ସମ୍ବଲପୁର: ୪୧ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ୧୦ ହଜାର ୭୨୨ ଛାତ୍ରୀଛାତ୍ର

ସମ୍ବଲପୁର,୧୮ା୨(ପ୍ରମୋଦ ବହିଦାର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ବାର୍ଷିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ପୂର୍ବାହ୍ନ ସାଢ଼େ ୯ଟାରେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ।

ପୂର୍ବାହ୍ନ ୯ଟା ୪୫ରେ ପଶ୍ନପତ୍ର ଓ ୯ଟା ୫୫ରେ ଖାତା ବଣ୍ଟନ କରାଯାଇଥିଲା। ସମ୍ବଲପୁର ଜିଲାର ୪୧ ପରୀକ୍ଷା କେନ୍ଦ୍ରରେ ମୋଟ ୫୪ ଶିକ୍ଷାନୁଷ୍ଠାନର ୧୦ ହଜାର ୭୨୨ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ଜଣାପଡିଛି।

ସମ୍ବଲପୁର ଜିଲାରେ ପରୀକ୍ଷାକୁ ସ୍ବଚ୍ଛ, ସୁରକ୍ଷିତ ତଥା ସୁରୁଖୁରୁରେ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମ୍ବଲପୁର ଜିଏମ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଚିଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରେଢ଼ାଖୋଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଲଇଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଦି ୬ଟି ପରୀକ୍ଷା ପରିଚାଳନା ହବ୍‌ ସେଣ୍ଟର ଖୋଲାଯାଇଛି।

ପ୍ରତ୍ୟେକ ହବ୍‌ ସେଣ୍ଟରରେ ଜଣେ ଲେଖାଏ ସରକାରୀ ଅଧିକାରୀ ଅବଜରଭର ଦାୟିତ୍ୱରେ ରହିଛନ୍ତି। ହବ୍‌ ସେଣ୍ଟର୍‌ରେ ବର୍ତ୍ତମାନ ପଶ୍ନପତ୍ର ଗୁଡ଼ିକୁ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଗଛିତ ରଖାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ସିସି ଟିଭିକୁ ବାଧ୍ୟତାମୂଳକ କରାଯାଇଛି। ସମସ୍ତ ପରୀକ୍ଷାକେନ୍ଦ୍ରରେ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ପ୍ରତି ପରୀକ୍ଷା କେନ୍ଦ୍ରରେ ଜଣେ ଲେଖାଏଁ ସେଣ୍ଟର ସୁପରଭାଇଜଙ୍କୁ ନିୟୋଜିତ କରାଯାଇଛି। ପ୍ରତ୍ୟେକ ୨୦ ପରୀକ୍ଷାର୍ଥୀଙ୍କ ଉପରେ ଜଣେ ଲେଖାଏ ପରୀକ୍ଷା ପରିଚାଳକ ନଜର ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରମାଣୁଠୁ ବି ଭୟଙ୍କର କ୍ଲଷ୍ଟର ବୋମା! ଜାଣନ୍ତୁ ଭାରତ ପାଖରେ ଅଛି କି?

ନୂଆଦିଲ୍ଲୀ,୨୧।୬: ଇସ୍ରାଏଲ ଏବଂ ଇରାନ ପରସ୍ପରକୁ ସର୍ବାଧିକ କ୍ଷତି ପହଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଏହି ସମୟରେ, ଇସ୍ରାଏଲ ଇରାନ ବିରୋଧରେ ଏକ ବଡ଼ ଅଭିଯୋଗ...

ନିଶାରେ ଚୂର ବ୍ୟକ୍ତି, ଏକ୍ସପ୍ରେସୱେ ଫ୍ଲାଏଓଭରରେ ଚଢ଼ିଗଲେ ଓଟ ଉପରେ, ପରେ ଯାହା ହେଲା…

ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥିାଏ। କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରି ପକାଏ...

‘ଯୋଗ ଦ୍ୱାରା ମାନସିକ-ଶାରୀରିକ ବିକାଶ ହୋଇଥାଏ’

କେସିଙ୍ଗା,୨୧ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଖେଳ ଭବନଠାରେ ଅନ୍ତର୍ଜାତୀୟ...

ଘରୁ ରାତିରେ ସୁନା ଅଳଙ୍କାର ଚୋରି କରି ଖସି ଯାଇଥିଲେ ୨ ନାବାଳକ, ସକାଳୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ଧର୍ମଶାଳା,୨୧ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମରୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ଚୋରି କରି...

ଯାତ୍ରାପାର୍ଟି ମାଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅଭିନେତା କାହ୍ନା, କହିଲେ ମାଲିକ ଏବେ କଳାକାରଙ୍କୁ…

ଭୁବନେଶ୍ୱର,୨୧ା୬: ଥମୁନି ଯାତ୍ରାପାର୍ଟି ମାଲିକଙ୍କ ନାଁରେ ବିବାଦ। ଏବେ ସିଂହବାହିନୀ ମାଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଯାତ୍ରା କଳାକାର ତଥା ଭିଲିଆନ୍‌ କାହ୍ନା। ସେ...

ଲକ୍ଷେ ଟଙ୍କିଆ ସ୍କୁଟି ପାଇଁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଏହି ବ୍ୟକ୍ତି: ଜାଣନ୍ତୁ କାହିଁକି

ଲୋକମାନେ ନିଜର ସଉକ ପୂରଣ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ। ହିମାଚଳ ପ୍ରଦେଶର ଜଣେ ବ୍ୟକ୍ତି ତାଙ୍କର ୧ ଲକ୍ଷ...

କ୍ଷୀର ଦାମ୍‌ ବଢ଼ିଲା, ଜାଣନ୍ତୁ ଲିଟର ପିଛା କେତେ…

ଭୁବନେଶ୍ୱର,୨୧ା୬: ଓମଫେଡ୍‌ କ୍ଷୀର ଦାମ୍‌ ବଢ଼ିଛି। ବଜାରକୁ ଏବେ ଏହାର ନୂଆ ଦର ଆସିଛି। ପ୍ରିମିୟମ ଓ ଟୋନେଡ୍‌ କ୍ଷୀର ଲିଟର ପିଛା ୨ ଟଙ୍କା...

ଫାଟିଲା ଲକ୍ଷ୍ମୀବରାହ ଜୀଉ ମନ୍ଦିର ଦଧିନଉତି: ଶ୍ରଦ୍ଧାଳୁ କହିଲେ…

ଆଳି,୨୧ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀଲକ୍ଷ୍ମୀବରାହ ଜୀଉ ମନ୍ଦିରରେ ବିଭିନ୍ନ ସମସ୍ୟା ଲାଗି ରହିଛି। ସମାଧାନ ଦିଗରେ ମନ୍ଦିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri