ପୁଅ ଚିକିତ୍ସା ଚିନ୍ତାରେ ମା’ବାପା

ବାଲେଶ୍ୱର ଅଫିସ, ୧୨।୧୦: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ତାଳପଦା ଗ୍ରାମର ସୁଶାନ୍ତ ପଟ୍ଟନାୟକ ଓ ସ୍ତ୍ରୀ ସଞ୍ଜୁଲତାଙ୍କ ୨ବର୍ଷର ପୁଅ ପୀୟୁଷ। ଜନ୍ମ ହେବାର ୨୫ଦିନ ପରେ ତାଙ୍କ କିଡ୍‌ନୀ ଖରାପ ଥିବା ଜଣାପଡିବା ପରେ ମା’ ବାପା କଟକର ଏକ ଘରୋଇ ହସ୍‌ପିଟାଲରେ ଅପରେଶନ କରାଇଥିଲେ। ପୁଅ ଭଲ ହୋଇଯିବାର ସ୍ବପ୍ନ ଦେଖି ମା’ବାପା ଚିକିତ୍ସା କରିବାରେ ସବୁ ଅର୍ଥ ଲଗାଇ ଦେଇଥିଲେ। ହେଲେ ସେ ସମ୍ପୂର୍ଣ୍ଣ ନିରୋଗ ହୋଇପାରି ନ ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଏକ କିଡ୍‌ନୀରେ ସମସ୍ୟା ଥିବା ଜଣାପଡ଼ିବା ସହ ହାର୍ଟରେ କଣା, ଫୁସ୍‌ଫୁସ୍‌ରେ ସଂକ୍ରମଣ, ହାର୍‌ନିଆ ଓ ପୋଲିଓରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ମା’ବାପା ପୁଣି ପୁଅକୁ ଧରି କଟକ ବଡ଼ ଡାକ୍ତରଖାନାଠାରୁ ଆରମ୍ଭ କରି କୋଲକାତା ପର୍ଯ୍ୟନ୍ତ ଦୌଡି ଦୌଡି ନିରାଶ ହୋଇପଡିଛନ୍ତି। ଶେଷରେ ପୁଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଲାଗି ଶେଷରେ ସୋମବାର ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି।
ସୁଶାନ୍ତ ଗତ ୨୦୧୫ରେ ବିବାହ ପରେ ଗୁଜୁରାଟର ଏକ ଟାଇଲ୍‌ସ କମ୍ପାନୀରେ ରହି କାମ କରିବା ସହ ବେଶ୍‌ ଦି ପଇସା ଆୟ କରିଥିଲେ। ମହାମାରୀ କରୋନା ସମୟରେ ଘରକୁ ଫେରି ଗଚ୍ଛିତ ଟଙ୍କାରେ ଏକ ବୋଟ୍‌ କିଣି ମାଛ ବ୍ୟବସାୟରେ ଲଗାଇଥିଲେ। ସେଥିରେ ମଧ୍ୟ କିଛି ପଇସା କମାଇ ପରିବାରରେ ଥିବା ବୃଦ୍ଧ ମା’ବାପା ଓ ସ୍ତ୍ରୀ ସହିତ ଭଲରେ ସମୟ ଅତିବାହିତ ହୋଇଥିଲା। ଗତ ୨୦୨୦ ନଭେମ୍ବରରେ ପୁଅଟିଏ ଜନ୍ମ ହୋଇଥିଲା। ଜନ୍ମର କିଛିଦିନ ପରେ ସେ ରୋଗାଗ୍ରସ୍ତ ହୋଇଥିଲା। ନିକଟରେ ଥିବା ସମସ୍ତ ଟଙ୍କା ସହିତ ଜମି ବିକ୍ରି ଓ ସ୍ତ୍ରୀର ଗହଣା ସବୁ ବିକ୍ରି କରି ଅଦ୍ୟାବଧି ପୁଅ ପଛରେ ୧୩ଲକ୍ଷ ୬୫ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିସାରିଲେଣି। ଏବେ ପରିବାର ଭରଣପୋଷଣ ପାଇଁ ଟଙ୍କାଟିଏ ନ ଥିବା ବେଳେ ଦିନମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି। ଏପରିକି ପୁଅକୁ ଚିକିତ୍ସା କରିବା ପାଇଁ ମାସରେ ଅଧାରୁ ଅଧିକ ଦିନ ବିଭିନ୍ନ ଡାକ୍ତରଖାନାରେ ସମୟ ବିତାଉଥିବାରୁ ପରିବାର ଚଳାଇବାକୁ ମଧ୍ୟ ଅସମର୍ଥ ହୋଇପଡିଛନ୍ତି। ମିଳୁଥିବା ସରକାରୀ ରାଶନ କାର୍ଡ଼ର ସାମଗ୍ରୀକୁ ନେଇ ପରିବାର ଚଳୁଥିବା ସେ ପ୍ରକାଶ କରିଛନ୍ତି। ଏପରି ଅବସ୍ଥାରେ ପୁଅକୁ ବଞ୍ଚାଇବା ପାଇଁ ଆବଶ୍ୟକ ଅର୍ଥ କେଉଁଠୁ ଆଣିବେ ଚିନ୍ତା କରି ଦିନ ସରୁନି। କୌଣସି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇବାକୁ ଚାହୁଁଥିଲେ ସୁଶାନ୍ତଙ୍କ ମୋବାଇଲ୍‌ ନଂ. ୬୩୫୩୨୪୭୩୬୭ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?