ଗୋରୁପଲ ପାଇଁ କଲବଲ

କାମାକ୍ଷାନଗର, ୨୧।୭(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲାର ଅନ୍ୟତମ ପ୍ରମୁଖ ସହର କାମାକ୍ଷାନଗର ଏନ୍‌ଏସିରେ ବୁଲାଗୋରୁଙ୍କୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ସହରାଞ୍ଚଳର ଅଧିକାଂଶ ବ୍ୟସ୍ତବହୁଳ ସଡ଼କରେ ଗାଈ, ବଳଦ, ଷଣ୍ଢ ନିର୍ବିଘ୍ନରେ ବିଚରଣ କରୁଛନ୍ତି। ବ୍ୟବସାୟିକ ପ୍ରତିଷ୍ଠାନ, ବିଦ୍ୟାଳୟ ସମ୍ମୁଖ ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଦଳବଦ୍ଧ ଭାବେ ରହୁଛନ୍ତି। ଏହାକୁ ନେଇ ସହରରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। ସମସ୍ୟା ସମ୍ପର୍କରେ ଏନ୍‌ଏସି କର୍ତ୍ତୃପକ୍ଷ ଅବଗତ ଥିବା ସତ୍ତ୍ୱେ ଏହାର ସମାଧାନ ଦିଗରେ ପଦକ୍ଷେପ ନେଉନାହାନ୍ତି। ତେଣୁ ଦୁର୍ଘଟଣାର ବଢ଼ୁଛି ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।
କାମାକ୍ଷାନଗର ଏନ୍‌ଏସିର ହନୁମାନ ଛକ, ବସ୍‌ଷ୍ଟାଣ୍ଡ, ହସ୍ପିଟାଲ ସମେତ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଲାଗୋରୁ ସମସ୍ୟା ଜଟିଳ ରୂପ ଧାରଣ କରିଛି। ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ପରିସରରେ ସେମାନେ ଅବାଧ ପ୍ରବେଶ କରୁଛନ୍ତି। ରାସ୍ତାରେ ଦୀର୍ଘ ସମୟ ଧରି ଛିଡ଼ାହୋଇ ରହିବା କାରଣରୁ ଟ୍ରାଫିକ୍‌ ଜାମ୍‌ ହେଉଛି। ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ମଧ୍ୟ ଅଟକି ରହୁଛି। ଡାକ୍ତରଖାନାରେ ରୋଗୀ, ସମ୍ପର୍କୀୟ, ବସ୍‌ଷ୍ଟାଣ୍ଡରେ ଯାତ୍ରୀ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଗ୍ରାହକମାନେ ସେମାନଙ୍କ ଦୌରାତ୍ମ୍ୟରୁ ବାଦ୍‌ ପଡୁନାହାନ୍ତି। ସ୍କୁଲ ଯିବା ସମୟରେ ଛାତ୍ରୀଛାତ୍ରମାନେ ମାରଣା ଷଣ୍ଢ ଆକ୍ରମଣରେ ଖଣ୍ଡିଆଖାବରା ହେଉଥିବା ନଜିର ରହିଛି। ସେହିପରି ରାତିରେ ବ୍ୟବସାୟିକ ପ୍ରତିଷ୍ଠାନ ବାରଣ୍ଡା, ସଡ଼କରେ ଶୋଇ ରହୁଥିବା ଗାଈ, ଷଣ୍ଢ ମଳମୂତ୍ର ତ୍ୟାଗ କରି ସମସ୍ୟା ବଢ଼ାଉଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ଗୋରୁଙ୍କୁ ଜବତ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏ ସମ୍ପର୍କରେ ଏନ୍‌ଏସି ନିର୍ବାହୀ ଅଧିକାରୀ ଯତିନ୍ଦ୍ର ନାଥ ମିଶ୍ର କୁହନ୍ତି, ଖାଲି କାମାକ୍ଷାନଗର ନୁହେଁ, ଅନେକ ସହରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଗୋରୁଙ୍କୁ ଜବତ କରିବା, କାଞ୍ଜିଆହୁଦାରେ ସେମାନଙ୍କ ଲାଗି ଆନୁଷଙ୍ଗିକ ବ୍ୟବସ୍ଥା କରିବା କଷ୍ଟକର ବ୍ୟାପାର। ଏଥିପାଇଁ ବଡ଼ ଜାଗା ମଧ୍ୟ ଦରକାର। ଆଗାମୀ ପରିଷଦ ବୈଠକରେ ଏଥିଲାଗି ପ୍ରସ୍ତାବ ଦିଆଯିବ। ସମସ୍ୟାର ସମାଧାନ ପାଇଁ ଆଲୋଚନା କରି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri