ରାସ୍ତାରେ ଭାସୁଛି ନର୍ଦ୍ଦମାପାଣି

ଖୋର୍ଦ୍ଧା ଅଫିସ,୨୦ା୫: ଖୋର୍ଦ୍ଧା ପୌର ପରିଷଦରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବର୍ଷା ନାହିଁ, କିନ୍ତୁ ନାଳନର୍ଦ୍ଦମା ପାଣି ରାସ୍ତା ଉପରେ ଭାସୁଛି। ଖୋର୍ଦ୍ଧା- ନୟାଗଡ ୫୭ ନମ୍ବର ଜାତୀୟ ରାଜପଥରେ ଏହି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଗତ ସପ୍ତାହ ହେଲାଣି ନର୍ଦ୍ଦମାପାଣି ରାସ୍ତାରେ ଭାସୁଛି। ରାସ୍ତାର ଉଭୟ ପାର୍ଶ୍ୱରେ ଦୋକାନ ଗୃହ ଥିବାବେଳେ ଦୈନିକ ଲୋକେ ନାଳ ଅପରିଷ୍କାର ପାଣି ଦେଇ ଯାତାୟାତ କରୁଛନ୍ତି। ଦୀର୍ଘଦିନ ଧରି ନାଳ ସଫା ହେଉ ନ ଥିବାରୁ ନିକଟରେ କାଳବୈଶାଖୀ ବର୍ଷାରେ ନାଳନର୍ଦ୍ଦମା ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଭାସୁଛି। ତେବେ ଏହା କେବଳ ଉକ୍ତ ରାସ୍ତା ନୁହଁ ବରଂ ସହରର ଏକାଧିକ ସାହି, ଗଳିରେ ସମାନ ଦୃଶ୍ୟ ରହିଛି।
ସହରରେ ଡ୍ରେନର ଆରମ୍ଭ ଏବଂ ଶେଷ କେଉଁଠି, ଏ ସମ୍ପର୍କରେ ପୌର ପ୍ରଶାସନ ନା ଡ୍ରେନେଜ ବିଭାଗ କାହା ପାଖରେ ମଧ୍ୟ ସୂଚନା ନାହିଁ। ସହରର ସମସ୍ତ ଡ୍ରେନ୍‌ ପ୍ରାୟ ପୋତି ହୋଇପଡିଲାଣି। ଅନେକ ଡ୍ରେନ ବର୍ଷ ବର୍ଷ ଧରି ସଫାକରାଯାଉ ନାହିଁ। ଫଳରେ ସହରରୁ ବାହାରୁଥିବା ଅଳିଆ ପଡି ପୋତି ହେଲାଣି। ଖ୍ରୀଷ୍ଟିଆନ ସାହି, ଚର୍ଚ୍ଚ, ମସଜିଦ୍‌, ପୂର୍ତ୍ତ ବଙ୍ଗଳା ସମ୍ମୁଖ ସମେତ ୨୨ଟି ଓ୍ବାର୍ଡର ଡ୍ରେନ ମୁକୁଳା ପଡିଛି। ସେହିପରି ଦୀପତଳ ଅନ୍ଧାର ଭଳି ପୌର ପ୍ରଶାସନର ଶହେ ମିଟର ପରିଧି ମଧ୍ୟରେ ରହିଥିବା କୌଣସି ଗୋଟିଏ ଡ୍ରେନରେ ସ୍ଲାବ୍‌ ପଡିନି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଅନେକ ସ୍ଥାନରେ ସ୍କୁଲ ନିକଟରେ ରହିଥିବା ଡ୍ରେନ ମଧ୍ୟ ମୁକୁଳା ପଡିଛି। ବର୍ଷ ବର୍ଷ ଧରି ଏହି ଡ୍ରେନ୍‌ଗୁଡିକ ମୁକୁଳା ପଡିଥିଲେ ମଧ୍ୟ ପୌର ପ୍ରଶାସନ ପକ୍ଷରୁ କୌଣସି ଗୁରୁତ୍ୱ ଦିଆଯାଉନାହିଁ। ବିଡିଏ କଲୋନୀର ସାମାଜିକ କର୍ମୀ ଶୋଭନ ଘୋଷ କୁହନ୍ତି, କଲୋନୀରେ ଅନେକ ଡ୍ରେନ ପୋତିହୋଇଗଲାଣି। ବର୍ଷା ହେଲେ ଅଳିଆ ପାଣି ରାସ୍ତାରେ ଭାସୁଛି। ମୁକୁଲା ଡ୍ରେନଗୁଡିକ ଭାଙ୍ଗିରୁଜି ଗଲାଣି। ଅନେକ ସ୍ଥାନରେ ଡ୍ରେନଗୁଡିକୁ ଜବରଦଖଲ କରାଯାଇ ଦୋକାନ ଘର ହେଉଛି। ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରିବା ଆବଶ୍ୟକ। ଏ ନେଇ ପୌର ପରିଷଦ ସାନିଟାଇଜ ଏକ୍ସପର୍ଟ ଦେବାଶିଷ ବରାଳ କୁହନ୍ତି, ଏକାଧିକ ନାଳ ଜବରଦଖଲରେ ରହିଛି। ଫଳରେ ନାଳ ସଫା କରିବାରେ ଅସୁବିଧା ହେଉଛି। ଅନ୍ୟପଟେ କଂଗ୍ରେସ ନେତା ଶିଶିର ପରିଡା କୁହନ୍ତି, ପରିମଳ ବ୍ୟବସ୍ଥା ଲାଗି କୋଟି କୋଟି ଟଙ୍କା ଅର୍ଥ ଆସୁଥିବା ବେଳେ କାମ ଠିକ୍‌ ଭାବେ ହେଉ ନାହିଁ। ନାଳ ସଫା ନ ହେବା ଯୋଗୁ ପୋତି ହୋଇଗଲାଣି। ସାମାନ୍ୟ ବର୍ଷା ହେଲେ ନର୍ଦ୍ଦମା ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଭାସୁଛି। ବର୍ଷାଦିନ ଆସିବା ପୂର୍ବରୁ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?