ଏଭଳି ଢ଼ଙ୍ଗରେ ସ୍ବାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସନା ଖାନ୍‌: କହିଲେ ମିଳିଛି ‘ଶ୍ରେଷ୍ଠ ସ୍ବାମୀ’

ବମ୍ବେ: ବିବାହ ପରେ ଏବେ ହନିମୁନ୍‌ରେ ବିଗ୍‌ବସ୍‌ ଫେମ୍‌ ସନା ଖାନ୍‌। ଅଭିନୟଜଗତକୁ ବାଏ ବାଏ କହିବା ପରେ ଏବେ ମୁଫ୍‌ତି ଅନସ ସଈଦଙ୍କ ହାତ ସେ ଧରିଛନ୍ତି। ନୂଆ ନୂଆ ବିବାହ ଯୋଗୁ ସ୍ବାମୀଙ୍କ ସହ ସମୟ ବିତାଇବା ସ୍ବାଭାବିକ କଥା। ହେଲେ ପ୍ରଶଂସକଙ୍କ ସହ ଟିକିନିକି ଅପ୍‌ଡେଟ୍‌ ଶେୟାର କରିବାକୁ ଭୁଲୁ ନାହାନ୍ତି ସନା।

ରବିବାର ଅନସଙ୍କ ଜନ୍ମଦିନ ହୋଇଥିବାରୁ ସେ ଖାସ୍‌ ଭାବେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜର ଇନ୍‌ଷ୍ଟା ଷ୍ଟୋରୀରେ ସନା ଅନସଙ୍କ ଫଟୋ ଶେୟାର କରି, ଭଗବାନ ତୁମକୁ ସବୁବେଳେ ଖୁସିରେ ରଖନ୍ତୁ ଏବଂ ମୋ ସହ ସ୍ବର୍ଗ ପର୍ଯ୍ୟନ୍ତ ରଖନ୍ତୁ ବୋଲି କହିଛନ୍ତି। ଏଥିସହ ଶ୍ରେଷ୍ଠସ୍ବାମୀର ହାସଟ୍ୟାଗ୍‌ ଲଗାଇଛନ୍ତି। ପୂର୍ବରୁ ସନା କଶ୍ମୀରର ଗୁଲମର୍ଗରୁ ନିଜର ହନିମୁନର ଫଟୋ ଶେୟାର କରିଥିଲେ।

ପ୍ରେମିକଙ୍କଠାରୁ ଅଲଗା ହେବାପରେ ହଠାତ ଅଭିନୟ ଆଉ କରିବେ ନାହିଁ ବୋଲି ଘୋଷଣା କରିଥିଲେ ସନା। ଭଗବାନଙ୍କ ସେବାରେ ସେ କାମ କରିବେ ବୋଲି କହିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ବିବାହ କରି ସମସ୍ତଙ୍କୁ ଚମକାଇଦେଇଥିଲେ। ଏବେ ସେ ନିଜ ନାମକୁ ବଦଳାଇ ସୈୟଦ ସନା ଖାନ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ସାହାରା ଖୋଜୁଛନ୍ତି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ସନ୍ତୋଷ

ନୂଆପଡା,୩୧ା୭ (ମକାରୁ ବେମାଲ): କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗଁାର ସନ୍ତୋଷ ପ୍ରଧାନୀ (୬୮) ବର୍ଷ ବର୍ଷ ଧରି ଏକ ଝାଟିମାଟି ବାଉଁଶ ଓ ପଲିଥିନରେ ତିଆରି…

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

ରାହାଣେଙ୍କ ଅବସର ପରେ କୋହଲିଙ୍କ ଭାବବିହ୍ବଳ ବାର୍ତ୍ତା, ପଢ଼ନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୩୧।୭: କ୍ରିକେଟର ଅନୁଭବୀ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ କ୍ରମାଗତ ଭାବେ ଦିଗ୍ଗଜ ଖେଳାଳିମାନଙ୍କର ଶୁଭେଚ୍ଛା ମିଳୁଛି। ଏହି…

ନିଶା କାରବାରୀଙ୍କୁ ଝଟକା: ୨୭ କେଜି ଗଞ୍ଜେଇ ସହ ଜଣଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର, ୩୧୭(ବାବୁଲା ପ୍ରଧାନ):ନିଶା କାରବାର ବିରୋଧରେ ଗଞ୍ଜାମ ପୋଲିସର କଡ଼ା ଅଭିଯାନ ଜାରି ରହିଥିବାବେଳେ ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ଗଞ୍ଜେଇ ଚାଲାଣ…

ମୋଦିଙ୍କ ତ୍ୱଚା ଦେଶର ଭବିଷ୍ୟତ ଅପେକ୍ଷା ଅଧିକ ଉଜ୍ଜ୍ୱଳ: ଏମିତି କାହିଁକି କହିଲେ ଅଭିଜିତ୍‌ ଦୀପକେ

ନୂଆଦିଲ୍ଲୀ,୩୧।୭: ଲୋକ ସଭା ପରେ, ରାଜ୍ୟ ସଭା ଏବେ ପେପର ଲିକ ବିରୋଧୀ ସଂଶୋଧନ ବିଲ,୨୦୨୬କୁ ମଧ୍ୟ ଅନୁମୋଦନ କରିଛି। ରାଷ୍ଟ୍ରପତିଙ୍କ ସମ୍ମତି ପାଇବା ପରେ ଏହି…

ଅଭିଜିତ ଦୀପକେଙ୍କୁ ଭାଜପାରୁ ମିଳୁଛି ଧମକ, ଦଳରେ ଯୋଗ ନଦେଲେ….

ନୂଆଦିଲ୍ଲୀ,୩୧।୭: ସିଜେପି ନେତା ଅଭିଜିତ୍‌ ଦୀପକେ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ…

ପୁଣି ବିଳମ୍ବିତ ରାତିରେ Video ଜାରି କଲେ ମୋଦି, ପେପର୍‌ ଲିକ୍‌ ମାଫିଆ…

ନୂଆଦିଲ୍ଲୀ,୩୧।୭: ସଂସଦରେ ‘ପେପର ଲିକ୍‌ ନିରୋଧୀ ବିଲ୍‌’ ବା ସାଧାରଣ ପରୀକ୍ଷା(ଅସାଧୁ ଉପାୟ ପ୍ରତିରୋଧ)ସଂଶୋଧନ ବିଲ୍‌ ୨୦୨୬ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ…

ସରକାରଙ୍କ ଏହି ପଦକ୍ଷେପରେ CJP ଅସନ୍ତୁଷ୍ଟ: ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ଦେଲା ଧମକ

ନୂଆଦିଲ୍ଲୀ,୩୧।୭: କକ୍ରୋଚ ଜନତା ପାର୍ଟି (CJP) ଦିଲ୍ଲୀ ସରକାରଙ୍କ ବିଜ୍ଞପ୍ତିକୁ ସ୍ବାଗତ କରିଛି। ୩୬ ଦିନ ଧରି ଚାଲିଥିବା ଛାତ୍ର ପ୍ରତିବାଦ ସହିତ ପଞ୍ଜିକୃତ FIR ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri