ଅନୁମୋଦନ ୬୬୯୨, ଖାଲିପଡ଼ିଛି ୫୦୨୮ ଅଣଶିକ୍ଷକ ପଦବୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ):ରାଜ୍ୟର ୪୮୮ ବର୍ଗ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡ଼ିକରେ ୬୬୯୨ଟି ଅଣଶିକ୍ଷକ ପଦବୀ ବହୁବର୍ଷ ପୂର୍ବେ ଅନୁମୋଦନ ହୋଇଛି। କିନ୍ତୁ ଗତ ଡିସେମ୍ବର ୩୧ ସୁଦ୍ଧା ମାତ୍ର ୧୬୬୪ଜଣ କର୍ମଚାରୀ ଥିବା ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଜି (ଅଡ଼ିଟ୍‌-୧)ଙ୍କୁ ଲେଖା ଯାଇଥିବା ଚିଠିରୁ ଜଣାପଡ଼ିଛି। ଖାଲିପଡ଼ିଛି ୫୦୨୮ ପଦବୀ। ଇତିମଧ୍ୟରେ ୭ମାସ ବିତିଯାଇଥିବା ବେଳେ ଏହି ସମୟରେ ଆହୁରି ଶତାଧିକ କର୍ମଚାରୀ ଅବସର ନେଇଗଲେଣି। ତେଣୁ ଜୁନ୍‌ ମାସ ଶେଷ ସୁଧା ପ୍ରାୟ ୧୩ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ଥିବା ଅନୁମାନ କରାଯାଉଛି ବୋଲି ଜଣେ ଅଣଶିକ୍ଷକ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଗୋଟିଏ ପଟେ କାର୍ଯ୍ୟ ଚାପ, ଅନ୍ୟପଟେ ପଦବୀ ଖାଲି ପଡ଼ିଥିବା ଯୋଗୁ ଉକ୍ତ କଲେଜଗୁଡ଼ିକରେ କାର୍ଯ୍ୟାଳୟ ପରିଚାଳନାରେ ଘୋର ଅସୁବିଧା ହେଉଛି । କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସମୟରେ ସରକାରଙ୍କ ଚିଠିର ଉତ୍ତର ମଧ୍ୟ ଠିକ୍‌ ସମୟରେ ଦିଆଯାଇ ପାରୁନାହିଁ । କିନ୍ତୁ ସରକାର ଚିଠିର ଉତ୍ତର ଦେବାରେ ଅବହେଳା କଲେ ଦରମା ବନ୍ଦ ଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଇତିମଧ୍ୟରେ ପେନସନ୍‌ ପ୍ରଦାନରେ ଅବହେଳା କଲେ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମା ଆସିଛି । ସରକାର ଖାଲିଥିବା ପଦବୀ ପୂରଣ ନକରି ଓଲଟା କାର୍ଯ୍ୟ ଚାପ ଦେଉଛନ୍ତି । ଯାହାକୁ ନେଇ ବର୍ତ୍ତମାନ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କେତେକ କଲେଜରେ ଅଧ୍ୟାପିକା, ଅଧ୍ୟାପକ ମାନେ ପିଅନ, କିରାଣି କାମ ମଧ୍ୟ ଅଧିକାଂଶ ସମୟ କରୁଥିବା ଲକ୍ଷ୍ୟ କରାଯାଉଛି।
ବର୍ତ୍ତମାନ ଯୁକ୍ତ୨, ଯୁକ୍ତ୩ ନାମ ଲେଖା ଚାଲିଛି। କର୍ମଚାରୀ ଅଭାବ ଯୋଗୁ ଅଧ୍ୟାପକ ମାନେ ଅଧିକାଂଶ କାର୍ଯ୍ୟ ତୁଳାଉଛନ୍ତି। ୪୮୮ ବର୍ଗରେ ଆସୁଥିବା ଗଞ୍ଜାମ ଜିଲାର ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, ସାବିତ୍ରୀ ମହିଳା ମହାବିଦ୍ୟାଳୟ, ବିଡ଼ିପୁରସ୍ଥିତ ଟିଏସ୍‌ଡ଼ି କଲେଜ, କେନ୍ଦୁପଦର, ସୋରଡ଼ା, ବୁଗୁଡ଼ା ପିପୁଲ୍ସ କଲେଜରେ ମଧ୍ୟ ବହୁ ଅଣଶିକ୍ଷକ ପଦବୀ ଖାଲିପଡ଼ିଛି। ଏଥିସହ ଆରସିଏମ୍‌ ଖଲ୍ଲିକୋଟ, ହିଞ୍ଜିଳିକାଟୁ, ସାମନ୍ତିଆପଲ୍ଲୀ, ନୁଅଁାପଡ଼ା, ଦିଗପହଣ୍ଡି, କୁକୁଡ଼ାଖଣ୍ଡି, ସିଟି କଲେଜ ବ୍ରହ୍ମପୁର, ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟ, ତାରାତାରିଣୀ କଲେଜ ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର, ଗଞ୍ଜାମ, ଭୀଷ୍ମଗିରୀ, କଙ୍କରଡ଼ା, ପୋଲସରା, ଆସିକା ବିଜ୍ଞାନ ମହାବିଦ୍ୟଳୟ, ଗୋପାଳପୁର ପ୍ରମୁଖ ଉକ୍ତ ୪୮୮ ବର୍ଗରେ ଆସୁଛି । ସରକାର ଖାଲିଥିବା ଅଧ୍ୟାପକ ପଦବୀ ପୂରଣ କରିଦେଲେ, କିନ୍ତୁ ଅଣଶିକ୍ଷକ ପଦବୀ ପୂରଣ ପ୍ରତି ଗୁରୁତ୍ୱ ଦେଲେନାହିଁ। ତେଣୁ ଆଗାମୀ ଦିନରେ ଖାଲିଥିବା ପଦବୀଗୁଡ଼ିକ ପୂରଣ ହେବ ବୋଲି କର୍ମଚାରୀମାନେ ଆଶା ବ୍ୟକ୍ତ କରିଛନ୍ତି। ମୁଖ୍ୟ କିରାଣୀ ୧୮୦ ଟି ପଦବୀ ଅନୁମୋଦନ ହୋଇଥିବା ବେଳେ ଗତ ଡିସେମ୍ବର ମାସ ସୁଧା ୧୫୧ଟି ପଦବୀ ଖାଲିପଡ଼ିଛି । ବରିଷ୍ଠ କିରାଣୀ ୨୫୫ ଅନୁମୋଦନ ହୋଇଥିବା ବେଳେ ୧୯୪ ଖାଲିପଡ଼ିଛି। ଆକାଉଣ୍ଟାଣ୍ଟ ୭୫ଟି ଅନୁମୋଦନ ହୋଇଥିବା ବେଳେ ୭୧ ଖାଲିପଡ଼ିଛି । ଜୁନିୟର କ୍ଲର୍କ ୬୫୮ ପଦବୀ ଖାଲିପଡ଼ିଛି। ଡେମୋନେଷ୍ଟ୍ରଟର ୪୭୪, ପିଇଟି ୧୫୨, ଲାଇବ୍ରେରିଆନ ୯୭, ଆସିଷ୍ଟାଣ୍ଡ ଲାଇବ୍ରେରିଆନ ୧୪୦, ଜୁନିୟର ଲାଇବ୍ରେରିଆନ ୧୦୨ ପଦବୀ ଖାଲିପଡ଼ିଛି । ଲାବ ଆଟେଣ୍ଡେଣ୍ଟ ୪୯୮, ଲାଇବ୍ରେରୀ ଆଟେଣ୍ଡେଣ୍ଟ ୧୬୩, ପିଅନ ୧୨୪୫, ରାତ୍ର ଜଗୁଆଳୀ ୨୦୬, ସୁଇପର ୧୭୮, ଲେଡ଼ି ଆଟେଣ୍ଡାଣ୍ଟ ୧୨୦ ପଦବୀ ଖାଲିପଡ଼ିଛି । ଏହିଭଳି ଆଉ କିଛି ପଦବୀ ମଧ୍ୟ ଖାଲିପଡ଼ିଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?