ପୁଅ ଚିକିତ୍ସା ଚିନ୍ତାରେ ମା’ବାପା

ବାଲେଶ୍ୱର ଅଫିସ, ୧୨।୧୦: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ତାଳପଦା ଗ୍ରାମର ସୁଶାନ୍ତ ପଟ୍ଟନାୟକ ଓ ସ୍ତ୍ରୀ ସଞ୍ଜୁଲତାଙ୍କ ୨ବର୍ଷର ପୁଅ ପୀୟୁଷ। ଜନ୍ମ ହେବାର ୨୫ଦିନ ପରେ ତାଙ୍କ କିଡ୍‌ନୀ ଖରାପ ଥିବା ଜଣାପଡିବା ପରେ ମା’ ବାପା କଟକର ଏକ ଘରୋଇ ହସ୍‌ପିଟାଲରେ ଅପରେଶନ କରାଇଥିଲେ। ପୁଅ ଭଲ ହୋଇଯିବାର ସ୍ବପ୍ନ ଦେଖି ମା’ବାପା ଚିକିତ୍ସା କରିବାରେ ସବୁ ଅର୍ଥ ଲଗାଇ ଦେଇଥିଲେ। ହେଲେ ସେ ସମ୍ପୂର୍ଣ୍ଣ ନିରୋଗ ହୋଇପାରି ନ ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଏକ କିଡ୍‌ନୀରେ ସମସ୍ୟା ଥିବା ଜଣାପଡ଼ିବା ସହ ହାର୍ଟରେ କଣା, ଫୁସ୍‌ଫୁସ୍‌ରେ ସଂକ୍ରମଣ, ହାର୍‌ନିଆ ଓ ପୋଲିଓରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ମା’ବାପା ପୁଣି ପୁଅକୁ ଧରି କଟକ ବଡ଼ ଡାକ୍ତରଖାନାଠାରୁ ଆରମ୍ଭ କରି କୋଲକାତା ପର୍ଯ୍ୟନ୍ତ ଦୌଡି ଦୌଡି ନିରାଶ ହୋଇପଡିଛନ୍ତି। ଶେଷରେ ପୁଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଲାଗି ଶେଷରେ ସୋମବାର ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି।
ସୁଶାନ୍ତ ଗତ ୨୦୧୫ରେ ବିବାହ ପରେ ଗୁଜୁରାଟର ଏକ ଟାଇଲ୍‌ସ କମ୍ପାନୀରେ ରହି କାମ କରିବା ସହ ବେଶ୍‌ ଦି ପଇସା ଆୟ କରିଥିଲେ। ମହାମାରୀ କରୋନା ସମୟରେ ଘରକୁ ଫେରି ଗଚ୍ଛିତ ଟଙ୍କାରେ ଏକ ବୋଟ୍‌ କିଣି ମାଛ ବ୍ୟବସାୟରେ ଲଗାଇଥିଲେ। ସେଥିରେ ମଧ୍ୟ କିଛି ପଇସା କମାଇ ପରିବାରରେ ଥିବା ବୃଦ୍ଧ ମା’ବାପା ଓ ସ୍ତ୍ରୀ ସହିତ ଭଲରେ ସମୟ ଅତିବାହିତ ହୋଇଥିଲା। ଗତ ୨୦୨୦ ନଭେମ୍ବରରେ ପୁଅଟିଏ ଜନ୍ମ ହୋଇଥିଲା। ଜନ୍ମର କିଛିଦିନ ପରେ ସେ ରୋଗାଗ୍ରସ୍ତ ହୋଇଥିଲା। ନିକଟରେ ଥିବା ସମସ୍ତ ଟଙ୍କା ସହିତ ଜମି ବିକ୍ରି ଓ ସ୍ତ୍ରୀର ଗହଣା ସବୁ ବିକ୍ରି କରି ଅଦ୍ୟାବଧି ପୁଅ ପଛରେ ୧୩ଲକ୍ଷ ୬୫ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିସାରିଲେଣି। ଏବେ ପରିବାର ଭରଣପୋଷଣ ପାଇଁ ଟଙ୍କାଟିଏ ନ ଥିବା ବେଳେ ଦିନମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି। ଏପରିକି ପୁଅକୁ ଚିକିତ୍ସା କରିବା ପାଇଁ ମାସରେ ଅଧାରୁ ଅଧିକ ଦିନ ବିଭିନ୍ନ ଡାକ୍ତରଖାନାରେ ସମୟ ବିତାଉଥିବାରୁ ପରିବାର ଚଳାଇବାକୁ ମଧ୍ୟ ଅସମର୍ଥ ହୋଇପଡିଛନ୍ତି। ମିଳୁଥିବା ସରକାରୀ ରାଶନ କାର୍ଡ଼ର ସାମଗ୍ରୀକୁ ନେଇ ପରିବାର ଚଳୁଥିବା ସେ ପ୍ରକାଶ କରିଛନ୍ତି। ଏପରି ଅବସ୍ଥାରେ ପୁଅକୁ ବଞ୍ଚାଇବା ପାଇଁ ଆବଶ୍ୟକ ଅର୍ଥ କେଉଁଠୁ ଆଣିବେ ଚିନ୍ତା କରି ଦିନ ସରୁନି। କୌଣସି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇବାକୁ ଚାହୁଁଥିଲେ ସୁଶାନ୍ତଙ୍କ ମୋବାଇଲ୍‌ ନଂ. ୬୩୫୩୨୪୭୩୬୭ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରୁ ଓହରିଲେ ରାଜସ୍ବ ଅମଲା, କ୍ଷେତ୍ର କର୍ମଚାରୀ

ଭଣ୍ଡାରିପୋଖରୀ,୫।୨(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ ଏବଂ ଆର୍‌ଆଇ ରାମନାରାୟଣ ସାମଲଙ୍କୁ ବାଲିମାଫିଆଙ୍କ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ରାଜସ୍ବ ଅମଲା...

ମୃତକଙ୍କ ପରିବାରକୁ ଭେଟିଲେ କଂଗ୍ରେସ ନେତା

ଗୋପାଳପୁର,୧୪ା୨- ଗତ ରବିବାର ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ନିର୍ବନ୍ଧ ପାଇଁ ଯାଉଥିବା ବସ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାରୁ...

ଟ୍ରେକରରେ ଯାତ୍ରୀ ପରିବହନ, କାର୍ଯ୍ୟାନୁଷ୍ଠାନ ଶୂନ

ପଟ୍ଟାମୁଣ୍ଡାଇ,୧୪ା୩(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଟ୍ରେକରରେ ଯାତ୍ରୀ ପରିବହନ ହେଉଛି। ରାସ୍ତାରେ ଗଡୁଥିବା ଟ୍ରେକରଗୁଡ଼ିକ ବିନା କାଗଜପତ୍ରରେ ଚାଲୁଥିବା ଅଭିଯୋଗ ହେଉଛି। ଟ୍ରେକରରେ ଯାତାୟତ କରୁଥିବା ଯାତ୍ରୀଙ୍କ ସୁରକ୍ଷା...

ଜୁଆଆଡ୍ଡାରେ ଚଢ଼ାଉ: ୫ ବାଇକ୍‌, ୧୧ ହଜାର ଟଙ୍କା ଜବତ, ୬ କୋର୍ଟ ଚାଲାଣ

ହିଞ୍ଜିଳିକାଟୁ,୧୪।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରି ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଜୁଆଆଡ୍ଡା ଉପରେ ପୋଲିସ ଟିମ୍‌ ଚଢ଼ାଉ କରି ୬ ଜୁଆଡ଼ିଙ୍କୁ ଗିରଫ...

ପରୀ ପରେ ବେବିନାଙ୍କୁ ହତ୍ୟା

ନୟାଗଡ଼ ଅଫିସ/ଦଶପଲ୍ଲା, ୧୭ା୬(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ନୂଆଗଁା ପଞ୍ଚାୟତ ଧୁନ୍ଦୁଗାଡିଆ ଗଁାର ୫ ବର୍ଷୀୟା ଶିଶୁକନ୍ୟା ବେବିନା ନାୟକଙ୍କୁ ହତ୍ୟା...

ଛାତ୍ର ବୋହିଲେ ଜାଳେଣି କାଠ

ରୂପସା,୨୭।୨(ଡି.ଏନ.ଏ.):ବିଦ୍ୟାଳୟରେ ସରକାରୀ ନିୟମକୁ ଉଲଂଘନ। ଶିକ୍ଷକ ଭୁଲିଗଲେ ସରକାରଙ୍କ କଟକଣା। ରୋଷେଇ ପାଇଁ ଛାତ୍ରମାନେ ବିଦ୍ୟାଳୟକୁ ବୋହୁଛନ୍ତି ଜାଳେଣି କାଠ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ...

ଲକ୍ଷାଧିକ ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ: ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ

ଦେବଗଡ଼, ୯।୯(ଡି.ଏନ୍‌.ଏ.): ଦେବଗଡ ଜିଲା ତିଲେଇବଣି ବ୍ଲକ ସୁଗୁଡା ସ୍ଥିତ ସଚିନ ଟ୍ରେଡର୍ସରେ ଜିଏସ୍‌ଟି ବିଭାଗ ପକ୍ଷରୁ ଶୁକ୍ରବାର ଚଢାଉ କରାଯାଇଛି। ଟ୍ରେଡର୍ସ ମାଲିକଙ୍କ ବ୍ୟବସାୟିକ...

କଏଦୀଙ୍କ ପାଇଁ ଗୁଟ୍‌ଖା ନେଇ ମହିଳା ୱାର୍ଡେନ ନିଲମ୍ବିତ

ମାଲକାନଗିରି,୩୧ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଉପ କାରାଗାରରେ କଏଦୀଙ୍କ ପାଇଁ ଗୁଟ୍‌ଖା ନେଉଥିବା ବେଳେ ଧରାପଡ଼ି ଜଣେ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେ ହେଲେ ମହିଳା ୱାର୍ଡେନ...

Advertisement
Archives

Model This Week