ଚତୁର୍ଥ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ ସମନ୍ଥା-ନାଗ ଚୈତନ୍ୟାଙ୍କ ବିଚ୍ଛେଦ…

ମୁମ୍ବାଇ,୪।୧୦: ସାଉଇ୍‌ ସୁପରଷ୍ଟାର ନାଗେ ଚୈତନ୍ୟା ଏବଂ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁଙ୍କ ବିବାହ ବିଚ୍ଛେଦ ଘଟିଛି। ୪ର୍ଥ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ ସମନ୍ଥା-ନାଗ ଚୈତନ୍ୟା ପରସ୍ପରଠାରୁ ଅଲଗା ହୋଇ ଯାଇଛନ୍ତି। ସମନ୍ଥା ସୋସିଆଲ ମିଡ଼ିଆରେ ଏନେଇ ସୂଚନା ଦେଇଛନ୍ତି। ଦୀର୍ଘଦିନ ଧରି ସେମାନଙ୍କ ମଧ୍ୟରେ ସମସ୍ୟା ଉପୁଜିଥିଲା। ସମନ୍ଥା ଇନଷ୍ଟାଗ୍ରାମ୍‌ରେ ଲେଖିଛନ୍ତି ଯେ, ବହୁ ଚିନ୍ତା ଏବଂ ବିଚାର ବିମର୍ଷ ପରେ ଦୁହେଁ ସ୍ତ୍ରୀ ସ୍ବାମୀ ଭାବେ ଆଉ ନ ରହିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଚୈତନ୍ୟାଙ୍କ ପିତା ଅଭିନେତା ନାଗାର୍ଜୁନ ଏହି ବିବାହ ବିଚ୍ଛେଦ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ସୈମ୍‌ ଏବଂ ଚୈଙ୍କ ମଧ୍ୟରେ ହୋଇଥିବା ଏଭଳି ଦୁଃଖ ଦାୟକ ଘଟଣାରେ ଆମ ପରିବାର ମର୍ମାହତ। ଦୁହିଁଙ୍କୁ ଈଶ୍ୱର ଏସମୟରେ ଶକ୍ତି ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି।

୨୦୧୭ ଅକ୍ଟୋବର ୭ରେ ଦୁହିଁଙ୍କର ବିବାହ ହୋଇଥିଲା। ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିଛି ଗଣ ମାଧ୍ୟମ ରିପୋର୍ଟ ଅନୁସାରେ ସମନ୍ଥା ୫୦ କୋଟି ଟଙ୍କାର କ୍ଷତି ପୂରଣ ନେବାକୁ ମନା କରି ଦେଇଛନ୍ତି। ଦୁହିଁଙ୍କ ମଧ୍ୟରେ ବୁଝାମଣା ପାଇଁ ୨୦୦ କୋଟିର ଟଙ୍କା ଅଫର ପ୍ରଦାନ କରାଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ମାତ୍ର ଏସବୁକୁ ସମନ୍ଥା ମନା କରିଛନ୍ତି। ଏକ୍କିନେନି ପରିବାରଠାରୁ ସେ କିଛି ନେବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି। ଛାଡ଼ପତ୍ର ଘୋଷଣା ପରେ ଇତିମଧ୍ୟରେ ସମନ୍ଥା ସୋସିଆଲ ମିଡ଼ିଆରେ ନିଜ ନାମରୁ ଏକ୍କିନେନି ହଟାଇ ଦେଇଛନ୍ତି। ଏହା ପରିବର୍ତ୍ତେ ସେ ସମନ୍ଥା ରୁଥ ପ୍ରଭୁ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପ୍ରିୟଙ୍କା ବେଷ୍ଟ ହିରୋ’…: ସିଟାଡେଲ ଦେଖି ପ୍ରତିକ୍ରିୟା ଦେଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ: ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ନିକଟରେ ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଟିଭି ସିରିଜ ‘ସିଟାଡେଲ’ ଦେଖିଥିଲେ। ଏହାପରେ ଆନନ୍ଦ...

ପ୍ରିୟଙ୍କାଙ୍କ ଘରକୁ ଭଡାରେ ନେଲେ ଜ୍ୟାକଲିନ

ମୁମ୍ବାଇ:ବଲିଉଡ୍ ନାୟିକା ଜ୍ୟାକଲନ୍ ଫର୍ଣ୍ଣାଡିଜ ମୁମ୍ବାଇର ଜୁହୁରେ ନିଜର ଠିକଣା ବନାଇଛନ୍ତି । ସେଠାରେ ଥିବା ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଭଡାରେ...

ଅଡ଼ୁଆରେ ଏକତା କପୁରଙ୍କ ବାଲାଜୀ ଫିଲ୍ମସ୍‌: ବର୍ସୋବା ଥାନାରେ ଏତଲା ଦେଲେ ସୁନିଲ ସେଟ୍ଟୀ

ବମ୍ବେ: ଅଡ଼ୁଆରେ ବାଲାଜୀ ଫିଲ୍ମସ୍‌। ଏକତା କପୁରଙ୍କ ଏହି କମ୍ପାନୀ ନାଁରେ ବର୍ସୋବା ଥାନାରେ ଏତଲା ଦେଇଛନ୍ତି ଅଭିନେତା ସୁନିଲ ସେଟ୍ଟୀ। ତାଙ୍କୁ ନଜଣାଇ ତାଙ୍କର...

ଗୋଟିଏ ହଁ ରେ ରାତାରାତି ଷ୍ଟାର ପାଲଟିଯାଇଥିଲେ ଶିଳ୍ପା

ମୁମ୍ବାଇ: ନିଜର ଅଭିନୟ ଓ ଫିଟନେସକୁ ନେଇ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶିଳ୍ପା ସେଟ୍ଟି ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ।...

ଅନନ୍ୟା ପାଣ୍ଡେଙ୍କ ସହ ଫଟୋ ଶେୟାର କଲେ ବିଜୟ ଦେୱରକୋଣ୍ଡା

ମୁମ୍ବାଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଅଭିନେତା ବିଜୟ ଦେୱରକୋଣ୍ଡା ଏବେ ବଲିଉଡରେ ତାଙ୍କର ପ୍ରଶଂସକ ତିଆରି କରିବାରେ ଲାଗି ପଡିଛନ୍ତି । ତାଙ୍କର ଅଗାମୀ...

ପ୍ରଥମ ଦିନରେ ହିଁ କମାଲ କଲା ‘ପତି ପତ୍ନୀ ଔର ଓ୍ବ’

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ, ଭୂମି ପେଡନେକର ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପ୍ରଥମ ଦିନରୁ ହିଁ କମାଲ କରିଛି।...

ଲକ୍‌ଡାଉନ୍‌ରେ ଘରେ ବସି ବୋର୍‌ ହେଲେଣି ସୋନମ

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ସୋସିଆଲ ମିଡିଆ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ସବୁବେଳେ ସକ୍ରିୟ। ପ୍ରତିଦିନ ସେ କିଛି ନା କିଛି ଫଟୋ ଶେୟାର କରିଥାନ୍ତି। ଏବେ କିନ୍ତୁ...

‘ବେଲ୍ ବଟମ’ର ଟିଜର ରିଲିଜ୍‌

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ବେଲ ବଟମ’ର ଟିଜରକୁ ନେଇ ଚର୍ଚ୍ଚା ଚାଲିଛି । ନିକଟରେ ପୁରା ଟିମ୍...

Advertisement
Archives

Model This Week