Posted inଜାତୀୟ

୩୨ ଦେଶରେ ହୋଇପାରିବ ସମଲିଙ୍ଗି ବିବାହ, ନେଦରଲ୍ୟାଣ୍ଡସରେ ୨୨ ବର୍ଷ ପୂର୍ବରୁ ହୋଇଥିଲା ଆଇନ

ନୂଆଦିଲ୍ଲୀ,୧୭।୧୦: ପ୍ରେମ ପ୍ରେମ ହୋଇଥାଏ। ଏହା ପୁରୁଷ ସ୍ତ୍ରୀ ମଧ୍ୟରେ ହୋଇପାରେ, ନାରୀ ପ୍ରତି ନାରୀ କିମ୍ବା ପୁରୁଷ ପ୍ରତି ପୁରୁଷ ମଧ୍ୟରେ ପ୍ରେମ ହୋଇଥାଏ। ସମାଜରେ ଯେଉଁଠାରେ ପୁରୁଷ ଏବଂ ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ଗ୍ରହଣୀୟ ନୁହେଁ, ତେବେ ଆମେ କିପରି ବଶ୍ୱାସ କରିପାରିବା ଯେ ଏହି ବିଶ୍ୱ ସମଲିଙ୍ଗୀ ସମ୍ପର୍କକୁ ଗ୍ରହଣ କରିବ। ସମଲିଙ୍ଗୀ ସମ୍ପର୍କ ଏକ ଅପରାଧ ନା ପ୍ରେମ ଏକ ଅପରାଧ। ଭାରତରେ ସମଲିଙ୍ଗି ବିବାହକୁ ମାନ୍ୟତା ମିଳିବ କି ନା ତାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।

ଦୁନିଆର ଅନେକ ଦେଶରେ ସେଠାକାର ସରକାର ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେଇଛନ୍ତି। ବର୍ତ୍ତମାନ ସମଲିଙ୍ଗୀ ବିବାହକୁ ଆଇନଗତ କରିଥିବା ଦେଶ ତାଲିକାରେ ଏକ ନୂତନ ନାମ ଯୋଡା ଯାଇଛି। ଏହି ଦେଶର ନାମ ହେଉଛି ଆମେରିକା। ସୂଚନାଯୋଗ୍ୟ, ଆମେରିକା ସଂସଦ ଦ୍ୱାରା ସମାନ ଲିଙ୍ଗି ବିବାହ ବିଲ ପାସ ହେବା ସହିତ, ସୁପ୍ରିମକୋର୍ଟଙ୍କ ୨୦୧୫ ନିଷ୍ପତ୍ତି ପରେ ବିବାହ କରିଥିବା ହଜାର ହଜାର ସମଲିଙ୍ଗୀ ଦମ୍ପତିଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ଥିଲା। ଏହି ନିଷ୍ପତ୍ତି ଅନୁଯାୟୀ ସମଗ୍ର ଦେଶରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯାଇଥିଲା। ଏହା ସହିତ ବର୍ତ୍ତମାନ ବିଶ୍ୱର ଅତି କମରେ ୩୨ ଟି ଦେଶରେ ସମଲିଙ୍ଗୀ ବିବାହକୁ ଅନୁମତି ଦିଆଯାଇଛି।
ସମଲିଙ୍ଗୀ ବିବାହକୁ ଅନୁମତି ଦେଇଥିବା ନେଦରଲ୍ୟାଣ୍ଡ ହେଉଛି ପ୍ରଥମ ଦେଶ। ଏହି ଦେଶ ୧ ଏପ୍ରିଲ ୨୦୦୦ରେ ସମାନ ଲିଙ୍ଗ ବିବାହକୁ ସ୍ବୀକୃତି ଦେଇଥିଲା। ସୂଚନାଯୋଗ୍ୟ, ଅଧିକାଂଶ ୟୁରୋପୀୟ ଏବଂ ଦକ୍ଷିଣ ଆମେରିକୀୟ ଦେଶ ସମଲିଙ୍ଗୀ ବିବାହକୁ ଅନୁମୋଦନ କରନ୍ତି। ମୋଟ ଉପରେ, ବର୍ତ୍ତମାନ ପର୍ଯ୍ୟନ୍ତ ୩୨ଟି ଦେଶ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେଇଛନ୍ତି।
ସମଲିଙ୍ଗୀ ବିବାହକୁ ସମାନ ଲିଙ୍ଗ ବିବାହ ମଧ୍ୟ କୁହାଯାଏ। ଏଥିରେ ସମାନ ଲିଙ୍ଗର ଦୁଇ ଜଣ ପରସ୍ପରକୁ ବିବାହ କରନ୍ତି, ଯେପରିକି ଯଦି ୨ ମହିଳା ଓ ୨ ପୁରୁଷ ପରସ୍ପରକୁ ବିବାହ କରନ୍ତି, ତେବେ ଏହାକୁ ସମଲିଙ୍ଗୀ ବିବାହ କୁହାଯିବ। ସୂଚନାଯୋଗ୍ୟ, ସମଲିଙ୍ଗୀ ବିବାହ ଏପର୍ଯ୍ୟନ୍ତ ଭାରତରେ ଆଇନଗତ ମାନ୍ୟତା ପାଇନାହିଁ। ବିଶ୍ୱର ୩୨ଟି ଦେଶ ଅଛି ଯେଉଁଠାରେ ସମଲିଙ୍ଗୀ ବିବାହ ଆଇନଗତ ଭାବରେ ସ୍ବୀକୃତିପ୍ରାପ୍ତ।


Enter your email to get our daily news in your inbox.

All Right Reserved By Dharitri.Com

IPL ନିଲାମୀ ପୂର୍ବରୁ ବଡ଼ ଟ୍ରେଡ୍‌: ବଦଳିବ ଶାମିଙ୍କ ଠିକଣା, ଲକ୍ଷ୍ନୌ ଛାଡ଼ି ଏହି ଦଳକୁ ଯିବେ!

ନୂଆଦିଲ୍ଲୀ,୧୬।୧୧: IPL ନିଲାମୀ ପୂର୍ବରୁ ଖେଳାଳିଙ୍କ ଅଦଳବଦଳ ପ୍ରକ୍ରିୟା ଜୋର୍‌ ଧରିବାରେ ଲାଗିଛି। ଏହି କ୍ରମରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଏକ ବଡ଼…

ଥାନାରେ ପଶି ପୋଲିସ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ: ଗିରଫ ହୋଇ ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାରେ ପଶି ଏସ୍‌ଆଇ ରାଜ କିଶୋର ପାତ୍ର ଏବଂ ହୋମଗାର୍ଡ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ…

ସେହୱାଗଙ୍କ ପୁଅ ଆର୍ଯ୍ୟବୀରଙ୍କୁ ଲାଗିଲା ବଡ଼ ଝଟ୍‌କା: ଭଲ ପ୍ରଦର୍ଶନ ସତ୍ତ୍ୱେ ଖେଳିପାରିବେନି ଅଣ୍ଡର-୧୯ ବିଶ୍ୱକପ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୬।୧୧: ଭାରତର ପୂର୍ବତନ ବିସ୍ଫୋରକ ଓପନର ବ୍ୟାଟର ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ନିକଟରେ ଅଣ୍ଡର-୧୯ ଏସିଆ କପରେ ନିଜର ଦମଦାର ପ୍ରଦର୍ଶନ ବଳରେ ସମସ୍ତଙ୍କ…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ଟିମ ଇଣ୍ଡିଆରେ ବଡ଼ ହଲଚଲ: ୧୦ ନୂଆ ଖେଳାଳିଙ୍କ ଏଣ୍ଟ୍ରି, ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ,୧୬।୧୧: ଟି-୨୦ ଓ ଦିନିକିଆ ସିରିଜ ପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ନଭେମ୍ବର ୧୯ ତାରିଖରୁ ଏହି…

ଶନିଦେବଙ୍କ ସିଧା ଚଳନ: ୩ ରାଶିଙ୍କ ଫାଇଦା ହିିଁ ଫାଇଦା, ଶେଷ ହେବ ଖରାପ ସମୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ର ଶେଷ ମାସ ଡିସେମ୍ବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ମାସରେ ଶନିଦେବ ମାର୍ଗୀ ହେବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ କର୍ମଫଳଦାତା…

ସୋରଡ଼ା ବ୍ଲକରେ ୩୫୦ରୁ ଊର୍ଦ୍ଧ୍ୱ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କ ସମୂହ ଇସ୍ତଫା:ଦରମା ପାଇଁ ଲାଞ୍ଚ ମଗାଯାଉଥିବା ଅଭିଯୋଗ ଆଣିଲେ କର୍ମଚାରୀ

ଛତ୍ରପୁର, ୧୬/୧୧(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାର ସୋରଡ଼ା ବ୍ଲକରେ କାର୍ଯ୍ୟରତ ୨୬ଟି ପଞ୍ଚାୟତର ୩୫୦ରୁ ଊର୍ଦ୍ଧ୍ୱ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସମୂହ ଇସ୍ତଫା ଦେଇଛନ୍ତି। କାର୍ଯ୍ୟକ୍ଷେତ୍ରରେ…

ବିଜେଡିର ଗଞ୍ଜାମ ସାଂଗଠନିକ ଜିଲା ପାଇଁ ନୂତନ କମିଟି ଘୋଷଣା:୪୮ ଜଣଙ୍କୁ ମିଳିଲା ସାଂଗଠନିକ ଦାୟିତ୍ୱ

ଛତ୍ରପୁର, ୧୬।୧୧(ଦଲ୍ଲୀପ ସାମଲ): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଗଞ୍ଜାମ ସାଂଗଠନିକ ଜିଲାର ନୂତନ ଜିଲା କମିଟି ଘୋଷଣା କରାଯାଇଛି। ଦଳର ସଭାପତି ତଥା ଓଡ଼ିଶାର…

ବିରଳ ସଂଯୋଗ: ୧୧୮ ବର୍ଷ ହେବ ଗୋଟିଏ ତାରିଖରେ ଜନ୍ମନେଇଛନ୍ତି ପରିବାରର ୫ ପିଢ଼ି

ୱାଶିଂଟନ,୧୬।୧୧: ଜନ୍ମଦିନକୁ ନେଇ ଏକ ଅଦ୍ଭୁତ ସଂଯୋଗ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାର ଏକ ପରିବାରର ପାଞ୍ଚ ପିଢ଼ିର ସଦସ୍ୟଙ୍କ ଜନ୍ମ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?