Posted inଖେଳ

ପୁଣି ଚର୍ଚ୍ଚାରେ ସାନିଆ-ଶୋଏବ

ମୁମ୍ବାଇ,୧୮ା୧୦: ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ଡିଭୋର୍ସ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ସାନିଆଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରି ଏହି ଚର୍ଚ୍ଚାର ମୁଖ୍ୟ କାରଣ ପାଲଟିଛି। ‘ଯଦି ମୁଁ କଥା ହେଉଛି ତେବେ ମୁଁ ତୁମ ବିଷୟରେ ଚିନ୍ତା କରୁଛି ମାତ୍ର ଯଦି ମୁଁ ନୀରବ ତେବେ ସମ୍ପର୍କ ଶେଷ’ ବୋଲି ସାନିଆ ସୋମବାର ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରି ରଖିଥିଲେ। ଉଭୟ ସାନିଆ ଓ ଶୋଏବ ବର୍ଷେରୁ ଅଧିକ ସମୟ ଧରି ଅଲଗା ରହୁଛନ୍ତି। ସାନିଆ ୫ ବର୍ଷର ପୁଅ ସହ ଦୁବାଇରେ ରହୁଥିବା ବେଳେ ଶୋଏବ ପାକିସ୍ତାନରେ ରହୁଛନ୍ତି। ସମୟ ସମୟରେ ସାନିଆ-ଶୋଏବଙ୍କ ଡିଭୋର୍ସକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଉଭୟ ସେଲିବ୍ରିଟି ଏହାକୁ ନେଇ କିଛି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ନିକଟରେ ଅନ୍ତର୍ଜାତୀୟ ଟେନିସ୍‌ରୁ ଅବସର ଗ୍ରହଣ କରିଥିବା ସାନିଆଙ୍କ ଷ୍ଟୋରି ପରେ ସେ ଓ ଶୋଏବ ଅଲଗା ହେଉଥିବା ନେଇ ଫ୍ୟାନଙ୍କ ମଧ୍ୟରେ ଆଲୋଚନା ହେଉଛି।
କିଛି ଦିନ ପୂର୍ବରୁ ସାନିଆ ନିଜ ଇନ୍‌ଷ୍ଟାଗ୍ରାମରୁ ସବୁ ଫଟୋ ଡିଲିଟ୍‌ କରି ଦେଇଥିଲେ। ବର୍ତ୍ତମାନ ସାନିଆଙ୍କ ଆଇଡିରେ ଶୋଏବଙ୍କ ଗୋଟିଏ ବି ଫଟୋ ନାହିଁ। ଅନ୍ୟ ପକ୍ଷରେ ଶୋଏବ ମଧ୍ୟ ନିଜ ଇନଷ୍ଟା ବାୟୋ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସେ ଜଣେ ସୁପର ଓମ୍ୟାନଙ୍କ ସ୍ବାମୀ ବୋଲି ଲେଖିଥିବା ବେଳେ ବର୍ତ୍ତମାନ ଜଣେ ଚମତ୍କାର ଶିଶୁର ପିତା ବୋଲି ଲେଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନୀ ଅଭିନେତ୍ରୀ ଓ ମଡେଲ ଆୟେଶା ଓମାରଙ୍କ ସହିତ ଫଟୋଶୁଟ୍‌ ପରେ ଉଭୟଙ୍କ ସମ୍ପର୍କ ଖରାପ ହେବା ନେଇ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri