Posted inଜାତୀୟ

୨୭ ମାସ ପରେ ଜେଲରୁ ମୁକୁଳିଲେ ଆଜମ ଖାଁ

ନୂଆଦିଲ୍ଲୀ,୨୦ ।୫: ଏକ ଠକେଇ ମାମଲାରେ ଜେଲ ଯାଇଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାଁ ଶୁକ୍ରବାର ସୀତାପୁର ଜେଲରୁ ବାହାରିଛନ୍ତି । ୨୭ ମାସ ଜେଲରେ ଥିବା ଆଜମ ଖାଁଙ୍କୁ ସୁପ୍ରିମକୋର୍ଟ ଗୁରୁବାର ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିଛନ୍ତି ।

ସୁପ୍ରିମକୋର୍ଟ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିବା ପରେ ଗୁରୁବାର ରାମପୁରର ଏକ ସ୍ୱତନ୍ତ୍ର କୋର୍ଟ ଆଜମ ଖାଁଙ୍କ ମୁକ୍ତି ପାଇଁ ସୀତାପୁର ଜେଲ ପ୍ରଶାସନକୁ ଏକ ଚିଠି ପଠାଇଥିଲେ । ଅନ୍ୟପକ୍ଷରେ, ଆଜମ ଖାଁ ମୁକ୍ତି ସମୟରେ ସୀତାପୁର ଜେଲ ବାହାରେ ସୁରକ୍ଷା କଡାକଡି କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଆଜମ ଖାଁ ସୀତାପୁରରୁ ସିଧାସଳଖ ରାମପୁର ଯିବେ ।
ଆଜମ ଖାଁ ଜେଲରୁ ବାହାରିବା ପୂର୍ବରୁ ତାଙ୍କୁ ରିସିଭ କରିବାକୁ ଶିବପାଲ ସିଂ ଯାଦବ, ସମାଜବାଦୀ ପାର୍ଟି ବିଧାୟକ ତଥା ତାଙ୍କ ପୁଅ ଅବଦୁଲ୍ଲା ଆଜମ ଓ ଆଶୁ ମଲିକ ସୀତାପୁର ଜେଲରେ ପହଞ୍ଚିଥିଲେ । ବିଲାରିର ସମାଜବାଦୀ ପାର୍ଟି ବିଧାୟକ ମହମ୍ମଦ ଫହିମ ବି ଅବଦୁଲ୍ଲା ଆଜମଙ୍କ ସହ ପହଞ୍ଚିଥିଲେ । ଆଜମଙ୍କ ପୁଅ ଅବଦୁଲ୍ଲା କହିଛନ୍ତି ସୁପ୍ରିମକୋର୍ଟ ତାଙ୍କୁ ନ୍ୟାୟ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମାମଲା ଲଢ଼ିବେ ନିର୍ଭୟା ଓକିଲ

ଲକ୍ଷ୍ନୌ,୩।୧୦: ହାଥ୍‌ରସ ଗଣ ବଳାତ୍କାର ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାର ସପକ୍ଷରେ ମାମଲା ଲଢ଼ିବେ ସୀମା କୁଶଓ୍ବାହ। ୨୦୧୨ ଦିଲ୍ଲୀ ନିର୍ଭୟା ଗଣବଳାତ୍କାର ଓ...

ବନ୍ଧୁତ୍ୱ ଦିବସରେ ମୋଦିଙ୍କୁ ଟୁଇଟ୍‌ କଲେ ବେଞ୍ଜାମିନ୍‌ ନେତାନ୍ୟାହୁ: ଲେଖିଲେ ଶୋଲେ ଫିଲ୍ମର ‘ ୟେ ଦୋସ୍ତି ହମ୍‌ ନେହିଁ ଛୋଡ଼େଙ୍ଗେ’ ଗୀତର ଧାଡ଼ିଏ

ନୂଆଦିଲ୍ଲୀ,୪।୮: ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସରେ ଇସ୍ରାଏଲ୍‌ ରାଷ୍ଟ୍ରପତି ବେଞ୍ଜାମିନ୍‌ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ବନ୍ଧୁତା ଆଗାମୀ ଦିନରେ...

କାମୁଡିଥିବା ସାପକୁ ନେଇ ଡାକ୍ତରଖାନାରେ ପହଞ୍ଚିଲେ ମହିଳା

ମୁମ୍ବାଇ, ୯।୭: ମୁମ୍ବାଇର ସୋନେଇ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତିରେ ଶୋଇଥିଲାବେଳେ ଜଣେ ମହିଳା ଏବଂ ତାଙ୍କ ଝିଅକୁ ସାପ କାମୁଡିଦେଇଥିଲା। ଉକ୍ତ...

ମୁକାବିଲା ପାଇଁ ନିଆଯାଉଛି ପଦକ୍ଷେପ

ନୂଆଦିଲ୍ଲୀ,୬ା୩(ପି.ଟି.): ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ସବୁ ପଦକ୍ଷେପ ନିଆଯାଉଛି। ଅଦ୍ୟାବଧି ୨୮,୫୨୯ ଜଣଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଗୁରୁବାର ପାର୍ଲାମେଣ୍ଟର...

୧୩୩ ସରପଞ୍ଚ -୧୭,୩୪୭ ପଞ୍ଚ ସର୍ବସମ୍ମତି କ୍ରମେ ନିର୍ବାଚିତ, ୮୬.୭୯ କୋଟି ଟଙ୍କାର ପୁରସ୍କାର ଦେବେ ଖଟ୍ଟର ସରକାର…

ଚଣ୍ଡିଗଡ଼,୨୯।୧୦ : ହରିୟାଣା ପଞ୍ଚାୟତ ନିର୍ବାଚନ ୨୦୨୨ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ୧୩୩ ସରପଞ୍ଚ ଏବଂ ୧୭,୩୪୭ ପଞ୍ଚ ଏବଂ ପଞ୍ଚାୟତ ସମିତି...

କରୋନା ସଂକ୍ରମଣ ମା’ଙ୍କ ଠାରୁ ନବଜାତକଙ୍କୁ ହେବାର ରହିଛି ବି ଆଶଙ୍କା !

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ନେଇ ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ୍‌ (ଆଇସିଏମ୍‌ଆର୍‌) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, କରୋନା ସଂକ୍ରମିତ...

ସ୍ବାମୀଙ୍କ ଦଶାହ ପରେ ବିଷ ପିଇଲେ ମା’, ଝିଅ

ଗୁରୁଗ୍ରାମ(ହରିୟାଣା),୧୭।୭: ଜଣେ ୪୬ ବର୍ଷୀୟ ମହିଳା ଓ ତାଙ୍କ ୨୪ ବର୍ଷୀୟା ଝିଅ ଗୁରୁଗ୍ରାମ ସୋସାଇଟ୍‌ ସ୍ଥିତ ଫ୍ଲାଟରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଟ୍ୟାକ୍ସ...

ଛାତ ଭୁଶୁଡି ଗୋଟିଏ ପରିବାର ୫ ମୃତ

ଲକ୍ଷ୍ନୌ,୧୬।୯: ଲକ୍ଷ୍ନୌରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଘରର ଛାତ ଭୁଶୁଡି ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଆଲାମବାଗର...

Advertisement
Archives

Model This Week