Posted inଖେଳ

ସାମ୍‌ସନଙ୍କ ନିଷ୍ପତ୍ତି ଠିକ୍‌ ଥିଲା

ମୁମ୍ବାଇ, ୧୪।୪- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ମ୍ୟାଚରେ ରାଜସ୍ଥାନ ରୟାଲ୍ସ ମାତ୍ର ୪ ରନରେ ପଞ୍ଜାବ କିଙ୍ଗ୍ସ ନିକଟରୁ ପରାଜିତ ହୋଇଥିଲା। ହାଇସ୍କୋରିଂ ମ୍ୟାଚରେ ଶେଷ ୨ ବଲ୍‌ରୁ ବିଜୟ ପାଇଁ ୫ ରନ ଆବଶ୍ୟକ ହେଉଥିଲା। ଅର୍ଶଦୀପ ସିଂଙ୍କ ୪ର୍ଥ ବଲ୍‌କୁ ଅଧିନାୟକ ସଞ୍ଜୁ ସାମ୍‌ସନ ଲଙ୍ଗଅଫ୍‌ ଅଞ୍ଚଳକୁ ଖେଳିଥିଲେ ହେଁ ସିଙ୍ଗଲ ନେଇ ନ ଥିଲେ। ନନ୍‌ଷ୍ଟ୍ରାଇକର ଏଣ୍ଡରେ ଥିବା କ୍ରିସ୍‌ ମୋରିସ ରନ ନେବାକୁ ବାହାରି ଯାଇଥିଲେ ହେଁ ସାମ୍‌ସନ ତାଙ୍କୁ ଫେରାଇ ଦେଇଥିଲେ। ଶେଷ ବଲ୍‌କୁ ସେ ଛକା ମାରିବା ଚକ୍କରରେ ବଡ଼ ଶଟ୍‌ ଖେଳିଥିଲେ ହେଁ ଏକ୍ସଟ୍ରା କଭର ବାଉଣ୍ଡାରୀରେ ଦୀପକ ହୁଦାଙ୍କ ହାତରେ ଧରାପଡ଼ି ଯାଇଥିଲେ। ମାତ୍ର ସାମ୍‌ସନଙ୍କ ଏହି ନିଷ୍ପତ୍ତିକୁ ପୂର୍ବତନ ଖେଳାଳିମାନେ ସମର୍ଥନ ଜଣାଇଛନ୍ତି। ଏମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ସଞ୍ଜୟ ମଞ୍ଜ୍ରେକର, ସ୍ନେହାଲ ପ୍ରଧାନ, ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ଜେମ୍ସ ନିଶାମ ଏବଂ ରାଜସ୍ଥାନ ରୟାଲ୍ସ ନିର୍ଦ୍ଦେଶକ (କ୍ରିକେଟ) କୁମାର ସଙ୍ଗକାରା। ଶେଷ ବଲ୍‌ରେ ନୂଆ ବ୍ୟାଟ୍ସମ୍ୟାନ କ୍ରିସ୍‌ ମୋରିସ ଚୌକା ମାରିବା ଅପେକ୍ଷା ସାମ୍‌ସନ ଛକା ମାରିବା ଅଧିକ ସମ୍ଭାବନା ଥିଲା। ସାମ୍‌ସନ ସିଙ୍ଗଲ ନ ନେଇ ନିଜ ହାତରେ ଷ୍ଟ୍ରାଇକ୍‌ ରଖି ଠିକ୍‌ କରିଥିଲେ ବୋଲି ମଞ୍ଜ୍ରେକର ଟୁଇଟ କରିଛନ୍ତି। ସାମ୍‌ସନ ସିଙ୍ଗଲ ନ ନେଇ କିଛି ଭୁଲ କରିଥିବା ମୁଁ ଜାଣି ପାରୁନାହିଁ। ସେ ଶେଷ ବଲ୍‌ରେ ଛକା ନ ହେଲେ ମଧ୍ୟ ଚୌକା ମାରିବାର ଦକ୍ଷତା ରଖିଥିଲେ ବୋଲି ପୂର୍ବତନ ଭାରତୀୟ ମହିଳା କ୍ରିକେଟର ସ୍ନେହାଲ ପ୍ରଧାନ ଟୁଇଟ କରିଛନ୍ତି।
ପୂର୍ବରୁ ଭଲ ହିଟ୍‌ କରିଥିବାରୁ ସଞ୍ଜୁ ମ୍ୟାଚ ଫିନିଶ କରିବା ନିଷ୍ପତ୍ତି ନେଇଥିଲେ। ଶେଷ ବଲ୍‌କୁ ସେ ହିଟ୍‌ ମଧ୍ୟ କରିଥିଲେ। ମାତ୍ର ତାହା ବାଉଣ୍ଡାରୀଠାରୁ ୫-୬ ଗଜ କମ୍‌ ରହି ଯାଇଥିଲା। ଜଣେ ଫର୍ମରେ ଥିବାବେଳେ ଏପରି ବିଶ୍ୱାସ କରିଥାଏ। ସଞ୍ଜୁ ସେପରି କରିବା ଉତ୍ସାହଜନକ ଥିଲା। ସେ ସିଙ୍ଗଲ ମିସ୍‌ କରିଥିବା କଥାକୁ ନେଇ ଚର୍ଚ୍ଚା ହେବା ଅନୁଚିତ, କାରଣ ସେ ସକାରାତ୍ମକ ମନୋଭାବରେ ଖେଳିଥିଲେ। ଆସନ୍ତା ଥରକୁ ସେ ୧୦ ଗଜ ଅଧିକ ଦୂରକୁ ଶଟ୍‌ ମାରି ଆମପାଇଁ ମ୍ୟାଚ ବିଜେତା ହେବା ମୋର ବିଶ୍ୱାସ ବୋଲି ମ୍ୟାଚ ପରବର୍ତ୍ତୀ ଖବରଦାତା ସମ୍ମିଳନୀରେ ସଙ୍ଗକାରା କହିଛନ୍ତି। ”ସିଙ୍ଗଲ ଆବଶ୍ୟକ ନ ଥିଲା। କାରଣ ଶେଷ ବଲ୍‌ରେ ମୋରିସ ଚୌକା କିମ୍ବା ଛକା ମାରିବା ଅପେକ୍ଷା ସାମ୍‌ସନ ଛକା ମାରିବା ଅଧିକ ସମ୍ଭାବନା ଥିଲା। ସେ ବଲ୍‌କୁ ଯେପରି ଭାବେ ହିଟ୍‌ କଲେ ସେଥିରୁ ତାଙ୍କ ଆତ୍ମବିଶ୍ୱାସ ବାରି ହୋଇ ପଡ଼ୁଥିଲା। ତାଙ୍କ ନିଷ୍ପତ୍ତି ଭୁଲ ନ ଥିଲା“ ବୋଲି ନିଶାମ ଟୁଇଟ କରିଛନ୍ତି। ଆଇପିଏଲରେ ଜଣେ ଅଧିନାୟକଭାବେ ନିଜ ପ୍ରଥମ ମ୍ୟାଚରେ ସାମ୍‌ସନ ସର୍ବାଧିକ ରନ ସ୍କୋର କରିଥିଲେ। ଏହି ପ୍ରତିଭାସମ୍ପନ୍ନ ଉଇକେଟକିପର ମାତ୍ର ୬୩ ବଲ୍‌ରୁ ୧୨ ଚୌକା ଓ ୭ ଛକା ସହାୟତାରେ ୧୧୯ ରନ କରିଥିଲେ। ୨୨୨ ରନ ପିଛା କରିଥିବା ରୟାଲ୍ସ ୨୧୭ ରନରେ ରହି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri