Posted inଜାତୀୟ

ପଶ୍ଚିମବଙ୍ଗ ଭାଜପା ନେତାଙ୍କୁ ରୋକଠୋକ୍‌ ଶୁଣାଇଲେ ଆଇପିଏସ୍‌ ଅଫିସର; ‘ପଗଡି ପିନ୍ଧିଛି ବୋଲି ଖଲିସ୍ତାନୀ ଡାକୁଛନ୍ତି, କେସ୍‌ କରିଦେବି’

କୋଲକତା,୨୧।୨: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାର ସନ୍ଦେଶଖାଲିରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ସନ୍ଦେଶଖାଲିରେ ମହିଳାଙ୍କ ସହ ଯୌନ ହିଂସା ମାମଲାରେ ବିରୋଧି ଦଳ ଭାଜପା ରାସ୍ତାକୁ ଓହ୍ଲାଇଛି। ମଙ୍ଗଳବାର ଅନେକ ଭାଜପା ବିଧାୟକ ସନ୍ଦେଶଖାଲିରେ ପ୍ରବେଶ କରିବାକୁ ଉଦ୍ୟମ କରିବା ସମୟରେ ଆଇପିଏସ ଅଧିକାରୀ ଯଶପ୍ରୀତ ସିଂ ସେମାନଙ୍କୁ ଅଟକାଇଥିଲେ। ଏହି ସମୟରେ ପ୍ରଦର୍ଶନକାରୀଙ୍କ ମଧ୍ୟରୁ କେହି ଜଣେ ପୋଲିସ ଅଧିକାରୀଙ୍କୁ ଖଲିସ୍ତାନୀ ଡାକିଥିଲେ। ଏହାକୁ ନେଇ ଭାଜପା ବିଧାୟକ ଓ ଆଇପିଏସଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଛିି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଆଇପିଏସ ଅଧିକାରୀ ଯଶପ୍ରୀତ ସିଂଙ୍କୁ କହୁଥିବାର ଶୁଣିବାକୁ ମିଳିଛି ଯେ, ମୁଁପଗଡ଼ି ପିନ୍ଧିଛି ବୋଲି ଆପଣ ମୋତେ ଖଲିସ୍ତାନୀ କହୁଛନ୍ତିି? ଆପଣଙ୍କ ଏତେ ସାହାସ ? ଯଦି କେହି ପୋଲିସ କର୍ମଚାରୀ ପଗଡ଼ି ପିନ୍ଧି ଡ୍ୟୁଟି କରିବେ ତେବେ କଣ ସେ ଖଲିସ୍ତାନୀ ହୋଇଯିବେ ? କ’ଣ ଏହା ଆପଣଙ୍କର ସ୍ତର ? ଆଇପିଏସ ଅଧିକାରୀ ଜଣକ ପଶ୍ଚିମବଙ୍ଗର ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ଅନ୍ୟ ଭାଜପା ବିଧାୟକଙ୍କୁ ଏହା କହୁଥିବା ଶୁଣିବାକୁ ମିଳିଛିଳି।

ଆଇପିଏସ ଅଧିକାରୀ ଆହୁରି କହିଛନ୍ତି, ଆପଣ ମୋତେ ଖଲିସ୍ତାନୀ କହୁଛନ୍ତି। ମୁଁ ଆପଣଙ୍କ ବିରୋଧରେ କେସ କରିବି। ମୁଁ ତ ଆପଣଙ୍କ ଧର୍ମ ବିଷୟରେ ଆପଣଙ୍କୁ କିଛି କହିନାହିଁ। ଜଣେ ପୋଲିସ ଅଫିସର ଯିଏ ପଗଡ଼ି ପିନ୍ଧି ଡ୍ୟୁଟି କରୁଛି ତାଙ୍କୁ ଆପଣ ଖଲିସ୍ତାନୀ ଡାକୁଛନ୍ତି।

ଏନେଇ ଭାଜପାର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଆମେ ଆଇପିଏସ ଅଧିକାରୀଙ୍କ ବିରୋଧରେ ଏମିତି କିଛି ବୟାନ ଦେଇନାହୁଁ। ଆମେ ସବୁବେଳେ ଜାତୀୟତାବାଦୀ ରାଜନୀତି କରିଥାଉ। ପାକିସ୍ତାନୀ ଓ ଖଲିସ୍ତାନୀଙ୍କୁ ବିରୋଧ କରୁ କିନ୍ତୁ ଆମେ ଜଣେ ପୋଲିସ ଅଫିସରଙ୍କୁ ଏମିତି ନିନ୍ଦନୀୟ ବୟାନ ଦେଇ ପାରିବୁ ନାହିଁ। ଅଫିସର ଜଣକ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଏମିତି ମିଛ ଅଭିଯୋଗ କରିଛନ୍ତି। ମମତା ବାନାର୍ଜୀ ହିଁ ଏହି ପ୍ରକାରର ହୀନ ରାଜନୀତି କରି ପାରନ୍ତି। ଆମେ ଗୁରୁ ନାନକ ଓ ଶିଖ ସମୁଦାୟକୁ ବହୁତ ସମ୍ମାନ କରୁ। ସେମାନେ ଦେଶ ସ୍ବାଧୀନତା ବଳିଦାନ ଦେଇଛନ୍ତି। କିନ୍ତୁ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ଆମର ଲଢେଇ ଜାରି ରହିବ ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?