Posted inଜାତୀୟ

ସଞ୍ଜୟ ଆରୋରା ଦିଲ୍ଲୀ ପୋଲିସ କମିଶନର, ବୀରପ୍ପାନଙ୍କ ବିରୋଧରେ ଗ୍ରହଣ କରିଥିଲେ ଦୃଢ଼ ପଦକ୍ଷେପ…

ନୂଆଦିଲ୍ଲୀ, ୩୧।୭ : ସଞ୍ଜୟ ଆରୋରା ଦିଲ୍ଲୀର ନୂତନ ପୋଲିସ କମିଶନର ହେବେ। ସଞ୍ଜୟ ଆରୋରା ୧୯୮୮ ବ୍ୟାଚ ନାମିଲନାଡୁ କ୍ୟାଡରର ଆଇପିଏସ ଅଧିକାରୀ। ଏ ସମ୍ପର୍କରେ ରବିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଦିଆଯାଇଛି। ସଞ୍ଜୟ ପୂର୍ବରୁ ଆଇଟିବିପି ମୁଖ୍ୟ ଥିଲେ। ସେ ଦିଲ୍ଲୀରେ ବିଦାୟୀ କମିଶନର ରାକେଶ ଆସ୍ଥାନାଙ୍କ ସ୍ଥାନ ନେବେ।

ରାକେଶ ଆସ୍ଥାନା ଗତ ବର୍ଷ ଜୁଲାଇ ମାସରେ ଦିଲ୍ଲୀ ପୋଲିସର ମୁଖ୍ୟ ହୋଇଥିଲେ। ରାକେଶ ରବିବାର ଅର୍ଥାତ୍‌ ୩୧ ଜୁଲାଇରେ ତାଙ୍କ ପଦରୁ ଅବସର ନେଉଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ଅଗଷ୍ଟ ୧ ରେ ସଞ୍ଜୟ ଆରୋରା ରାକେଶ ଆସ୍ଥାନାଙ୍କ ସ୍ଥାନ ନେବେ। ସଞ୍ଜୟ ଆରୋରା ଦିଲ୍ଲୀ ପୋଲିସର ୨୫ ତମ କମିଶନର ହେବେ।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯିବାର କିଛି ସମୟ ପୂର୍ବରୁ ଦିଲ୍ଲୀ ପୋଲିସ କର୍ମଚାରୀମାନେ ରାକେଶ ଆସ୍ଥାନାଙ୍କ ବିଦାୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଅପରାହ୍ନ ୪ ଟାରେ କିଙ୍ଗସୱେ କ୍ୟାମ୍ପ ପୋଲିସ ଲାଇନରେ ତାଙ୍କ ପାଇଁ ବିଦାୟ ପରେଡ ଅନୁଷ୍ଠିତ ହେବ। ବୈଦ୍ୟୁତିକ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା

ସଞ୍ଜୟ ଆରୋରା ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ କୋଏମ୍ବାଟୁର ସିଟି ପୋଲିସର କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହା ପରେ ସେ ଡେପୁଟି ଇନ୍ସପେକ୍ଟର ଜେନେରାଲ ଭିଲୁପୁରମ ରେଞ୍ଜ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସଞ୍ଜୟ ଆରୋରା ଆଇଜି (ସ୍ପେଶାଲ ଅପରେସନ୍ସ) ବିଏସଏଫ, ଆଇଜି ଛତିଶଗଡ ସେକ୍ଟର ସିଆରପିଏଫ୍‌ ଏବଂ ଆଇଜି ଅପରେସନ ସିଆରପିଏଫ୍‌ ଭାବରେ କାର୍ଯ୍ୟ କରିଛନ୍ତି।

ଅନେକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାରରେ ସମ୍ମାନିତ ହୋଇଥିବା ସଞ୍ଜୟ ଆରୋରା, ତାମିଲନାଡୁରେ ଟାସ୍କ ଫୋର୍ସର ପୋଲିସ ଅଧୀକ୍ଷକ ଭାବେ ନିଯୁକ୍ତି ପାଇଥିବା ବେଳେ କୁଖ୍ୟାତ ଚନ୍ଦନ କାଠ ଚୋରା ଚାଲାଣକାରୀ ବୀରପ୍ପାନ ଗ୍ୟାଙ୍ଗ ବିରୋଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବୀରପ୍ପାନଙ୍କ ବିରୋଧରେ ସାହସିକ ପଦକ୍ଷେପ ଗ୍ରହଣ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ବୀରତା ପଦକ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri