ରାସ୍ତାରେ ଭାସୁଛି ନର୍ଦ୍ଦମାପାଣି

ଖୋର୍ଦ୍ଧା ଅଫିସ,୨୦ା୫: ଖୋର୍ଦ୍ଧା ପୌର ପରିଷଦରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବର୍ଷା ନାହିଁ, କିନ୍ତୁ ନାଳନର୍ଦ୍ଦମା ପାଣି ରାସ୍ତା ଉପରେ ଭାସୁଛି। ଖୋର୍ଦ୍ଧା- ନୟାଗଡ ୫୭ ନମ୍ବର ଜାତୀୟ ରାଜପଥରେ ଏହି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଗତ ସପ୍ତାହ ହେଲାଣି ନର୍ଦ୍ଦମାପାଣି ରାସ୍ତାରେ ଭାସୁଛି। ରାସ୍ତାର ଉଭୟ ପାର୍ଶ୍ୱରେ ଦୋକାନ ଗୃହ ଥିବାବେଳେ ଦୈନିକ ଲୋକେ ନାଳ ଅପରିଷ୍କାର ପାଣି ଦେଇ ଯାତାୟାତ କରୁଛନ୍ତି। ଦୀର୍ଘଦିନ ଧରି ନାଳ ସଫା ହେଉ ନ ଥିବାରୁ ନିକଟରେ କାଳବୈଶାଖୀ ବର୍ଷାରେ ନାଳନର୍ଦ୍ଦମା ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଭାସୁଛି। ତେବେ ଏହା କେବଳ ଉକ୍ତ ରାସ୍ତା ନୁହଁ ବରଂ ସହରର ଏକାଧିକ ସାହି, ଗଳିରେ ସମାନ ଦୃଶ୍ୟ ରହିଛି।
ସହରରେ ଡ୍ରେନର ଆରମ୍ଭ ଏବଂ ଶେଷ କେଉଁଠି, ଏ ସମ୍ପର୍କରେ ପୌର ପ୍ରଶାସନ ନା ଡ୍ରେନେଜ ବିଭାଗ କାହା ପାଖରେ ମଧ୍ୟ ସୂଚନା ନାହିଁ। ସହରର ସମସ୍ତ ଡ୍ରେନ୍‌ ପ୍ରାୟ ପୋତି ହୋଇପଡିଲାଣି। ଅନେକ ଡ୍ରେନ ବର୍ଷ ବର୍ଷ ଧରି ସଫାକରାଯାଉ ନାହିଁ। ଫଳରେ ସହରରୁ ବାହାରୁଥିବା ଅଳିଆ ପଡି ପୋତି ହେଲାଣି। ଖ୍ରୀଷ୍ଟିଆନ ସାହି, ଚର୍ଚ୍ଚ, ମସଜିଦ୍‌, ପୂର୍ତ୍ତ ବଙ୍ଗଳା ସମ୍ମୁଖ ସମେତ ୨୨ଟି ଓ୍ବାର୍ଡର ଡ୍ରେନ ମୁକୁଳା ପଡିଛି। ସେହିପରି ଦୀପତଳ ଅନ୍ଧାର ଭଳି ପୌର ପ୍ରଶାସନର ଶହେ ମିଟର ପରିଧି ମଧ୍ୟରେ ରହିଥିବା କୌଣସି ଗୋଟିଏ ଡ୍ରେନରେ ସ୍ଲାବ୍‌ ପଡିନି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଅନେକ ସ୍ଥାନରେ ସ୍କୁଲ ନିକଟରେ ରହିଥିବା ଡ୍ରେନ ମଧ୍ୟ ମୁକୁଳା ପଡିଛି। ବର୍ଷ ବର୍ଷ ଧରି ଏହି ଡ୍ରେନ୍‌ଗୁଡିକ ମୁକୁଳା ପଡିଥିଲେ ମଧ୍ୟ ପୌର ପ୍ରଶାସନ ପକ୍ଷରୁ କୌଣସି ଗୁରୁତ୍ୱ ଦିଆଯାଉନାହିଁ। ବିଡିଏ କଲୋନୀର ସାମାଜିକ କର୍ମୀ ଶୋଭନ ଘୋଷ କୁହନ୍ତି, କଲୋନୀରେ ଅନେକ ଡ୍ରେନ ପୋତିହୋଇଗଲାଣି। ବର୍ଷା ହେଲେ ଅଳିଆ ପାଣି ରାସ୍ତାରେ ଭାସୁଛି। ମୁକୁଲା ଡ୍ରେନଗୁଡିକ ଭାଙ୍ଗିରୁଜି ଗଲାଣି। ଅନେକ ସ୍ଥାନରେ ଡ୍ରେନଗୁଡିକୁ ଜବରଦଖଲ କରାଯାଇ ଦୋକାନ ଘର ହେଉଛି। ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରିବା ଆବଶ୍ୟକ। ଏ ନେଇ ପୌର ପରିଷଦ ସାନିଟାଇଜ ଏକ୍ସପର୍ଟ ଦେବାଶିଷ ବରାଳ କୁହନ୍ତି, ଏକାଧିକ ନାଳ ଜବରଦଖଲରେ ରହିଛି। ଫଳରେ ନାଳ ସଫା କରିବାରେ ଅସୁବିଧା ହେଉଛି। ଅନ୍ୟପଟେ କଂଗ୍ରେସ ନେତା ଶିଶିର ପରିଡା କୁହନ୍ତି, ପରିମଳ ବ୍ୟବସ୍ଥା ଲାଗି କୋଟି କୋଟି ଟଙ୍କା ଅର୍ଥ ଆସୁଥିବା ବେଳେ କାମ ଠିକ୍‌ ଭାବେ ହେଉ ନାହିଁ। ନାଳ ସଫା ନ ହେବା ଯୋଗୁ ପୋତି ହୋଇଗଲାଣି। ସାମାନ୍ୟ ବର୍ଷା ହେଲେ ନର୍ଦ୍ଦମା ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଭାସୁଛି। ବର୍ଷାଦିନ ଆସିବା ପୂର୍ବରୁ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri