Posted inଖେଳ

ସାମ୍‌ସନଙ୍କ ନିଷ୍ପତ୍ତି ଠିକ୍‌ ଥିଲା

ମୁମ୍ବାଇ, ୧୪।୪- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ମ୍ୟାଚରେ ରାଜସ୍ଥାନ ରୟାଲ୍ସ ମାତ୍ର ୪ ରନରେ ପଞ୍ଜାବ କିଙ୍ଗ୍ସ ନିକଟରୁ ପରାଜିତ ହୋଇଥିଲା। ହାଇସ୍କୋରିଂ ମ୍ୟାଚରେ ଶେଷ ୨ ବଲ୍‌ରୁ ବିଜୟ ପାଇଁ ୫ ରନ ଆବଶ୍ୟକ ହେଉଥିଲା। ଅର୍ଶଦୀପ ସିଂଙ୍କ ୪ର୍ଥ ବଲ୍‌କୁ ଅଧିନାୟକ ସଞ୍ଜୁ ସାମ୍‌ସନ ଲଙ୍ଗଅଫ୍‌ ଅଞ୍ଚଳକୁ ଖେଳିଥିଲେ ହେଁ ସିଙ୍ଗଲ ନେଇ ନ ଥିଲେ। ନନ୍‌ଷ୍ଟ୍ରାଇକର ଏଣ୍ଡରେ ଥିବା କ୍ରିସ୍‌ ମୋରିସ ରନ ନେବାକୁ ବାହାରି ଯାଇଥିଲେ ହେଁ ସାମ୍‌ସନ ତାଙ୍କୁ ଫେରାଇ ଦେଇଥିଲେ। ଶେଷ ବଲ୍‌କୁ ସେ ଛକା ମାରିବା ଚକ୍କରରେ ବଡ଼ ଶଟ୍‌ ଖେଳିଥିଲେ ହେଁ ଏକ୍ସଟ୍ରା କଭର ବାଉଣ୍ଡାରୀରେ ଦୀପକ ହୁଦାଙ୍କ ହାତରେ ଧରାପଡ଼ି ଯାଇଥିଲେ। ମାତ୍ର ସାମ୍‌ସନଙ୍କ ଏହି ନିଷ୍ପତ୍ତିକୁ ପୂର୍ବତନ ଖେଳାଳିମାନେ ସମର୍ଥନ ଜଣାଇଛନ୍ତି। ଏମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ସଞ୍ଜୟ ମଞ୍ଜ୍ରେକର, ସ୍ନେହାଲ ପ୍ରଧାନ, ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ଜେମ୍ସ ନିଶାମ ଏବଂ ରାଜସ୍ଥାନ ରୟାଲ୍ସ ନିର୍ଦ୍ଦେଶକ (କ୍ରିକେଟ) କୁମାର ସଙ୍ଗକାରା। ଶେଷ ବଲ୍‌ରେ ନୂଆ ବ୍ୟାଟ୍ସମ୍ୟାନ କ୍ରିସ୍‌ ମୋରିସ ଚୌକା ମାରିବା ଅପେକ୍ଷା ସାମ୍‌ସନ ଛକା ମାରିବା ଅଧିକ ସମ୍ଭାବନା ଥିଲା। ସାମ୍‌ସନ ସିଙ୍ଗଲ ନ ନେଇ ନିଜ ହାତରେ ଷ୍ଟ୍ରାଇକ୍‌ ରଖି ଠିକ୍‌ କରିଥିଲେ ବୋଲି ମଞ୍ଜ୍ରେକର ଟୁଇଟ କରିଛନ୍ତି। ସାମ୍‌ସନ ସିଙ୍ଗଲ ନ ନେଇ କିଛି ଭୁଲ କରିଥିବା ମୁଁ ଜାଣି ପାରୁନାହିଁ। ସେ ଶେଷ ବଲ୍‌ରେ ଛକା ନ ହେଲେ ମଧ୍ୟ ଚୌକା ମାରିବାର ଦକ୍ଷତା ରଖିଥିଲେ ବୋଲି ପୂର୍ବତନ ଭାରତୀୟ ମହିଳା କ୍ରିକେଟର ସ୍ନେହାଲ ପ୍ରଧାନ ଟୁଇଟ କରିଛନ୍ତି।
ପୂର୍ବରୁ ଭଲ ହିଟ୍‌ କରିଥିବାରୁ ସଞ୍ଜୁ ମ୍ୟାଚ ଫିନିଶ କରିବା ନିଷ୍ପତ୍ତି ନେଇଥିଲେ। ଶେଷ ବଲ୍‌କୁ ସେ ହିଟ୍‌ ମଧ୍ୟ କରିଥିଲେ। ମାତ୍ର ତାହା ବାଉଣ୍ଡାରୀଠାରୁ ୫-୬ ଗଜ କମ୍‌ ରହି ଯାଇଥିଲା। ଜଣେ ଫର୍ମରେ ଥିବାବେଳେ ଏପରି ବିଶ୍ୱାସ କରିଥାଏ। ସଞ୍ଜୁ ସେପରି କରିବା ଉତ୍ସାହଜନକ ଥିଲା। ସେ ସିଙ୍ଗଲ ମିସ୍‌ କରିଥିବା କଥାକୁ ନେଇ ଚର୍ଚ୍ଚା ହେବା ଅନୁଚିତ, କାରଣ ସେ ସକାରାତ୍ମକ ମନୋଭାବରେ ଖେଳିଥିଲେ। ଆସନ୍ତା ଥରକୁ ସେ ୧୦ ଗଜ ଅଧିକ ଦୂରକୁ ଶଟ୍‌ ମାରି ଆମପାଇଁ ମ୍ୟାଚ ବିଜେତା ହେବା ମୋର ବିଶ୍ୱାସ ବୋଲି ମ୍ୟାଚ ପରବର୍ତ୍ତୀ ଖବରଦାତା ସମ୍ମିଳନୀରେ ସଙ୍ଗକାରା କହିଛନ୍ତି। ”ସିଙ୍ଗଲ ଆବଶ୍ୟକ ନ ଥିଲା। କାରଣ ଶେଷ ବଲ୍‌ରେ ମୋରିସ ଚୌକା କିମ୍ବା ଛକା ମାରିବା ଅପେକ୍ଷା ସାମ୍‌ସନ ଛକା ମାରିବା ଅଧିକ ସମ୍ଭାବନା ଥିଲା। ସେ ବଲ୍‌କୁ ଯେପରି ଭାବେ ହିଟ୍‌ କଲେ ସେଥିରୁ ତାଙ୍କ ଆତ୍ମବିଶ୍ୱାସ ବାରି ହୋଇ ପଡ଼ୁଥିଲା। ତାଙ୍କ ନିଷ୍ପତ୍ତି ଭୁଲ ନ ଥିଲା“ ବୋଲି ନିଶାମ ଟୁଇଟ କରିଛନ୍ତି। ଆଇପିଏଲରେ ଜଣେ ଅଧିନାୟକଭାବେ ନିଜ ପ୍ରଥମ ମ୍ୟାଚରେ ସାମ୍‌ସନ ସର୍ବାଧିକ ରନ ସ୍କୋର କରିଥିଲେ। ଏହି ପ୍ରତିଭାସମ୍ପନ୍ନ ଉଇକେଟକିପର ମାତ୍ର ୬୩ ବଲ୍‌ରୁ ୧୨ ଚୌକା ଓ ୭ ଛକା ସହାୟତାରେ ୧୧୯ ରନ କରିଥିଲେ। ୨୨୨ ରନ ପିଛା କରିଥିବା ରୟାଲ୍ସ ୨୧୭ ରନରେ ରହି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

ପଲଟୁରାମ ଗମ୍ଭୀର! ନିଜ କଥାରୁ ନିଜେ ଓହରି ଟ୍ରୋଲ ହେଉଛନ୍ତି କ୍ରିକେଟର…

ନୂଆଦିଲ୍ଲୀ,୧୭।୪: ସର୍ବଦା ନିଜର ବୟାନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଥାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର। ଏବେ ପୁଣି ସେ ଥରେ ନିଜର...

ସୁରେନ୍ଦ୍ର ଭାବେ ଓଡ଼ିଶା କ୍ରିକେଟ ଟିମ୍ ର ନୂଆ କୋଚ୍ ନିଯୁକ୍ତ

କଟକ, ୧୭।୪: ଆଗାମୀ ଘରୋଇ ସିଜିନ୍ ପାଇଁ ମହାରାଷ୍ଟ୍ରର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ସୁରେନ୍ଦ୍ର ଭାବେଙ୍କୁ ଓଡ଼ିଶା କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଭାବେ...

ଈଶାନ କିଶନ ବାଦ୍‌, ଏହି ଉଇକେଟକିପରଙ୍କ ଚମକିଲା ଭାଗ୍ୟ; ଟି୨୦ ବିଶ୍ୱକପ୍‌ ଲାଗି ଚୟନ ହେବେ ଏହି ୨୦ ଖେଳାଳି

ନୂଆଦିଲ୍ଲୀ,୧୭।୪: ଆଇପିଏଲ୍‌ ୨୦୨୪ ମଧ୍ୟରେ ଟିମ୍‌ ଇଣ୍ଡିଆର ଚୟନକୁ ନେଇ ଆଲୋଚନା ବଢ଼ିଛି। ଜୁନ୍‌ ୨ରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍‌ ପାଇଁ ଖୁବ୍‌ଶୀଘ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri