ଭାଜପା ନେତାଙ୍କୁ ସମ୍ବଲପୁର ମନା

ସମ୍ବଲପୁର,୧୯।୪(ବ୍ୟୁରୋ):ସମ୍ବଲପୁର ଜିଲା ପ୍ରବେଶକୁ ଭାଜପା ନେତାଙ୍କୁ ମନା। ଏଭଳି ଘଟଣା ମଙ୍ଗଳବାର ଦେଖିବାକୁ ମିଳିଛି। ସମ୍ବଲପୁରରେ ସାମ୍ପ୍ରଦାୟିକ ଦଙ୍ଗା ଘଟଣା ନେଇ କର୍ଫ୍ୟୁ ଲାଗିବା ଓ ଆଇନଶୃଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ଅନନ୍ୟା ଦାସ ସମ୍ବଲପୁରରେ ରାଜନୈତିକ କାର୍ଯ୍ୟକ୍ରମ ଓ ନେତାଙ୍କ ଗସ୍ତ ଉପରେ ରୋକ୍‌ ଲଗାଇଛନ୍ତି। ଏଭଳି ପରିସ୍ଥିତିରେ ମଙ୍ଗଳବାର ସକାଳ ୮ଟା ସମୟରେ ଭାଜପାର ଏକ ପ୍ରତିନିଧି ଦଳ ସମ୍ବଲପୁର ସହରକୁ ଆସୁଥିବା ବେଳେ ସମ୍ବଲପୁର-ଝାରସୁଗୁଡ଼ା ଜିଲାର ସୀମା ଠେଲକୋଲି ଥାନା ଅଧୀନ ଶ୍ରୀପୁରା ଗ୍ରାମ ଛକରେ ପୋଲିସ ବାରିକେଡ୍‌ ଲଗାଇ ଭାଜପା ନେତାଙ୍କୁ ଅଟକ ରଖିଥିଲା। ଏହି ପ୍ରତିନିିଧି ଦଳରେ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା, ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ମନ୍ତ୍ରୀ କେ .ଭି. ସିଂଦେଓ, ସମୀର ମହାନ୍ତି, ବିଧାୟକ ନାଉରି ନାଏକ, ବିଧାୟକ ଶଙ୍କର ଓରାମ, ବିଧାୟିକା କୁସୁମ ଟେଟେଙ୍କ ସମେତ ବହୁ ବରିଷ୍ଠ ନେତା ଥିଲେ।
ଭାଜପା ନେତାଙ୍କୁ ଜିଲାକୁ ପ୍ରବେଶ ମନା କରିବା ଗଣତାନ୍ତ୍ରିକ ନିୟମ ବାହାରେ। ଜନ ପ୍ରତିନିଧି ଓ କେନ୍ଦ୍ରମନ୍ତ୍ରୀଙ୍କୁ ଏଭଳି ଅଟକା ଯାଇପାରିବ ନାହିଁ ବୋଲି ପ୍ରତିନିଧି ଦଳ ପକ୍ଷରୁ ପୋଲିସକୁ କୁହାଯାଇଥିଲା। ଫଳରେ ପୋଲିସ ସହ ଯୁକ୍ତିତର୍କ ହେବା ସହ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାସତ୍ତ୍ୱେ ପୋଲିସ ଛାଡ଼ିଲା ନାହିଁ। ଶେଷରେ ନେତାମାନଙ୍କୁ ଠେଲକୋଲି ଥାନା ଅଣାଯାଇ ଅଟକ ରଖାଯାଇଥିଲା। ପୂର୍ବାହ୍ନ ୧୦ଟାରୁ ଥାନାରେ ଅଟକ ଥିବା ନେତାମାନଙ୍କୁ ସନ୍ଧ୍ୟା ୭ଟା ୧୫ରେ ଛାଡ଼ି ଦିଆଯାଇଥିଲା। ପ୍ରକାଶ ଥାଉକି ବରଗଡ଼ ଏମ୍‌ପି ପୂଜାରୀଙ୍କୁ ସକାଳୁ ସମ୍ବଲପୁର ସାକ୍ଷୀପଡା ଆକାଶବାଣୀ କଲୋନି ନିକଟସ୍ଥ ବାସଭବନରେ ଗୃହବନ୍ଦୀ କରାଯାଇଥିଲା। ସକାଳେ ତାଙ୍କ ଘର ସମ୍ମୁଖରେ ବ୍ୟାପକ ପୋଲିସ ମୁତୟନ ରହିଥିଲା। ଘର ଭିତରୁ ବାହାରକୁ ଯିବାକୁ ମନା କରାଯାଇଥିଲା। ଏହାକୁ ନେଇ ତାଙ୍କ ଘର ସମ୍ମୁଖରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା।
ଶେଷରେ ଏମ୍‌ପି ପୂଜାରୀ ଝାରସୁଗୁଡ଼ା-ସମ୍ବଲପୁର ଜିଲା ସୀମାରେ ଭାଜପା ନେତାଙ୍କୁ ଅଟକ ରଖିବା ସ୍ଥାନକୁ ଯିବାକୁ କହି ସେଠାକୁ ଯାଇଥିଲେ। ଠେଲକୋଲିଠାରେ ପ୍ରଶାସନର ବ୍ୟବହାର ସମ୍ପର୍କରେ ଏମ୍‌ପି ପୂଜାରୀ କହିଛନ୍ତି, ଜନ ପ୍ରତିନିଧିମାନଙ୍କୁ ଏଭଳି ବ୍ୟବହାର କରାଯାଏ ନାହିଁ। ଏହା ସ୍ବାଧିକାର ଭଙ୍ଗ ହେଉଛି। ଏହାକୁ ନେଇ ପାର୍ଲାମେଣ୍ଟରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରିବେ। ସମ୍ବଲପୁର ଜିଲା ପାଇଁ ଅନଭିଜ୍ଞ ଜିଲାପାଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ତେଣୁ ଜମ୍ମୁ-କଶ୍ମୀର ଭଳି କର୍ଫ୍ୟୁ ଲାଗୁକରି ନେଟ୍‌ ସେବା ବନ୍ଦ କରି ଜନସାଧାରଣଙ୍କୁ ହଇରାଣ କରାଯାଉଛି। ରାଜନୈତିକ ବ୍ୟକ୍ତିମାନଙ୍କର ତୃଣମୂଳ ସ୍ତରରେ ଭଲ ସମ୍ପର୍କ ରହିଥାଏ। ଶାନ୍ତି ଫେରାଇ ଆଣିବାରେ ସେମାନେ ପ୍ରଶାସନଠାରୁ ଭଲ କାମ କରିବେ। ଏହାସହ ଆର୍‌ଡିସିଙ୍କ ସହ ପ୍ରତିନିଧି ଦଳର ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଭେଟିବାକୁ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ସକାଳେ ତୃତୀୟ ମହଲାର ନିର୍ଦ୍ଦେଶ କିମ୍ବା ପ୍ରଶାସନ ଓ ପୋଲିସ ଅପରାଗତା ପଦାରେ କାଳେ ପଡ଼ିବ ସେନେଇ କଟକଣା ଲଗାଇ ଦିଆଯାଇଥିଲା। କର୍ଫ୍ୟୁ କୋହଳ ସମୟରେ କେହି ମଧ୍ୟ ଯିବା ଆସିବା କରି ପାରିବେ। ହେଲେ ଜନ ପ୍ରତିନିଧିଙ୍କ ପାଇଁ କଟକଣା ଲଗାଇବା ଦୁର୍ଭାଗ୍ୟଜନକ। ୫ ଦିନ ହେଲା ସମ୍ବଲପୁରରେ ନେଟ୍‌ ସେବା ନାହିଁ। କର୍ଫ୍ୟୁରେ ଜନସାଧାରଣ କଲବଲ ହେଉଛନ୍ତି। ଏ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଜଣେ ଆଦିବାସୀ ଯୁବକଙ୍କୁ ହତ୍ୟା କରାଯାଇଛି। ହନୁମାନ ଜୟନ୍ତୀ ଉପଲକ୍ଷେ ଶୋଭାଯାତ୍ରା ସମୟରେ ଆକ୍ରମଣରେ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି। ପୋଡ଼ାଜଳା ଘଟଣାରେ ବହୁ ପରିବାର ପ୍ରଭାବିତ ହୋଇଛନ୍ତି। ଏହି ପରିବାରକୁ ସମବେଦନା ଜଣାଇବା ଓ ସତ୍ୟାସତ୍ୟ ପରଖିବା ନେଇ ଭାଜପା ପ୍ରତିନିଧି ଦଳର ଗସ୍ତ କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ କାଳେ ସରକାରଙ୍କ ଅସଲ ମୁଖା ଖୋଲିଯିବ, ତେଣୁ ଭୟକରି ଏଭଳି ପଦକ୍ଷେପ ନିଆଯାଉଛି ବୋଲି ଏମ୍‌ପି ପୂଜାରୀ କହିଥିଲେ।
ସୂଚନାଯୋଗ୍ୟ, ସମ୍ବଲପୁରରେ ଗତ ୧୨ ତାରିଖ ଓ ୧୪ ତାରିଖରେ ଶୋଭାଯାତ୍ରା ସମୟରେ ପଥରମାଡ଼ ଓ ମରଣାସ୍ତ୍ରରେ ଆକ୍ରମଣ କରିବା, ପୋଡ଼ାଜଳା ଘଟଣାରେ ବହୁ ବ୍ୟକ୍ତି ଆହତ ହେବା ସହ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ହତ୍ୟା ଘଟଣାରେ ୬ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପୋଡ଼ାଜଳା ଓ ପଥରମାଡ଼ ଭଳି ହିଂସା ଘଟଣାରେ ୮୫ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଏ ସମ୍ପର୍କରେ ଏସ୍‌ପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି, ଜିଲାପାଳ ରାଜନୈତିକ କାର୍ଯ୍ୟକ୍ରମ, ସଭା, ରାଜନୈତିକ ଗସ୍ତକୁ ନେଇ ରୋକ ଲଗାଇଦେଇଥିଲେ। ସେହି ନିର୍ଦ୍ଦେଶକୁ ପୋଲିସ ପାଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷୀ ମଉକାରେ ଚଉକା: ସ୍ତ୍ରୀଙ୍କୁ ବାପଘରେ ଛାଡ଼ିବାକୁ ଯାଉଥିଲେ ସ୍ବାମୀ, ବାଟରେ ମିଠା କିଣିବାକୁ ପଠାଇ ପ୍ରେମିକ ସହ…

ପାଟନା,୨୮।୮: ବିହାରର ମଧେପୁରା ଜିଲାରୁ ରକ୍ଷାବନ୍ଧନ ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପତ୍ନୀଙ୍କୁ ତାଙ୍କ ବାପଘରେ ଛାଡ଼ିବା ପାଇଁ ବାଇକରେ ନେଇ ଯାଉଥିବା ଜଣେ…

ଭୋଟର ତାଲିକାରୁ ଶତାଧିକ ଯୋଗ୍ୟ ନାଗରିକଙ୍କ ନାଁ କାଟିବାକୁ ଷଡ଼ଯନ୍ତ୍ର, ଅଭିଯୋଗ ଆଣି ବିଜେଡି କହିଲା…

ଧାମନଗର,୨୮ା୮(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଏନଏସି ଅଞ୍ଚଳରେ ଶତାଧିକ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦେବା ପାଇଁ ଜାଲିଆତି ଓ ଷଡ଼ଯନ୍ତ୍ର…

ମରିଗଲା ମାନବିକତା! ନେପାଳ ବନ୍ୟାରେ ଭାସିଆସିଥିବା ମୃତଦେହରୁ ଅଳଙ୍କାର ଲୁଟିଲେ ଯୁବକ, ଭିଡିଓ ଭାଇରାଲ ପରେ…

କାଠମାଣ୍ଡୁ,୨୮।୮: ନେପାଳରେ ବିନାଶକାରୀ ବନ୍ୟା ଯୋଗୁ ହଜାର ହଜାର ପରିବାର ପ୍ରଭାବିତ ହୋଇଛନ୍ତି। ଲୋକେ ନିଜ ଜୀବନ ବଞ୍ଚାଇବା ସହ ପରସ୍ପରକୁ ସାହାଯ୍ୟ କରୁଥିବା ବେଳେ ଏହାରି…

୯୦୦ ମନ୍ଦିରର ରହସ୍ୟମୟ ପର୍ବତ! ସୂର୍ଯ୍ୟାସ୍ତ ହେଉ ହେଉ ଦେଖାଯା’ନ୍ତି…

ଭାରତରେ ଅନେକ ସୁନ୍ଦର ପାର୍ୱତ୍ୟ ସ୍ଥଳ ରହିଛି, କିନ୍ତୁ ଗୁଜରାଟର ଶତ୍ରୁଞ୍ଜୟ ପର୍ୱତ ନିଜର ଆଧ୍ୟାତ୍ମିକ ଓ ଧାର୍ମିକ ବିଶେଷତା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ବହନ…

ରେଭେନ୍ସା ବିଶ୍ବବିଦ୍ୟାଳୟ ବିବାଦ; ସମୂହ ଛୁଟିରେ ଗଲେ ଅଧ୍ୟାପକ

କଟକ,୨୮।୮(ପ୍ରଭୁକଲ୍ୟାଣ ପାଲ): ସମୁହ ଛୁଟିରେ ଗଲେ ରେଭେନ୍ସା ଅଧ୍ୟାପିକା ଓ ଅଧ୍ୟାପକ । ଏହାସହ କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ରେଭେନ୍ସା ୟୁନିଭରସିଟି ଟିଚର୍ସ…

କ’ଣ ରାକ୍ଷୀରେ ଭାଇଙ୍କ ଠାରୁ ମିଳୁଥିବା ଟଙ୍କାରୁ ସରକାର ନିଅନ୍ତି ଟ୍ୟାକ୍ସ? ଜାଣନ୍ତୁ କେତେ ଟଙ୍କା ନେଲେ…

ନୂଆଦିଲ୍ଲୀ,୨୮।୮: ରକ୍ଷାବନ୍ଧନ ପର୍ୱ ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ ଓ ପ୍ରେମର ପ୍ରତୀକ। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧିଥାନ୍ତି ଏବଂ ବଦଳରେ ଭାଇ ସେମାନଙ୍କୁ…

ଥରିଲା ଚାଇନା: ଭୟରେ ଲୋକେ ଦୌଡ଼ିଲେ

ବେଜିଂ,୨୮।୭: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କସ ସେଣ୍ଟର (CENC) ଅନୁଯାୟୀ, ଲଙ୍ଗଚାଙ୍ଗ ସହରରେ ୫.୧ ତୀବ୍ରତାର ଭୂକମ୍ପ…

ଖାତାକୁ ଗଲା ସୁଭଦ୍ରା ଟଙ୍କା, ତୁରନ୍ତ ଚେକ୍‌ କରନ୍ତୁ ଆକାଉଣ୍ଟ

ନୟାଗଡ଼,୨୮ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଲାଠିପଡ଼ାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ଗହ୍ମାପୂର୍ଣ୍ଣିମା ଅବସରରେ ୫ମ କିସ୍ତି ସୁଭଦ୍ରା ଅନୁଦାନ ପ୍ରଦାନ କରିଛନ୍ତି। ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri