ସୁଧୁରୁନି ସହରର ପରିମଳ ବ୍ୟବସ୍ଥା

ଖୋର୍ଦ୍ଧା,୭ା୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରର ପରିମଳ, ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡିଛି। ସ୍ବଚ୍ଛତା ପାଇଁ ଲକ୍ଷାଧିକ ଟଙ୍କା ଆସୁଥିଲେ ମଧ୍ୟ ଠିକ୍‌ ଭାବେ ଖର୍ଚ୍ଚ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ସ୍ବଚ୍ଛ ଖୋର୍ଦ୍ଧା, ସୁସ୍ଥ ଖୋର୍ଦ୍ଧା ପ୍ରହସନ ପାଲଟିଛି। ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଶୀର୍ଷ ସ୍ଥାନ ହାସଲ ଲାଗି ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସ୍ବଚ୍ଛ ଭାରତ, ସୁସ୍ଥ ଭାରତ ଅଭିଯାନ ଚାଲିଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ବଚ୍ଛତାର ପୋଷ୍ଟର, ଓ୍ବାଲ ପେଣ୍ଟିଂ କରାଯାଇଛି। ରାସ୍ତାରେ ଅଳିଆ ପଡିବ ନାହିଁ, ସ୍ବଚ୍ଛ ସାଥୀମାନେ ଘରକୁ ଘର ବୁଲି ଅଳିଆ ଉଠାଇବେ। ପ୍ରତ୍ୟେକ ଘରୁ ପୃଥକ ଭାବେ ଓଦା ଓ ଶୁଖିଲା ଆବର୍ଜନା ସଂଗ୍ରହ କରିବେ। ଏନେଇ ପୌର ପ୍ରଶାସନ ପକ୍ଷରୁ ସ୍ବଚ୍ଛସାଥୀ, ସାନିଟାଇଜ କର୍ମଚାରୀଙ୍କୁ ୩ଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ବାଲି ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି। ହେଲେ ଏହା ପ୍ରହସନ ପାଲଟିଛି। ସହରର ବିଭିନ୍ନ ସ୍ଥାନରେ ଅଳିଆ ପଡି ରହୁଥିବା ଦେଖିବାକୁ ମିଳିଛି। ସାହି ଗଳିକନ୍ଦିରେ ଅଳିଆ ଜମାହୋଇ ପରିବେଶକୁ ପ୍ରଦୂଷିତ କରୁଛି। ଅଳିଆ ଗଦାରେ ଗୋରୁ, ବୁଲା କୁକୁର ଖାଦ୍ୟ ଲାଳସାରେ ଅଳିଆଗୁଡିକୁ ଏଣେତେଣେ କରୁଛନ୍ତି। ସେହିପରି ଗଳିକନ୍ଦି ରାସ୍ତା ଖାଲଖମା ହୋଇ ରହିଛି। ମରାମତି ହେଉ ନ ଥିବାରୁ ସାମାନ୍ୟ ବର୍ଷା ହେଲେ ଅତ୍ୟନ୍ତ କଦର୍ଯ୍ୟ ହୋଇପଡୁଛି।
ଛକଠାରୁ ପୁରୁଣା ବସ୍‌ଷ୍ଟାଣ୍ଡ ଏବଂ ବାଳିକା ସ୍କୁଲ ଭିତର ଦେଇ ଯାଇଥିବା ଡ୍ରେନ୍‌ ପୋତି ହୋଇଥିବା ବେଳେ ପୁରୁଣା ବସଷ୍ଟାଣ୍ଡରେ ଡ୍ରେନ ନାହିଁ। ସେହିପରି ମାରଓ୍ବାଡି ପଟିଠାରୁ ଗୋଡ଼ିପୋଖରୀ ପର୍ଯ୍ୟନ୍ତ ଡ୍ରେନ୍‌ ପୋତି ହୋଇଗଲାଣି। ଡାକ୍ତର୍‌ସ ଲେନ୍‌ଠାରୁ ଗୁରୁଜଙ୍ଗ ରାସ୍ତା, ଉପରସାହି, ବରୁଣେଇ ସାହି, ଖ୍ରୀଷ୍ଟିଆନ ସାହି, ରାଧାବଲ୍ଲଭ ସାହିର ଡ୍ରେନ ପୋତି ହୋଇଗଲାଣି। ଅନେକ ସ୍ଥାନରେ ଡ୍ରେନ ମରାମତି ଅଭାବରୁ ଭୁଶୁଡି ପଡିଲାଣି। ପ୍ରକାଶ ଯେ, ୫୦ହଜାର ଜନସଂଖ୍ୟା ବିଶିଷ୍ଟ ଖୋର୍ଦ୍ଧା ସହରରେ ୨୨ଟି ଓ୍ବାର୍ଡ ରହିଛି। ସେଥିରୁ ୨୦ଟି ଓ୍ବାର୍ଡ ଘରୋଇକରଣ କରାଯାଇଛି। ଏଥିଲାଗି ମାସକୁ ଲକ୍ଷାଧିକ ଟଙ୍କା ପୌର ପ୍ରଶାସନ ପକ୍ଷରୁ ପଇଠ କରାଯାଉଛି। ଠିକା ସଂସ୍ଥା ଦ୍ୱାରା ଅଳିଆ ଉଠୁଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ତେବେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ସହରର ମୁଖ୍ୟରାସ୍ତାକୁ ବାଦ୍‌ ଦେଲେ ଗଳିକନ୍ଦିରେ ଅଳିଆ ପଡ଼ି ରହୁଛି। ଅଳିଆ ଉଠୁଛି କି ନାହିଁ, କେଉଁ ସ୍ଥାନରୁ ଅଳିଆ ଉଠାଯାଉଛି ପ୍ରଶାସନ ପକ୍ଷରୁ ତଦନ୍ତ ହେଉନି। ଫଳରେ ଠିକା ସଂସ୍ଥା ମୁଖ୍ୟ ରାସ୍ତାକୁ ବାଦ୍‌ ଦେଲେ ସାହି ଗଳିକନ୍ଦିରେ ପଡୁଥିବା ଅଳିଆ ଉଠାଉ ନ ଥିବା ସାହିବାସିନ୍ଦା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Parliament Monsoon Session: ଜୁଲାଇ ୨୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ, ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ,୪।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବ। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ X ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଭାରତ ସରକାରଙ୍କ…

‘କକ୍ରୋଚ ଜନତା ପାର୍ଟି’ର ପ୍ରତିବାଦକୁ ସମର୍ଥନ କଲେ ମହୁଆ ମୋଇତ୍ରା

ନୂଆଦିଲ୍ଲୀ,୪।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଶୁକ୍ରବାର ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦରେ ଯୋଗ ଦେଇ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ସ୍ବର ଉଠାଇଥିଲେ। ଶିକ୍ଷା…

IND vs ENG 2nd T20: ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ? ତାଙ୍କୁ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ,୪।୭: ବୈଭବ ସୂର୍ଯ୍ୟବଂଶୀ କେବେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବେ? ଏହି ପ୍ରଶ୍ନ ବର୍ତ୍ତମାନ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ। ବୈଭବ ନିକଟରେ ଏକ ଇନଷ୍ଟାଗ୍ରାମ…

ଚର୍ଚ୍ଚା ସୃଷ୍ଟି କଲାଣି ବୈଭବ ସୂର୍ଯ୍ୟବଂଶୀଙ୍କ ‘New Chapter’ ଷ୍ଟୋରୀ, ଏହା ଡେବ୍ୟୁର ଏକ ସଙ୍କେତ ନା ଏକ ନୂଆ ସରପ୍ରାଇଜ? ଜାଣନ୍ତୁ…

ନୂଆଦିଲ୍ଲୀ,୪।୭: ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଭାରତର ପ୍ରତିଭାବାନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କେବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ। ଏହି ଶନିବାର ମାଞ୍ଚେଷ୍ଟରରେ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ସୁନା-ରୁପା ଅଳଙ୍କାର ଜବତ, ୪ ଡକାୟତଙ୍କୁ ଗିରଫ କରି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ମାସ ହେବ ଚୋରି, ଡକାୟତି ବଢ଼ିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।…

ମହଙ୍ଗା ମାଡ଼ରୁ ରକ୍ଷା ନାହିଁ; ସାଇତି ରଖନ୍ତୁ ଟମାଟୋ, ପୁଣି ବଢ଼ିଲା ଦର…

ନୂଆଦିଲ୍ଲୀ,୪ା୭: ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଟମାଟୋ ପୁଣି ଥରେ ଲୋକଙ୍କ ବଜେଟ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି। ଦେଶର ଅନେକ ରାଜ୍ୟରେ ଏହାର…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ…

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

କୋଲକାତା,୪।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଏବଂ ବଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri