ପୁରସ୍କାରପ୍ରାପ୍ତ ଏନ୍‌ଏସିରେ ପରିମଳ ବିପର୍ଯ୍ୟସ୍ତ

ଭଞ୍ଜନଗର,୧୨।୧୦(ଡି.ଏନ.ଏ): ୯୭୪ ମାର୍ଚ୍ଚ ୧୬ରେ ରାଜ୍ୟ ସରକାରଙ୍କ ଚିଠି ନଂ ୬୩୭୩ ଅନୁସାରେ ବେଲଗୁଣ୍ଠା ଏନ୍‌ଏସି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୬ଟି ରାଜସ୍ବ ଗ୍ରାମ ଯଥା ବେଲଗୁଣ୍ଠା, ବାଲିଡ଼ି, ବି.କେ.ଶରଣପୁର, ଧନିଜାପଲ୍ଲୀ, ରମୁଣିପାଟଣା ଓ ଭଗବତୀପାଟଣାକୁ ନେଇ ଏନଏସି ଗଠନ ହୋଇଥିଲା। ବର୍ତ୍ତମାନ ୧୩ଟି ୱାର୍ଡ଼କୁ ନେଇ ଗଠିତ ଏନଏସିରେ ୨୦୧୧ ଜନଗଣନା ଅନୁସାରେ ୧୧,୨୯୭ ଲୋକ ବସବାସ କରୁଛନ୍ତି। ପିତଳ ମାଛ ପାଇଁ ବେଲଗୁଣ୍ଠା ସହର ବିଶ୍ୱରେ ପରିଚିତ। ଏଥିସହ ଭଞ୍ଜ ରାଜବଂଶ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଲକ୍ଷ୍ମୀ ନୃସିଂହ ମନ୍ଦିର ମଧ୍ୟ ସହରର ଅନ୍ୟତମ ପରିଚୟ। ଏହା ମଧ୍ୟରେ ବେଲଗୁଣ୍ଠା ସହର ଆଉ ଏକ ନୂଅ୍ରା ପରିଚୟ ପାଇଛି। କେନ୍ଦ୍ର ସରକାର ଗତ ୧ ତାରିଖରେ ଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବେଲଗୁଣ୍ଠା ସହରକୁ ପୂର୍ବ ଭାରତରେ ସ୍ବଚ୍ଛତା ପାଇଁ ପୁରସ୍କୃତ କରିଛନ୍ତି। ନିର୍ବାହୀ ଅଧିକାରୀ ଏବଂ ଏନଏସି ଅଧ୍ୟକ୍ଷ ପୁରସ୍କାର ଧରି ଫେରିବା ପରେ ବେଲଗୁଣ୍ଠାରେ ଏକ ଶୋଭାଯାତ୍ରା ହୋଇଥିଲା। ବିଶେଷକରି ଶାସକ ଦଳର କର୍ମୀମାନେ ବେଶ୍‌ ଉସତ୍ାହିତ ହୋଇଥିଲେ। ୨୦୧୪ରୁ ସ୍ବଚ୍ଛ ଭାରତ ମିଶନ ମାଧ୍ୟମରେ ସହର ଗୁଡ଼ିକୁ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯାଉଛି।
୨୦୧୪ରେ ପ୍ରଥମ ଥର ପାଇଁ ସ୍ବଚ୍ଛ ଭାରତ ମିଶନ ପୁରସ୍କାର ପାଇଁ ୭୦ଟି ସହରରେ ସର୍ବେକ୍ଷଣ ହୋଇଥିଲା। ପ୍ରତିବର୍ଷ ଏଭଳି ସର୍ବେକ୍ଷଣ ହେଉଛି। ଗତବର୍ଷ ଦେଶର ୪,୦୫୪ଟି ସହରରେ ୭୦୦୦ ମାର୍କକୁ ନେଇ ଏହି ସର୍ବେକ୍ଷଣ ହୋଇଥିଲା। ଏଥିରେ ବେଲଗୁଣ୍ଠା ଏନଏସିକୁ ପ୍ରଥମ ପୁରସ୍କାର ମିଳିଛି। ପୁରସ୍କାର ମିଳିବା ପୂର୍ବରୁ ସହରର ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ଯେତିକି ଗୁରୁତ୍ୱ ଦିଆଯାଉଥିଲା ବର୍ତ୍ତମାନ ତାହା ଦେଖିବାକୁ ମିଳୁନାହିଁ। ସହରର ନିର୍ଦ୍ଦିଷ୍ଟ କେତକ ରାସ୍ତା କଡ଼ରେ ଅଧିକାଂଶ ସମୟ ଆବର୍ଜନା ପଡ଼ି ରହୁଥିବା ଲକ୍ଷ୍ୟ କରାଯାଉଛି। ଏନଏସି ପଛପଟ ପୋଖରୀ, ରାସ୍ତା କଡ଼ରେ କେତକ ସ୍ଥାନରେ ପ୍ଲାଷ୍ଟିକ୍‌,ପଲିଥିନ ଭରିରହିଛି। ଗୋରୁ ହାଟ ପଡ଼ିଆ ସମ୍ମୁଖ ଡ଼୍ରେନରେ ମଇଳା ପାଣି ଠିକ୍‌ ଭାବେ ନିସ୍କାଷିତ ହେଉନାହିଁ। ମଇଳା ପାଣି ବହୁ ସମୟ ରହିବା ଦ୍ୱାରା ଉକ୍ତ ମଇଳା ପାଣି ପ୍ରବଳ ଗନ୍ଧୁଛି। ହାଟ ସମ୍ମୁଖରେ ବସ୍‌ଷ୍ଟାଣ୍ଡ ଥିବା ଯୋଗୁ ସେଠାରେ ଲୋକଙ୍କ ଅଧିକାଂଶ ସମୟ ଭିଡ଼ ରହୁଛି। ଉକ୍ତ ଗନ୍ଧକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସହରରେ ନିୟମିତ ସଫେଇ କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ପଲିଥିନ ଗୁଡ଼ିକୁ ବାହାର କରିବା ଉପରେ ବିଶେଷ ଧ୍ୟାନ ଦିଆଯାଉନାହିଁ। ବ୍ଲକ ଛକରେ ଥିବା ଯାତ୍ରୀ ବିଶ୍ରାମଗାର ନିକଟରେ ମଦ ବୋତଲ ଭାସୁଛି। ଏନେଇ ବେଲଗୁଣ୍ଠା ମୁଖ୍ୟ ସଡ଼କ ବାସିନ୍ଦା ତଥା ନଗର କଂଗ୍ରେସ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ କହିଛନ୍ତିଯେ ଏନଏସିର ପ୍ରଚାର ଅଧିକ କାମ ଶୂନ। ଚୟନ କମିଟିକୁ ହାତ କରି ପୁରସ୍କାର ଅଣାଯାଇଛି। ସହରର ଧୋବା ସାହି, ରାଜିପଲ୍ଲୀ, ଧନିଚାପଲ୍ଲୀ, ଚଷା ସାହି, ହାଟ ଅଚଂଳ, ବ୍ଲକ ରାସ୍ତା ପ୍ରମୁଖ ଅଚଂଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉକ୍ତ ଅଞ୍ଚଳ ଗୁଡ଼ିକରେ ନିୟମିତ ସଫେଇ ହେଉନାହିଁ।
ସେହିଭଳି ବାଲିପଦର ରୋଡ଼ ବାସିନ୍ଦା ପି.ସି ମହାପାତ୍ର କହିଛନ୍ତି, ବେଲଗୁଣ୍ଠା ସହରକୁ ଦେଶବାସୀ ଜାଣିଲେ ତାହା ଗୌରବର ବିଷୟ। ପୁର୍ବ ଅପେକ୍ଷା ସହରର ପରିମଳ ବ୍ୟବସ୍ଥା ଏବଂ ରାସ୍ତା, ବିଜୁଳି ସେବା ବହୁତ ଭଲ ଅଛି। ଯାହାକି ସହରବାସୀଙ୍କ ପାଇଁ ଗର୍ବର ବିଷୟ। ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର କହିଛନ୍ତି, ସରକାରଙ୍କ ନୀତି ନିୟମ ଅନୁଯାଇ ଆମେ ପୁରସ୍କାର ପାଇଛୁ। ସହରର ପରିମଳ ବ୍ୟବସ୍ଥା ଠିକ ଅଛି। ସହରକୁ ଆହୁରି ସୁନ୍ଦର ଭାବେ ଗଢ଼ିତୋଳିବା ପାଇଁ ପ୍ରୟାସ ଚାଲିଛି। ଏନଏସି ପଛପଟ ପୋଖରୀକୁ ଆଧୁନିକିକରଣ କରିବା ପାଇଁ ପ୍ରକ୍ରିୟା ଚାଲିଛି। ଆଗାମୀ ଦିନରେ ଉକ୍ତ ପୋଖରୀ ସହରର ସୁନ୍ଦର ପୋଖରୀ ହେବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?