ବିଜେଡି ଗୋଷ୍ଠୀ କନ୍ଦଳ ଟାଳିବାକୁ ପ୍ରସନ୍ନ କାର୍ଡ

ସମ୍ବଲପୁର,୧୩ା୪(ପ୍ରମୋଦ ବହିଦାର), ଭୁବନେଶ୍ୱର(ଅନିଲ ଦାସ): ବିଜେଡି ଗୁରୁବାର ସମ୍ବଲପୁର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ରେଢ଼ାଖୋଲ ଓ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ବିଧାୟକ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି ରୋହିତ ପୂଜାରୀ ପୁନର୍ବାର ରେଢ଼ାଖୋଲ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ସମ୍ବଲପୁର ବିଧାନସଭା ଆସନରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସମ୍ବଲପୁରକୁ ନେଇଥିବା ଦଳୀୟ କନ୍ଦଳରେ ପୂର୍ଣ୍ଣଚ୍ଛେଦ ପକାଇବା ଲକ୍ଷ୍ୟରେ ବିଜେଡି ପ୍ରସନ୍ନ କାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି।
ତାରିଖ ଘୋଷଣା ହେବା ପରଠାରୁ ବିଜେଡିରେ ଗୋଷ୍ଠୀ କନ୍ଦଳ ଚରମସୀମାରେ ପହଞ୍ଚତ୍ଥିଲା, ଯାହା ଥମିବାର ନାଁ ନେଉ ନ ଥିଲା। ସମ୍ବଲପୁର ବିଧାନସଭା ଆସନରେ ତିନି ପ୍ରମୁଖ ଆଶାୟୀଙ୍କ ମଧ୍ୟରେ ଥିଲେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଓ ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ। ଏହାମଧ୍ୟରେ ବିଧାୟକ ରୋହିତ ପୂଜାରୀଙ୍କୁ ତାଙ୍କ ନିଜ ନର୍ବାଚନମଣ୍ଡଳୀ ରେଢ଼ାଖୋଲରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମାତ୍ର ଏହାପୂର୍ବରୁ ଡା. ପାଣିଗ୍ରାହୀ ଓ ସିଦ୍ଧାର୍ଥ ଦାସଙ୍କ ସମର୍ଥକମାନେ ନିଜ ନେତାଙ୍କ ପାଇଁ ଟିକେଟ୍‌ ଦାବି କରି ପରୋକ୍ଷରେ ପରସ୍ପରକୁ ବିରୋଧ କରିଥିଲେ, ଯାହା ବିଜେଡି ଶୀର୍ଷ ନେତୃତ୍ୱଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ରାଜ୍ୟରେ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ନବୀନ ପଟ୍ଟନାୟକଙ୍କୁ ଏକ ବିରଳ ରେକର୍ଡର ଅଧିକାରୀ କରିବା ଲକ୍ଷ୍ୟ ରଖିଛି ବିଜେଡି। ତେଣୁ କୌଣସି ପ୍ରକାର ବ୍ୟତିକ୍ରମ ଘଟି ବିଜେଡି ଭୋଟ୍‌କୁ ଯେପରି ପ୍ରଭାବିତ କରା ନ ଯାଏ, ସେଥିପ୍ରତି ବିଜେଡି ରାଜ୍ୟ ନେତୃବର୍ଗ ସବୁ ପ୍ରକାର ରଣନୀତି ଆପଣାଇଛି। ଏହି ଦୃଷ୍ଟିରୁ ସମ୍ବଲପୁରରେ ଲାଗିରହିଥିବା ଗୋଷ୍ଠୀ ବିବାଦର ଅନ୍ତ ଘଟାଇବା ପାଇଁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏଠାରୁ ପ୍ରାର୍ଥୀ କରିବାକୁ ଦଳ ନିଷ୍ପତ୍ତି ନେଇଥାଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ଅତୀତରେ ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁର ଲୋକ ସଭା ଆସନରୁ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଲଗାତର ତିନିଥର ସାଂସଦ ନିର୍ବାଚିତ ହେବା ସହ ୨୦୦୯ରେ ରେଢ଼ାଖୋଲ ଆସନରୁ ନିର୍ବାଚିତ ହୋଇ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ। ଏହି ଅବଧି ମଧ୍ୟରେ ବର୍ତ୍ତମାନ ଗୋଷ୍ଠୀ ବିବାଦରେ ଲିପ୍ତ ଦଳୀୟ ନେତା ବା ନେତ୍ରୀ କୌଣସି ନା କୌଣସି ସମୟରେ ପ୍ରସନ୍ନଙ୍କ ଦ୍ୱାରା ଉପକୃତ ହୋଇଛନ୍ତି। ଫଳରେ ତାଙ୍କୁ ବିରୋଧ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ପ୍ରସନ୍ନ ରାଜନୀତିରେ ଅଭିଜ୍ଞ ଓ ଦଳୀୟ ଶଙ୍କଟ ଟାଳିବା କ୍ଷେତ୍ରରେ ତାଙ୍କୁ ନିୟୋଜିତ କରାଯାଇଥିବା ଅତୀତରେ ଦେଖିବାକୁ ମିଳିଛି। ତେଣୁ ଅନ୍ତତଃ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଲାଗି ରହିଥିବା ଗୋଷ୍ଠୀ ବିବାଦ ଟାଳିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରସନ୍ନଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ବିଧାନସଭା ଆସନରେ ତାଙ୍କୁ ପ୍ରାର୍ଥୀ କରିଥିବା ଚର୍ଚ୍ଚା ହେଉଛି। ଏଥିସହିତ ସମ୍ବଲପୁର ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭୋଟ ବଢ଼ାଇବାରେ ପ୍ରସନ୍ନଙ୍କ ଯୋଗଦାନ ରହିବ ବୋଲି ଶୀର୍ଷ ନେତୃତ୍ୱ ଚିନ୍ତା କରିଥିବା କୁହାଯାଉଛି।
ପ୍ରସନ୍ନ ରେଢ଼ାଖୋଲ ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ। ହେଲେ ସମ୍ବଲପୁର ବିଧାନସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରାଯିବା ପରେ ସେ ଅସନ୍ତୋଷ ବ୍ୟକ୍ତ କରିଥିବା ନେଇ ଚର୍ଚ୍ଚା ହେଉଛି। ଏପରି କି ସେ ଶୁକ୍ରବାର ନବୀନ ନିବାସ ଯାଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିବା କୁହାଯାଉଛି। କିନ୍ତୁ ସେଠାରେ କ’ଣ କଥାବାର୍ତ୍ତା ହୋଇଛି, ସେ ସଂକ୍ରାନ୍ତରେ କିଛି ସ୍ପଷ୍ଟ ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?