ୍ଟରେ ଫଳାଫଳ ନେଗେଟିଭ ଆସିଛି। ଫଳରେ...

Advertisement
Archives

Model This Week